Wednesday, July 31, 2024

ପିତା ମାତା ପାଦ ମୁହିଁ ସେବି ନ ପାରିଲି

ପିତା ମାତା ପାଦ ମୁହିଁ ସେବି ନ ପାରିଲି ମୁହିଁ ଅଧମ ପାଇଥିଲି କେତେ ପାଖରେ ସେଇଥି ପାଇଁକି କଥା ନ କହୁ ଗୋବିନ୍ଦ ବାର ବାର ଆଖି ମିଳାଏ ତୋ ଆଖିରେ

ରାମ ରାମ ରାମ ନାମ ଜପ ଏଡିକି ମଧୁର

ରାମ ରାମ ରାମ ରାମ ନାମ ଜପ ଏଡିକି ମଧୁର ତାଣ୍ଡବ ଛାଡି ନଟରାଜ ଭଅଁର ପଦ୍ମାସନେ ସ୍ଥିର ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଏଡିକି ଯେ ମଧୁର ପରୀକ୍ଷିତ ତକ୍ଷକ ଦଂଶନକୁ ମନରୁ କଲେ ଦୂର

ପାଣି ପବନରେ ଜୀବକୁ ଅତି ସୁକ୍ଷ୍ମରେ ବାନ୍ଧି

ପାଣି ପବନରେ ଜୀବକୁ ଅତି ସୁକ୍ଷ୍ମରେ ବାନ୍ଧି ଭାଇ ଶ୍ୟାମ କୈବଲ୍ୟରେ ବାନ୍ଧିଲା ଭକତି ତୁହି ଶ୍ୟାମା ଯଦି ହୋଇବୁ ମୁଗୁନି ପାଷାଣ କଳି ଯୁଗର ମଣିଷ କେମିତି ଲଭିବ ମୁକତି

ଅନ୍ତରଠାରୁ ତୁମ୍ଭେ ଆହୁରି ଅନ୍ତରଙ୍ଗ

ଅନ୍ତରଠାରୁ ତୁମ୍ଭେ ଆହୁରି ଅନ୍ତରଙ୍ଗ ଆଉ କାହିଁ ପାଇଁକି ତୋର ଅଭିମାନ ତୋ ହାତ ଉପରେ ମୋ ହାତ ତଳେ ଶୋଭା କି ଦିଶିବ କଲେ ମୁଁ ଅନଶନ

ସୃଷ୍ଟି କଲା ସେହି ଅମୃତ କଳସି

ସୃଷ୍ଟି କଲା ସେହି ଅମୃତ କଳସି ବାଣ୍ଟିବାକୁ ହୋଇଲା କଲ୍ୟାଣୀ ସନାସନ ସାରଥୀ ଚକାଡୋଳା ଅସରା ସୁଧା ଗୋବିନ୍ଦ ଚାହାଣି

Tuesday, July 30, 2024

ପ୍ରଥମେ ସୃଷ୍ଟି କଲା ହେ ପ୍ରେମ

ପ୍ରଥମେ ସୃଷ୍ଟି କଲା ହେ ପ୍ରେମ ଦ୍ୱିତୀୟେ ହୋଇଲା ମୋହିନୀ ଦେବତାଙ୍କୁ ଭୁଞ୍ଜାଇଲା ଅମୃତ ସେହି ଅଧାଗଢା କଥା କହନି

ମଣିମା ଯେଉଁ କୃପାକଲେ ଏହି ମହା ପତିତକୁ

ମଣିମା ଯେଉଁ କୃପାକଲେ ଏହି ମହା ପତିତକୁ ଆଜ୍ଞା ହେଲେ ଦ୍ୱାରଦେଶରେ ହୁଅନ୍ତି ସେବକ ବୈଷ୍ଣବ ପାଦ ଧୂଳି ନିତି ଶିରେ ବୋଳି ହୁଅନ୍ତି ବଂଶୀବଦନକୁ ଚାହିଁ ହୋଇ ଯାଆନ୍ତି ଭାବୁକ

ଜନ୍ମଦାତ୍ରୀ ଗର୍ଭେ ଦଶ ମାସ ଦଶ ଦିନ

ଜନ୍ମଦାତ୍ରୀ ଗର୍ଭେ ଦଶ ମାସ ଦଶ ଦିନ ଇହ କାଳ ଯାତ୍ରାକୁ ପୁରିଲାଣି ପଚାଶ ଚାହିଁଛୁ ବୋଲି କୃପା କଟାକ୍ଷେ ମାଆ ଦୁର୍ଭାଗ୍ୟ ନ କରି ପାରଇ ଉପହାସ

ଚକ୍ଷୁ କର୍ଣ୍ଣ ମନକୁ ଆଣନ୍ତି ଅନେକ ଅସୂୟା

ଚକ୍ଷୁ କର୍ଣ୍ଣ ମନକୁ ଆଣନ୍ତି ଅନେକ ଅସୂୟା ଚକ୍ଷୁ କର୍ଣ୍ଣ ମନକୁ ଆଣନ୍ତି ଅନେକ ଲୋଭ ଅସୂୟା ଲୋଭରୁ ମନ ହୋଇଲେ ନିବୃତ ଆଖି କାନକୁ ସୁଲଭ ହୁଏ ଗୋବିନ୍ଦ ଲାଭ

ଅତି ବ୍ରହ୍ମମୁହୂର୍ତ୍ତରେ ପାଞ୍ଚ ବାଡ଼ିରେ ମୁଁ ପଶିଲି

ଅତି ବ୍ରହ୍ମମୁହୂର୍ତ୍ତରେ ପାଞ୍ଚ ବାଡ଼ିରେ ମୁଁ ପଶିଲି ବିବିଧ ପ୍ରକାର ଏଗାର ଗୋଟି ତୋଳିଲି ଫୁଲ ଶ୍ରଦ୍ଧା ପଟୁଆରେ ଭକ୍ତି ଗଣ୍ଠି ଭିଡି ଗୁନ୍ଥିଛି ମାଳ ସତରେ ଅଧାଗଢା ଦେବେ ଏହା ପ୍ରକୃତ ମୂଲ

Monday, July 29, 2024

ଏଡିକି ସୁନ୍ଦର ଦିଅଁ ଯେ ମର୍ତ୍ତ୍ୟରେ ଥିବ

ଏଡିକି ଅପୂର୍ବ ରୂପ ଯେ ମର୍ତ୍ତ୍ୟରେ ଥିବ ସଖିରେ ମୁହିଁ ସ୍ୱପ୍ନରେ ବି ନ ଥିଲି ଭାବି ଛନ୍ଦାପାଦକୁ ଅଧରରେ ମୋହନ ବଂଶୀ ଦେଖୁଥାଉ ଚକ୍ଷୁ ଭବସାଗର ପାରିହେବି

କଥା ପଦଟିଏ ସିଏ ନ କହନ୍ତୁ ପଛକେ

କଥା ପଦଟିଏ ସିଏ ନ କହନ୍ତୁ ପଛକେ ସଖିରେ କଳାମୁଖକୁ ଆମେ ଚାହିଁଥିବା ସପନରେ କେବେ ନ ଆସନ୍ତୁ ପଛକେ ସଖିରେ ଏ ବଡଭାଗ୍ୟ ତାକୁ ଭାବୁଥିବା

ଯେଉଁ ସଦୟ ହୃଦୟ ସାଇତିଲା ଶ୍ରୀବତ୍ସ ପାଦ

ଯେଉଁ ସଦୟ ହୃଦୟ ସାଇତିଲା ଶ୍ରୀବତ୍ସ ପାଦ ସେହି ଉଦାର ହୃଦୟ ହେଇଥାଉ ସଦା ସାହା ଯେଉଁ ନୃସିଂହ ବସାଇଲେ କୋଳେ ପ୍ରହଲ୍ଲାଦ ସର୍ବଦା ଆଶାରା ଦେଇଥାନ୍ତୁ ତୋଳି ଚଉବାହା

I am sun in the day

I am sun in the day I am moon in the night I would be always with In the darkness I'm light

To enjoy the clean blue sky

To enjoy the clean blue sky Fly above black cloud like a flight To enjoy the peace in the heart Close both eyes, see in the inner light

Live happily

While standing in a bus stop, a thin built person in savy dress and long hair and a lot of stop stuff in a bag in the left hand and a khaini pouch in the right hand , verbally approached for some rupees for a cup of tea.I wished him to offer a few rupees in the exchange of the khaini pouch.He smiled at me.He told - if you want to eat you can buy nearby shop.But I told - I want his pouch .Then he tored the pouch,ate some khain , then tried to handover the rest. I didn't not agree to give money in a broken condition. He smiled and kept the khaini pocket in the bag in the left hand ,walked away happily .

Friday, July 26, 2024

ସୁଭଦ୍ରା କୋଟି ସୂର୍ଯ୍ୟ ପ୍ରଭା ସୁଭଦ୍ରା କୋଟି ଚନ୍ଦ୍ର ଜୋତ୍ସନା

ସୁଭଦ୍ରା କୋଟି ସୂର୍ଯ୍ୟ ପ୍ରଭା ସୁଭଦ୍ରା କୋଟି ଚନ୍ଦ୍ର ଜୋତ୍ସନା ସୁଭଦ୍ରା ସର୍ବଦା ସର୍ବଶୁଭ ସୁଭଦ୍ରା ସଦା ଅଶେଷ କଲ୍ୟାଣୀ ସୁଭଦ୍ରା ମହାପରାଶକ୍ତି ସୁଭଦ୍ରା ସୃଷ୍ଟି ସ୍ଥିତି ଲୟର କାରଣ ସୁଭଦ୍ରା ବଳରାମର ଭଉଣୀ ସୁଭଦ୍ରା ଗୋବିନ୍ଦର ଭଉଣୀ

ଲାଳସା ମୋ ବୁଣେ ଅନେକ ଆଶାରେ ଜାଲ

ଲାଳସା ମୋ ବୁଣେ ଅନେକ ଆଶାରେ ଜାଲ ଆଶା ବୁଢିଆଣୀ ସ୍ବୟମ୍ଭ ଛନ୍ଦି ହୋଇ ପଡିଛି ବେଳ ବଢିଲେ ଫାସ ହୁଏ ଦୃଢ଼ରୁ ଦୃଢତ୍ତର ଅନନ୍ୟ ପାଞ୍ଚାଳୀ ଗୋବିନ୍ଦଙ୍କୁ ହସ୍ତ ଯୋଡୁଛି

ଗୋବିନ୍ଦ ଦୁଇ ଭୃଲତା ମଧ୍ୟରେ ଚନ୍ଦନ ଟୋପା

ଗୋବିନ୍ଦ ଦୁଇ ଭୃଲତା ମଧ୍ୟରେ ଚନ୍ଦନ ଟୋପା ସେତେ ବେଶି ସୁନ୍ଦର ଯେତେ ଅଧିକ ଦେଖେ ଧଳା ଧୋତିକୁ ତୁଳସୀର ମାଳ ଅତି କମନୀୟ ହୃଦୟ କହେ ରହିଯାନ୍ତେ କିବା ମୋର ପାଖେ

କ୍ଷେତ୍ରରୁ ଆସିଥିଲେ ଜଣେ କଳା ବାମନ

କ୍ଷେତ୍ରରୁ ଆସିଥିଲେ ଜଣେ କଳା ବାମନ ଧଳା ଧୋତି ଚଦର ଚର୍ଚ୍ଚିତ ଚନ୍ଦନ ତୁଳସୀ ଅଧୀର ମଧୁର ଚାଲିରେ ପଦ୍ମ ଫୁଟୁଥିଲା ସଙ୍ଗେ ମା ପଦ୍ମା କାଖରେ ଧାନ କଳସୀ

Thursday, July 25, 2024

ଗୋବିନ୍ଦ ଯେ ନ କରେ ପାତର ଅନ୍ତର

ଗୋବିନ୍ଦ ଯେ ନ କରେ ପାତର ଅନ୍ତର ବେଦ କହେ ବେଦାନ୍ତ ବୈଷ୍ଣବ କହେ ଏତେ ଡାକୁଛି ଏତେ ପ୍ରକାରେ ଚିନ୍ତୁଛି ସତେ କିବା ଗୋବିନ୍ଦ ମନକୁ ନ ପାଏ

ନ କହ ନ କହ ସେ ହଟିଆ ଗୋବିନ୍ଦ କଥା

ନ କହ ନ କହ ସେ ହଟିଆ ଗୋବିନ୍ଦ କଥା ଜାଣିଥା ଝୁରିବା ମନକୁ ସେହି ସାତ ସପନ କିବା ଦେଲା ସିରିଆ କିବା ପୂଜିଲା ସୁମତୀ ତାଙ୍କରି ଘରେ ସଦା ବାସ ସଦା ଭୋଜନ

ଅନେକ ଅନେକ ଥର ମୁଁ ଘର ଛାଇଲିଣି

ଅନେକ ଅନେକ ଥର ମୁଁ ଘର ଛାଇଲିଣି ଅନେକ ଅନେକ ଛିଡି ଗଲାଣି ପିନ୍ଧା ବସ୍ତ୍ର ଅନେକ ଅନେକ ଗୋବିନ୍ଦଙ୍କୁ ଖୋଜିଲିଣି ନ ପାଏ ପଢ଼ିଲିଣି ଅନେକ ଅନେକ ଶାସ୍ତ୍ର

ମନ ଦର୍ପଣକୁ ଚାହିଁଲି ଚର୍ମ ଚକ୍ଷୁରେ

ମନ ଦର୍ପଣକୁ ଚାହିଁଲି ଚର୍ମ ଚକ୍ଷୁରେ କେବଳ ଦିଶିଲା ଦେହ ଅଙ୍ଗ ପ୍ରତ୍ୟଙ୍ଗ ତାହା ହେଲେ ମୁହିଁ କିଏ ହେ ଗୋବିନ୍ଦ ତୋ ବିନା ସଭିଙ୍କୁ ଅଜଣା ଏହି ପ୍ରସଙ୍ଗ

ଯେଉଁ ଜୀବନ ଅମୃତ ସିଞ୍ଚିଲୁ ପଞ୍ଚ ଭୂତରେ

ଯେଉଁ ଜୀବନ ଅମୃତ ସିଞ୍ଚିଲୁ ପଞ୍ଚ ଭୂତରେ ତୋର କଟାକ୍ଷରେ ହେଲା ତୁଳସୀ ଦୟଣା ତୁଳସୀ ଦୟଣା ହୋଇଲା ସେବତୀର ଚୁଳ ଘୁଙ୍ଗୁରୁ ଚୁଳିଆ ଭାଇ ଶିରେ କଲା ଗହଣା

ସଂସାର ସାରା ପଡ଼ିଅଛି ବିଷ୍ଣୁ ବୈଷ୍ଣବ ପାଦପଦ୍ମ

ସଂସାର ସାରା ପଡ଼ିଅଛି ବିଷ୍ଣୁ ବୈଷ୍ଣବ ପାଦପଦ୍ମ ଅଶେଷ ଅଶେଷ ବାର ଆସିଅଛନ୍ତି ମର୍ତ୍ତକୁ ଅବତରି ମଧୁର ଶାନ୍ତକାର ରୂପ ଜୟଦେବ ଆରାଧ୍ୟ ଗୋବିନ୍ଦ ଅଶେଷ ଅଶେଷ ଉଦାର ପତିତପାବନ ବଂଶିଧାରୀ

Wednesday, July 24, 2024

ବନ ଉପବନରେ ଯେତେ ଫୁଲ ଫୁଟିଛି

ବନ ଉପବନରେ ଯେତେ ଫୁଲ ଫୁଟିଛି ମଧୁମକ୍ଷି ପାନ କଲେ ନ ପାରିବ ଶୋଷି ବିଷ୍ଣୁ ବୈଷ୍ଣବଙ୍କ ଯେତେ ଲୀଳା ଗାଥା କିଏ ସେହି ମହାଜ୍ଞାନୀ ପାରିବକି ଘୋଷି

ଚନ୍ଦନ କାଠ ଘୋଷେ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ

ଚନ୍ଦନ କାଠ ଘୋଷେ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ସେଥିଲାଗି ହରି ଚନ୍ଦନ ଏଡ଼େ ଶୀତଳ ସୁଶୀତଳ ତୁଳସୀ ସେବତୀ ମଣ୍ଡନ କରନ୍ତି ଗୋବିନ୍ଦ କପାଳ ସେଥିଲାଗି ଟାହିଆର ପାଦ ଆନନ୍ଦରେ ଟଳମଳ

ମୁହିଁ ପଘା ଛିଣ୍ଡା ଓଲେଇ ଗାଈଟିଏ

ମୁହିଁ ପଘା ଛିଣ୍ଡା ଓଲେଇ ଗାଈଟିଏ ହେ ଗୋବିନ୍ଦ ତୁହି ମୋ ଗାଈଆଳ କାଞ୍ଜିଆ ବୋଦାରେ ବନ୍ଧା ପଡିଲେ ତୁ ମୋ ଉଦ୍ଧାର ତୁ ମୋ ରଖୁଆଳ

ମାଆ ଯେ ମୋହର ଗୋବିନ୍ଦ କୃପା

ମାଆ ଯେ ମୋହର ଗୋବିନ୍ଦ କୃପା ମାଆ ମଲା ପରେ ଆଜି ମୁଁ ବୁଝୁଛି ମାଆ ଅମୀୟ ପରଶ ସର୍ବାଙ୍ଗ ଛୁଏଁ ମାଆ ମାଆ ସ୍ନେହକାଙ୍ଗାଳ ଝୁରୁଛି

ବଡ଼ଦାଣ୍ଡରେ ଜଗନ୍ନାଥ

ନିରାକର ହୋଇଲେ ଆହାଃ କି ନୟନାଭିରାମ ନିର୍ଗୁଣ ପୂର୍ଣ୍ଣବ୍ରହ୍ମ ହେଲେ ମନ ବୁଦ୍ଧିକୁ ସତ୍ତ୍ଵ ଗୁଣ ଅଧା ଗଢା ହେଲେ ଆଜାନୁଲମ୍ବିତ ବାଳ ମୁକୁନ୍ଦ ସାତ ସପ୍ନ ବାହୁ ଭିଡକୁ ନେଲେ ପତିତ ବ୍ରାହ୍ମଣ

Tuesday, July 23, 2024

ତୁମ୍ଭେ ବହୁତ ସୁନ୍ଦର ହେ ମୁରଲୀଧାରୀ

ତୁମ୍ଭେ ବହୁତ ସୁନ୍ଦର ହେ ମୁରଲୀଧାରୀ ତୋର ଭକତ ତୋଠାରୁ ଟିକିଏ ବେଶୀ ଭକତ ଯେତେବେଳେ ତୋତେ ସଜାଏ ହେ ଗୋବିନ୍ଦ ତୁମ୍ଭେ ନିଜେ ଯାଅ ଫସି

ତୋତେ ମୁହିଁ କେତେ ଯେ ଝୁରୁଛି

ତୋତେ ମୁହିଁ କେତେ ଯେ ଝୁରୁଛି ମାଆ ଗୋ ତୁହି କି ପାରିବୁ ଜାଣି ଦେହ ଛାଡିଦେଇ ଯିବାଟି ଦିନରୁ ମାଆ ହୋଇ ଯାଇଛୁ ପାଷାଣୀ

ଗଗନ ପବନରେ ବିଷ୍ଣୁ ସ୍ୱରୂପା ଗାୟତ୍ରୀ ମନ୍ତ୍ର ଧ୍ୱନି

ଗଗନ ପବନରେ ବିଷ୍ଣୁ ସ୍ୱରୂପା ଗାୟତ୍ରୀ ମନ୍ତ୍ର ଧ୍ୱନି ମହାବିଘ୍ନ ନାଶକ ଗିରିଜା ସୁତ ଦ୍ୱାର ପାଶରେ ଉଭା ଉଠ ଉଠ ନିଦ୍ରା ତେଜ ହେ ଅଖିଳ ମଙ୍ଗଳ ଗୋବିନ୍ଦ ରବି ଶଶୀ ଚକ୍ଷୁ ନୟନା ପତିତପାବନ ଦିବ୍ୟ ପ୍ରଭା

Monday, July 22, 2024

ଶାନ୍ତି ନିକେତନ କାଳୀ

ଶାନ୍ତି ନିକେତନ କାଳୀ ଗଳାରେ ମନ୍ଦାର ମାଳି ତ୍ରିନୟନରେ ଚାହିଁଥିବୁ ହସ୍ତେ ତୋ କୃପା ଥାଳି

କମଳ ପୁଷ୍ପରେ କେଶର ପାଖୁଡା

କମଳ ପୁଷ୍ପରେ କେଶର ପାଖୁଡା ମନ ଭଅଁର ତୁ କେଉଁଥିରେ ରସୁ ଭେଟିଲୁକି କମଳିନୀର ହୃଦୟକୁ କି ଭାଗ୍ୟ କେତେ ପାଖରେ ବସୁ

Sunday, July 21, 2024

ଯେଉଁ ପାଦ ମାଆ କମଳିନୀ ନିରନ୍ତର

ଯେଉଁ ପାଦ ମାଆ କମଳିନୀ ନିରନ୍ତର ସେବେ ସେହି ନିର୍ଗୁଣ ପୁରୁଷ ପାଦ ସେବା ମନ ହେଲା ଯେଉଁ ପାଦ ନିମିତ୍ତ ମାତ୍ର କମଳ ପୁଷ୍ପ ଲଭିଲା ତ୍ରିଗୁଣରେ ବନ୍ଧା ମନ ଦୁଆରୁ ବାହୁଡ଼ି ଆସିଲା

ଭାଗ୍ୟରେ ଥିଲେ ଦୁର୍ଦଶା ଛତା ଉଡ଼ିଯାଏ

ଭାଗ୍ୟରେ ଥିଲେ ଦୁର୍ଦଶା ଛତା ଉଡ଼ିଯାଏ ଶ୍ରୀଗୁରୁ ଗୋବିନ୍ଦ କୃପାରେ ଭିଜଇ ଦେହ ପ୍ରାରବ୍ଧ ଖଣ୍ଡନ ହୁଏ କର୍ମ ଫଳ ସଢ଼ିଯାଏ ଶ୍ରୀଗୁରୁ ଗୋବିନ୍ଦ କୃପାରେ ତୁଟେ ମୋହ

ନ ରୁଚିଲା ବୋଲି ତୋତେ ପୋଡା କନ୍ଦମୂଳ

ନ ରୁଚିଲା ବୋଲି ତୋତେ ପୋଡା କନ୍ଦମୂଳ ବ୍ରାହ୍ମଣ ବିଦ୍ୟାପତିକୁ କଲୁ ବିଶ୍ୱାବସୁ ଜୋଇଁ ନୀଳମାଧବ ରୂପ ତେଜିଣ ଚକାଆଖି ହେଲୁ କଳିରେ କେବଳ ଦର୍ଶନରେ ତାରିବା ପାଇଁ

ନ ରୁଚିଲା ବୋଲି ତୋତେ ପୋଡା କନ୍ଦମୂଳ

ନ ରୁଚିଲା ବୋଲି ତୋତେ ପୋଡା କନ୍ଦମୂଳ ବ୍ରାହ୍ମଣ ବିଦ୍ୟାପତିକୁ କଲୁ ବିଶ୍ୱାବସୁ ଜୋଇଁ ନୀଳମାଧବ ରୂପ ତେଜିଣ ଚକାଆଖି ହେଲୁ କଳିରେ କେବଳ ଦର୍ଶନରେ ତାରିବା ପାଇଁ

ଗୁରୁ କୃପା ବରଷାରେ

ଗୁରୁ କୃପା ବରଷାରେ ଭିଜରେ ମୋର ଭାଇ ଯେତେ ତୁରେ ଭିଜିବୁ ତେତେ ନିର୍ମଳ ହୋଇ

ଗୁରୁରୁ ଗୁରୁତ୍ତର ହେଲେ ଏହି ସଂସାର ଜଞ୍ଜାଳ

ଗୁରୁରୁ ଗୁରୁତ୍ତର ହେଲେ ଏହି ସଂସାର ଜଞ୍ଜାଳ ଅଲେଖ ନିରଞ୍ଜନ ଧରନ୍ତି ସାକାର ଶ୍ରୀଗୁରୁ ରୂପ ଗୁରୁ ପୂର୍ଣ୍ଣିମା ଦୂର କରେ ସକଳ ଅଜ୍ଞାନ ଅନ୍ଧାର ଦର୍ଶନରେ କେବଳ ଖଣ୍ଡଇ ଗୁରୁ ଗୁରୁତ୍ତର ପାପ

ମନ୍ଦାର ମନ୍ଦାର ମାଳେ ସୁଷମା ତୋହର

ମନ୍ଦାର ମନ୍ଦାର ମାଳେ ସୁଷମା ତୋହର ମାଆ କଟାକ୍ଷେ କଟାକ୍ଷେ ବର୍ଷେ କରୁଣା ଦୀପ ଦୀପାବଳୀରେ ଅତି ଅତି ପ୍ରସନ୍ନା ମାଆ ପାଦେ ପଦ୍ମପାଦେ ଧ୍ୟାନ ଧାରଣା

ଦେହ ମନ ବୁଦ୍ଧି ମିଶି ଗଢ଼ିଛନ୍ତି ପୋଡ଼ ପିଠା

ଦେହ ମନ ବୁଦ୍ଧି ମିଶି ଗଢ଼ିଛନ୍ତି ପୋଡ଼ ପିଠା ମାଟି ଖିଆ ତୁଣ୍ଡ ଖୋଲି ଭୁଞ୍ଜ ହେ ଗୋବିନ୍ଦ କିଛି କିଛି ମାଗିବି ନାହିଁ ହେ କମଳା ହୃଦୟ ନିରନ୍ତରେ ନୟନ ପଥେ ଥିବୁ ମୋ ଆନନ୍ଦ

ପିତା ସଂସାର ଭାର ବୋହିବାକୁ ବାହୁଙ୍ଗି

ପିତା ସଂସାର ଭାର ବୋହିବାକୁ ବାହୁଙ୍ଗି ବିଲରୁ ବୋହିଯାଉଥିବା ପାଣି ପାଇଁ ବନ୍ଧ ପିତା ଶ୍ରୀମନ୍ଦିର ଆନନ୍ଦ ବଜାରର ଅବଢ଼ା ପରିବାର ପାଳନକୁ ମଣିଷ ରୁପି ଗୋବିନ୍ଦ

Saturday, July 20, 2024

ସତ୍ୟଯୁଗରେ ପାଦୁକା ବଳି ଦ୍ୱାରରେ

ସତ୍ୟଯୁଗରେ ପାଦୁକା ବଳି ଦ୍ୱାରରେ ତ୍ରେତୟାରେ ପାଦୁକା ଭରତ ଶିରରେ ଦ୍ୱାପରରେ ପାଦୁକା ପାଣ୍ଡବ ଶିବିରେ କଳିଯୁଗରେ ପାଦୁକା ନୀଳକନ୍ଦରରେ

ସଦ୍ୟଜାତର ପ୍ରଥମ ଦର୍ଶନ ମାଆ ଗୋ

ସଦ୍ୟଜାତର ପ୍ରଥମ ଦର୍ଶନ ମାଆ ଗୋ ତୁହି ମାଆ ଗୋ ମୋର ପ୍ରଥମ ଆଶ୍ରୟ ବହୁ ଜବା ମାଳାରେ ସୁଶୋଭିତ ମାଆ ଆଦି ଗୁରୁମା ପଢାଅ ଗୋବିନ୍ଦ ବିଷୟ

ଯୋଗୀର ଜଟାରୁ ଝରିପଡୁ ହୋଇ ଗଙ୍ଗା ଧାର

ଯୋଗୀର ଜଟାରୁ ଝରିପଡୁ ହୋଇ ଗଙ୍ଗା ଧାର ପୂର୍ଣ୍ଣକରି କମଣ୍ଡଳୁ ପାବନ କରୁ ମାଆ ତ୍ରିଭୁବନ ଜ୍ଞାନୀ ଲେଖନୀରୁ ଝରିପଡ଼ୁ ହୋଇ ଭାଗବତ ପୂର୍ଣ୍ଣକରି ବେଦାନ୍ତ ହରୁ ମାଆ ସକଳ ଅଜ୍ଞାନ

ତୁହି ମୋର ଦେହରେ ଚେତନା ମାଆ ଗୋ

ତୁହି ମୋର ଦେହରେ ଚେତନା ମାଆ ଗୋ ତୁହି ଗୋ ମୋହର ଜନନୀ ଅସ୍ଥି ମଜ୍ଜା ରକ୍ତ ତ୍ରିନୟନରେ କୃପାକଟାକ୍ଷ ଢାଳ ମାଆ ଗୋ ଜବା ମାଳା ଶୁଭାଙ୍ଗୀ କର ଗୋବିନ୍ଦେ ଯୁକ୍ତ

ମୋ ବୟସ ହେଲା ମୋହ ନ ତୁଟିଲା

ମୋ ବୟସ ହେଲା ମୋହ ନ ତୁଟିଲା ଆଖିକୁ ଦିଶୁନି କାନକୁ ଶୁଭେନା ଆଉ ସେ ମୋହ ତୋତେ ଲାଗୁ ବଂଶୀଧର ବୁଢାଟା ଉପରେ ସଭିଏଁ ରାଉ ରାଉ

Friday, July 19, 2024

ଆକାଶରେ ଚାଲୁଥାଏ ମେଘ

ଅତିବ ନିର୍ମଳ ଅଚଳ ନୀଳ ଆକାଶ ଅତି ଚଞ୍ଚଳ ପକ୍ଷୀ ଅତି ଚଞ୍ଚଳ ଘନ ଅତିବ ଶାନ୍ତ ନିଳାଦ୍ରିନାଥ ଗୋବିନ୍ଦ ଅତି ଚଞ୍ଚଳ ଆୟୁ ଅତି ଚଞ୍ଚଳ ମନ

ଆଉ କର ନାହିଁ ଶ୍ରୀ ଗୋବିନ୍ଦଙ୍କର ପ୍ରଂଶସା

ଆଉ କର ନାହିଁ ଶ୍ରୀ ଗୋବିନ୍ଦଙ୍କର ପ୍ରଂଶସା ଆଉ ଥରୁଟେ ଶୁଣାନା ତାଙ୍କ କୌଣସି ନାମ ଗୋବିନ୍ଦ ଗୋବିନ୍ଦ ନାମରୁ ଗଳୁଛି ମକରନ୍ଦ ଶୁଣିଲେ ଶୁଣୁଥିବି କିଏ କରିବ ଘରର କାମ

କାହିଁ ଗଲେ ସେ ଭକତ ମନ ରସିଆ

କାହିଁ ଗଲେ ସେ ଭକତ ମନ ରସିଆ ଅଇଁଠା ଗୋଇଠା ଖାଇ ଯିଏ ହସନ୍ତି ଦେଖିବାକୁ ସିନା ହାଣ୍ଡିକଳା କାଳିଆ ଚନ୍ଦନ କସ୍ତୁରୀ ତୁଳସୀ ସଦା ବାସନ୍ତି

ତାହା ଭକତମାନଙ୍କର ଭକତି ଦେଖି

ତାହା ଭକତମାନଙ୍କର ଭକତି ଦେଖି ସଜନୀ ମୁଁ ଲାଜରେ ସରିଗଲି ଆଜ କି ଦେଇ ଗୋବିନ୍ଦ ହୃଦୟ କିଣିଲେ ପାଖେ ନ ଥିଲେ କରିବି ମୁଁ କରଜ

ମନ ମୋହର ବୁଲୁଅଛି ସାରା ସଂସାର

ମନ ମୋହର ବୁଲୁଅଛି ସାରା ସଂସାର ମାଆ ଗୋ ଗୁନ୍ଥିଥାନ୍ତା ତୋ ଲାଗି ମାଳ ହୃଦୟ ମୋ ସଂସାରକୁ ଆଶ୍ରା ଦେଇଛି ମାଆ ଗୋ ସଜାଡି ଥାନ୍ତା ଆରତି ଥାଳ