Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Friday, June 30, 2023
ସଂସାର ସଭିଙ୍କୁ ଦିଏ କାମ
ସଂସାର ସଭିଙ୍କୁ ଦିଏ କାମ
ଯାହାଙ୍କର ଅଛି ପାଦ ପାଣି
ମୋତେ ବନ୍ଧୁ କର କାଳିଆ
ତୋ ଭାର ମୋ ବେଣୁପାଣି
ଶ୍ରୀରାଧା ରଖନ୍ତେ ତୋର ଶିରରେ ପାଦ
ଶ୍ରୀରାଧା ରଖନ୍ତେ ତୋର ଶିରରେ ପାଦ
ଭକ୍ତ ବତ୍ସଳରେ ଗୀତଗୋବିନ୍ଦକୁ ଛନ୍ଦିଲୁ
ହୃଦରେ ପାଦ ପ୍ରହାରୀଲା ଶ୍ରୀବତ୍ସ ବ୍ରାହ୍ମଣ
ଭକ୍ତ ବତ୍ସଳରେ ପଦକ କରି ତୁହି ପିନ୍ଧିଲୁ
Thursday, June 29, 2023
ସମ୍ପଦ ସମୟେ ମଣିଷ ଭାବେ
ସମ୍ପଦ ସମୟେ ମଣିଷ ଭାବେ
ମୁଁ ମୁସଲମାନ ଆଉ ତୁହି ହିନ୍ଦୁ
ବିପଦ ସମୟେ ମଣିଷ ଭାବେ
ହିନ୍ଦୁ ଓ ମୁସଲମାନ ଦୁଇ ବନ୍ଧୁ
ମୁଖ କମଳରେ କୋଟିଏ ମାଆର ସ୍ନେହଁ
ମୁଖ କମଳରେ କୋଟିଏ ମାଆର ସ୍ନେହଁ
ହରିଚନ୍ଦନ ଶୀତଳ ସମ କୋମଳ ଭାଷା
ପଦ କମଳରେ ଚଉବର୍ଗ ପ୍ରାପ୍ତିର ପ୍ରଶାନ୍ତି
କରୁଣା ସାଗର ହୃଦୟେ କର ମୋ ବସା
ଅତି କୃପଣ ହେଲେ ସଞ୍ଚି ପାରିବ
ଅତି କୃପଣ ହେଲେ ସଞ୍ଚି ପାରିବ
ଗୋଟିଏ କି ଦୁଇଟା ସୁନା ଥାଳିଆ
ବୃକ୍ଷ ସମ ସହି ପାରିଲେ ସଂସାର
ଭେଟିବ ନୀଳକନ୍ଦରରେ କାଳିଆ
Wednesday, June 28, 2023
Tuesday, June 27, 2023
A flowerpot walks all the corridors
A flowerpot walks all the corridors
An ordinary man to a powerful king
A flowerpot smiles always like bless
Summer winter rain autumn spring
Three threads are not enough
Three threads are not enough
To keep the horses very tight
I desperately need you my love
Be with , alone I cannot fight
Monday, June 26, 2023
Sunday, June 25, 2023
ସଂସାରୀ ହେଉ କି ସନ୍ୟାସୀ
ହେଉ ସଂସାରୀ ହେଉ ସନ୍ୟାସୀ
ମାଟିରେ ଗଢା ହିଁ ସଭିଙ୍କର ଘଟ
ଧର୍ମ ଆଚରଣେ ହେଲେ ଅସହାୟ
ଶ୍ରୀକ୍ଷେତ୍ର ହୁଏ ଗୋଟିଏ ଡାକ ବାଟ
Like another buggy of a train
Before you leave
Give it to others
Nature would care
Need not to bother
କିଏ ଅଳ୍ପ କିଏ ବେଶୀ
କିଏ ଅଳ୍ପ କିଏ ବେଶୀ
ତୁହି ସବୁରି ଚିନ୍ତାମଣି
ଭାବକୁ ତୁ ଭାବଗ୍ରାହୀ
ତୁହି ସବୁରି କୃପାଖଣି [୧]
ଅଢେଇ ଦିନକୁ ମୁଁହି
ସବୁ ଦିନକୁ ତୁ ହରି
ସର୍ବ ଭୂତରେ ସାକ୍ଷୀ
ବାଟ କଢ଼ା ହାତ ଧରି [୨]
Saturday, June 24, 2023
Friday, June 23, 2023
ତୁହି ମୋ ପାଖରେ କାହିଁକି ଯେ ବସୁଥିଲୁ
ତୁହି ମୋ ପାଖରେ କାହିଁକି ଯେ ବସୁଥିଲୁ
ମୋର ଥାଳିରେ ଥିବାଯାଏ ମୁଠାଏ ଭାତ
ଆଜି ଠିକ ବୁଝି ପାରୁଛିଲୋ ବୋଉ ଲୋ
ଆଖିଲୁହକୁ ବୁଝାଇ ନ ପାରେ ମୋ ହାତ
ହୃଦୟ ପଦ୍ମରେ ବିଶ୍ରାମ କର ହେ ଚକାଆଖି
ହୃଦୟ ପଦ୍ମରେ ବିଶ୍ରାମ କର ହେ ଚକାଆଖି
କୋମଳେ ଚିପିଦେବି କମଳା ସେବିତ ପାଦ
ଦିନ ଆଠଟା ରହିବ ଏବେ ମାଉସୀ ଘରେ
କମଳ ନୟନକୁ ଆସିବ କି ହେ ଭଲ ନିଦ
Thursday, June 22, 2023
ବିନା ନିମନ୍ତ୍ରଣରେ ବନ୍ଧୁ
କ୍ଷେତ୍ରରୁ ଆସିଛ ଚାଲି ଚାଲି
ହୃଦୟେ ପଦ୍ମେ ବିଶ୍ରାମ କର
ଆଖି ଜଳେ ପାଦ ଧୋଇବି
ମୁଁ ପାଦ ଚିପି ଦେବି ତୋର
ଦୁଇଟି ପାଦରେ ଚଞ୍ଚଳ ଏହି ସଂସାର
ଦୁଇଟି ପାଦରେ ଚଞ୍ଚଳ ଏହି ସଂସାର
ଏକ ପାଦରେ ଧର୍ମ ଅର୍ଥ କାମ ମୋକ୍ଷ
ବିନା ପାଦରେ ନୀଳାଚଳ ନିବାସାୟଃ
ମୁକ୍ତି ପଶରା ଶ୍ରୀବତ୍ସ ପଦାଙ୍କିତ ବକ୍ଷ
Wednesday, June 21, 2023
ହେ ମଣିମା ମଣିମା ଥରେ ଗୁହାରି ଶୁଣିମା
ହେ ମଣିମା ମଣିମା ଥରେ ଗୁହାରି ଶୁଣିମା
ପ୍ରଭୁ ହେ ଥରେ କୃପାନେତ୍ରରେ ଦିଅ ଚାହିଁ
ମୋର ଅଢେଇ ଦିନକୁ ବଢ଼େଇ ହେ ପ୍ରଭୁ
ଆଉ ଥରେ ଭେଟିବି ମୋର ବିଶ୍ୱାସ ନାହିଁ
ଚକାଆଖି ଦେଖି ବେହୋସ ହୋଇଲି
ଚକାଆଖି ଦେଖି ବେହୋସ ହୋଇଲି
ମୁଁ ନ ଜାଣେ କିଏ ସେ ଟାଣୁଥିଲା ରଥ
ଅଚଳକୁ ବ୍ରହ୍ମକୁ ବଡ଼ ଚଞ୍ଚଳ ମନ ମୋ
ଭାବି ନ ଥିଲି ପୁରିବ ମୋ ମନୋରଥ
Tuesday, June 20, 2023
You have created this world
You have created this world
All the creatures are your own
I am very much thankful to you
The kindness you have shown
ବଡ ଭକତ ରସିଆ ତୋ ବର ଜଗନାଥ
ବଡ ଭକତ ରସିଆ ତୋ ବର ଜଗନାଥ
ତୁ ମାଆ ସର୍ବଂ ସଂହା ରାଧା ସୀତା ସତୀ
ଅଛୁଆଁ ତାରଣେ ତାର ଏ ରଥ ଯାତରା
ଦିନ ଆଠୁଟାରେ ମା ଫେରିବ ତୋ ପତି
କୁଣ୍ଡେଇ ଧରିବି ଚକ୍ଷୁ ଜଳରେ ଧୋଇଦେବି
କୁଣ୍ଡେଇ ଧରିବି ଚକ୍ଷୁ ଜଳରେ ଧୋଇଦେବି
ପତିତକୁ ଥରେ ସୁଯୋଗ ଦିଅ ହେ ଜଗନ୍ନାଥ
ମନର ଦଉଡି ମୋର ବଡ଼ ଆକୁଳ ବ୍ୟାକୁଳ
ପ୍ରାଣ ପକ୍ଷୀରେ ଥରେ ଭିଡିବାକୁ ତୋର ରଥ
Monday, June 19, 2023
Sunday, June 18, 2023
ତୁଣ୍ଡରେ ନିଅନ୍ତେ ହରି ହରି ନାମ
ତୁଣ୍ଡରେ ନିଅନ୍ତେ ହରି ହରି ନାମ
ଲାଗିଲା ବୟସ ହୋଇନି ଖଣ୍ଡିଆ
ଖଣ୍ଡିଆ ଦିଅଁର ନାମରେ ଅମୃତ
ଏ ଅରୁଣଖମ୍ଭରୁ ମାରୁଛି ମୁଣ୍ଡିଆ
ହରି ଚନ୍ଦନ ପଙ୍କରେ ଫୁଟିଛି ପଦ୍ମ
ହରି ଚନ୍ଦନ ପଙ୍କରେ ଫୁଟିଛି ପଦ୍ମ
ତୋ ନୀଳକନ୍ଦରକୁ ଲମ୍ବିଅଛି ନାଡି
ଦେଖିବି ଥରେ ତୋତେ ପଦ୍ମନାଭ
ପାପ ଝାଡିଛି ଖାଇଣ ବେତ ବାଡ଼ି
Saturday, June 17, 2023
Thursday, June 15, 2023
ଅପଲକ ନୟନ ବ୍ରାହ୍ମଣ ଜଣଙ୍କ
ଅପଲକ ନୟନ ବ୍ରାହ୍ମଣ ଜଣଙ୍କ
ବ୍ରାହ୍ମଣୀ ଜଣଙ୍କ ଉଜାଗର ରାତି
ସୃଷ୍ଟି ସ୍ଥିତି ଲୟକୁ ସୁପଥେ ଧରି
ଅଖଣ୍ଡେ ଜଳଇ ଆତ୍ମା ଜ୍ୟୋତି
Wednesday, June 14, 2023
ପାଖୁଡା ଦେଖିଲି କେଶର ଦେଖିଲି
ପାଖୁଡା ଦେଖିଲି କେଶର ଦେଖିଲି
ନ ଦିଶିଲା କେଉଁଠୁ ଝରୁଛି ସୁବାସ
କାଳିଆ ଭଅଁରକୁ ଫୁଲ ଭଲ ପାଏ
ଫୁଲ ମୁଁହରେ କି ଖିଲି ଖିଲି ହସ
Tuesday, June 13, 2023
Monday, June 12, 2023
ବନିଶୀ କଣ୍ଟାରେ ଜିଆ ଗୁନ୍ଥି ଦେଲେ
ବନିଶୀ କଣ୍ଟାରେ ଜିଆ ଗୁନ୍ଥି ଦେଲେ
ଯେମିତି ଭଲପାଏ ପୋଖରୀ ଗଡ଼ିଶା
ମୋର ଗୁହାରି ଟିକେ ଶୁଣ ସେମିତି
ହେ ପତିତପାବନ ମୁଁ ତୋର ପଡିଶା
Sunday, June 11, 2023
ଅସ୍ଥାୟୀ ଖୋଜେ ସ୍ଥାୟୀ ଚାକିରୀ
ଦେଶ ବିଦେଶ ବୁଲି ପାଠ ପଢ଼ିଲି
ଗୁରୁ ମିଥ୍ୟାକୁ ପଢ଼େଇଲେ ସତ୍ୟ
ଅସ୍ଥାୟୀ ଲୋଡ଼େ ସ୍ଥାୟୀ ଚାକିରୀ
ଅନିତ୍ୟ ସଂସାରେ ଖୋଜେ ନିତ୍ୟ
ଘନ ଅନ୍ଧାରରେ ଜାଳି ଅଖଣ୍ଡ ଦୀପ
ଘନ ଅନ୍ଧାରରେ ଜାଳି ଅଖଣ୍ଡ ଦୀପ
ନଅ ମାସ ନ ଦିନ ପାଳେ ଉଜାଗର
ଅଖିଳ ଜନନୀ ସେହି ସିନା ଗାୟତ୍ରୀ
ଅନନ୍ତ ଶୟନରେ ନିଦ୍ରା ଦାମୋଦର
ମହାସୁଖେ ଭୃଣ ନିଦ୍ରା ଯାଇ ଅଛି
ମହାସୁଖେ ଭୃଣ ନିଦ୍ରା ଯାଇ ଅଛି
ଯିଏ ବୁଝୁଅଛି ତାହାର ଖିଆ ପିଆ
ହୃଦୟେ ଶୋହେ ତା ଶ୍ରୀବତ୍ସ ପାଦ
ଆହାଃ କି ବିଶାଳ ସୁନ୍ଦର ତା ହିଆ
Saturday, June 10, 2023
ତତଲା ଭୂଇଁ ଥଣ୍ଡା ହୁଏ
ତତଲା ଭୂଇଁ ଥଣ୍ଡା ହୁଏ
ଅସରାଏ ଗଲେ ବରଷି
ବିଷ୍ଣୁଙ୍କୁ ପ୍ରିୟ କଳା ତୁଳସି
ଲକ୍ଷ୍ମୀଙ୍କୁ କାଖରେ ଧାନ କଳସି
Friday, June 9, 2023
ଅଷ୍ଟାଙ୍ଗ ଯୋଗର ପ୍ରଥମ କକ୍ଷ ସତ୍ୟ
ଅଷ୍ଟାଙ୍ଗ ଯୋଗର ପ୍ରଥମ କକ୍ଷ ସତ୍ୟ
ଉତ୍ତୀନ୍ନ ହେବା ଆଗରୁ ହେଲି ପାଉଁଶ
ସଂସାରେ ରାମ ନାମ କେବଳ ସତ୍ୟ
ବୁଝିବାକୁ ଲୋଡ଼ିଲି ଛଅ ଖଣ୍ଡ ବାଉଁଶ
ସୂର୍ଯ୍ୟ ଉଦୟ ହେଲେ ଗଗନେ
ସୂର୍ଯ୍ୟ ଉଦୟ ହେଲେ ଗଗନେ
ଫୁଲ ପାଖୁଡାରେ ଲାଗେ ରଙ୍ଗ
ଭାଗ୍ୟରେ ଥିଲେ ସାଧୁ ମିଳନ୍ତି
ଜୀବନ ଲଭଇ ମୋହନ ସଙ୍ଗ
Thursday, June 8, 2023
କ୍ଷମତା ବୁଡାଇ ଉଠାଇ ତଡି଼ଦିଏ
କ୍ଷମତା ବୁଡାଇ ଉଠାଇ ତଡି଼ଦିଏ
ଦେବା ନେବାକୁ ହେଲେ ଅକ୍ଷମ
ଯେ ଆଜି ଯାଏ ଅଛି କ୍ଷମତାରେ
ଦେହ ମନରେ ଅସଂଖ୍ୟ ଜଖମ
Wednesday, June 7, 2023
ହୃଦୟ ପଦ୍ମେ ବସ ମାଆ ପଦ୍ମାଳୟା
ହୃଦୟ ପଦ୍ମେ ବସ ମାଆ ପଦ୍ମାଳୟା
ସନ୍ନିକଟରେ ବସନ୍ତୁ ପିତା ଜଗନ୍ନାଥ
ଅସାର ସଂସାରେ ଭଵ ମମ ସର୍ବସ୍ୱ
ହେ ବ୍ରହ୍ମଦାରୁ ନୟନ ପଥରେ ଥିବ
Tuesday, June 6, 2023
ଯାହା ମୁଁହି ଭାବୁଛି ମାଗିବି ମାଗିବି
ଯାହା ମୁଁହି ଭାବୁଛି ମାଗିବି ମାଗିବି
ପ୍ରଭୁ ହେ ଯଦି ଆଉ କେ ମାଗୁଥିବ
ତାକୁ ଦେବ ଏ ପତିତକୁ ଚାହିଁଥିବ
ସଂସାରେ ପତିତପାବନ ନାଁ ଥିବ
Monday, June 5, 2023
ଅଧରେ କେ ଦେଲା ବଇଁଶୀ
ମୋହନ ବଇଁଶୀ ଦେଲା କିଏ ଅଧରେ
କେକୀପୂଛ କେ ଖୋସିଲା ତୋ ଶିରେ
ହେ ଗୋବିନ୍ଦ ଦେଖି ଏ ମୋହନ ରୂପ
ଆଖି ଭରେ ମନ ଝୁରେ ପାପୀ ତରେ
Subscribe to:
Posts (Atom)

















































