Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Friday, February 28, 2025
ଏଇଠି ରାମ ସେଠି ରାମ ସବୁଠି ରାମ
ଏଇଠି ରାମ ସେଠି ରାମ ସବୁଠି ରାମ
ଥରୁଟିଏ କାରୁଣ୍ୟ ବିଗ୍ରହ ଦିଅ ଦେଖା
ଯାହା ପାଦ ଲାଗି ଶିଳା ହେଲା ନାରୀ
ଥରୁଟିଏ ଦର୍ଶନ ଦିଅ ହେ ଆତ୍ମା ସଖା
ବୈଷ୍ଣବ ଜୟଦେବ ସାଲବେଗ ବନମାଳୀ ଦୀନକୃଷ୍ଣ
ବୈଷ୍ଣବ ଜୟଦେବ ସାଲବେଗ ବନମାଳୀ ଦୀନକୃଷ୍ଣ
ବୈଷ୍ଣବ ଅଚ୍ୟୁତ ଅନନ୍ତ ଯଶୋବନ୍ତ ଜଗନ୍ନାଥ ବଳରାମ
ସାରଳା ମଧୁସୂଦନ ସବୁ ତୋ ସମ୍ପତି ହେ ଚକାଡୋଳା
ମାର୍କଣ୍ଡ ଦାସିଆ ଗୋପାଳକୃଷ୍ଣ ଅଭିମନ୍ୟୁ ଅଭିରାମ
ତୁମେ ଭକ୍ତନାଥ ତୁମେ ଦୀନନାଥ
ତୁମେ ଭକ୍ତନାଥ ତୁମେ ଦୀନନାଥ
ହୃଦନାଥ ପ୍ରାଣନାଥ ହେ ଜଗନ୍ନାଥ
ହେ ଜଗନ୍ନାଥ ତୁମେ ହିଁ ଜୀବନାଥ
ଆତ୍ମାନାଥ ଥାଉ ହେବିକି ଅନାଥ
କୃଷ୍ଣ କୃଷ୍ଣ କୃଷ୍ଣ ଜପୁଥା ମୋର ମାନସରେ
କୃଷ୍ଣ କୃଷ୍ଣ କୃଷ୍ଣ ଜପୁଥା ମୋର ମାନସରେ
ଚିତ୍ତ ଲୟ ଲାଗି ବୈଷ୍ଣବ ଦୁଆରେ ବସୁଥା
କୃଷ୍ଣ ନାମ କୃଷ୍ଣ ଲୀଳା କୃଷ୍ଣ କୃପା ଅପାର
ଇନ୍ଦ୍ରିୟ ନିବାରି କୃଷ୍ଣ ଭାଵ ରସେ ଭାସୁଥା
ମନ୍ତ୍ର ନ ଜାଣିଲି ମାଆ ଗୋ ତନ୍ତ୍ର ନ ଜାଣିଲି ମାଆ
ମନ୍ତ୍ର ନ ଜାଣିଲି ମାଆ ଗୋ ତନ୍ତ୍ର ନ ଜାଣିଲି ମାଆ
ଶୁଦ୍ର କୂଳରେଜନ୍ମିଲି ତେଣୁ ମୁହିଁ ନ ଜାଣିଲି ବେଦ
ଅକର୍ମା ଦାନୀ ବୋଲାଉ ତେଣୁ ତୋତେ ଭରଷା
ପ୍ରାରବ୍ଧ ଖଣ୍ଡନୀ ବିପଦ ଭଞ୍ଜନୀ ଚିନ୍ତେ ତୋ ପାଦ
ତୁହିଁ କାହାକୁ ସୃଷ୍ଟି କରୁ ତୋ ଅଙ୍ଗରୁ
ତୁହିଁ କାହାକୁ ସୃଷ୍ଟି କରୁ ତୋ ଅଙ୍ଗରୁ
ମାଆ ଗୋ କାହାକୁ ସୃଷ୍ଟିକରୁ ଲିଙ୍ଗରୁ
ତୁହିଁ ଅର୍ଦ୍ଧନାରୀଶ୍ୱର ଓଁ ଶିବ ଓଁ ଶିବା
ତ୍ରାହି ତ୍ରାହି ତ୍ରାହି ଦୁର୍ଗା ଭଵ ଡଙ୍ଗାରୁ
Thursday, February 27, 2025
ତୁମ୍ଭେ ଦର୍ଶନ ଦିଅ କି ନ ଦିଅ ହେ କୃଷ୍ଣ
ମୋ ଏହି କ୍ଷୁଦ୍ର ମାଗୁଣି ରଖିବ ହେ କୃଷ୍ଣ
ବୈଷ୍ଣବ ପିଣ୍ଢାରେ ତୋ ଲୀଳା ଶୁଣୁଥିବି
ତୁମ୍ଭେ ଦର୍ଶନ ଦିଅ କି ନ ଦିଅ ହେ କୃଷ୍ଣ
ବୈଷ୍ଣବ ସେବାରେ ଦୀନ ମୁଁ ବଞ୍ଚିଥିବି
ଆଖିରୁ ନେଇ ତୋତେ କାନରେ ଥୋଇଲି
ଆଖିରୁ ନେଇ ତୋତେ କାନରେ ଥୋଇଲି
ଗୋବିନ୍ଦ ହେ ଥରେ ତୁହି ନ ଦେଲୁ ଦେଖା
ଶଶ୍ମାନ ଯିବା କୋକେଇ ସଜ ହୋଇଲାଣି
ଚିତ୍ତରେ ଦୟା ନ ବସିଲା ହେ ଅର୍ଜୁନ ସଖା
ନମସ୍ତେ ନମସ୍ତେ ନମସ୍ତେ ମାଆ କମଳା
ନମସ୍ତେ ନମସ୍ତେ ନମସ୍ତେ ମାଆ କମଳା
ଓହୋଃ ଭାଗ୍ୟ ଜନନୀ କି ଉଦାର ରୂପ
ରେଣୁ ମାତ୍ର ସିଞ୍ଚ ପଦ୍ମପାଦ ଧୂଳି ମାଆ
ଏହି ମହାପତିତ ଦେହେ ଅଶେଷ ପାପ
ଓଁକାର ବ୍ରହ୍ମଦାରୁ ପରମ ହଂସ ବାସୁଦେବ
ଓଁକାର ବ୍ରହ୍ମଦାରୁ ପରମ ହଂସ ବାସୁଦେବ
ଜୀବ ଜୀବନ ପ୍ରତି ପ୍ରତି କୋଷରେ ପ୍ରକଟ
ମାନସ ସୁସ୍ଥିରେ ଦର୍ଶନ କର ଆତ୍ମାବନ୍ଧୁଙ୍କୁ
ତୁନି ହୁଅରେ ଇନ୍ଦ୍ରିୟ ତେଜିଣ ସବୁ କପଟ
ଶ୍ରୀରାମ ଶ୍ରୀଗୋବିନ୍ଦ ଗୋଟିଏ ରତ୍ନ ସିଂହାସନରେ
ଶ୍ରୀରାମ ଶ୍ରୀଗୋବିନ୍ଦ ଗୋଟିଏ ରତ୍ନ ସିଂହାସନରେ
ମଧ୍ୟରେ ତାଙ୍କ ଅତି ଅଲିଅଳି ସହୋଦରୀ ଗୌରୀ
ବଡଦାଣ୍ଡ ବାଇଶିଟି ପାହାଚ ପରେ ଚନ୍ଦନ ଅର୍ଗଳୀ
ଦର୍ଶନେ ନିସ୍ତରିଲି କ୍ଷେତ୍ରବାସୀ ଲଗାଇଲେ ଡୋରି
Wednesday, February 26, 2025
ମହାପତିତ କୃଷ୍ଣଙ୍କୁ ଦେଖିନାହିଁ ରାମଙ୍କୁ ଦେଖିନାହିଁ
ମହାପତିତ କୃଷ୍ଣଙ୍କୁ ଦେଖିନାହିଁ ରାମଙ୍କୁ ଦେଖିନାହିଁ
ନିଜ ଇଛାରେ ଦର୍ଶନ ଦେଲେ ପରମ ଦୟାଳୁ ସାଇ
ସାଇ ପିତା ମାତା ସାଇ ବନ୍ଧୁ ସଖା ବିପଦ ଭଞ୍ଜନା
ଜୀବନ ଜଞ୍ଜାଳ ରୋଦ୍ର ତାପରେ ବ୍ରହ୍ମଦାରୁ ଛାଇ
ବେଲ ପତ୍ରଟିଏ ତିନି ଗୋଟି ଶାଖା
ବେଲ ପତ୍ରଟିଏ ତିନି ଗୋଟି ଶାଖା
ସକଳେ ଆପଣ ମୁହିଁ ଆହୁରି ସିଏ
ପତ୍ରରୁ ନିର୍ଗତ ନିରନ୍ତର ଅମ୍ଳଜାନ
ଯାହା ବିନା ବଞ୍ଚିବା ସମ୍ଭବ ନୁହେଁ
ମୁହିଁ ମୋ ସହିତ ନିର୍ମଳ ପ୍ରେମରେ ପଡିଲି
ମୁହିଁ ମୋ ସହିତ ନିର୍ମଳ ପ୍ରେମରେ ପଡିଲି
ପ୍ରତି କୋଷରେ କୁନି କୁନି ଦେବକୀ ନନ୍ଦନ
କାହିଁ ମୁହିଁ ଆଉ ନ ଦେଖିଲି ଏଡିକି ଉଦାର
ଛନ୍ଦା ପାଦରେ ଆଶ୍ରା ଦେଲେ ଭକ୍ତ ଚନ୍ଦନ
ଏଇଠି ସେଇଠି ଯେଉଁଠି ଦେଖୁଛୁ ଦେଖ
ଏଇଠି ସେଇଠି ଯେଉଁଠି ଦେଖୁଛୁ ଦେଖ
ନବଦୁର୍ବାଦଳ ତନୁ କାରୁଣ୍ୟ ବିଗ୍ରହ ରାମ
ବାଳ ଯୁବା ବୃଦ୍ଧ ଶବ ସକଳ ହୃଦୟ ଧନ
ଶିବ ସଦା ଯୋଗରେ ଚିନ୍ତନ୍ତି ମନୋରମ
ମୋ ଚିତ୍ତରେ ଆତ୍ମା ସମାନ ଭାବି ଦେଇଥିବୁ
ମୋ ଚିତ୍ତରେ ଆତ୍ମା ସମାନ ଭାବି ଦେଇଥିବୁ
କେବଳ ଅତି ନିର୍ମଳ ଭାଵ ଭକ୍ତି ହିଁ ବେଲପତ୍ର
ଗୋଟିଏ ବେଲପତ୍ରରେ ଶିବ ଅତିବ ସନ୍ତୋଷ
କୃପା ଦୃଷ୍ଟିରେ ଅତି ନିର୍ମଳ ହେବ ପାପ ଗାତ୍ର
ଶିବ ପରମ ସନ୍ୟାସୀ ଶିବ ମହାଯୋଗୀ
ଶିବ ପରମ ସନ୍ୟାସୀ ଶିବ ମହାଯୋଗୀ
ଶିବ ମଙ୍ଗଳ ମୂର୍ତ୍ତି ଦର୍ଶନେ ସୁଲଭ ରାମ
ଶରଣ ପଞ୍ଚାକ୍ଷର ଶରଣ ମହାମୃତ୍ୟୁଞ୍ଜୟ
ତ୍ରାହି ଶିବ ତ୍ରାହି ଗୋଡ଼ାଇଛି କାଳ ଯମ
ସକଳ ପାପ ନାଶକ ଶିବ ତୁମେ ସାଇ ପ୍ରଭୁ
ସକଳ ପାପ ନାଶକ ଶିବ ତୁମେ ସାଇ ପ୍ରଭୁ
ତୁମ୍ଭ ବାହନ ନନ୍ଦୀ ମୋ ଲାଗି ଶୁଭ ବାରତା
ସକଳ ଦ୍ଵନ୍ଦ ନାଶକ କୃଷ୍ଣ ତୁମେ ସାଇ ପ୍ରଭୁ
ତୁମ୍ଭ ପାଦ ଛନ୍ଦା ପାଦ କିଏ ଏତେ ତାରନ୍ତା
ସକଳ ଜନନୀ ସ୍ନେହଁ ତୋ କମଳ ନୟନରେ
ସକଳ ଜନନୀ ସ୍ନେହଁ ତୋ କମଳ ନୟନରେ
ସକଳ ଜନକ ଆଶିଷ ତୋ ବିଶାଳ ବକ୍ଷରେ
ସକଳ ଶ୍ରୀମଦ୍ଭାଗବତ ଶ୍ଳୋକ ଅମୃତ ଭରା
ସକଳ ଜଗତ ମୋହିତ ତୋ ଚକାଆଖିରେ
ତୋହର କର୍ଣ୍ଣ କୁଣ୍ଡଳ ରବି ଶଶୀ ନାକ ଚଣା ନକ୍ଷତ୍ର ପୁଞ୍ଜ
ତୋହର କର୍ଣ୍ଣ କୁଣ୍ଡଳ ରବି ଶଶୀ ନାକ ଚଣା ନକ୍ଷତ୍ର ପୁଞ୍ଜ
ହେ ଦିଗମ୍ବରା ଜାହ୍ନବୀ ଝର କୋଟି ଶିବ ଜିଣି ତନୁ ତେଜ
ତୁହି ବ୍ରାହ୍ମଣୀ କାଶୀ ଅନ୍ନପୂର୍ଣ୍ଣା ବିଶ୍ୱ କଲ୍ୟାଣୀ ସର୍ବ ଜନନୀ
ହେ କୃଷ୍ନା ମୁମୁକ୍ଷୁ ମାନସ ମନୋରମା କୃଷ୍ଣ ପାଦ ସରୋଜ
ଓଁ ନମୋ ଶିବାୟ ଓଁ ନମୋ ଶିବାୟ ଓଁ ନମୋ ଶିବାୟ ଓଁ
ଓଁ ନମୋ ଶିବାୟ ଓଁ ନମୋ ଶିବାୟ ଓଁ ନମୋ ଶିବାୟ ଓଁ
ହର ହର ଭୋଲେ ହର ହର ଭୋଲେ ଓଁ ନମୋ ଶିବାୟ
ଶ୍ରୀଗୋବିନ୍ଦ ଛନ୍ଦା ପାଦ ଅବ୍ୟକ୍ତ ହେଲା ସକଳ ଇନ୍ଦ୍ରିୟଙ୍କୁ
ସ୍ପର୍ଶ କରନ୍ତି ଅତି ବିକଳ ମନ ହେ ଆଶୁତୋଷ ହୁଅ ସଦୟ
Tuesday, February 25, 2025
ଏହି ସଂସାରରେ ଯାହାଟି ସବୁଠୁଁ ମଧୁର
ଏହି ସଂସାରରେ ଯାହାଟି ସବୁଠୁଁ ମଧୁର
ସେହି କୃଷ୍ଣ ନାମ କୃଷ୍ଣ ରୂପ କୃଷ୍ଣ ଲୀଳା
କଳିରେ ଛନ୍ଦା ପାଦକୁ ଲୁଚାଇ ବସିଅଛି
ସେହି ନୀଳାଚଳ ମାଧୁରୀ ଚକାଡୋଳା
ଏହି ଦୃଶ୍ୟ ଅଦୃଶ୍ୟ ସଂସାର ବେତାଳ
ଏହି ଦୃଶ୍ୟ ଅଦୃଶ୍ୟ ସଂସାର ବେତାଳ
ମାୟା ଆଚ୍ଛନ୍ନ ଜୀବର ମନଟି ବିକ୍ରମ
ନିରନ୍ତର ହୃଦରେ ଚିନ୍ତ ବଂଶୀବଦନ
ଅତି ସହଜ ହେବ ଶଶ୍ମାନ ଅତିକ୍ରମ
ଧର୍ମ ପଥରେ ଚାଲିଲେ ଶରୀର ହୁଏ ଦରଦ
ଧର୍ମ ପଥରେ ଚାଲିଲେ ଶରୀର ହୁଏ ଦରଦ
କିନ୍ତୁ ହୃଦୟ ହୁଏ ଅତି ନିର୍ମଳ ଅତି କୋମଳ
ସତ୍ୟ ଶାନ୍ତି ଦୟା କ୍ଷମା ସଙ୍ଗେ ବହିବା କଷ୍ଟ
କିନ୍ତୁ ଜୀବନେ ଅତି ସୁଲଭ ହୁଅନ୍ତି ଗୋପାଳ
ତୋର ଆଖିରେ ଯେତେ ସ୍ନେହଁ ମାଆ
ତୋର ଆଖିରେ ଯେତେ ସ୍ନେହଁ ମାଆ
ମୋର ମାଆ ଆଖିରେ ଥିଲା ସେତିକି
ଲୁହରେ ବୁଡି କେତେ ଖୋଜଇ ମାଆ
ତୋ ପଣତେ ପୋଛିଦେ ନେଇ କତିକି
ଆଜି ପିଇ ବଞ୍ଚିବା ରାମ ନାମ ସୁଧା
ଆଜି ପିଇ ବଞ୍ଚିବା ରାମ ନାମ ସୁଧା
କାଲି ପିଇ ବଞ୍ଚିବା କୃଷ୍ଣ ନାମ ସୁଧା
ପହରି ଦିନ ପିଇବା ମିଶାମିଶି କରି
ଅଢେଇଦିନ ନ ବାଧିବ ପଥ ବାଧା
ଯେମିତି ସ୍ନେହଁ ଦେଇଛୁ ପୁଷ୍ପଟିଏକୁ
ପୁଷ୍ପଟିଏ ସମ ମୁହିଁ ତୋହର ସୃଷ୍ଟି
ଚକାଡୋଳା ହେ ସ୍ନେହଁ କର ବୃଷ୍ଟି
ନିର୍ମଳ କୋମଳ ସୁଗନ୍ଧ ହୋଇଣ
ଅବ୍ୟକ୍ତ ପଦରେ ହୋଇବି ଭେଟି
Monday, February 24, 2025
ଗୋଟିଏ ଅକ୍ଷରରେ ଶ୍ରୀମାନ ନାରାୟଣ ଓଁ
ଗୋଟିଏ ଅକ୍ଷରରେ ଶ୍ରୀମାନ ନାରାୟଣ ଓଁ
ଅନେକ ଅକ୍ଷରରେ ସବୁ ଦେଵୀ ଦେବତା
ଅଣଚାଷ ଅକ୍ଷରରେ ନାରାୟଣ ବିଶ୍ଵରୂପ
ଅଶେଷ ସୁଖ ଘର ଅପଲକ ପିତା ମାତା
ତୁହି ମା ଗୋବିନ୍ଦ ବଳରାମଙ୍କ ଅତି ଅଲିଅଳି ସହୋଦରୀ
ତୁହି ମା ଗୋବିନ୍ଦ ବଳରାମଙ୍କ ଅତି ଅଲିଅଳି ସହୋଦରୀ
ସକଳ ଦେବ କନ୍ୟା ଦୁର୍ଗା ଦୁର୍ଗତିନାଶିନୀ ଶ୍ୟାମା ତାରିଣୀ
ଅଗ୍ନି ସମ୍ଭୁତ କମଳା ନଣନ୍ଦ ଶଙ୍କର ପତ୍ନୀ ଗଣପତି ମାତା
ବିରଜା କ୍ଷେତ୍ର ଅଧିଷ୍ଠାତ୍ରୀ ତୁହି ଜନନୀ ମହାପୁଣ୍ୟ ବାରିଣୀ
ଶଙ୍କର ଜଟାରେ ସୁସ୍ଥିର ଅର୍ଦ୍ଧ ଚନ୍ଦ୍ର ଗଙ୍ଗା ଝର
ଶଙ୍କର ଜଟାରେ ସୁସ୍ଥିର ଅର୍ଦ୍ଧ ଚନ୍ଦ୍ର ଗଙ୍ଗା ଝର
ସନାତନ ରାମ ନାମ ଚଞ୍ଚଳ ମାନସରେ ଭଜ
ଆଞ୍ଜେନେୟ ହୃଦୟ କମଳରେ ସୁସ୍ଥିର ରାମ
ରାମ ନାମ ରସ ସୁଧା ଚାଲ ଚାଖିଯିବା ଆଜ
ଚମ୍ପା ମଲ୍ଲି ମାଳତୀ ସେବତୀ କେତକୀ ତୋର ଦୁହିତା
ଚମ୍ପା ମଲ୍ଲି ମାଳତୀ ସେବତୀ କେତକୀ ତୋର ଦୁହିତା
ଆ ମାଆ ଭୁବନେଶ୍ୱରୀ ଖୋସିଦେବୁ ତୋ ଖୋସାରେ
ଆଜି ସନ୍ଧ୍ୟା ବ୍ରହ୍ମ ମୁହୂର୍ତ୍ତ ସବୁଠାରୁ ମହା ପୁଣ୍ୟ ବେଳା
ମତି ହୋଇଛି ଶ୍ରୀମତି ମନ ମୋତିକୁ ଆଣିଛୁ ବସାରେ
Sunday, February 23, 2025
ମୋର ତ୍ୟାଗ ସହିବା ଶକ୍ତି ନିସ୍ଵାର୍ଥ ଭାବ ନାହିଁ
ମୋର ତ୍ୟାଗ ସହିବା ଶକ୍ତି ନିସ୍ଵାର୍ଥ ଭାବ ନାହିଁ
ଜନନୀ ମୁହିଁ ଅଧମ ଇନ୍ଦ୍ରିୟ ଫାସରେ ଆବଦ୍ଧ
ମୁହିଁ ଅଧମ ତୋର ପାଦକୁ ସେବି ନ ପାରିଲି
ମା ମହାନୁତାପ ଅଗ୍ନିରେ ମୁହିଁ ସଦାହୁଏ ଦଗ୍ଧ
ଗୋବିନ୍ଦ ବଳରାମଙ୍କ ଅତି ଅଲିଅଳି
ଗୋବିନ୍ଦ ବଳରାମଙ୍କ ଅତି ଅଲିଅଳି ସହୋଦରୀ
ସର୍ବ ଦେବ କନ୍ୟା ଦୁର୍ଗା ଦୁର୍ଗତିନାଶିନୀ ତାରିଣୀ
ଅଗ୍ନି ସମ୍ଭୁତ କମଳା ନଣନ୍ଦ ଶିବ ପତ୍ନୀ ପାର୍ବତୀ
ମାଆ ବିରଜା ଅଧିଷ୍ଠାତ୍ରୀ ତୁହି ମହାପୁଣ୍ୟ ବାରିଣୀ
ଓଁ ନମୋ ବଳଭଦ୍ର
ଓଁ ନମୋ ବଳଭଦ୍ର
ନମୋ ନମସ୍ତୁତେ ପ୍ରଭୁ ବଳଭଦ୍ର ଜଗନ୍ନାଥ ଅଗ୍ରଜ
ଏହି ମହାପତିତ ପରେ ରଖ ଅପଲକ କୃପା ଦୃଷ୍ଟି
ନମୋ ନମସ୍ତୁତେ ରେବତୀ ନାଥ ତାଳଧ୍ଵଜ ରତ୍ନ
ରୋହିଣୀ ସୁତ ଧବଳ ଶରୀର ମଙ୍ଗଳ କର ବୃଷ୍ଟି
ଓଁ ନମୋ ନାରାୟଣ
ଓଁ ଶିବ ଯୋଗ ଓଁ ଶିବ ଜପ ଓଁ ଶିବ ଇଷ୍ଟ
ଓଁ ଶିବାନନ୍ଦ ଓଁ ଶିବ ବନ୍ଧୁ ଓଁ ଶିବା ଭ୍ରାତା
ଓଁ ଶିବାଳୟ ଶୋଭା ଓଁ ଶିବାଳୟ ଭୋଗ
ଓଁ ଶିବ ଶକ୍ତି ଓଁ ଶିବ ଭକ୍ତି ଓଁ ଶିବ ତ୍ରାତ୍ତା
ଯେତେ ଯାହା ଦେଖିଲି ମୋର ଆଖିରେ
ଯେତେ ଯାହା ଦେଖିଲି ମୋର ଆଖିରେ
ସଂସାରେ ଯେତେ ଯାହା କର୍ଣ୍ଣରେ ଶୁଣିଲି
ଶ୍ରୀଗୋବିନ୍ଦଙ୍କ ଲୀଳା ସଂକୀର୍ତ୍ତନ ସୁଧାସିନ୍ଧୁ
ବୈଷ୍ଣବ ପିଣ୍ଢାରେ ବିଶ୍ରାମ ବିଛଣା ପାରିଲି
ସତ୍ୟ ଧର୍ମ ପଥରେ ଚାଲୁଥାରେ ମୋହର ମାନସ
ସତ୍ୟ ଧର୍ମ ପଥରେ ଚାଲୁଥାରେ ମୋହର ମାନସ
ଯଥା ସମର୍ଥ ଉଦାର ଚିତ୍ତେ ବାଣ୍ଟି ଦୟା କ୍ଷମା ଶାନ୍ତି
ଶ୍ରୀମଦ୍ଭାଗବତ କୃଷ୍ଣାର୍ଜୁନ ସମ୍ବାଦ ଅମୃତରେ ଭରା
ଆସିବେ ବଂଶୀଧର ବନମାଳୀ ନବଦୁର୍ବାଦଳ କାନ୍ତି
ଦେହରେ ଜୀବନ ସ୍ଥାପନ ଆଗରୁ
ଦେହରେ ଜୀବନ ସ୍ଥାପନ ଆଗରୁ
ଫଳ ପୁଷ୍ପ କାଣ୍ଡରେ ଭରିଲୁ ରସ
ସନ୍ତାନଟିଏ ଭୂମିଷ୍ଠ ହେଵା ପୂର୍ବରୁ
ପିତା ମାତା ହୃଦରେ ଭରିଲୁ ହସ
ଅଜର ହେବାକୁ ବାଞ୍ଛା ନାହିଁ ହେ ଗୋବିନ୍ଦ
ଅଜର ହେବାକୁ ବାଞ୍ଛା ନାହିଁ ହେ ଗୋବିନ୍ଦ
ବାଞ୍ଛା ନାହିଁ ଏହି ପତିତର ହୋଇବ ଅମର
କେବଳ ବୈଷ୍ଣବ ପିଣ୍ଢାରେ ଆୟୁଷ ସରିବ
ସର୍ବକାଳେ ଲୀଳାମୃତ ପିଉଥିବି ତୋହର
Subscribe to:
Posts (Atom)

















































