Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Sunday, June 30, 2024
ଆକାରକୁ ଛାଡି ନିରାକରକୁ ହୃଦୟରେ ସ୍ମରଣ କରନ୍ତେ
ଆକାରକୁ ଛାଡି ନିରାକରକୁ ହୃଦୟରେ ସ୍ମରଣ କରନ୍ତେ
କ୍ଷଣଟିଏ ବି ପଦ୍ମାସନରେ ବସିବାକୁ ଅକ୍ଷମ ଚଞ୍ଚଳ ମନ
ଉଷୁନା ବୀଜରୁ ହୋଇବ ଅଙ୍କୁର ନୀଳକନ୍ଦର ବ୍ରହ୍ମଦାରୁ
ଥରୁଟିଏ କିବା ତଥାସ୍ତୁ ବୋଲିବେ ସାଲବେଗ ଭକ୍ତି ଧନ
ହଂସ ସାଥିରେ ଗୋବିନ୍ଦଙ୍କୁ ଭେଟିବି
ହଂସ ସାଥିରେ ଗୋବିନ୍ଦଙ୍କୁ ଭେଟିବି
ବଡ ଆଶାରେ ହେଲି ହଂସର ସାଙ୍ଗ
ଅଖଣ୍ଡ ଗୋବିନ୍ଦ ନାମ ଜପ ଅସାଧ୍ୟ
ଚଞ୍ଚଳ ଅସ୍ଥିର ମନ ଦିଏ ଛତ୍ର ଭଙ୍ଗ
ଭଵ ସରୋବରରେ ଖେଳୁଛି ପରମ ହଂସ
ଭଵ ସରୋବରରେ ଖେଳୁଛି ପରମ ହଂସ
ଅତ୍ୟନ୍ତ ଦିବ୍ୟ ଶୁଭ ଧବଳ ହଂସର ଶରୀର
ନୀଳକନ୍ଦର ବ୍ରହ୍ମଦାରୁ ଶାଖାକୁ ତାର ବାଞ୍ଛା
ଅଖଣ୍ଡ ଜପଇ ତୁମେ ମୋହର ମୁହିଁ ତୁମର
ପଞ୍ଚ ପ୍ରାଣ ବାୟୁକୁ ଶୁଭ ଶଙ୍ଖ ଛିଦ୍ରରେ ଭରି
ପଞ୍ଚ ପ୍ରାଣ ବାୟୁକୁ ଶୁଭ ଶଙ୍ଖ ଛିଦ୍ରରେ ଭରି
ଏହି ଶୁଭ ସନ୍ଧ୍ୟାରେ କରୁଅଛି ମୃଦ୍ୟୁ ନାଦ
ପ୍ରାଣ ଶକ୍ତିକୁ ଦିବ୍ୟ ଦୀପରେ ଘୃତ କରିଣ
ଶରଣ ଗୋବିନ୍ଦ ଦର୍ଶନ କରେ ମୁଖ ପଦ୍ମ
ତୁହି ମାଆ ଆପଣାକୁ ନିଷ୍ପାପ ଶିଶୁଟିଏ ଭଳି କରି ମାଆ ଗୋ
ତୁହି ମାଆ ଆପଣାକୁ ନିଷ୍ପାପ ଶିଶୁଟିଏ ଭଳି କରି ମାଆ ଗୋ
ବାର ବାର ଉପଦେଶ ଦେଉଅଛୁ କରିବାକୁ ତୋହର ସେବା
ମୋର ସୁକ୍ଷ୍ମ ସ୍ଥୁଳ ଶରୀର ପବିତ୍ରତା ପଶୁଠାରୁ ବି ହୀନ ମା
ତୋ ପାଦୁକାରେ ଧୋଇ ତୋ ପଣତ କାନିରେ ପୋଛି ଦେବା
ନଦୀ ପୂର୍ଣତୟା ବହିଯାଏ ସୁଶୀତଳ ଜଳ ବାଣ୍ଟି
ନଦୀ ପୂର୍ଣତୟା ବହିଯାଏ ସୁଶୀତଳ ଜଳ ବାଣ୍ଟି
ସ୍ଥାବର ଜଙ୍ଗମ ଯାହାକୁ ସେ ଭେଟଇ ବାଟରେ
ଗୋବିନ୍ଦ ଭକତ ଚାଲିଥାଏ ଦେଖାଇ ଧର୍ମ ପଥ
କର୍ମ ଧର୍ମ ଯାହାକୁ ଭେଟଇ ସଂସାର ହାଟରେ
ତୋ ମୂର୍ତ୍ତି ପାଦରେ ପଡି କାନ୍ଦିବା ଯାହା ହେ ଗୋବିନ୍ଦ
ତୋ ମୂର୍ତ୍ତି ପାଦରେ ପଡି କାନ୍ଦିବା ଯାହା ହେ ଗୋବିନ୍ଦ
ତୋ ପାଞ୍ଚ ଭୁତଙ୍କୁ ପ୍ରାଣ ବିକଳରେ କୁଣ୍ଢେଇବା ତାହା
ଆର୍ତ୍ତି ଅର୍ଥାର୍ଥି ଜିଜ୍ଞାସୁ ଜ୍ଞାନୀ କିବା ବହୁରୂପୀ ହେବି ମୁଁ
ହେ ଗୋବିନ୍ଦ ବଂଶୀରେ ଠାରି ଡାକୁଥିବୁ ଆ ଆ ଆଆ
ମୋର ହୃଦୟ ପଦ୍ମରୁ କ୍ଷଣେ ନ ଓହ୍ଲାଅ ମାଆ ଉମା
ମୋର ହୃଦୟ ପଦ୍ମରୁ କ୍ଷଣେ ନ ଓହ୍ଲାଅ ମାଆ ଉମା
ତୋର ଶଶୀ ସୂର୍ଯ୍ୟ ପ୍ରଭା ବିନା ସବୁ ଦିଶେ ଅନ୍ଧାର
ମୋର ସାଥିରେ ତୋ ଭାଇ ଠିକ ଏମିତି କରୁଛି ମା
ଶରାଘାତ ଜଟାୟୁଟେ କେତେଥର ଯିବି ନିଳକନ୍ଦର
ନାସା ରନ୍ଧ୍ରରେ ଯେଉଁ ପାଞ୍ଚ ପ୍ରାଣ ବାୟୁ ଖେଳନ୍ତି
ନାସା ରନ୍ଧ୍ରରେ ଯେଉଁ ପାଞ୍ଚ ପ୍ରାଣ ବାୟୁ ଖେଳନ୍ତି
ପ୍ରାଣ ଅପାନ ଉଦାନ ସମାନ ବ୍ୟାନ ଜୀବ ଆୟୁ
ନିରନ୍ତର ଭଜନ୍ତି ଓଁ ରାଧେ କୃଷ୍ଣ ଓଁ ରାଧେ କୃଷ୍ଣ
ଶ୍ରୀଗୁରୁ କୃପାରେ ହଂସ ଭଜନେ ଭେଟ ହେଉ
Saturday, June 29, 2024
ସହସ୍ର ଦଳ ବ୍ରହ୍ମ କମଳ କେଶରକୁ ଚୁମରେ ମୋର ମନ
ସହସ୍ର ଦଳ ବ୍ରହ୍ମ କମଳ କେଶରକୁ ଚୁମରେ ମୋର ମନ
ତୋତେରେ ଆଉ ନ ଲାଗିବ ଏ ସଂସାର ଚାଲିବା ଥକା
ବେନି ବାହୁ ଉର୍ଦ୍ଧକୁ ତୋଳିଣ ଗରୁଡ ପଛରେ ଠିଆ ହୁଅ
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଆଖି ଦୁଇ ଚକା ଚକା
ପୁଷ୍କର ନାଡୀରେ ଯୋଗ ପଥରେ ଶ୍ରମି
ପୁଷ୍କର ନାଡୀରେ ଯୋଗ ପଥରେ ଶ୍ରମି
ଭେଟ କମଳା ସେବିତ ପଦ୍ମନାଭ ପାଦ
ଅତି ଶାନ୍ତକାର ଅବର୍ଣ୍ଣିୟ ଆନନ୍ଦ ଧାମ
କମଳା ବର ପ୍ରସାଦର କି ଅପୂର୍ବ ସ୍ୱାଦ
ଶ୍ରୀଗୋବିନ୍ଦ ଅଟନ୍ତି ମହାବୈଷ୍ଣବ ମହାଯୋଗୀ
ଶ୍ରୀଗୋବିନ୍ଦ ଅଟନ୍ତି ମହାବୈଷ୍ଣବ ଆଉ ମହାଯୋଗୀ
ଜୀବର ଯଜ୍ଞ କିବା କର୍ମ ଫଳରେ ନୁହଁନ୍ତି ଅନୁରାଗୀ
ବ୍ରାହ୍ମଣ କିବା ବୈଷ୍ଣବ ବୈକୁଣ୍ଠରେ ଥୋଇଲେ ପାଦ
ତାହାର ଉଚ୍ଚିଷ୍ଟକୁ କମଳା ଗୋବିନ୍ଦ ଭୁଞ୍ଜିଥାନ୍ତି ମାଗି
ମନକୁ ମିଶାଇ ମୋତେ ଏଗାର ଇନ୍ଦ୍ରିୟ ଅଛନ୍ତି ଘେରିଣ
ମନକୁ ମିଶାଇ ମୋତେ ଏଗାର ଇନ୍ଦ୍ରିୟ ଅଛନ୍ତି ଘେରିଣ
ଲୀଳାନିଧି ହେ ଆହାଃ ମୁହିଁ ଲାଜେ ହୋଇଲି ଅତି ସରି
ଶୈଶବ ବାଲ୍ୟ କୈଶୋର ଯୁବା ବାର୍ଦ୍ଧକ୍ୟ ପୁରା ଉଲଗ୍ନ
ପାଞ୍ଚାଳୀ ମାନ ଉଦ୍ଧାରଣଙ୍କୁ ରସି ହୀନିମାନ ହେଲି ଭାରି
ଅଣୁ ପରିମାଣୁର ଟିକେ ଆଗକୁ ଚାହାଁରେ ଚେତନା
ଅଣୁ ପରିମାଣୁର ଟିକେ ଆଗକୁ ଚାହାଁରେ ଚେତନା
ବିନା ରବି ସୁଧାକରରେ ଉଲ୍ଲସିତ ଉଦ୍ଭାସିତ ପୂର
ପଞ୍ଚଭୁତ ପଞ୍ଚତତ୍ୱର ଟିକେ ଆଗକୁ ଚାହାଁ ଚେତନା
ବିନା କାମନା ବାସନାରେ ଉଲ୍ଲସିତ ଉଦ୍ଭାସିତ ହର
Friday, June 28, 2024
ଗୋବିନ୍ଦ ଭକତଙ୍କ ଦୁଆରେ ଅଧିଆ ପଢ଼ିଲି
ଗୋବିନ୍ଦ ଭକତଙ୍କ ଦୁଆରେ ଅଧିଆ ପଢ଼ିଲି
ମୋ ଭଳି ପତିତକୁ ତିଳେ ନାହିଁ ତାଙ୍କ ଘୃଣା
ତାଙ୍କ ଗୋବିନ୍ଦଙ୍କୁ ଥରୁଟିଏ ଦର୍ଶନ କରାନ୍ତେ
ଖୋଜୁଛି ସଂସାରରେ ବାଟ ନ ପଡେ ଜଣା
ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ
ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ
ନୀଳକନ୍ଦର ନିଳୟ ନିବାସାୟ ଅତି ସୋମ୍ୟ ଶାନ୍ତ ମଧୁର ମୁଖ ସୁଖ ହରି
ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ
କେବଳ ଓଁ ନାରାୟଣ ଓଁ ନାରାୟଣ ଓଁ ନାରାୟଣ ଉଚ୍ଚାରଣେ ଭଵ ତରି
କଳା ଭଅଁର ଡୋଳାକୁ ବେଡ଼ିଛି ବଗ ଧଳା ଡୋଳା
କଳା ଭଅଁର ଡୋଳାକୁ ବେଡ଼ିଛି ବଗ ଧଳା ଡୋଳା
ଦିଗବଳୟରେ ଯେସନେଟି ଅଭିନ୍ନ ଦିବସ ରଜନୀ
ଶ୍ରୀଜଗନ୍ନାଥର ସଂକ୍ଷେପ ସଜ୍ଞା ଚକା ଚକା ଡୋଳା
ମୁରଲୀ ମୋହନ ଦୁଃଖ ପାଶୋରା ଚାହାଁ ସଜନୀ
ଡମଣଗାଡ଼ିଆ ଯିବା ବାଟେ ମାଆ ଭଟ୍ଟାରିକା ପୀଠ
ଡମଣଗାଡ଼ିଆ ଯିବା ବାଟେ ମାଆ ଭଟ୍ଟାରିକା ପୀଠ
ମାଆକୁ କହିବୁ ଅଧମ ରାମ କହିଛି ବହୁତ ବହୁତ
ମୋର ସବୁ ଅପରାଧ କ୍ଷମା କରିବାକୁ ଜଣେଇବୁ
ମାଆକୁ ଜଣା ରାମ ନିର୍ଦୋଷ ତା ମାୟାର ଆୟତ
ମୋ ନିଜ ଘରକୁ ବାଟ ଭୁଲିଗଲି ମାଆ ଗୋ
ମୋ ନିଜ ଘରକୁ ବାଟ ଭୁଲିଗଲି ମାଆ ଗୋ
ଲୋଭରେ ବେଶି ପିଇଦେଲି ମାୟାର ପଣା
ମାଆ ବାସୁଳି ବୋଲଇ ଶୁଣୁରେ ଚଣ୍ଡୀଦାସ
ଫେରିବା ପଥ କେବଳ ଶ୍ରୀଗୋବିନ୍ଦଙ୍କୁ ଜଣା
ସୁସ୍ୱାଦୁ ଫଳ ସୁଗନ୍ଧ ପୁଷ୍ପର ଡେମ୍ଫ ସମାନ
ସୁସ୍ୱାଦୁ ଫଳ ସୁଗନ୍ଧ ପୁଷ୍ପର ଡେମ୍ଫ ସମାନ
ହେ ଗୋବିନ୍ଦ ଅତିବ କ୍ଷୀଣ ମନ ସଞ୍ଜମତା
ଇନ୍ଦ୍ରିଗଣ ଚଳିଲେ ମନ ବୁଦ୍ଧି ହୃଦୟ ଚଳନ୍ତି
ହେ ଗୋବିନ୍ଦ ତୋର ବିନୁ କିଏ ଉଦ୍ଧାରନ୍ତା
Thursday, June 27, 2024
ନୟନ ପଥଗାମୀ ଭଵ ତୁମେ
----------ନୟନ ପଥଗାମୀ ଭଵ ତୁମେ--------
ଅଳ୍ପ ଜ୍ଞାନ କୁବୁଦ୍ଧି ଅଂସଞ୍ଜତ ମନ ଏଣେ ତେଣେ
ଜ୍ଞାନ ଇନ୍ଦ୍ରିୟମାନେ ସବୁ ଅଳିଆ ଆଣନ୍ତି ଦେହକୁ
କର୍ମ ଇନ୍ଦ୍ରିୟମାନେ ମୁକ ଅନ୍ଧ ବଧିର କ୍ରୀତଦାସ
ହେ ଉଦାର ଗୋବିନ୍ଦ ଅପହର ତୋର ମାୟାକୁ
ଅଭାବୀ ଘରେ ମୋର ଭାବ ଲଗେଇଲୁ ହେ ଗୋବିନ୍ଦ
ଅଭାବୀ ଘରେ ମୋର ଭାବ ଲଗେଇଲୁ ହେ ଗୋବିନ୍ଦ
ଅଭାବକୁ ଛାଡିକି ଆଉ ମୋର ପାଖରେ କିଛି ବି ନାହିଁ
ହୃଦୟ ମନକୁ ସମ୍ପୂର୍ଣ ମୋ ଛୋଟ ସଂସାରକୁ ଦେଇଛି
ଆଖି ଲୁହରେ ପଦ୍ମ ପାଦ ଦୁଇଟିକୁ ଦେଉଥିବି ଧୋଇ
ମାଆ ଭୁବନେଶ୍ୱରୀ
ବର ଅଭୟ ପାଶ ଅଙ୍କୁଶ ତୋ ଚାରି ଭୁଜେ
ମାଆ ଭୁବନେଶ୍ୱରୀ ଥାଉ ହେବି କି ଅନାଥ
ଦୁର୍ଗତି ନାଶିନୀ ସର୍ବସଂହା ମା କଟକ ଚଣ୍ଡୀ
ପାଦେ ଶରଣ ଆଉ କିଛି ନାହିଁ ମନୋରଥ
ଜଗନ୍ନାଥ ତୁମ୍ଭେ ପରମ ବ୍ରହ୍ମ
ଏଡିକି ବିଶାଳ ସମାନ୍ତରାଳ ଭୁଜ ପ୍ରସାରିଛ ହେ ମହାବାହୁ
ନାସା ରନ୍ଧ୍ରର କ୍ଷୀଣ ସୁଧୀର ସମୀରରେ ବାନ୍ଧିଲ ମୋତେ
ରବିକୁ କମଳ ଆଉ ଶଶୀକୁ କୁମୁଦ ଯେତେ ପ୍ରେମ କରେ
ହେ କମଳାଙ୍କ ପ୍ରାଣ ସତରେ ସେତେ ଭଲ ପାଏ ତୋତେ
ଜଗତ ଆନନ୍ଦ କାରକ ପତିତ ଉଦ୍ଧାରଣ
ଜଗତ ଆନନ୍ଦ କାରକ ପତିତ ଉଦ୍ଧାରଣ
ରାଧାର ଗୋବିନ୍ଦ ପାଞ୍ଚ ଭୁତ ପାଞ୍ଚ ତତ୍ତ୍ୱ
ଦେହ ମନ ବୁଦ୍ଧି ଇନ୍ଦ୍ରି ଆୟ ଖର୍ଚ୍ଚ ସଞ୍ଚୟ
ପ୍ରାଣୀ ଚେତନା ଗୋବିନ୍ଦ ତମ ରଜ ସତ୍ତ୍ଵ
Wednesday, June 26, 2024
ନାରିକେଳ ବୃକ୍ଷଟିଏ ମୋତେ କର ହେ ମହାବାହୁ
ନାରିକେଳ ବୃକ୍ଷଟିଏ ମୋତେ କର ହେ ମହାବାହୁ
ମୋହର ସକଳ କର୍ମ ଫଳ ଗୁଡିକ ଶ୍ରୀଫଳ ହେବ
ନିର୍ମଳ ଗଗନରେ ଶୋଭା ନୀଳଚକ୍ର ପତିତପାବନ
ତୋ ଚକାଡୋଳାରୁ ରବି ଚନ୍ଦ୍ର କୃପା ଝରି ପଡୁଥିବ
ବିନା ବନ୍ଧନରେ ଏଡ଼େ ଜୋରସେ ଭିଡିକି ବାନ୍ଧିଛୁ
ବିନା ବନ୍ଧନରେ ଏଡ଼େ ଜୋରସେ ଭିଡିକି ବାନ୍ଧିଛୁ
ସତରେ କେଡେ ଚଗଲା ତୁରେ ମୋ ଚକାନୟନ
ମଣିଷ ନ କରି ଯଦି ମୋତେ ପଶୁଟିଏ କରିଥାନ୍ତୁ
କହିଲୁ କିଏ ଲେଖୁଥାଆନ୍ତା ଚାରିଧାଡିରେ ଭଜନ
ଅଳପ ବଳ ସ୍ୱଳ୍ପ ବୁଦ୍ଧି ଯାହାର ଦୁଃସହ ଜୀବନ
ଅଳପ ବଳ ସ୍ୱଳ୍ପ ବୁଦ୍ଧି ଯାହାର ଦୁଃସହ ଜୀବନ
ଟିକେ ନିଜର ଭଳି ଦେଖୁଥିବ ହେ ଚକା ନୟନ
ଭାବ ଅଭାବରେ ତାହାର ପାଖେ ପାଖେ ଥିବେ
ନୀଳଚକ୍ରରେ ଚିରକାଳ ଉଡୁଥିବ ପତିତପାବନ
ସ୍ନାନ ଯାତ୍ରା ଦିନଟିଏ କେବଳ ଗାଧୋଇ
ସ୍ନାନ ଯାତ୍ରା ଦିନଟିଏ କେବଳ ଗାଧୋଇ
ଗୋବିନ୍ଦ ହେ ପନ୍ଦରଦିନ ତୋତେ ଜର
ଭବ ସାଗରେ ସବୁଦିନ ସ୍ନାନ କରୁଛନ୍ତି
ମନ ମୋ କି ଭରଷା କରିବ ତୋହର
ଶ୍ୟାମ ଭଉଣୀକୁ କିଏ ସେ ନ ଜାଣେ
ଶ୍ୟାମ ଭଉଣୀକୁ କିଏ ସେ ନ ଜାଣେ
ଭାଇ ଭଳିଆ ଦେହ ତା ତ୍ରିପଣ୍ଡ କଳା
କୋକିଳ କଣ୍ଠି ମୋ ହୃଦୟେ ବସିଲା
ମନ ମୋର ମନ ନ ଛାଡେ ତା ଅଳା
ଶ୍ରୀକ୍ଷେତ୍ର ବାସାୟଃ ବିଦମହେ
ଚାହାଁ ଚାହାଁ ଚାହାଁ ଚାହାଁ ମୋର ପ୍ରାଣ ସଙ୍ଗିନୀରେ
କଦମ୍ବ ଡାଳରେ କିବା ଶୋଭା ଦିଶନ୍ତି ବେଣୁ ପାଣି
ଏ ଭବ ଜଳରେ କେତେ କାଳ ବୁଡି ଲାଜ ରଖିବା
ଅପଲକକୁ ସମର୍ପି ତରିବା ଅନ୍ତର୍ଯ୍ୟାମୀ ଚିନ୍ତାମଣି
Tuesday, June 25, 2024
ଏହି ଦେହ ମୁଣାରେ ମୋ ମନ ବୁଦ୍ଧି ଜ୍ଞାନକୁ ଭରି
ଏହି ଦେହ ମୁଣାରେ ମୋ ମନ ବୁଦ୍ଧି ଜ୍ଞାନକୁ ଭରି
ଗୋବିନ୍ଦ ହେ ଆପଣଙ୍କ ପାଦ କମଳରେ ରଖିବି
ହେ ଚିନ୍ତାମଣି ଆପଣ ଚିନ୍ତା କରି ଯାହା ଦେବେ
ଗୋବିନ୍ଦ ହେ ମହାପ୍ରସାଦ ମଣି ଗର୍ଭକୁ କ୍ଷେପିବି
ଯେଉଁ ବୃକ୍ଷ ପୂର୍ଣ୍ଣବ୍ରହ୍ମ ଶଙ୍ଖକ୍ଷେତ୍ର ବ୍ରହ୍ମଦାରୁ
ଯେଉଁ ବୃକ୍ଷ ପୂର୍ଣ୍ଣବ୍ରହ୍ମ ଶଙ୍ଖକ୍ଷେତ୍ର ବ୍ରହ୍ମଦାରୁ
ଆର୍ତ୍ତି ଅର୍ଥାର୍ଥି ଜିଜ୍ଞାସୁ ଜ୍ଞାନୀଙ୍କର କଳ୍ପବୃକ୍ଷ
ସେହି ବୃକ୍ଷ ମୂଳରେ ଶୈବ ଶାକ୍ତ ବୈଷ୍ଣବ
ସମାଧିସ୍ଥ ହୋଇ ସିଦ୍ଧି ଲଭନ୍ତି ନିଜ ଲକ୍ଷ୍ୟ
କୃଷ୍ଣ ଭକ୍ତି ରସରେ ଥରୁଟିଏ ସ୍ନାନରେ
କୃଷ୍ଣ ଭକ୍ତି ରସରେ ଥରୁଟିଏ ସ୍ନାନରେ
ହୃଦୟ ପଦ୍ମ ପାଖୁଡା ସବୁ ହେଲା ଓଦା
ତିନି ତାପରୁ ରକ୍ଷା କରି ମର ଶରୀର
କମଳ ଚରଣରେ ବୃତ୍ତି ଦେଲେ ସଦା
ପୁଷ୍ପ କେଶରରେ ମଧୁ ଲଭିଲେ ଭ୍ରମର
ପୁଷ୍ପ କେଶରରେ ମଧୁ ଲଭିଲେ ଭ୍ରମର
ଅତି ନିଶ୍ଚଳେ ସନ୍ତୋଷେ ମକରନ୍ଦ ପିଏ
ସମାଧିସ୍ଥ ହେଲେ ଯୋଗୀ ସୁକ୍ଷ୍ମ ଦେହ
ବଂଶୀଧର ପଦ୍ମପାଦରେ ବିଶ୍ରାମ ନିଏ
ଲୀଳା ଶ୍ରବଣରେ ମୋ ଚିତ୍ତ ନୁହେଁ ସ୍ଥିର
ଲୀଳା ଶ୍ରବଣରେ ମୋ ଚିତ୍ତ ନୁହେଁ ସ୍ଥିର
ହେ ଗୋବିନ୍ଦ କୃପାନିଧି କୃପା କର ବୃଷ୍ଟି
ସଂସାର ତୃଷ୍ଣା ଯାଇ ଭକ୍ତି କୁସୁମ ଫୁଟୁ
ମୋ ହୃଦୟ ମରୁରେ ମଳୟ କର ସୃଷ୍ଟି
ଚୋର ଘର ଶୁଆ ବୋଲେ ଲୁଚିଯା ଲୁଚିଯା
ଚୋର ଘର ଶୁଆ ବୋଲେ ଲୁଚିଯା ଲୁଚିଯା
ସାଧୁ ଘରେ ଶୁଆ ହରେ କୃଷ୍ଣ ହରେ ରାମ
ପଞ୍ଜୁରୀରେ ଶୁଆ ଏକ ଦେଖିବାକୁ ସମାନ
ସଙ୍ଗ ଦୋଷରେ ତଫାତ ଶୁଆ ଧର୍ମ କର୍ମ
ତୋହରି ଭିତରେ ମୁହିଁରେ କାଳିଆ
ତୋହରି ଭିତରେ ମୁହିଁରେ କାଳିଆ
ଆଉ ମୋରି ଭିତରେ କେବଳ ତୁହି
କୋଇଲି ଭଳି ତୋତେ ବାହୁନୁଥିବି
ସଦା ସର୍ବଦା ହୃଦୟରେ ଥିବୁ ରହି
ଲୁଚିଛୁ ଲୁଚିଛୁ ତୁ ମୁରୁକି ହସୁଛୁ
ଲୁଚିଛୁ ଲୁଚିଛୁ ତୁ ମୁରୁକି ହସୁଛୁ
ମାଆ ମୋ ତୁହି କି ପାରିବୁ ସହି
କେବେ ଅଭୟ କେବେ ଖର୍ପର
ସୃଷ୍ଟିକୁ ଧର୍ମ ପଥେ ନେଉ ବହି
ଖାଦ୍ୟ ଚବ୍ରଣେ ପାଚନେ ରକ୍ତ ମେଦ ମାଂସ
ଖାଦ୍ୟ ଚବ୍ରଣେ ପାଚନେ ରକ୍ତ ମେଦ ମାଂସ
ସୁକ୍ଷ୍ମ ଚିନ୍ତନେ ନିଷ୍କାମ ସେବାରେ ଶୁଦ୍ଧ ଗାତ୍ର
ସାଧୁ ସଙ୍ଗେ ଜିଇଁବାର ଆଶା ନିଶା ହେଲେ
ଅପଲକ ପତା ପକାନ୍ତି ଉଦାର ପଦ୍ମ ନେତ୍ର
ହେ ଅଲେଖ ନିରାକାର ହେ ଆଦି ଅକ୍ଷର ଓଁକାର
ହେ ଅଲେଖ ନିରାକାର ହେ ଆଦି ଅକ୍ଷର ଓଁକାର
ହେ ଅତସୀ କୁସୁମ ଦେହ କାନ୍ତି ହେ ପୀତବସନା
ହେ ସର୍ବ ଜୀବ ଚେତନା ଜନନୀ ବାତ୍ସଲ୍ୟ ମମତା
ହେ ବଦନ ସୁଧାନିଧି ହେ ଅପଲକ ଅନନ୍ତ ଶୟନା
Monday, June 24, 2024
ସମୁଦ୍ର ଜଳେ ଯେସନେ ମୀନ ଭ୍ରମଇ
ସମୁଦ୍ର ଜଳେ ଯେସନେ ମୀନ ଭ୍ରମଇ
ଏହି ସଂସାରେ ତେମନ୍ତ ମନୁଷ୍ୟ ମୁକ୍ତ
ତିନି ଗୁଣ ରଜୁରେ ନିଜକୁ ନିଜେ ଛନ୍ଦି
ପତିତପାବନ ନିନ୍ଦିଣ ହୁଏ ପାପ ଯୁକ୍ତ
ସଦ୍ୟ ପ୍ରସ୍ଫୁଟିତ ପଦ୍ମଟିଏ ସମାନ ଅପେକ୍ଷା
ସଦ୍ୟ ପ୍ରସ୍ଫୁଟିତ ପଦ୍ମଟିଏ ସମାନ ଅପେକ୍ଷା
ତୁମ୍ଭ ପଦ୍ମପାଦରେ ଲୋଟିଯିବି ହେ ଗୋବିନ୍ଦ
ଶ୍ରୀଗୀତଗୋବିନ୍ଦ ଧାଡି ଭଳି ମୋ ଅପେକ୍ଷା
ତୁମ୍ଭ କମଳ କର ସ୍ପର୍ଶ କରି ଲଭିବି ଆନନ୍ଦ
Sunday, June 23, 2024
ସ୍ନାନ ପୁର୍ଣିମା
ସାଧନ ମୋର କେବଳ ଦେହ ମନ ବୁଦ୍ଧି
ଦେହରେ ପାଞ୍ଚ ତତ୍ତ୍ୱ ସାଧାନା ଅସମ୍ଭବ
ସେବି ନାହିଁ ପିତା ମାତା ଦୁଃଖି ଗୁରୁ ପାଦ
ବ୍ୟର୍ଥ ଗଲା ମନୁଷ୍ୟ ଜନ୍ମ ଅତିବ ଦୁର୍ଲଭ [୧]
ଆକାରକୁ କଲି ମୁହିଁ କେତେ ଯେ ଯତ୍ନ
ସେହି କାହୁଁ ତତ୍ତ୍ୱ ମୋତେ ଆଣି ଦେବ
ତତ୍ତ୍ୱ ଜାଣିଲେ ତୁଟିଯାଏ ସକଳ ଭ୍ରାନ୍ତି
କେବଳ ହିଁ ଗୋବିନ୍ଦ କୃପାରେ ସୁଲଭ [୨]
ହନୁମାନ ଚାଳିଶା ଶହେ ଜପି ଥିଲେ
ଲଭିଥାନ୍ତି ପ୍ରଭୁ ଶ୍ରୀରାମଙ୍କର ଭେଟ
ପଚାରିଥାନ୍ତି ମୋର ନିଜର ଠିକଣା
ଜୀବନର ଜଞ୍ଜାଳ ଓଗାଳିଲା ବାଟ[୩]
ଆକାର ମଡ଼େଇ ମଡ଼େଇ ମଡ଼େଇ
ଜ୍ଞାନ ଇନ୍ଦ୍ରିୟଗଣ ମନ ବୁଦ୍ଧିଟି ଥକା
ବ୍ରହ୍ମଦାରୁରେ ନିରାକାର ଅପଲକ
ମୁଁ ଜାଣେ ନାହିଁ କେମିତି ହୁଏ ଡକା [4]
ଛିଟିକି ପଡ଼ିଥିଲେ ସ୍ନାନ ଜଳ ବିନ୍ଦୁଟିଏ
ପାପ ପୁଣ୍ୟ ସକଳ ମୋ ଧୋଇଥାନ୍ତି
ନିର୍ମଳ ଦେହେ ଅମଳ ବିମଳ ଭେଟି
ମୋ ସକଳ ପ୍ରଶ୍ନ ଉତ୍ତର ଭୁଲିଥାନ୍ତି [୫]
ଅଣସର ଘରେ ତୁମ୍ଭର ଭାଇ ଜରରେ ପଡିଛନ୍ତି
ଅଣସର ଘରେ ତୁମ୍ଭର ଭାଇ ଜରରେ ପଡିଛନ୍ତି
ମା ଶ୍ୟାମା ଆଉ ଘରେ ନ ଲାଗଇ ମୋର ମନ
ଅଭୟ ହସ୍ତରେ ଯାହା ଦେବୁ ମା ଭାଇକୁ ଦେବି
ମାଆ ଗୋ ଶୀଘ୍ରକର ମୋ ମନ ହୁଏ ଛନ ଛନ
ଅଣସର ଘରେ ବ୍ରହ୍ମାଣ୍ଡ ଗୋସାଇଁ ଅସୁସ୍ଥ ଥିବେ
ଅଣସର ଘରେ ବ୍ରହ୍ମାଣ୍ଡ ଗୋସାଇଁ ଅସୁସ୍ଥ ଥିବେ
ମନ ପାରା ଲୋ ଅତି ଧୀରେ ପାଖକୁ ଯିବୁ ଉଡି
ପଦ୍ମ କୋମଳ ପାଦସେବାର ଅନୁମତି ଲୋଡ଼ିବୁ
ପଲକରେ ଇଙ୍ଗିତ କରିବେ ପାଦରେ ଥିବୁପଡି
Subscribe to:
Posts (Atom)

















































