Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Wednesday, April 30, 2025
ପାଞ୍ଚ ମହାସାଗର କରୁଣା ସାଇକୃଷ୍ଣ
ପାଞ୍ଚ ମହାସାଗର କରୁଣା ସାଇକୃଷ୍ଣ
ଶରଣାଗତ ନିମନ୍ତେ ବ୍ରହ୍ମଦାରୁ ଛାଇ
ବାଟ କଢ଼େଇ ନିଅନ୍ତି ବୈକୁଣ୍ଠ ପୁରକୁ
ସଂସାର ହାଟରେ ଯେବେ ହଜି ଯାଇ
ବିଷ୍ଣୁ କୃପା କଲେ ବୈଷ୍ଣବଙ୍କର ଭେଟ
ବିଷ୍ଣୁ କୃପା କଲେ ବୈଷ୍ଣବ ଭେଟ
ବୈଷ୍ଣବ ଭେଟରେ ରୋମାଞ୍ଚିତ ତନୁ
ସେହି ଅନୁଭବ ଅତି ସୁଧାନିଧି ସାଧୁ
ଆତ୍ମା ପରତ୍ମାଙ୍କୁ ନ ପାଶୋରେ ମନୁ
ଅନ୍ଧକୁ ଯେସନେ ହସ୍ତୀର ପାଦ ସ୍ତମ୍ଭ ଶରୀର କାନ୍ଥ
ଅନ୍ଧକୁ ଯେସନେ ହସ୍ତୀର ପାଦ ସ୍ତମ୍ଭ ଶରୀର କାନ୍ଥ
ତେସନେ ଅଜ୍ଞାନୀ ଅନୁମାନରେ ଏହି ସଂସାର ମାୟା
ବ୍ରହ୍ମଜ୍ଞାନୀକୁ ଏହି ଅଖିଳ ସଂସାର ବିଷ୍ଣୁଙ୍କ ଚଳନ୍ତି ରୂପ
କମଳାଙ୍କ କୃପାରେ ବ୍ରହ୍ମଦାରୁ ହୁଏ ଏ ସଂସାର କାୟା
ଛାଇ ନିଦରେ ଶୋଇଥିବା ମଣିଷଟିଏ
ଛାଇ ନିଦରେ ଶୋଇଥିବା ମଣିଷଟିଏ
ଯେମିତି ଉଠେ ଥରୁଟିଏ ଡାକିଦେଲେ
ତେମନ୍ତେ ଉପସ୍ଥିତ ହୁଅ ମୋ ଆଗରେ
ହେ ପ୍ରାଣନାଥ ତୋତେ ସ୍ମରଣ କଲେ
କେଉଁ ଉପାୟରେ ଭେଟିବି ହେ ଗୋବିନ୍ଦ
କେଉଁ ଉପାୟରେ ଭେଟିବି ହେ ଗୋବିନ୍ଦ
ଆଖି କାନ ଭାବ ଭକ୍ତି ଜ୍ଞାନ କି ଯୋଗରେ
ବିକାର କରେଇ ନ ଦେଲେ ନିଷ୍କାମ କର୍ମ
ସତେ ତୁମ୍ଭ ଭେଟ ନାହିଁ ମୋ ଭାଗ୍ୟରେ
ହେ କରୁଣା ସିନ୍ଧୁ ଦୀନ ବନ୍ଧୁ ସାଇ
ହେ କରୁଣା ସିନ୍ଧୁ ଦୀନ ବନ୍ଧୁ ସାଇ
ନିରନ୍ତର ନିରନ୍ତର ଥିବଟି ପାଖରେ
ଏତିକି କାମନା କେବଳ ପତିତର
ପୂର୍ଣ୍ଣ ସମ୍ପୂର୍ଣ୍ଣ କର ପୁଣ୍ଡରୀକାକ୍ଷରେ
ନମସ୍ତେ ନମସ୍ତେ ନମସ୍ତେ କମଳା ମାଆ ଗୋ
ନମସ୍ତେ ନମସ୍ତେ ନମସ୍ତେ କମଳା ମାଆ ଗୋ
ପିଣ୍ଡେ ପ୍ରାଣ ଥିବାଯାଏ ଥିବୁ ହୃଦୟ କମଳରେ
ଛନ୍ଦା ପାଦରେ ସ୍ମିତ ହସୁଥିବେ ମୁରଲୀ ବଦନ
ମାଆ ସେ ଛଇକୁ ଚିନ୍ତୁଥିବି ବେଳ ଅବେଳରେ
ହେ କୃଷ୍ଣ ସୁନ୍ଦର କୃଷ୍ଣ ମଧୁର କୃଷ୍ଣ ଉଦାର
ହେ କୃଷ୍ଣ ସୁନ୍ଦର କୃଷ୍ଣ ମଧୁର କୃଷ୍ଣ ଉଦାର
ହେ ଅଖିଳ କୋଟି ବ୍ରହ୍ମାଣ୍ଡ ଜୀବନ ସୁଧାର
ଭାବରେ ଅର୍ଚ୍ଚନା ନିମନ୍ତେ ହେଲ ଅଧାଗଢା
ହେ ଗୋବିନ୍ଦ ଲକ୍ଷ୍ମୀ ପ୍ରାଣ ଉଦ୍ଧାର ଉଦ୍ଧାର
ଏହି ଯେଉଁ ସକଳ ଦୃଶ୍ୟ ଅଦୃଶ୍ୟ ସଚରାଚର
ଏହି ଯେଉଁ ସକଳ ଦୃଶ୍ୟ ଅଦୃଶ୍ୟ ସଚରାଚର
କେବଳ ତୁହି ଏକାକ୍ଷର ଏକଇ ବ୍ରହ୍ମ ନିରାଧାର
ସକଳ ଦେବାଦେବୀ ବ୍ରହ୍ମଦାରୁରେ ବ୍ରହ୍ମ କମଳ
ସୁମତି ବୋଲେ ତୁହି ରାମ ସାଇରାମ ହରିହର
ମୁଠାଏ ଦେଇଥିଲେ ସତ ପାତ୍ରରେ
ମୁଠାଏ ଦେଇଥିଲେ ସତ ପାତ୍ରରେ
ସୁଦାମା ସଖା ଅନେକ କରି ଦିଅନ୍ତି
ନିଷ୍କାମ ଫଳକୁ ଭକ୍ତିରେ ବାଢିଲେ
ଲକ୍ଷ୍ମୀପତି ହରି ହସ୍ତ ପ୍ରସାରି ନିଅନ୍ତି
Tuesday, April 29, 2025
ଯେତେ ଜଟିଳ ହେଉ ପରିସ୍ଥତି ପଛକେ
ଯେତେ ଜଟିଳ ହେଉ ପରିସ୍ଥତି ପଛକେ
ତୁହି ହେ ଅପଲକ ଚାହିଁଦେଲେ ଲାଘବ
ଯାହା ପଦ ଧୂଳି ଲାଗି ଅହଲ୍ୟା ତରିଲା
ଆହେ କରୁଣାମୟ ତୁହି ସେହି ରାଘବ
ଭାଇ ଭଉଣୀଙ୍କର ଯଶ କୀର୍ତ୍ତି ଶୁଣି
ଭାଇ ଭଉଣୀଙ୍କର ଯଶ କୀର୍ତ୍ତି ଶୁଣି
ସଖିରେ କରିବାକୁ ଲାଗିଲି ଆରତୀ
ହାତ ନାହିଁ ପାଦ ନାହିଁ ଭାବ ଦେଲି
ହୃଦୟ ହୋଇଲା ପ୍ରେମରେ ଭରତି
ଚାକର ଵାକର ଯଦି ଘର ନିଘା ରଖୁଥାନ୍ତେ
ଚାକର ଵାକର ଯଦି ଘର ନିଘା ରଖୁଥାନ୍ତେ
ଘର ମାଲିକଙ୍କୁ ଘର କାହିଁକି ଅବା ଖୋଜନ୍ତା
ଅହଂ ବିକାର ଯଦି ମୁକ୍ତି ପ୍ରଦାନ କରୁଥାନ୍ତେ
ସତ୍ୟ ଧର୍ମ ପଥେ ଆଉ କିଏ ଅବା ଚାଲନ୍ତା
ମାଆକୁ ଛାଡ଼ି ଆଉ କିଏ
ମାଆକୁ ଛାଡ଼ି ଆଉ କିଏ ବୁଝିବ ପାଦର ବ୍ୟଥା
କୋଳରେ ଥୋଇ ନିଦ ଆସିବା ଯାଏ ଘସୁଥିବ
ମାଆକୁ ଛାଡି ମନ ଜାଣି ବାଢିଦେବ ଭୋଜନ
ଫେରିବା ବାଟକୁ ଆସି ଆଖି ବିଛେଇ ବସିଥିବ
ଅଧାଗଢା ଅପଲକ ହୋଇ ନିଶ୍ଚିତ ହୋଇଲ କିବା
ଅଧାଗଢା ଅପଲକ ହୋଇ ନିଶ୍ଚିତ ହୋଇଲ କିବା
ହରି ନାରାୟଣ ବାସୁଦେବ ବାକି ଅନେକ ସଂକଳ୍ପ
ଆସ ଅବତରି ହସ୍ତ ପାଦ ଧରି ହେ କୃଷ୍ଣ କେଶବ
ଦୁଃଖ କାହାକୁ କହିବି ତୁହି ମୋର ସମ୍ବଳ ବିକଳ୍ପ
ଝର ଝର ହୋଇ ଗଙ୍ଗା ଝରେ ମହାଦେବଙ୍କ
ଝର ଝର ହୋଇ ଗଙ୍ଗା ଝରେ ମହାଦେବଙ୍କ ଜଟାରୁ
ଫର ଫର ଉଡେ ନୀଳଚକ୍ରରେ ପତିତପାବନ ବାନା
ଏହି ଶରୀର କେବଳ ଅଖିଳ ନିଖିଳ ସେବା ନିମନ୍ତେ
ସ୍ୱୟଂ ଜଗନ୍ନାଥ ଆସନ୍ତି ପହଣ୍ଡି ବିଜୟରେ ଅନା ଅନା
ସତ୍ୟ ଧର୍ମ ଦୟା କ୍ଷମା ଶାନ୍ତି ପାଞ୍ଚ ଗୋଟି କମଳ କରି
ସତ୍ୟ ଧର୍ମ ଦୟା କ୍ଷମା ଶାନ୍ତି ପାଞ୍ଚ ଗୋଟି କମଳ କରି
ଅତି ବାତ୍ସଲ୍ୟ ସ୍ନେହଁରେ ସୁମତି ହସ୍ତେ ଦେଲେ କମଳା
ହୃଦୟରେ ସାଇତିବୁ ଝିଅ କଲ୍ୟାଣରେ ସମ୍ବୋଧିଲେ ମା
ଅହି ସୁଲକ୍ଷଣୀ ହୁଅ ଗୋବିନ୍ଦ ପଦେ ଲଭ ଭକ୍ତି ଅଚଳା
Monday, April 28, 2025
ବଚନତ ଅନେକ ଅନେକ ଦିଅନ୍ତି
ବଚନତ ଅନେକ ଅନେକ ଦିଅନ୍ତି
ମୁଣ୍ଡ ଟୁଙ୍ଗାରନ୍ତି ଅନେକ ଅନେକ
ହସ୍ତ ଧରି ଜଗନ୍ନାଥ ସ୍ୱାମୀ ଚାଲନ୍ତି
ଜଗନ୍ନାଥ ସ୍ୱାମୀ ଉଦାର ଅପଲକ
ମାଆ ଉଦରରୁ ସନ୍ତାନ ଫଳ ମଞ୍ଜିରୁ ଅଙ୍କୁରଟି
ମାଆ ଉଦରରୁ ସନ୍ତାନ ଫଳ ମଞ୍ଜିରୁ ଅଙ୍କୁରଟି
ଉଭୟ ଭୂମିରେ ସ୍ଥାପନ୍ତି କ୍ଷୁଦ୍ର କ୍ଷୁଦ୍ର ପାଦ ହାତ
ଶିଶୁକୁ କୋଳେଇ ନେଉ ହୋଇ ମାଆ ମମତା
ଚାରାକୁ କୋଳେଇ ନେଉ ହୋଇ ଓଦା ମାଟିତ
ରୋଦ୍ର ତାପରେ ପୁଷ୍କରିଣୀ ଶ
ରୋଦ୍ର ତାପରେ ପୁଷ୍କରିଣୀ ଶୁଖିଗଲେ
ଯିଏଟି ହୃଦୟରେ ସାଇତି ରଖେ ମୀନ
ତୁମେତ ସେହି ଅପଲକ ଉଦାର କୃଷ୍ଣ
ତୋତେ କେତେ ଝୁରୁଛିରେ କଳାଜହ୍ନ
ମୁହିଁ ତୋତେ ଦେଇଦେଲେ ମନ
ମୁହିଁ ତୋତେ ଦେଇଦେଲେ ମନ
କହ ପ୍ରଭୁ କିଏ ଅର୍ଜନ କରିବ ଧନ
ତୁହି ସିନା ହେବୁ ଭାବରେ ସନ୍ତୁଷ୍ଠ
ଅନ୍ନ ବିନା ଉଡିଯିବ ମୋର ପ୍ରାଣ
ତୁମ୍ଭେ ନୀଳ ନିର୍ମଳ
ତୁମ୍ଭେ ନୀଳ ନିର୍ମଳ ଗଗନରେ ରବି ଚନ୍ଦ୍ର ନକ୍ଷତ୍ର
ତୁମ୍ଭେ ଧରା କୋଳରେ ଉତ୍କଳ ଦେଶେ ଶ୍ରୀକ୍ଷେତ୍ର
ତୁମ୍ଭେ ଆଦି ଅନାଦି ଧର୍ମ ସଂସ୍ଥାପନେ ଚକାଡୋଳା
ପହଣ୍ଡି ବିଜୟ କାଳେ ପତିତପାବନ କମଳ ନେତ୍ର
ହେ ଅବର୍ଣ୍ଣିନୀୟ ଅଖଣ୍ଡ ଆନନ୍ଦ ବ୍ରହ୍ମାନନ୍ଦ
ହେ ଅବର୍ଣ୍ଣିନୀୟ ଅଖଣ୍ଡ ଆନନ୍ଦ ବ୍ରହ୍ମାନନ୍ଦ ଅର୍ଦ୍ଧନାରୀଶ୍ୱର ରୂପ
ହେ ଅଧାଗଢା ବ୍ରହ୍ମଦାରୁ ଚଉଠେ ବିଶ୍ୱମାତ ଚଉଠେ ବିଶ୍ୱ ବାପ
ହେ ଗୋଲକ ନାଥ ଲକ୍ଷ୍ମୀ ନାଥ ଅଣୁ ରେଣୁ ପୂର୍ଣ୍ଣବ୍ରହ୍ମ ଲୀଳାନିଧି
ବାଇଶିପାହାଚ ଚଢ଼ୁ ଚଢ଼ୁ ପତିତ ଦେହରୁ ଝରି ପଡେ ସବୁ ପାପ
Sunday, April 27, 2025
ତୁ ମୋତେ ଭଲଭାବରେ ଜାଣିଥିବୁ
ତୁ ମୋତେ ଭଲଭାବରେ ଜାଣିଥିବୁ ହେ ଗୋବିନ୍ଦ
ତୁମ ଅପଲକ ଚକାଡ଼ୋଳାରୁ କିଏ ଅବା ଖସିଯିବ
ଏହି ସଂସାରକୁ ଯିଏ ବି ଦେହ ଧରି କରି ଆସିଅଛି
ଅବଢ଼ା ଚାଖିଥିବ ପତିତପାବନ ବାନା ଦେଖିଥିବ
ଏହି ମନ
ଏହି ମନ ନିତି ଚଢ଼େ ତୋର ବାଇଶି ପାବଛ
କାନ୍ଧରେ ଝୁଲି ଆଉ ଝୁଲିରେ ନିଜ ବାଡି ମଲ୍ଲି
ଏହି ହ୍ରୁଦୟ ନିରନ୍ତର ଚିନ୍ତେ ତୋ କୃପା ଲୀଳା
ଅନ୍ତରରରେ ସେବା ସେବାରେ ଶ୍ରଦ୍ଧାର ବାଲି
ଆରେ ହସିଲେ ହସିବି ତୋ କୃପାରେ
ଆରେ ହସିଲେ ହସିବି ତୋ କୃପାରେ
ଆଉ କାନ୍ଦିଲେ କାନ୍ଦିବି ତୋ ପାଖରେ
ତୋତେ ଛାଡି ମୋର କିଏ ଆଉ ଅଛି
କହରେ ଜୀବ ଜୀବନ ଚକାଆଖିରେ
ଅଧା ଗଢା ହୋଇଵି ଚିତ୍ତକୁ ଏଡିକି ମୋହୁଛି
ଅଧା ଗଢା ହୋଇଵି ଚିତ୍ତକୁ ଏଡିକି ମୋହୁଛି
ସମ୍ପୂର୍ଣ୍ଣ ହୋଇଥିଲେ ହୋଇ ଯାଆନ୍ତାଣି ପ୍ରେମ
ମୋର ସଂସାରୀ ମନକୁ କି କିମିଆ କଲା ଲୋ
ସଦା ନିରନ୍ତର ଜପେ ହରେ କୃଷ୍ଣ ହରେ ରାମ
ଅନା ଲୋ ମିତ ଚାହାଁ ସେ ଅଧା ଗଢା କଳା ଜହ୍ନକୁ
ଅନା ଲୋ ମିତ ଚାହାଁ ସେ ଅଧା ଗଢା କଳା ଜହ୍ନକୁ
ଯାହା ବନମାଳୀ ବେଶ ହୃଦରୁ ନ ପାରେ ପାଶୋରି
ଗରୁଡ ଆଗରେ ଥରୁଟେ କଣେଇ କଣେଇ ଚାହିଁଲି
ଆଖିରେ ଆଖି ଥୋଇ ଶାନ୍ତ ହୋଇଲା ମନ ଅଶୂରୀ
ହେ କୃଷ୍ଣ କରୁଣା ସିନ୍ଧୁ ଅଖିଳ ଜୀବର ପରମ ଗତି
ହେ କୃଷ୍ଣ କରୁଣା ସିନ୍ଧୁ ଅଖିଳ ଜୀବର ପରମ ଗତି
ତୁମ୍ଭେ ଅତି କାରୁଣ୍ୟ ରୂପ ଶ୍ରୀରାମ ସନ୍ଥ ଜନ ଗତି
ହେ କୃଷ୍ଣ ପତିତପାବନ ଭକ୍ତ ହୃଦ ଶୀତଳ ଚନ୍ଦନ
ତୁମ୍ଭେ ଶାନ୍ତାକାର ଅନନ୍ତ ଶୟନ ମୋର ସଦା ମତି
Saturday, April 26, 2025
କୃପାକରି ଶଙ୍କରୀ ଉମା ମାହେଶ୍ୱରୀ ଅଖିଳ ଜନନୀ
କୃପାକରି ଶଙ୍କରୀ ଉମା ମାହେଶ୍ୱରୀ ଅଖିଳ ଜନନୀ
ମଙ୍ଗଳା ଥାନପତି ରାମଚଣ୍ଡୀ ଭଟାରିକା ଦୁର୍ଗା ମାଆ
ଜରାଜୀର୍ଣ୍ଣ ବ୍ୟାଧିଗ୍ରସ୍ଥ ପିତା ମାତା ପାଦ ସେବି ନାହିଁ
ଅନୁତାପ ଲୁହରେ ଭିଜେ ମୁହିଁ ପାଖକୁ ଡାକେ ଆଆ
ପରମ କରୁଣାମୟୀ ମାଆ ଗୋ ସୁଭଦ୍ରା
ପରମ କରୁଣାମୟୀ ମାଆ ଗୋ ସୁଭଦ୍ରା
ପୁରୁଷୋତ୍ତମ ଗୋବିନ୍ଦଙ୍କର ସହୋଦରୀ
ତୋ ପଣତ ଛାଇରେ ଢାଙ୍କିଦେ ମା ଗୋ
ବିକାର ଗ୍ରସ୍ତ ବୋଲି ମହାକାଳ ନିଏ ଧରି
ଚାଖିଲେ ଜାଣିବୁ ଅଲଣା ଲୁଣିଆ
ଚାଖିଲେ ଜାଣିବୁ ଅଲଣା ଲୁଣିଆ
ଆଚାରଣରୁ ଚିହ୍ନିବୁ କିଏ ବୈଷ୍ଣବ
ସ୍ୱପ୍ନରେ ଲଭିଲେ ଶ୍ରୀଜଗନ୍ନାଥଙ୍କୁ
ହୃଦୟ ପଦ୍ମରେ ବ୍ରହ୍ମାନନ୍ଦ ପୁରିବ
ଅତି ଘୋର ମାୟା ଭୟରେ ଇନ୍ଦ୍ରିୟଙ୍କୁ ଭିଡିଣ
ଅତି ଘୋର ମାୟା ଭୟରେ ଇନ୍ଦ୍ରିୟଙ୍କୁ ଭିଡିଣ
କଚ୍ଛପ ସମାନ ମୋ ଦେହ ଭିତରେ ଲୁଚାଇଲି
ମୋର ବଡ ପୁଅ ମନ ରାବଣ ସମ ସ୍ୱଭାବ ତା
ବିଭୀଷଣ ବିବେକକୁ ପାଦପଦ୍ମେ ଲୋଟାଇଲି
କମଳ ମଞ୍ଜି ପକେଇଲା ପତ୍ରଟିଏ
କମଳ ମଞ୍ଜି ପକେଇଲା ପତ୍ରଟିଏ
ମାଆ କମଳା ତୁହି ପଦ୍ମଟିଏ ଫୁଟା
ମୋ ଡାକ ନ ଶୁଣନ୍ତି ଚକାଡୋଳା
ତୁହି ଜାଣୁ ମା ମୋ କପାଳ ଫଟା
ତୁମ୍ଭ ଅପଲକ ଚକାଡୋଳାକୁ କିବା ଲୁଚାଇବ ମୁହିଁ
ତୁମ୍ଭ ଅପଲକ ଚକାଡୋଳାକୁ କିବା ଲୁଚାଇବ ମୁହିଁ
ଅତୀବ ସୀମିତ ବୁଦ୍ଧି ହେ ରାଧା ମୋହନ କ୍ଷମାନିଧି
ତୁମ୍ଭେ ମୋର ପଞ୍ଚ ପ୍ରାଣ ବାୟୁ ହୃଦୟ ସ୍ପନ୍ଦନ ଆତ୍ମା
ଏହି ପତିତ ଲାଗି ଚଲାପଥ ତୁମ୍ଭେ କରୁଣା ବାରିଧି
କୁଆଡେ ଅଦୃଶ୍ୟ ହୋଇଗଲୁ ମା ଭବାନୀ
କୁଆଡେ ଅଦୃଶ୍ୟ ହୋଇଗଲୁ ମା ଭବାନୀ
ହୃଦୟ ପଦ୍ମ କେଶରରେ ସ୍ଥାପି ସାଇ ମାଆ
ମୁହିଁତ ପତିତ ପୂଜା ଅର୍ଚ୍ଚନା କିଛି ନ ଜାଣେ
ତୋ ପଦ୍ମ ପାଦକୁ ଚିନ୍ତେ କହି ଦେଇ ଯାଆ
Friday, April 25, 2025
କେଡେ ଘନିଷ୍ଠ କେଡେ ନିବିଡ ଜୀବ ଶିବ ସମ୍ପର୍କ
କେଡେ ଘନିଷ୍ଠ କେଡେ ନିବିଡ ଜୀବ ଶିବ ସମ୍ପର୍କ
ହେ ସ୍ୱାମୀ କେମିତି ଏକାକରି ଗଲ ଏହି ପତିତକୁ
କେଡେ କେଡେ ସଙ୍କଟ ମୋଚନ କରିଅଛ ସ୍ୱାମୀ
ହେ କରୁଣା ସିନ୍ଧୁ ମୁହିଁ କେମିତି ଭୁଲିବି ଅତୀତକୁ
ତୋର ମୋର ଭାବକୁ ସମ୍ପୂର୍ଣ୍ଣ ମୁଁ ତେଜନ୍ତି ଭାବୁଛି
ତୋର ମୋର ଭାବକୁ ସମ୍ପୂର୍ଣ୍ଣ ମୁଁ ତେଜନ୍ତି ଭାବୁଛି
ହେ ହୃଦୟ ନିବାସୀ ଅନ୍ତର୍ଯ୍ୟାମୀ ଗୋପାଳ ହରେ
ଇନ୍ଦ୍ରିୟ ମନ ବୁଦ୍ଧିକୁ ଦେହରେ ତାଲା ପକେଇଛି
ହେ ଗୋବିନ୍ଦ ତୋ ଛନ୍ଦା ପାଦରେ ତଥାସ୍ତୁ ଥରେ
ତୁମରି ଅଣଚାଷକୁ ଚଷି ପୋଷଇ ଉଦର
ତୁମରି ଅଣଚାଷକୁ ଚଷି ପୋଷଇ ଉଦର
ପଞ୍ଚ ଭୁତ ମେଳରେ ଶେଷ ହେବ ଆୟୁଷ
ଅତି ସୁଶୀତଳ ଚକାଡ଼ୋଳାଙ୍କ ଭୁଜ ଛାଇ
ଟିକେ ଥକା ମେଣ୍ଟାନ୍ତି ଜଳିହେବି ପାଉଁଶ
Subscribe to:
Posts (Atom)















































