Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Friday, July 31, 2026
ଅଖିଳ ବ୍ରହ୍ମାଣ୍ଡ ଝୁରୁଅଛି ତାଙ୍କ ଚକାଡୋଳାକୁ
ଅଖିଳ ବ୍ରହ୍ମାଣ୍ଡ ଝୁରୁଅଛି ତାଙ୍କ ଚକାଡୋଳାକୁ
ବାଳ କିଶୋର ଯୌବନ ମୁଣ୍ଡ ବାଳ ପାଚିଲା
ଶ୍ରୀମନ୍ଦିର ସଦା ସର୍ବଦା ପ୍ରବଳ ଭକତ ଭିଡ
ଛନ୍ଦା ଚରଣରେ ଲୋଟିବି ପାଇଲେ ଏକଲା
ଯିଏ ବି ଚାହିଁଲା ତାହାର ହେଲେ ଗୋଟା ପଣେ
ଯିଏ ବି ଚାହିଁଲା ତାର ହେଲେ ଗୋଟା ପଣେ
ଦୁଃଖ ପାଶୋରା ଚକାଡୋଳା ଆତ୍ମାକୁ ଛୁଇଁଲା
ମୁହିଁ ମହାପତିତ ହୃଦୟ ନିଷ୍କାମ ପ୍ରେମ ଶୁନ୍ୟ
ଛନ୍ଦା ଚରଣରେ ଲୋଟିବାକୁ ବାସନା ରହିଲା
ଚକାଡୋଳା ହେ କେତେ ଚାହିଁଥିବ ଶ୍ରୀରାଧା ବାଟକୁ
ଚକାଡୋଳା ହେ କେତେ ଚାହିଁଥିବ ଶ୍ରୀରାଧା ବାଟକୁ
ଅଧାଗଢା ଅପଲକ ଠାରିଲେ ହୃଦୟରେ ବୁଲେଇବି
ଆରତ୍ତ ନାଶନ ବାନା ବଢ଼େଇଦେବେ ଛନ୍ଦା ପାଦକୁ
ସଧିରେ ସେବୁଥିବି ଭାବ ସାଗର ଜଳରେ ବୁଡିଯିବି
ବାଇଶି ପାହାଚର ପ୍ରଥମ ପାହାଚ ଅଷ୍ଟାଙ୍ଗ ଯୋଗ
ବାଇଶି ପାହାଚର ପ୍ରଥମ ପାହାଚ ଅଷ୍ଟାଙ୍ଗ ଯୋଗ
ବାଇଶିତମ ପାହାଚ କେବଳ ଶୁଦ୍ଧ ନିଷ୍କାମ ପ୍ରେମ
ରୁକ୍ମଣୀ ହୃଦୟ କେଶବ କହନ୍ତି ଶୁଣ ସଖା ଅର୍ଜୁନ
ବାସୁଦେବ ବ୍ରହ୍ମଦାରୁ ଅଧାଗଢା କୃଷ୍ଣ ଭଦ୍ରା ରାମ
ସୂର୍ଯ୍ୟ ଚନ୍ଦ୍ର ଆକାର ଚକ୍ଷୁ ତୁମ୍ଭର ଚକାଡୋଳା
ସୂର୍ଯ୍ୟ ଚନ୍ଦ୍ର ଆକାର ଚକ୍ଷୁ ତୁମ୍ଭର ଚକାଡୋଳା
ମହାବାହୁ ହେ ଅବଶ୍ୟ ଦିଶୁ ଥିବ ମୋ ଦୁଃଖ
ବାସୁଦେବ ବ୍ରହ୍ମଦାରୁରେ ଗଢା ଚତୃର୍ଦ୍ଧା ମୂର୍ତ୍ତି
ଛନ୍ଦା ଚରଣରେ ଶରଣ ଦିଅ ହେ ପଦ୍ମ ମୁଖ
ଏହି ଦେହ ପଞ୍ଜୁରୀରେ ଆଶାର ଗଣ୍ଠିଲି
ଏହି ଦେହ ପଞ୍ଜୁରୀରେ ଆଶାର ଗଣ୍ଠିଲି
ଫିଟାଉ ବାନ୍ଧୁ ଫିଟାଉ ବାନ୍ଧୁ କାଳ ସରେ
ଯାହାର ପ୍ରାରବ୍ଧ ନିଷ୍କାମ ସେବାର ପୂଣ୍ୟ
ନିଷ୍କାମ ପ୍ରେମ ବାଣ୍ଟି ବାଣ୍ଟି ସଂସାରୁ ତରେ
ଏହି ଅତି ଦୁର୍ଲଭ ମନୁଷ୍ୟ ଜୀବନଟି ହରି ଚନ୍ଦନ
ଏହି ଅତି ଦୁର୍ଲଭ ମନୁଷ୍ୟ ଜୀବନଟି ହରି ଚନ୍ଦନ
ନିଷ୍କାମ ସେବାରେ ନୀଳକନ୍ଦର ମହ ମହା ବାସେ
ଏହି ଦୁର୍ଲଭ ନର ଜନ୍ମ ମୁକ୍ତି ଲାଗି ଅପୂର୍ବ ସୁଯୋଗ
ବିକାର ତେଜିଲେ ମନ ଆନନ୍ଦ ସାଗରରେ ଭାସେ
ଆକାଶ ଉଚ୍ଚ ବ୍ରହ୍ମଦାରୁ ଟାହିଆରେ ଲାଖିଲା ମାନସ
ଆକାଶ ଉଚ୍ଚ ବ୍ରହ୍ମଦାରୁ ଟାହିଆରେ ଲାଖିଲା ମାନସ
ପ୍ରାଣ ମିତଣୀରେ ଆସିଥିଲି ମୁହିଁ ଘୋଷ ଯାତ୍ରା ଦେଖି
ଶ୍ରୀମଦଭାଗବତ ମହାବାହୁ ଭିଡରେ ଆତ୍ମା ଲାଖିଲା
ଚକାଡୋଳା ଅପଲକରେ ବନ୍ଧନ କଲେ ପ୍ରାଣ ପକ୍ଷୀ
ରାମ କୃଷ୍ଣ ହରି କୃଷ୍ଣ ରାମ ହରି ରାମ କୃଷ୍ଣ ହରି
ରାମ କୃଷ୍ଣ ହରି କୃଷ୍ଣ ରାମ ହରି ରାମ କୃଷ୍ଣ ହରି
ବୁଲେଇ ବଙ୍କେଇ ସଦା ଭଜ ଲୋ ଆତ୍ମା ଶାରୀ
ରାମ କୃଷ୍ଣ ହରି ଭଜନ ସୁଧା ଶ୍ରୀମଦ ଭାଗବତ
ଥରେ ଚାଖ ଭୁଲିବୁ ଦେହ ସୁନା ପଞ୍ଜୁରୀ ଚୋରି
Thursday, July 30, 2026
ଜଗନ୍ନାଥ ଚକା ଚକାଆଖିରେ କି ମହନୀ
ଜଗନ୍ନାଥ ଚକା ଚକାଆଖିରେ କି ମହନୀ
ଜାଣେନା କେତେବେଳେ ବିକିଲି ହୃଦୟ
ବ୍ରହ୍ମଦାରୁ ଛାୟା କୋଟିଏ ବସନ୍ତ ମଳୟ
ଜାଣିକି ମନ କହେ ନେବା ନାହିଁ ବିଦାୟ
ମୋ ହୃଦୟ ହରି ଚନ୍ଦନ
ଅତି ବଡ ଆଁ କରରେ ମୋ ହୃଦୟ ହରି ଚନ୍ଦନ
ଧନ୍ୟ ହୋଇବି ବ୍ରହ୍ମ ତୁଣ୍ଡରେ ଦେଖି ବ୍ରଜ ମାଟି
ମାଟି ଖାଇ ନ ଥିଲେ ଦେଖିବି ଅଖିଳ ବ୍ରହ୍ମାଣ୍ଡ
ଶୁନ୍ୟ ହୋଇ ପାପରୁ ଯମ ଦଣ୍ଡରୁ ଯିବି ଫିଟି
ଏହି ଜୀବନ ଗୋଟିଏ ଉଚ୍ଛୁଳା ଅମୃତ
ଏହି ଜୀବନ ଗୋଟିଏ ଉଚ୍ଛୁଳା ଅମୃତ ଭାଣ୍ଡଟିଏ
ଭୁଞ୍ଜିବ ଭୁଞ୍ଜାଇବ ଶ୍ରୀଜଗନ୍ନାଥଙ୍କ ଅବଢ଼ା ସମାନ
କେବେ ନିଷ୍କାମ ପ୍ରେମ ଅଭାବ ଅନୁଭଵ କଲେ
ନିଶ୍ଚୟ ହୃଦୟ ପୂର୍ଣ୍ଣ କରିବେ ଶ୍ରୀପତି ଗରୁଡାସନ
ବାସୁଦେବଙ୍କର ବ୍ରହ୍ମଦାରୁରେ ତୁମ୍ଭ ଦେହ ଗଢା
ହେ ବାସୁଦେବ ତୁମ୍ଭ ଦେହ ବ୍ରହ୍ମଦାରୁରେ ଗଢା
ଗୁର ରକ୍ତ କାହ୍ନୁ ଝାଳରେ ଗଢା ମୋ ଏହି ଶରୀ
ତୁମ୍ଭେ ଅଧାଗଢା ଦିଅଁ ମୁହିଁ ଜିଅନ୍ତା ମଣିଷଟିଏ
ଜୀବ ପରମ ଏଡ଼େ ଆତ୍ମୀୟ ହୋଇଲେ କିପରି
ଭାଗ୍ୟବନ୍ତ କେହି କେବେ
ଭାଗ୍ୟବନ୍ତ କେହି କେବେ ଦେଖିଛି କି ଦେବକୀ ସୁତକୁ
ବାସୁଦେବ ଶିରରେ ନାଗ ଫଣା ଢାଙ୍କି ନେଲେ ଗୋପକୁ
ଗୋବିନ୍ଦ ଛନ୍ଦା ପାଦରେ ଲୋଟିବାକୁ ଏହି ଆତ୍ମା ବିକଳ
ବୈଷ୍ଣବ ହେ ଆଉ ବୋହି ଚାଲି ନ ପାରେ ମୋ ପାପାକୁ
ସକଳ ନଦୀ ଗୁଡିକର ଗତି ସଦା ନିରନ୍ତର ନିମ୍ନକୁ
ସକଳ ନଦୀ ଗୁଡିକର ଗତି ସଦା ନିରନ୍ତର ନିମ୍ନକୁ
ତେହ୍ନେ ଶୁଦ୍ର ରାମର ଗତି ଗୋବିନ୍ଦ ଛନ୍ଦା ପାଦକୁ
ସର୍ବ ମୟୁର ଗୁଡିକର ଦୃଷ୍ଟି ଗଗନ କଳା ମେଘକୁ
ତେହ୍ନେ ପତିତ ରାମ ଚାହିଁଛି ଗୋପୀ ହୃଦ ଚାନ୍ଦକୁ
ଅଧାଗଢାଙ୍କୁ ଦର୍ଶନ କରିବାକୁ ଆସି
ଅଧାଗଢାଙ୍କୁ ଦର୍ଶନ କରିବାକୁ ଆସି
ମା କମଳା ସିଂହଦ୍ୱାରରେ ପଡ଼ିଅଛି
ପୂଣ୍ୟ ନାହିଁ ଚଢ଼ିବି ବାଇଶି ପାହାଚ
ଛନ୍ଦା ଚରଣକୁ ଝୁରି ଝୁରି ମରୁଅଛି
ହରି ନାମ ସଙ୍କୀର୍ତ୍ତନରେ ମୁହିଁ କାଳ କାଟନ୍ତି
ହରି ନାମ ସଙ୍କୀର୍ତ୍ତନରେ ମୁହିଁ କାଳ କାଟନ୍ତି
ବ୍ରହ୍ମା ନନ୍ଦନ ନାରଦ କ୍ଷଣେ ନ ଛାଡ଼ନ୍ତି ନାମ
ଅଭୟ ଛନ୍ଦା ଚରଣରେ ଆଶ୍ରୟ ନେଇଥାନ୍ତି
ବିଷ୍ଣୁ ପତ୍ନୀ ଲକ୍ଷ୍ମୀ ପାଦରେ କରିଲେ ଆଶ୍ରମ
ବ୍ରହ୍ମ ଓଁକାର ବୀଣା ଝଙ୍କାର ଶ୍ରୀଜଗନ୍ନାଥ
ବ୍ରହ୍ମ ଓଁକାର ବୀଣା ଝଙ୍କାର ଶ୍ରୀଜଗନ୍ନାଥ
ଶ୍ରୀଜଗନ୍ନାଥ ଶଙ୍ଖ ଧ୍ୱନି ପ୍ରଭାତ ଗାୟତ୍ରୀ
ଶ୍ରୀଗୁଣ୍ଡିଚା ଯାତ୍ରା ଘଣ୍ଟା ଶବ୍ଦ ଶ୍ରୀଜଗନ୍ନାଥ
ଶ୍ରୀଜଗନ୍ନାଥ ବ୍ରହ୍ମାଣ୍ଡ ଶାନ୍ତି ସମତା ମୈତ୍ରୀ
Wednesday, July 29, 2026
ତୁମ୍ଭେ ଯେତେବେଳେ ଚାରମାଳ ଚଢ଼ ହେ ଚକାଡୋଳା
ତୁମ୍ଭେ ଯେତେବେଳେ ଚାରମାଳ ଚଢ଼ ହେ ଚକାଡୋଳା
ହେ ବ୍ରହ୍ମଦାରୁ ମୋର ଆତ୍ମା ଲୋଟଇ ଛନ୍ଦା ଚରଣରେ
ଥରୁଟିଏ ଆଖି ପତାରେ ଠାରି ଦିଅନ୍ତନି ହେ ମହାବାହୁ
ଅନ୍ତର୍ଯ୍ୟାମୀ ଅବଶ୍ୟ ଜାଣବ କି ଆକୁଳତା ପରାଣରେ
ମନ୍ତ୍ରଙ୍କ ମଧ୍ୟରେ ଓଁକାର ତୁମ୍ଭେ ଗୋବିନ୍ଦ
ମନ୍ତ୍ରଙ୍କ ମଧ୍ୟରେ ଓଁକାର ତୁମ୍ଭେ ଗୋବିନ୍ଦ
ଦିବସ ଆରମ୍ଭ ପ୍ରଭାତ ତୁମ୍ଭେ ଗୋବିନ୍ଦ
ଶରଣ ଶ୍ରୀକ୍ଷେତ୍ର ତୁମ୍ଭରି ଛନ୍ଦା ଚରଣ
ତୁମ୍ଭେଟି ଗୋବିନ୍ଦ ବ୍ରହ୍ମଦାରୁ ବ୍ରହ୍ମାନନ୍ଦ
ମୋର ହୃଦୟରେ କେତେ ଯେ ବ୍ୟାକୁଳତା
ମୋର ହୃଦୟରେ କେତେ ଯେ ବ୍ୟାକୁଳତା
ଦୁଇ କାନ ଥିଲେ ଚକାଡୋଳାଙ୍କୁ କହିଥାନ୍ତି
ସଂସାର ଭିତରେ ଚଳିବାରେ କେତେ କ୍ଲାନ୍ତି
ଛନ୍ଦା ପାଦ ଥିଲେ ନିର୍ଭୟରେ ଶୋଇଥାନ୍ତି
ମନ୍ତ୍ର ତନ୍ତ୍ର ଯୋଗ ଜ୍ଞାନ ଭକ୍ତି
ମନ୍ତ୍ର ତନ୍ତ୍ର ଯୋଗ ଜ୍ଞାନ ଭକ୍ତି ପ୍ରେମ ସବୁଥିରେ ମୁହିଁ ଅଜ୍ଞ
ଖୋଜୁଅଛି ଅଧାଗଢାଙ୍କ ପାଦକୁ ବରିବାକୁ ମୋ ଶ୍ରୀଗୁରୁ
ଇନ୍ଦ୍ରିୟ ବିକାର ଜରାବ୍ୟାଧି କବଳିତ ଏ ଦେହ ବାଧକ
ଶରଣ କମଳା ବଲ୍ଲଭ ଶରଣ ଅର୍ଜୁନ ସଖା ବ୍ରହ୍ମଦାରୁ
ସୃଷ୍ଟି ସ୍ଥିତି ଲୟ ମୂଳରେ ଯାହା ହାତ
ସୃଷ୍ଟି ସ୍ଥିତି ଲୟ ମୂଳରେ ଯାହା ହାତ
ଏହି ପାପୀ ଲାଗି ଅଧାଗଢା ହେଲେ
ତିନିଟି ପାଦରେ ବ୍ରହ୍ମାଣ୍ଡ ଆଛାଦିଲେ
ଛନ୍ଦା ଚରଣ ଛୁଇଁବାରୁ ବଞ୍ଚିତ କଲେ
ସତ୍ତ୍ୱ ରଜ ତମ ତିନି ଗୁଣରେ ଜଗତ ପାଳନ୍ତି
ସତ୍ତ୍ୱ ରଜ ତମ ତିନି ଗୁଣରେ ଜଗତ ପାଳନ୍ତି
ଜଗନ୍ନାଥଙ୍କର ଅପଲକ ଚକାଡୋଳା ଦୁଇଟି
ଉଭୟ ସୂର୍ଯ୍ୟ କିରଣରେ ଚନ୍ଦ୍ର ଜୋତ୍ସନାରେ
କୃଷ୍ଣ ଚରଣ ଦାସ ଅଜସ୍ର ପୂଣ୍ୟ ସଞ୍ଚେ ସାଉଁଟି
ଗୋପାଳକ ମୁରଲୀକୁ ଜୁହାର ମାଆ
ଗୋପାଳକ ମୁରଲୀକୁ ଜୁହାର ମାଆ
ମାଆ ଗୋବିନ୍ଦ ଛନ୍ଦା ପାଦକୁ ଜୁହାର
ରତ୍ନ ବେଦିରେ ବଡ ସିଂହାର ହେଲେ
ଆଉ ହୃଦ ପଦ୍ମରୁ କରି ନୁହେଁ ବାହାର
ଅପଲକ ନୟନ ବ୍ରହ୍ମାନନ୍ଦ ବ୍ରହ୍ମଦାରୁ
ଅପଲକ ନୟନ ବ୍ରହ୍ମାନନ୍ଦ ବ୍ରହ୍ମଦାରୁ
ଇତର ଜୀବରେ ରଖିଥିବ କୃପା ଦୃଷ୍ଟି
ହେ ଗୋଲକ ହେ ମହାଲକ୍ଷ୍ମୀ ହୃଦୟ
ମାୟାରେ ଜଳିଲେ କରିବ କୃପା ବୃଷ୍ଟି
ଓଢଣୀଟି ଫେରାଇ ଦିଅନ୍ତୁ ହେ ଶ୍ୟାମ
ଓଢଣୀଟି ଫେରାଇ ଦିଅନ୍ତୁ ହେ ଶ୍ୟାମ
ଶାଶୁ ନଣନ୍ଦ ଚାହିଁଥିବେ ରାଧା ବାଟକୁ
ଜଳ କୁମ୍ଭଟି ନେଲେ ଅଶେଷ ପାଇଟି
ଅଳି କରିବ ଆସିଲେ ଯମୁନା ଘାଟକୁ
ତୁମ୍ଭେ ଶ୍ରୀକୃଷ୍ଣ ତୁମ୍ଭେ ହିଁ ଶ୍ରୀରାମ
ତୁମ୍ଭେ ଶ୍ରୀକୃଷ୍ଣ ତୁମ୍ଭେ ହିଁ ଶ୍ରୀରାମ
ଓଁକାର ବ୍ରହ୍ମ କେବଳ ଶୁଦ୍ଧ ପ୍ରେମ
ହୃଦ ପଦ୍ମରେ ବଡ ସିଂହାର ବେଶ
ଛନ୍ଦା ଚରଣର ରୋମାଞ୍ଚ ଆରାମ
ବୁଦ୍ଧି ମନକୁ ମୁକୁଳାଇ ପାରିଲା ନାହିଁ
ବୁଦ୍ଧି ମନକୁ ମୁକୁଳାଇ ପାରିଲା ନାହିଁ ପାହି ଗୋବିନ୍ଦ
ପାହି ଗୋବିନ୍ଦ ବିଷ୍ଣୁ ମୋହିନୀ ମାୟା ଏଡିକି ପ୍ରବଳ
ବୁଦ୍ଧି ଆତ୍ମାକୁ ମୁକୁଳାଇ ପାରିଲା ନାହିଁ ପାହି ଗୋବିନ୍ଦ
ପାହି ଗୋବିନ୍ଦ ଛନ୍ଦା ଚରଣରେ ପ୍ରାଣ କେଡେ ଆକୁଳ
ମେଘ ମୁକ୍ତ ହେଲେ ଗଗନ ନିର୍ମଳ
ମେଘ ମୁକ୍ତ ହେଲେ ଗଗନ ନିର୍ମଳ
ପାପ ଅନୁତାପ କଲେ ନିର୍ମଳ ମନ
ବିକାର ମୁକ୍ତ ହେଲେ ସଫଳ ଜନ୍ମ
ଇନ୍ଦ୍ରିୟ ମୁକ୍ତ ହେଲେ ଆତ୍ମା ପ୍ରସନ୍ନ
ଓଁ ମଙ୍ଗଳ ବାସୁଦେବ ଓଁ ମଙ୍ଗଳ ଦାରୁବ୍ରହ୍ମ
ଓଁ ମଙ୍ଗଳ ବାସୁଦେବ ଓଁ ମଙ୍ଗଳ ଦାରୁବ୍ରହ୍ମ
ଓଁ ମଙ୍ଗଳ ଅଧାଗଢା ଓ ମଙ୍ଗଳ ଚକାଆଖି
ଓଁ ମଙ୍ଗଳ ମାଧବ ଓଁ ମଙ୍ଗଳ ଚକାଡୋଳା
ଓଁ ମଙ୍ଗଳ ପ୍ରଭାତ ଓଁ ମଙ୍ଗଳ ଆତ୍ମା ସାକ୍ଷୀ
Tuesday, July 28, 2026
କେବଳ କୃଷ୍ଣଙ୍କୁ ଝୁରି ଝୁରି ଝଡିଯିବା କଥା
କେବଳ କୃଷ୍ଣଙ୍କୁ ଝୁରି ଝୁରି ଝଡିଯିବା କଥା
ସତରେ କି ହୃଦ ପଦ୍ମ ଛୁଇଁବ ଛନ୍ଦା ଚରଣ
କମଳା ହୃଦୟ ଚକାଡୋଳା ଆଶା ଭରଷା
ଏହି ମହାପାପୀ ଅବଶ୍ୟ ଲଭିବ ପରିତ୍ରାଣ
ବୈଷ୍ଣବ ଦୁଆରେ ପଡି ପଡି ପିଣ୍ଡରୁ ପ୍ରାଣ ଯାଉ
ଚକାଡୋଳା ଚକାଆଖିରେ ଜୀବ ଭାବ ଥୋଇ
କୃଷ୍ଣ ଦାସ ଦୁଆର ଝାଡୁ କରୁ କରୁ ରାତି ପାହୁ
ଶ୍ରୀହରି ଲୀଳା ସଙ୍କୀର୍ତ୍ତନ ସୁଧା କର୍ଣ୍ଣ ପିଉ ଥାଉ
ବୈଷ୍ଣବ ଦୁଆରେ ପଡି ପଡି ପିଣ୍ଡରୁ ପ୍ରାଣ ଯାଉ
ଗୃହରେ ପରମ ବଇରୀ
ଗୃହରେ ପରମ ବଇରୀ ଉଭୟ ମୋ ଶାଶୁ ନଣନ୍ଦ
ଏଡ଼େ ଆତୁରେ ମୂରଲୀରେ ଡାକନା ରାଧେ ରାଧେ
ମୋର ଆତ୍ମା ସଦା ସର୍ବଦା ଗୋବିନ୍ଦଙ୍କୁ ଝୁରି ମରୁଛି
ମଥାର ସିନ୍ଦୂର ଠୋପା ମୋ ସାଥିରେ ଦାଉ ସାଧେ
କେଉଁଠି ଖୋଜିବି ତୁମ୍ଭଙ୍କୁ ଗୋବିନ୍ଦ
କେଉଁଠି ଖୋଜିବି ତୁମ୍ଭଙ୍କୁ ଗୋବିନ୍ଦ
ତୁମ୍ଭେ ମହାବାହୁ ମୋହର ହୃଦରେ
ଆଉ କାହା ଶରଣ ଯିବ ଏହି ଅଧମ
ମଥା ଥୋଇଛି ମୁହିଁ ଛନ୍ଦା ପାଦରେ
ଚକାଡୋଳାଙ୍କୁକି ସୁଖୀ ଭଳି ଦିଶୁଛି
ଚକାଡୋଳାଙ୍କୁକି ସୁଖୀ ଭଳି ଦିଶୁଛି
କେବେ ଶୁଣୁ ନାଁହ ମୋ ଆକୁଳ ଡାକ
ଅନ୍ୟମାନଙ୍କ ଦୁଃଖ କି ତୁମେ ବୁଝିବ
ମୋତେ ଅଣଦେଖା ଆପଣା ଲୋକ
ମହାପ୍ରଭୁ ଆପଣ ମୋ ନିଜ ଲୋକ
ମହାପ୍ରଭୁ ଆପଣ ମୋ ନିଜ ଲୋକ
କିମ୍ପାଇଁ ନ ଶୁଭେ ମୋ ଏତେ ଡାକ
ସୂର୍ଯ୍ୟ ଚନ୍ଦ୍ର ଆକାର ଡୋଳା ତୁମର
ଦେଖିକି ବୁଝି ନ ପାର କିମ୍ପା ଭେକ
କେଡେ ବଡ ଭରସା କରିଛି ମୁହିଁ
କେଡେ ବଡ ଭରସା କରିଛି ମୁହିଁ
ହରି ନାମ ସଙ୍କୀର୍ତ୍ତନ ଖିରି ଆରିସା
ଆଖି କାନ ହୃଦୟରେ ଚକାଆଖି
ପ୍ରଭୁ କରିବନି ମୋତେ ନିରାଶା
ଅଚିହ୍ନା ଅଜଣା କରେ ନିଷ୍କାମ ପ୍ରେମ
ଅଚିହ୍ନା ଅଜଣା କରେ ନିଷ୍କାମ ପ୍ରେମ
ଚିହ୍ନା ଜଣା ମନ ମନରେ ଭରା କାମ
ଅଚିହ୍ନା ଅଜଣା ନିଶ୍ୱାସଠାରୁ ପାଖରେ
ସ୍ପର୍ଶ କରି ବିଶ୍ୱାସ ହୁଏନି ଆତ୍ମା ରାମ
ସଦା ନୟନ ପଥରେ ଥିବ ହେ ଗୋପୀନାଥ
ସଦା ନୟନ ପଥରେ ଥିବ ହେ ଗୋପୀନାଥ
ମୁହିଁ ଛେଉଣ୍ଡ ଅସହାୟ ତୁମ୍ଭେଟି ଅନାଥ ନାଥ
ବିକାର ଇନ୍ଦ୍ରିୟ ମେଳରେ ବୁଦ୍ଧି ପାଣ୍ଡଵ ପତ୍ନୀ
ଅଧାଗଢା ହେ ବଢ଼ାଅ ଛନ୍ଦା ପାଦ ବଢ଼ା ହାତ
ମୋର ବାସନା ରସନାରେ
ମୋର ବାସନା ରସନାରେ ଚାଖ ହରେ କୃଷ୍ଣ ହରେ ରାମ
ନିରନ୍ତର ହରେ କୃଷ୍ଣ ହରେ ରାମ ହରେ କୃଷ୍ଣ ହରେ ରାମ
ନାମ ବ୍ରହ୍ମ ନାମ ଦାରୁବ୍ରହ୍ମ ନାମ ଆତ୍ମା ରାମ ନାମ ଗୋବିନ୍ଦ
ବିଷ୍ଣୁ ମୋହିନୀ ଭାଣ୍ଡ ସୁଧା ଚାଖିଲେ ନ ଦଣ୍ଡିବ କାଳ ଯମ
ଏହି ମନ କଥାକୁ କେବେ ଧରିବନି ହେ ଚକାଡୋଳା
ଏହି ମନ କଥାକୁ କେବେ ଧରିବନି ହେ ଚକାଡୋଳା
ଆତ୍ମା ହିଁ କ୍ଷେତ୍ର କ୍ଷେତ୍ରଜ୍ଞ ତୁମେ ହର୍ତ୍ତା କର୍ତ୍ତା ବିଧାତା
ମନଟା ସଦା ବହକିଯାଏ ଇନ୍ଦ୍ରିୟ ବିକାର କଥାରେ
ହୃଦୟ କମଳରେ ତୁମ୍ଭେ କଳା ଭ୍ରମର ପିତା ମାତା
କି ମନ୍ତ୍ର ଜାଣିଛ ହେ ନୀଳାଦ୍ରୀ ସିଂହ
କି ମନ୍ତ୍ର ଜାଣିଛ ହେ ନୀଳାଦ୍ରୀ ସିଂହ
ଜୀବ ମୁର୍ଗକୁ ଆଖିରେ ମୋହ କଲ
ଛନ୍ଦା ପଦେ ଲୋଟିବାକୁ ଝୁରି ମଲି
ତୁମ୍ଭ ବାହୁଭିଡ ଆତ୍ମାକୁ କୃଷ୍ଣ ତୁଲ
ଜଗନ୍ନାଥ ହେ କେବେ ହେବ ଅତି ନିଜର
ଜଗନ୍ନାଥ ହେ କେବେ ହେବ ଅତି ନିଜର
ଛନ୍ଦା ଚରଣ ପଖାଳିବ ଏହି ଆଖିର ନିର
ମାଆ କମଳା ଭଳି ସେବି ଅଭୟ ପୟର
ମହାପାବନ ହେବି ଯେହ୍ନେ ଜାହ୍ନବୀ ନିର
Monday, July 27, 2026
ଦର୍ଶନ ନ ଦେଇ ମୋତେ ଠକିଦେଇ
ଦର୍ଶନ ନ ଦେଇ ମୋତେ ଠକିଦେଇ
ଚକାଡୋଳା ତୁମେ କି ପାରିବ ଶୋଇ
ହୃଦୟ ଯାହାର ଅଖିଳ ଜନନୀ ଲକ୍ଷ୍ମୀ
ବ୍ରହ୍ମଦାରୁ ଅପଲକ ନୟନ ଥିବ ଚାଁହି
Subscribe to:
Posts (Atom)

















































