Wednesday, September 30, 2026

ଦଶ ଇନ୍ଦ୍ରିୟ ମିଶି ନିରନ୍ତର

ଦଶ ଇନ୍ଦ୍ରିୟ ମିଶି ନିରନ୍ତର ସେବନ୍ତି ମାଟି ଘଟ ଦେହଟାକୁ ଉଦ୍ଭଟ କଳ୍ପନା ହାତ ଧରି ମନ ଚଳିଲେ ଏହି ଦେହ ଚଳେ ଦେଖ କେଡେ ଦୁର୍ଲଭ ମନୁଷ୍ୟ ଶରୀର ହୋଇଗଲା ବ୍ୟର୍ଥ କାଳିଦଳା ଛନ୍ଦା ଚରଣ ଆତ୍ମାଙ୍କୁ ନ ଦେଖିଲି ଚର୍ମ ଡୋଳେ

ଅଖିଳ ବ୍ରହ୍ମାଣ୍ଡରେ

ଅଖିଳ ବ୍ରହ୍ମାଣ୍ଡରେ ଏକା ବ୍ରାହ୍ମଣ କମଳା କାନ୍ତ ଶ୍ରୀଜଗନ୍ନାଥ ଅନ୍ୟମାନେ ବ୍ରାହ୍ମଣ ହେବାକୁ କରୁ ଅଛନ୍ତି ବ୍ୟାହିକ ଚେଷ୍ଟା ଚକାଡୋଳାଙ୍କୁ ନୟନ ପଥରେ ରଖି ଚାଲିଲେ ମୁକ୍ତି ସମ୍ଭବ ଅଜ୍ଞାନ କଳି ଜୀବ ସାଧି ନ ପାରିବ ଅଷ୍ଟାଙ୍ଗ ଯୋଗ ନିଷ୍ଠା

ଗୋପରେ ଷୋଳ ସହସ୍ର ଗୋପୀ

ଗୋପରେ ଷୋଳ ସହସ୍ର ଗୋପୀ ସକଳ ଭାବନ୍ତି ବନମାଳୀ ନିଜର ଗରୁଡ଼ ପଛରୁ ବିକଳରେ ଚାହିଁଛି ଅପଲକ ପଡିବକି ପ୍ରେମ ନଜର

ଓଁକାର ପାଞ୍ଚ ଭୁତ ନାଥ

ଓଁକାର ପାଞ୍ଚ ଭୁତ ନାଥ କମଳିନୀ ନାଥ ଶ୍ରୀଜଗନ୍ନାଥ ଅନାଥ ନାଥ ସକଳ ନାଥ ଆରତ୍ତ ନାଥ ଅଭୟ ନାଥ କାଳିଦଳା ଛନ୍ଦା ଚରଣ ମୋହନ ବଂଶୀ ନାଥ ମାଧବ ଦିନନାଥ ନିଶିକାନ୍ତ ମାରୁତି ନାଥ ଗରୁଡ଼ ଜୋଡ ହସ୍ତ

ତୁମ୍ଭେ ମହାଲକ୍ଷ୍ମୀ ହୃଦୟ ମଙ୍ଗଳ ସୂତ୍ର

ତୁମ୍ଭେ ମହାଲକ୍ଷ୍ମୀ ହୃଦୟ ମଙ୍ଗଳ ସୂତ୍ର ହେ ପଦ୍ମନାଭ ତୁମ୍ଭ ନାଭି କମଳରେ ସଦା ଉଲ୍ଲସିତ ବ୍ରହ୍ମା ବିଷ୍ଣୁ ଶିବ ଗରୁଡ ପଛରୁ ଜ୍ଞାନ ଚକ୍ଷୁକୁ ଇଛା ଶକ୍ତି ବାଳ ଆୟୁଧ ଦୁଷ୍ଟ ଦଳନ ବେଦ ଉଦ୍ଧାର ସିଷ୍ଟ ପାଳନ ଆତ୍ମଭାବ

ତୁମ୍ଭେ ଶାରୀ ଦେହ ଅତି ଘନ କଳା ଚକାଆଖି

ତୁମ୍ଭେ ଶାରୀ ଦେହ ଅତି ଘନ କଳା ଚକାଆଖି ଶୁକ ଶାରୀ କଣ୍ଠରେ ସୁଧା ମଧୁର ହରେ ରାମ ତୁମ୍ଭେ କମଳ ପୁଷ୍ପ ଆଭା ସର୍ବ ଜନନୀ ଲକ୍ଷ୍ମୀ ସର୍ବ ଭୁତ ଆତ୍ମା ସୂର୍ଯ୍ୟ ଚନ୍ଦ୍ର ନୟନ ଦାରୁବ୍ରହ୍ମ

Tuesday, September 29, 2026

ଚକାଡୋଳାଙ୍କର ଦୟାଳୁ ପଣକୁ

ଚକାଡୋଳାଙ୍କର ଦୟାଳୁ ପଣକୁ ଆଉ କିଏ ସରିକି ବିପଦରୁ ଉଦ୍ଧାର କରନ୍ତି ଡାକିଲେ ଆକୁଳେ ହରିଙ୍କି ଅଅଲକ ଦୃଷ୍ଟି ପଡିଲେ ହୃଦୟ ହୁଏ ବିକାର ଶୁନ୍ୟ ଅଧାଗଢା କୃଷ୍ଣ କେବେ ଯାଆନ୍ତି ନାହିଁ ପାଖ ଛାଡିକି

ସକଳ ଇନ୍ଦ୍ରିୟ ଲାଖି ଗଲେ ଚକାଡ଼ୋଳାରେ

ସକଳ ଇନ୍ଦ୍ରିୟ ଲାଖି ଗଲେ ଚକାଡ଼ୋଳାରେ ତୁମ୍ଭେ କିବା ବୃନ୍ଦାବନେ ନୀକୁଞ୍ଜେ ବନମାଳୀ ଛନ୍ଦା ଚରଣରେ ଏହି ପତିତକୁ ଚାକର ରଖନ୍ତୁ ଆତ୍ମା ସାକ୍ଷୀ ତେଜିବ ନାହିଁ ଏତିକି ମାତ୍ର ଅଳି

ପୁରୁଷ ଦେଖିଲି କି ନାରୀ ଦେଖିଲି ନୀଳକନ୍ଦରରେ

ପୁରୁଷ ଦେଖିଲି କି ନାରୀ ଦେଖିଲି ନୀଳକନ୍ଦରରେ ନ ପାରୁଛି ଏହି ମାଟି ଘଟ ଶରୀର ତୁଣ୍ଡରେ ବଖାଣି ରାଧା ଭାବିବୁ ରାଧା କୃଷ୍ଣ ଭାବିବୁ କୃଷ୍ଣ ଅତି ଅପୂର୍ବ ସତେ କି ମା ବାପ ଅବିକଳ କରୁଣା ସମୁଦ୍ର ଚାହାଣି

ଆତ୍ମାକୁ ଅତି ବିକଳ ଖୋଜୁଥିବା ଜୀବଟିଏ

ଆତ୍ମାକୁ ଅତି ବିକଳ ଖୋଜୁଥିବା ଜୀବଟିଏ ଅଧାଗଢା ବ୍ରହ୍ମଦାରୁଙ୍କୁ ଦେଖିଲେ ପୂର୍ଣ୍ଣ ହୁଏ ଲଭେ ଅପାର ଆନନ୍ଦ କୈବଲ୍ୟ ବ୍ରହ୍ମାନନ୍ଦ କମଳା ସେବିତ ପାଦ ଛୁଇଁ ସବୁ ଭୁଲି ଯାଏ

Monday, September 28, 2026

ମୋତେ କଳା ଶାରୀଟିଏ

ମୋତେ କଳା ଶାରୀଟିଏ କରିଦିଅ ହେ ଚକାଡୋଳା କଜଳ କଳା ବ୍ରହ୍ମଦାରୁରେ ମୋର ଦେହଟି ମିଶିଯିବ ଶ୍ରୀଗୀତଗୋବିନ୍ଦ ଏଡ଼େ ମଧୁରେ ଗାଇବ ମୋ କଣ୍ଠ ହେ ଭୁବନ ମୋହନ ଗୋପ ଲୀଳା ମନେ ପଡ଼ିଯିବ

ପାପ ଚକ୍ଷୁରେ ଦୃଶ୍ୟ ହେଲନି

ପାପ ଚକ୍ଷୁରେ ଦୃଶ୍ୟ ହେଲନି ହେ ଶ୍ରୀପତି କଳା ଶ୍ରୀମୁଖ ଦର୍ଶନ ପାଇଁ ଦୀପକୁ ସଙ୍ଗେ ନେଇ ମୁହିଁ ଶ୍ରୀମନ୍ଦିର ଗଲି ସୂର୍ଯ୍ୟ ଚନ୍ଦ୍ର ତୁମ୍ଭ ଦୁଇ ଚକାଡୋଳା ଦୀପ ନିଷ୍ପ୍ରଭ ହେଲା ଯେଉଁ ଅନ୍ଧାରକୁ ସେହି ଅନ୍ଧାର ଛନ୍ଦା ପାଦକୁ ଝୁରି ମଲି

ଏହି ମହାମୂଢ଼ର କେତେ ଯେ ଜ୍ଞାନ ବୁଦ୍ଧି

ଏହି ମହାମୂଢ଼ର କେତେ ଯେ ଜ୍ଞାନ ବୁଦ୍ଧି ଅତି ଭଲ ଭାଵରେ ଚକାଡୋଳାଙ୍କୁ ଜଣା ଅପଲକ ଦୃଷ୍ଟି ପଡିଲେ ସଂସାରୁ ତରିବି ଘୋର ମାୟାରେ ହୋଇଯାଏ ପଥ ବଣା

ରାତି ସିନା କଳା ଫୁଲ ଫୁଟେ ସବୁ ଧଳା

ରାତି ସିନା କଳା ଫୁଲ ଫୁଟେ ସବୁ ଧଳା ସକଳ ମଙ୍ଗଳ ଘର କାଳିଆ ସିନା କଳା ପଞ୍ଚ ଭୂତରେ ଗଢା ସମସ୍ତଙ୍କର ଶରୀର ଦାରୁବ୍ରହ୍ମ କେବଳ ପୂଣ୍ୟ ପାବନ ଅଳା

ଯାହାଙ୍କ ଗଳାରେ ମାଳା ସ୍ୱୟଂ ମହାଲକ୍ଷ୍ମୀ

ଯାହାଙ୍କ ଗଳାରେ ମାଳା ସ୍ୱୟଂ ମହାଲକ୍ଷ୍ମୀ ଆଉ କେଉଁ ଫୁଲେ ମାଳା ଗୁନ୍ଥି ପିନ୍ଧାଇବି ଯାହାଙ୍କୁ ଝୁରି ମରେ ସ୍ୱୟଂ ଶ୍ରୀରାଧା ରାଣୀ କି ଅଛି ମୋ ପାଖରେ ତାଙ୍କୁ ସନ୍ତୁଷ୍ଟ କରିବି

ଶାନ୍ତ ରହିଲେ ଉଦ୍ଧାର ପାଇବୁ

ଶାନ୍ତ ରହିଲେ ଉଦ୍ଧାର ପାଇବୁ ଉଦାହରଣ ଶ୍ରୀକ୍ଷେତ୍ର କାଳିଆ ନ ହେଲେକି ଏହି ଅଧାଗଢାଙ୍କୁ ଭକ୍ତ ବୋଲନ୍ତେ ଗଳା ମାଳିଆ

ଦେହକୁ ଝୁଣି ଖାଇଲା ସଂସାର ଜଞ୍ଜାଳ

ଦେହକୁ ଝୁଣି ଖାଇଲା ସଂସାର ଜଞ୍ଜାଳ ମନଟିକୁ ନେଇଗଲେ ଶ୍ରୀକ୍ଷେତ୍ର କାଳିଆ ଆତ୍ମାକୁ ସାଇତି ବ୍ରହ୍ମଦାରୁ କୋରଡ଼ରେ ବଡଦାଣ୍ଡରେ ମାଗି ବୁଲେ ଭିକ ଥାଳିଆ

ଇନ୍ଦ୍ରିୟ ବିକାର ଅହଙ୍କାର ମୁହିଁ ଅନାଥ ନେଇ କି କରିବି

ଇନ୍ଦ୍ରିୟ ବିକାର ଅହଙ୍କାର ମୁହିଁ ଅନାଥ ନେଇ କି କରିବି ଆହେ କମଳା ହୃଦୟ କମଳ ନୟନ ପାବନ ଅଧାଗଢ଼ା ଦୁଃସହ ମାୟା ସଂସାର ଜଞ୍ଜାଳରେ ଥଳ କୁଳ ନ ପାଏ ବାଇଶି ପାହାଚ ତଳେ କାନ୍ଦୁଅଛି ଅଭୟ ଚରଣ ବଢ଼ା

କଳା ତୁଳସୀ ଲକ୍ଷ୍ମୀ ବିଲ୍ୱ ନିମ୍ବ

କଳା ତୁଳସୀ ଲକ୍ଷ୍ମୀ ବିଲ୍ୱ ନିମ୍ବ ଦାରୁବ୍ରହ୍ମ ବୃକ୍ଷ ରୋପିଥିଲେ ନୀଳକନ୍ଦର ରତ୍ନ ବେଦିରେ ଦର୍ଶନ କରିବୁ କଳା ଶ୍ରୀମୁଖକୁ ମାଆ କମଳା ସେବିତ ଚରଣରେ ନିଷ୍କାମ ପ୍ରେମ ସଞ୍ଚିଥିଲେ ଶଙ୍ଖ କ୍ଷେତ୍ର ଅଧାଗଢା ଛନ୍ଦା ଚରଣରେ ଲଭିବୁ ପରମ ସୁଖ

Sunday, September 27, 2026

ଏକ ଚନ୍ଦ୍ରମା ଅଖିଳ ବ୍ରହ୍ମାଣ୍ଡ ଆଲୋକିତ କରେ

ଏକ ଚନ୍ଦ୍ରମା ଅଖିଳ ବ୍ରହ୍ମାଣ୍ଡ ଆଲୋକିତ କରେ ଏକ ରବି ଭରେ ସକଳ ଜୀବରେ ପ୍ରାଣ ଜୀବନ ପୂର୍ଣ୍ଣ ଚନ୍ଦ୍ରମା ଉଷା ରବି ଉଭୟ ଚକାଡ଼ୋଳାରେ ବ୍ରହ୍ମଦାରୁ ସର୍ବତ୍ର ଭୂମି ଆକାଶ ଅଗ୍ନି ଜଳ ପବନ

ମେଘ ମୁକ୍ତ ଗଗନରେ ପୂର୍ଣ୍ଣିମା ଚନ୍ଦ୍ର ଚକାଡୋଳା

ମେଘ ମୁକ୍ତ ଗଗନରେ ପୂର୍ଣ୍ଣିମା ଚନ୍ଦ୍ର ଚକାଡୋଳା ଚକାଡୋଳା ଉଷା ଆକାଶରେ ଉଦିତ ବାଳ ରବି ରବି କମଳ ପ୍ରାଣ ଆତ୍ମା ଚନ୍ଦ୍ର କୁମୁଦ ପ୍ରାଣ ଆତ୍ମା ଆତ୍ମାର କେବଳ ମାତ୍ର ଆଧାର କୃଷ୍ଣ ସୁନ୍ଦର ଛବି

ସୁନା ପଞ୍ଜୁରୀ ରୂପା ଝରକା

ସୁନା ପଞ୍ଜୁରୀ ରୂପା ଝରକା ହୀରା ଖିଡକି ଖୋଲି ଦେଲେ କ୍ଷୀର ଭାତ ଆଡେଇ ଆକାଶ କୋଳକୁ ଉଡ଼ିଯାଏ ଚଢେଇ ଲକ୍ଷ୍ମୀକାନ୍ତ କଳା ସାଆନ୍ତଙ୍କର ଚକାଡ଼ୋଳାକୁ ଚାହିଁ ଦେଲେ ଛନ୍ଦା ଚରଣେ ଲୋଟିବ ବୋଲି ଆତ୍ମା ମୁଣ୍ଡ ଦିଏ ବାଡେଇ

ମୋର ଆତ୍ମା ରହିଗଲା ମଣିମାଙ୍କ

ମୋର ଆତ୍ମା ରହିଗଲା ମଣିମାଙ୍କ କୁହୁକ ମୋହନ ଚକାଡୋଳାରେ ହେ ବ୍ରହ୍ମଦାରୁ ଅଧାଗଢାଙ୍କ ଛନ୍ଦା ଚରଣରେ ହୃଦୟ ରହିଲା ଶୋଇ ବରୁଣ ଜାମାତା କମଳା ହୃଦୟଙ୍କୁ ଏତିକି ହିଁ ମାଗୁଣୀ ମୂଢ଼ ରାମର ସବୁ ଇନ୍ଦ୍ରିୟଙ୍କୁ ଏକାଠି କରି ମଙ୍ଗଳ ଆରତିକୁ ବେଳକୁ ଥିବି ଚାହିଁ

ଗଗନ ଛୁଆଁ ପରବତ ଦୁରରୁ ସୁନ୍ଦର

ଗଗନ ଛୁଆଁ ପରବତ ଦୁରରୁ ସୁନ୍ଦର ପାଖରୁ ତୀଖ କଣ୍ଟା ଝଟା ଲଟା ବୁଦା ଚକାଡ଼ୋଳାରେ ଭାବ ଲଗାଇ ରାମ ଦିନ ରାତି ଦୀନ ଝୁରି ମରୁଥାଏ ସଦା

ଶ୍ରୀପୁରୁଷୋତ୍ତମ ଧାମକୁ ଆପଣ ହିଁତ ଡାକିଥିଲେ

ଶ୍ରୀପୁରୁଷୋତ୍ତମ ଧାମକୁ ଆପଣ ହିଁତ ଡାକିଥିଲେ ହେ ମହାବାହୁ କେମିତି ବଡଦାଣ୍ଡୁ ଦେଲ ଫେରାଇ କେବଳ ଅଧାଗଢା ଛନ୍ଦାପାଦକୁ ଥରୁଟେ ଛୁଇଁଥାନ୍ତି ମୁଁ କି ଚୋର ତୁମ୍ଭ ଚକାଆଖିକୁ ନେଉଛି ଚୋରାଇ

ଅତି ଚଞ୍ଚଳ ମନ ନିଶ୍ଚଳ କଲେ ନିଷ୍କାମ ସେବାରେ

ଅତି ଚଞ୍ଚଳ ମନ ନିଶ୍ଚଳ କଲେ ନିଷ୍କାମ ସେବାରେ ଅତି ଦୁର୍ଲଭ ମନୁଷ୍ୟ ଦେହ ହୋଇଯାଏ ଶ୍ରୀମନ୍ଦିର କମଳା ସେବିତ କମଳ ଚରଣକୁ ଆତ୍ମା ଝୁରୁଥିଲେ ନିଗମାନନ୍ଦ ଯାଚି ଦିଅନ୍ତି ଅଧାଗଢା ଶ୍ୟାମ ସୁନ୍ଦର

ନାରିକେଳ ସେହି ବୃକ୍ଷ ଗୋଟିକ ସେହି କେଡେ ଉଚ୍ଚ

ନାରିକେଳ ସେହି ବୃକ୍ଷ ଗୋଟିକ ସେହି କେଡେ ଉଚ୍ଚ ଉର୍ଦ୍ଧ୍ୱକୁ ଚାହିଁଲେ ମୋ ଦୁଇଟି ଯାକ ଆଖି ପାଏ ନାହିଁ ସୁଧା ମଧୁର ଜଳରେ କେମିତି ଭରିଲ ହେ ବିଶ୍ୱକର୍ମା ବ୍ରହ୍ମଦାରୁ ଅଧାଗଢା ଗରୁଡ଼ ପଛରୁ ନିଜେ ଅଛି ଚାହିଁ

ପ୍ରଜାପତିରେ ମୋର

ପ୍ରଜାପତିରେ ମୋର ବଗିଚା ପ୍ରତି ଫୁଲକୁ ଚୁମୁଛୁ ଫୁଲ ଫୁଟୁଛି ବୋଲି ତୋତେ କେ ଦେଲା ଖବର ସୁଭଦ୍ରା ଦୁଇଟି ଯାକ ଭାଇ ହୋଇଲେ ଅଧାଗଢା କେମିନ୍ତି ପାରିହେଲୁ ଭଵ ସମୁଦ୍ର ଦଦରା ନାବର

Saturday, September 26, 2026

ଶ୍ରୀପୁରୁଷୋତ୍ତମରେ ଜାଗା ଖଣ୍ଡେ ଦେଲେ

ଶ୍ରୀପୁରୁଷୋତ୍ତମରେ ଜାଗା ଖଣ୍ଡେ ଦେଲେ ଚକାଡ଼ୋଳାଙ୍କୁ ନିତି ଦେଖନ୍ତା ଜୀବନ ପକ୍ଷୀ ପତିତପାବନ ବାନା ଡ଼ାକି ସଭିଁକୁ କହୁଅଛି ବଡ ଦୟାଳୁ ମହାଲକ୍ଷ୍ମୀ ହୃଦୟ ଚକାଆଖି

କର୍ମ ଜ୍ଞାନ ଇନ୍ଦ୍ରିୟମାନଙ୍କୁ

କର୍ମ ଜ୍ଞାନ ଇନ୍ଦ୍ରିୟମାନଙ୍କୁ ଅଭେଦ୍ୟ ନୀଳକନ୍ଦର ବୈକୁଣ୍ଠ ନିଷ୍କାମ ପ୍ରେମରେ ବଂଶୀ ମଧୁର ଡାକେ ଧ୍ୱନୀ ରାଧା ରାଧା ଷଢ଼ ବିକାର ଭେଳାରେ ଅପହଞ୍ଚ ଅଧାଗଢା ଛନ୍ଦା ଚରଣ ସିଂହଦ୍ୱାରରେ କାନ୍ଦୁଛି ରାମ ଚାଖି ନ ପାରି ବ୍ରହ୍ମାନନ୍ଦ ସୁଧା

ଦର୍ଶନ ଇନ୍ଦ୍ରିୟକୁ ବାଳ ରବି

ଦର୍ଶନ ଇନ୍ଦ୍ରିୟକୁ ବାଳ ରବି ପୂର୍ଣ୍ଣିମା ଶଶୀ ଚକାଡୋଳା ଶ୍ରବଣ ଇନ୍ଦ୍ରିୟକୁ ବଳଭଦ୍ର ସୁଭଦ୍ରା ଜଗନ୍ନାଥ ସୁଦର୍ଶନ କର୍ମ ଇନ୍ଦ୍ରିୟଙ୍କୁ ନବଧା ଭକ୍ତି ନିଷ୍କାମ ପ୍ରେମ ବ୍ରହ୍ମଦାରୁ ଯୋଗୀ ମାନସ ଚନ୍ଦ୍ରମା ମହାଲକ୍ଷ୍ମୀ ଆତ୍ମା ହରି ଚନ୍ଦନ

ସବୁବେଳେ ମାଗୁଛି ବୋଲି

ସବୁବେଳେ ମାଗୁଛି ବୋଲି ଖରାପ ଭାବିବ ନାହିଁ ମୁହିଁ ପରା ଅତି ବଡ଼ ଦୁଃଖିଟିଏ ହେ କଳା ସାଆନ୍ତ ହାତ ପତେଇବି ତ କେବଳ ତୁମ୍ଭଙ୍କୁ ହେ ମଣିମା ତୁମ୍ଭ ହୃଦୟରେ ମାଆ କମଳା ତୁମ୍ଭେ ଭାଗବତ

ସବୁବେଳେ ମାଗୁଛି ବୋଲି ଖରାପ ଭାବିବ ନାହିଁ

ସବୁବେଳେ ମାଗୁଛି ବୋଲି ଖରାପ ଭାବିବ ନାହିଁ ମୁହିଁ ପରା ଅତି ବଡ଼ ଦୁଃଖିଟିଏ ହେ କଳା ସାଆନ୍ତ ହାତ ପତେଇବି ତ କେବଳ ତୁମ୍ଭଙ୍କୁ ହେ ମଣିମା ତୁମ୍ଭ ହୃଦୟରେ ମା କମଳା ନ ଥାଉ ଗୋଡ଼ ହାତ

ଜ୍ଞାନ ମଧ୍ୟରେ ତୁମ୍ଭେ ଭାଗବତ ହେ ଜଗନ୍ନାଥ

ଜ୍ଞାନ ମଧ୍ୟରେ ତୁମ୍ଭେ ଭାଗବତ ହେ ଜଗନ୍ନାଥ ହେ ଚକାଡୋଳା ମଦ ମଧ୍ୟରେ ତୁମ୍ଭେ ଶ୍ରୀମଦ ପରମ ପାବନ ଭାଗବତ ବ୍ରହ୍ମଦାରୁଙ୍କ ଜନ୍ମଦିନ ଅଧାଗଢାଙ୍କ ପାଦରେ ଚାରି ଧାଡ଼ିରେ ଏହି ପଦ

ଜ୍ଞାନ ମଧ୍ୟରେ ଭାଗବତ

ଜ୍ଞାନ ମଧ୍ୟରେ ଭାଗବତ ମଦଙ୍କ ମଧ୍ୟରେ ଶ୍ରୀମଦ ଆଶ୍ରୟ ମଧ୍ୟେ ଗୋବିନ୍ଦ ପରମାନନ୍ଦ ଛନ୍ଦା ପାଦ

ସ୍ନାନ ଜଳ ଥଣ୍ଡା ଲାଗିଲେ

ସ୍ନାନ ଜଳ ଥଣ୍ଡା ଲାଗିଲେ ତୁଣ୍ଡ କହେ ସୀତାରାମ ସୀତାରାମ ଅନ୍ଧାର ନିଚ୍ଛାଟିଆରେ ପ୍ରାଣ ଗାଏ ରାଧେ ଶ୍ୟାମ ରାଧେ ଶ୍ୟାମ ମନ ଆନନ୍ଦେ ଆତ୍ମା ଜପେ ହରେ କୃଷ୍ଣ ରାମ ହରେ କୃଷ୍ଣ ରାମ ଚକାଆଖିରେ ଚକ୍ଷୁ ମିଳିଲେ ଜୀବ ପାପୀ ପିଣ୍ଡ ଲଭେ ପରମ

ନ ବାନ୍ଧି ବାନ୍ଧିଛ ଅତି ଭିଡିକି

ନ ବାନ୍ଧି ବାନ୍ଧିଛ ଅତି ଭିଡିକି ହେ କମଳା ହୃଦୟ ଚକାଡୋଳା ନବଧା ଭକ୍ତିରେ ଅଖିଳ ବ୍ରହ୍ମାଣ୍ଡ ବ୍ରହ୍ମାନନ୍ଦରେ ପରମ ଆରାମ ବ୍ରହ୍ମଦାରୁ ବିଶାଳ ବାହୁ ତଳେ ମୋ ଜୀବନ ଗଣ୍ଠିଲି ଥୋଇଲି ଛନ୍ଦା ପାଦେ ରଖ ନିରନ୍ତର ଜପେ ରାଧେ ଶ୍ୟାମ ସୀତା ରାମ

Friday, September 25, 2026

ଜୀବନ ଥାଉଁ ଅନେକ ଥର ଶବ ହୋଇଛି ଚକାଡୋଳାଙ୍କ କରୁଣା ଦୃଷ୍ଟି ଲାଗି ବଞ୍ଚିଛି ପ୍ରଭୁ ଯେ ସଦା ସର୍ବଦା ଭକ୍ତ ମଙ୍ଗଳରେ ଛନ୍ଦା ଚରଣ ସ୍ପର୍ଶ ପାଇ ଅନୁଭବ କରୁଛି

ଘନ କାଳିଆ ଚେହେରାକୁ

ଘନ କାଳିଆ ଚେହେରାକୁ ବଡ ବଡ ଚକା ଚକା ନୟନ ଗରୁଡ ପଛରୁ ଚାହିଁଦେଲି ଆତ୍ମା ରହିଲା ଛନ୍ଦାପାଦରେ ସହସ୍ର ଦଳରେ ଯୋଗନିଦ୍ରା ମହାଲକ୍ଷ୍ମୀ ସେବିତ ଚରଣ ଆତ୍ମା ରହିଗଲା ମହାଲକ୍ଷ୍ମୀ ହାତରନ୍ଧା ଅବଢ଼ା ସ୍ଵାଦରେ

ଗୁଣୀ ଜ୍ଞାନୀ ମଧ୍ୟରେ

ଗୁଣୀ ଜ୍ଞାନୀ ମଧ୍ୟରେ ତୁମ୍ଭେ ହିଁ ଶ୍ରେଷ୍ଠ ଚକାଡୋଳା ଛନ୍ଦା ଚରଣକୁ ମୁହିଁ କେମିତି ଲଭିବି ଦିଅନ୍ତୁ ଦୀକ୍ଷା ନିରହଙ୍କହାରୀ ସର୍ଵମ ସଂହା ତୁମ୍ଭେ ହିଁ ପିତା ମାତା ଛନ୍ଦା ଚରଣରେ ଏତିକି ହିଁ କେବଳ ମୁଢର ଭିକ୍ଷା

କେମିତି ଡାକିଲେ ତୁମ୍ଭେ ଉତ୍ତର ଦେବ

କେମିତି ଡାକିଲେ ତୁମ୍ଭେ ଉତ୍ତର ଦେବ ଥରେ କହିଦେଲେ କରି ଦେଖନ୍ତି ଚେଷ୍ଟା ସାଧନ ଯଦି ହୋଇଥିବ ଅତିଵ ଦୁଃସାଦ୍ଧ ହେ ସର୍ବମ ସହ ଧାର ଦେବ କିଛି ନିଷ୍ଠା

ଜଞ୍ଜାଳମୟ ଭରପୁର ଦୁଃସହ ଜୀବନ

ବଡ଼ ଜଞ୍ଜାଳମୟ ଦୁଃସହ ଏହି ଜୀବନ ମାରିବା ଯାଏ ଜଞ୍ଜାଳ ହୁଏ ନାହିଁ ଶେଷ ତୁମ୍ଭ ଛନ୍ଦା ପାଦେ ରଖ ହେ ଅଧାଗଢା ଦେଖୁଥିବି ନିତି ଭୁବନ ମୋହନ ବେଶ 🙏🙏🙏

ଆଲୋ ମାଟି କଣ୍ଢେଇ ଲୋ ମାଟି କଣ୍ଢେଇ

ମାଟି କଣ୍ଢେଇ ଲୋ ମାଟି କଣ୍ଢେଇ ଆଲୋ ମାଟି କଣ୍ଢେଇ ଲୋ ମାଟି କଣ୍ଢେଇ ଶ୍ରୀଜଗନ୍ନାଥ ରୂପକୁ ସର୍ବଦା ଥାଅ ମୁଣ୍ଡେଇ ବିଷ୍ଣୁ ଦୂତ ନେବେ ବୋହି ଶ୍ରୀପୁରୁଷୋତ୍ତମ ପରମ ଆନନ୍ଦ ଲଭିବୁ ବ୍ରହ୍ମାନନ୍ଦଙ୍କୁ କୁଣ୍ଢେଇ

ପିଣ୍ଡରେ ପ୍ରାଣ ଥିବା ବେଳେ

ପିଣ୍ଡରେ ପ୍ରାଣ ଥିବା ବେଳେ ଚିନ୍ତ ଦାରୁବ୍ରହ୍ମ ଚତୃର୍ଦ୍ଧା ମୂରତି ଜନକ ଜନନୀଙ୍କର ନିଷ୍କାମ ପ୍ରେମ ବେନି ଚକାଡୋଳାରେ ଅକର୍ମା ଦାନୀ ଅଶରଣ ଅଭୟ ଶରଣ ମହାବାହୁ ଜଗନ୍ନାଥ ଆହାଃ କେଡେ ସୌଭାଗ୍ୟ ନର ଦେହେ ଜନମ ଉତ୍କଳରେ

ଅରୂପୀ ବହୁରୂପୀ ନିରାକାର ସର୍ବାକର ମୋ ପ୍ରାଣ

ଅରୂପୀ ବହୁରୂପୀ ନିରାକାର ସର୍ବାକର ମୋ ପ୍ରାଣ ଶ୍ରୀଜଗନ୍ନାଥ ଅଚିନ୍ତ୍ୟ ଚିନ୍ତାମଣୀ ସନ୍ୟାସୀ ସଂସାରୀ ଶାଳଗ୍ରାମ ସାର୍ଵଭୋମ ଦୁବ ଘାସ ବ୍ରହ୍ମଦାରୁ ଆତ୍ମା ନିର୍ବିକାର ରସ ରାଜ ଉଦାସୀ ହୃଦ ଚୋର ଵାଂଶରି

Thursday, September 24, 2026

ଚକାଡୋଳାଙ୍କୁ ଦର୍ଶନ କରି

ଚକାଡୋଳାଙ୍କୁ ଦର୍ଶନ କରି ମୋ ସକଳ ମାନସିକ ପୂର୍ଣ୍ଣ ଆତ୍ମା କାନ୍ଦେ ହେ ଅଧାଗଢା ତୋ ଛନ୍ଦା ଚରଣରେ ରଖ ଦୁର୍ଲଭ ମନୁଷ୍ୟ ଜନ୍ମ ଅବଧି ପତିତ ରାମର ସରି ଯାଉଛି ସଦା ନୟନ ପଥରେ ରୁହ ଲକ୍ଷ୍ମୀ ହୃଦୟ କଳା ଶ୍ରୀମୁଖ

ଆତ୍ମା ଲୁଚାଇ ଦେଲ

ଆତ୍ମା ଲୁଚାଇ ଦେଲ ଅସ୍ଥି ଚର୍ମ ଶରୀରରେ ଶରୀର ତତ୍ତ୍ୱ ବିଷୟେ ଅତି ମୋ କ୍ଷୀଣ ଜ୍ଞାନ ରୋଗୀସେବା କରୁ କରୁ ମୋ କାଳ ସରିଲା ସର୍ବ ବ୍ୟାଧି ଚିକିତ୍ସକଙ୍କ ନ ପାଇଲି ଦରଶନ

ଇନ୍ଦ୍ରିୟମାନଙ୍କ ଜଞ୍ଜାଳ ବହୁତ

ଇନ୍ଦ୍ରିୟମାନଙ୍କ ଜଞ୍ଜାଳ ବହୁତ ଅସରନ୍ତି ସମାଧାନ କରିବାକୁ କରିବୁ ନାହିଁ ଚେଷ୍ଟା ଚକାଡୋଳାଙ୍କର ପାଦକୁ ଛୁଇଁବା ସହଜ କେବଳ ନାମ ସ୍ମରଣେ ସଫଳ ପ୍ରଚେଷ୍ଟା

ତୋ ଦେହ ଏତେ ଘନ କଳା ହେ କୃଷ୍ଣ

ତୋ ଦେହ ଏତେ ଘନ କଳା ହେ କୃଷ୍ଣ ଅଜ୍ଞାନେ ଅନ୍ଧାରରେ ନ ପାଇଲି ଖୋଜି ଅତି ତୃଷାର୍ତ୍ତ କ୍ଷୁଦାର୍ତ୍ତ ଶିଶୁ ଭଳି ଆତୁର ଅଧାଗଢା ବାହୁଭିଡ଼କୁ ନିଅ ହେ ଆଉଜି

ସକଳ ଅସାର ଚିଜରୁ ତୋର ଚିତ୍ତକୁ ନିବାରି

ସକଳ ଅସାର ଚିଜରୁ ତୋର ଚିତ୍ତକୁ ନିବାରି ଜଗନ୍ନାଥ ଅଧାଗଢା ଅଭୟ ଚରଣରେ ରଖ ଅଖିଳ ବିଶ୍ୱ ଯାହା ବାହୁ ଆଲିଙ୍ଗନରେ ସନ୍ତୁଷ୍ଠ କମଳା ହୃଦ ପିତା ମାତା ସ୍ନେହଁ ପୁଣ୍ଡରୀକାକ୍ଷ

ଅନେକରେ ତୁହି କେବଳ

ଅନେକରେ ତୁହି କେବଳ ଏକ ହେ ଲକ୍ଷ୍ମୀ ପତି ଗୋବିନ୍ଦ ଅମୃତଠାରୁ ଆହୁରି ଵେଶୀ ମଧୁର ତୋର ଅଶେଷ ନାମ ଯାହାକୁ ଯାଚି ଦେଇଅଛୁ ତୋର ଅଭୟ ଚରଣରେ ବାସ ସେହି ମହାନୁଭବୀ ଗାଇବ କେଡେ ଦୟାଳୁ କୃଷ୍ଣ ରାମ