Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Tuesday, May 31, 2022
ସୃଷ୍ଟି ପାଳନ ସଂହାର ଭଜୁଥାନ୍ତି
ସୃଷ୍ଟି ପାଳନ ସଂହାର ଭଜୁଥାନ୍ତି
ଯାହାକୁ ସେବନ୍ତି ଦିବସ ରାତି
ତୁ ଦେଲେ ସିନା ମୁଁ ଦେଇଥାଏ
ଅନ୍ତର୍ଯ୍ୟାମୀ ମୁଁ ତ ଅରକ୍ଷିତ ଅତି
ପ୍ରେମିକ ପ୍ରେମିକା ଏକ ସଙ୍ଗେ ଦେଖି
ପ୍ରେମିକ ପ୍ରେମିକା ଏକ ସଙ୍ଗେ ଦେଖି
ଚିର ଦୁଖୀ ମୁଁ ପ୍ରେମ ଭିକ୍ଷା କଲି ଯାଇ
ତିନି ଜଣ ମିଶି ଆଜି ବି ଖୋଜୁଛୁ
ହେଲେ ପ୍ରେମ ନ ପାଇଲୁ କେହି
Monday, May 30, 2022
Sunday, May 29, 2022
ଯେବେ ଶ୍ରୋତାର ପାଦ ଅଟକେ
ଅରୁଦୀପର ମିଠା ମିଠା ସ୍ୱର ଶୁଣି
ଯେବେ ଶ୍ରୋତାର ପାଦ ଅଟକେ
ପଛକୁ ଆଖି ଫେରାଇ ଦେଖେ ତୋ
ଜଣେ ଅଜୁବା ଆଉ ଜଣେ ଫଟାକେ
Saturday, May 28, 2022
Monday, May 23, 2022
ସୁଖ ବାଛି କରି ଦୁଃଖର ବୋଝରୁ
ସୁଖ ବାଛି କରି ଦୁଃଖର ବୋଝରୁ
ସଂସାର ହାଟରେ ଯିଏ ସେ ବିକେ
କିଣିବା ଆଳରେ ଭେଟି ହୁଅନ୍ତା କି
ସଙ୍ଗ ଲଭିବାକୁ ଏ ପରାଣ ଡାକେ
ଆହାଃ କେଡେ ଦୟାଵନ୍ତ ହରି
ଆହାଃ କେଡେ ଦୟାଵନ୍ତ ହରି
ସକଳ ସନ୍ଦେହ ମୋ ଦୂର କଲ
ଚଲାପଥ ମୋ ଆଲୋକିତ କରି
ପ୍ରଭୁ ଏ ପତିତେ ଉଦ୍ଧାର କଲ [୧]
ବିପଥରୁ ଟାଣି ପଥ ଦେଖାଇଲ
ବୁଡି ମରୁଥିଲି ଉଦ୍ଧରି ଧରିଲ
ମନ ବଳାନ୍ତେ ଶ୍ରୀଧାମକୁ ତୋର
ପ୍ରଭୁ ବିଶ୍ୱ ରୂପ ଦେଖାଇଲ [୨]
ଇଚ୍ଛନ୍ତେ ଦେଖନ୍ତି ନୟନେ
ହୃଦୟ କନ୍ଦରେ ବିରାଜ କଲ
ନୟନ ଯୁଗଳେ ଜ୍ଞ୍ୟାନଞ୍ଜନ ଦେଇ
ପ୍ରଭୁ ଜନ୍ମ ମୋ ସାର୍ଥକ କଲ [୩]
Sunday, May 22, 2022
Sing a song from tthe heart
Sing a song from tthe heart
It would heal both rich or poor
Arudeep says to every singer
Walking their door to door
Tuesday, May 17, 2022
ବନ୍ଧୁ ମହାନ୍ତିଙ୍କ ବନ୍ଧୁଙ୍କୁ ଦିନେ ମୁଁ
ବନ୍ଧୁ ମହାନ୍ତିଙ୍କ ବନ୍ଧୁଙ୍କୁ ଦିନେ ମୁଁ
ଖୁସିରେ ବନ୍ଧୁ ବୋଲି ଡାକି ଦେଲି
ଶ୍ରୀମୁଖରେ ଯେଉଁ ହସ ଖେଳିଗଲା
ସଜନୀ ଲୋ ଝୁରି ଝୁରି ମୁଁହି ମଲି
Monday, May 16, 2022
To meet and talk to blessed Arudeep
Hi Anuska , I listened your interview
As described so beautifully by you
To meet and talk to blessed Arudeep
Look behind Mam, the world is in Que
Saturday, May 14, 2022
ଗୁରୁଦେବ ଶ୍ରଦ୍ଧାରେ ଦେଲେ ମଞ୍ଜି
ଗୁରୁଦେବଙ୍କୁ ପ୍ରାଥନା କଲି ଉଦ୍ୟମ
ଗୁରୁଦେବ ଶ୍ରଦ୍ଧାରେ ଦେଲେ ମଞ୍ଜି
ଗୁରୁ କହିଲେ ଉଦ୍ୟମ ହିଁ ପୁରୁଷାର୍ଥ
ଗୁରୁଙ୍କ ପାଶେ ନ ଥାଏ ସେ ପୁଞ୍ଜି
Thursday, May 12, 2022
ଗୋଟେ ଅଧିକା ଭୋଟ ପାଇଲେ
ଗୋଟେ ଅଧିକା ଭୋଟ ପାଇଲେ
କୁଆଡୁ ଆସେ ଏତେ ଦିବ୍ୟ ଜ୍ଞ୍ୟାନ
ସବୁ ବିଭାଗର ମନ୍ତ୍ରୀ ହେଇ ପାରନ୍ତି
ରାଜନେତା ସତରେ କି ଭଗବାନ
Sunday, May 8, 2022
ଦରଖାସ୍ତକୁ ମୋ ବରଖାସ୍ତ ନ କରି
ଦରଖାସ୍ତକୁ ମୋ ବରଖାସ୍ତ ନ କରି
ଭକ୍ତ ଅନୁରାଗୀ ପୁରାଅ ମନ ବାଞ୍ଛା
ତୋ ପତିତ ଉଦ୍ଧାର କାର୍ଯ୍ୟଳୟେ
ଚାକର ହୁଅନ୍ତି ଭାରି ମୋର ଇଛା
ପୁଷ୍ପ ଗୋଟିଏକୁ ପାଞ୍ଚୋଟି ପାଖୁଡା
ଫୁଲ ଗୋଟିଏକୁ ପାଞ୍ଚୋଟି ପାଖୁଡା
ସତେ ଅବା ଶିବ ପଞ୍ଚାକ୍ଷରୀ ଗାଏ
ପାପୀ ତପୀ ଯୋଗୀ ଯିଏ ଦେଖୁ
ସଭିଙ୍କୁ ପ୍ରେମ ସୁଧା ବାଣ୍ଟୁ ଥାଏ
Wednesday, May 4, 2022
Sunday, May 1, 2022
Subscribe to:
Posts (Atom)




















