Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Tuesday, June 30, 2026
ଛନ୍ଦା ଚରଣରେ ତୁହି ନିଶ୍ଚଳେ ବସିଥା ମନରେ
ଛନ୍ଦା ଚରଣରେ ତୁହି ନିଶ୍ଚଳେ ବସିଥା ମନରେ
ବାୟା ନିଶ୍ଚଳେ ବସିଥାଅ ବ୍ରହ୍ମଦାରୁ ଛାଇ ତଳେ
ଶ୍ରୀପୁରୁଷୋତ୍ତମ କମଳା ବଲ୍ଲବ ପରମ ଦୟାଳୁ
ଭରଷା ରଖିବା ନିଶ୍ଚୟ ଚାହିଁବେ ଚକାଡୋଳେ
ପ୍ରାରବ୍ଧ କର୍ମ ଫଳରୁ
ପ୍ରାରବ୍ଧ କର୍ମ ଫଳରୁ ଯୋଗୁଁ ପାପ ପଙ୍କେ ପଡ଼ିଗଲି
ହେ ଚକାଡ଼ୋଳା ବେନି ଭୁଜ ପ୍ରସାରି ମୋତେ ଉଠା
ମୁହିଁ ବଡ ପାତକୀ ତୁମ୍ଭ ବିନା ନାହିଁନା ଅନ୍ୟ ଭରସା
ଏହି ଚାରି ଧାଡିକୁ ପଢି ମଣିବ ରୁକ୍ମଣୀ ପ୍ରେମ ଚିଠା
ଗୋବିନ୍ଦ ଆଉ ବୈଷ୍ଣବଙ୍କ ଲୀଳା
ଗୋବିନ୍ଦ ଆଉ ବୈଷ୍ଣବଙ୍କ ଲୀଳା ଚକାଡୋଳା ମଧୁର
କହ ଲୋ ଶୁଆ କହ ଲୋ ଶାରୀ ଏହି ଆତ୍ମା ହିତରେ
କୃଷ୍ଣ ରୂପ ସ୍ମରଣ କୃଷ୍ଣ କୀର୍ତ୍ତନ ପହଣ୍ଡି ବିଜୟ ଅମୃତ
ଗାଆ ଲୋ କୋଇଲି କେବଳ ବାସନା ମୋ ଚିତ୍ତରେ
ମୋ ଆତ୍ମା ଶାରୀ ଲୋ
ମୋ ଆତ୍ମା ଶାରୀ ଲୋ କହ ଅର୍ଜୁନ ସଖା କେଶବ କଥାମୃତ
ଏନ୍ତୁଡ଼ି ନିଆଁ ଜୁଇ ନିଆଁଠାରୁ ଆହୁରି ଉତ୍ତପ୍ତ ସଂସାର ଦାରୁଣ
ପୟୋନିଧି ଲୀଳାନିଧି ପତିତପାବନ ରୁକ୍ମଣୀ ହୃଦୟ ମାଧବ
କଳାନିଧି କୃପାନିଧିରୁ ଆଞ୍ଜୁଳେ ପିଇ ଶୀତଳ କରିବି ପରାଣ
ସକଳ ଅବତାର ଏହି ଅଖିଳ ହିତ ନିମନ୍ତେ
ସକଳ ଅବତାର ଏହି ଅଖିଳ ହିତ ନିମନ୍ତେ
କମଳିନୀ କାନ୍ତ ମହାବିଷ୍ଣୁ ପଦ୍ମନାଭିରୁ ସୃଷ୍ଟି
ନବଧା ଭକ୍ତିରେ ଅତି ଯତ୍ନ ଦୃଢ଼େ ବାନ୍ଧିଛନ୍ତି
ଚକାଡୋଳା ଅପଲକ ସୁଧା କରୁଥାନ୍ତି ବୃଷ୍ଟି
କ୍ଷୀର ହାଣ୍ଡିରେ ବିରାଡ଼ିଟିଏ ମୁହଁ ମାରିଦେଲ
କ୍ଷୀର ହାଣ୍ଡିରେ ବିରାଡ଼ିଟିଏ ମୁହଁ ମାରିଦେଲେ
ଆଉ ସେହି କ୍ଷୀର ହୁଏ ନାହିଁ ଦିଅଁଙ୍କର ପ୍ରସାଦ
ଗୋବିନ୍ଦ ଛନ୍ଦା ଚରଣେ ଚିତ୍ତ ସ୍ଥିର ନ ହେଲେ
ଏହି ଅଳିକ ଓଳିକ ଜୀବନ ଲାଗେନା ସୁସ୍ଵାଦ
ଜନମ ମରଣ ଦୁହେଁ ଅନୁସରଣ କରୁଛନ୍ତି
ଜନମ ମରଣ ଦୁହେଁ ଅନୁସରଣ କରୁଛନ୍ତି
କାମ ଲୋଭ ବଶେ ମୁହିଁ ନ ପାରିଲି ଜାଣି
ନାଗ ହାତ ଧରି ନେଲେ ବୈକୁଣ୍ଠ ଭୁବନକୁ
ପତିତପାବନ ଅତି ଦୟାଳୁ ମୁରଲୀ ପାଣି
ବୃକ୍ଷର ପାଚିଲା ଫଳ ସଦୃଶ ଏହି ଦେହ
ବୃକ୍ଷର ପାଚିଲା ଫଳ ସଦୃଶ ଏହି ଦେହ
ରୂପ ରସ ଗନ୍ଧରେ ପୂର୍ଣ୍ଣ ଗଡୁଟିଏ ସମାନ
କାଳ ବୈଶାଖୀ ହଲେଇଲେ ଝଡି ପଡ଼େ
ହେବାକୁ ମହାପ୍ରସାଦ କୃଷ୍ଣ ଚିନ୍ତ ସୁଖାସନ
ମଧୁର ଅତି ମଧୁର କୃଷ୍ଣ ରୂପ ଧ୍ୟାନ
ମଧୁର ଅତି ମଧୁର କୃଷ୍ଣ ରୂପ ଧ୍ୟାନ
ରାମ ରୂପ ଧ୍ୟାନ ମଧୁର ଅତି ମଧୁର
ଆହୁରି ମଧୁର କମଳ ଛନ୍ଦା ଚରଣ
ଆତ୍ମା ଭ୍ରମର ଚୂମବାକୁ ସଦା ଅଧିର
ମୁହିଁ ଢ଼ାଳିଲେ ଢାଳିବି ଢାଳଟେ
ମୁହିଁ ଢ଼ାଳିଲେ ଢାଳିବି ଢାଳଟେ
ହୃଦ ପାପ ପୂର୍ଣ୍ଣ ଭକ୍ତିରେ ଦରିଦ୍ର
ତୁମ୍ଭେ ଢ଼ାଳିଲେ ଢାଳିବ ସମୁଦ୍ର
ସୂର୍ଯ୍ୟ ଶଶୀ ଚକାଡୋଳା ଅମୃତ
Monday, June 29, 2026
ସମାନ ବାତ୍ସଲ୍ୟ ପୂର୍ଣ୍ଣ ଚକାଆଖି
ସମାନ ବାତ୍ସଲ୍ୟ ପୂର୍ଣ୍ଣ ଚକାଆଖି
ବ୍ରହ୍ମଦାରୁ କଳିର କଳୁଷ ନାଶନ
ପତିତପାବନ ବାନା ଚକାଡୋଳା
ଜଗନ୍ନାଥ ସର୍ଵଦା ଧର୍ମ ସଂସ୍ଥାପନ
ହେ ଅଚ୍ୟୁତ ଅନନ୍ତ ଗୋବିନ୍ଦ
ହେ ଅଚ୍ୟୁତ ଅନନ୍ତ ଗୋବିନ୍ଦ
ତୁମ୍ଭେ ଆଦି ବ୍ୟାଧି ହରା କନ୍ଦ
ଗୋବିନ୍ଦ ଦାମୋଦର ମାଧବ
ସତ୍ୟାନନ୍ଦ ଚିଦାନନ୍ଦ ନିତ୍ୟାନନ୍ଦ
ଶ୍ରୀରାଧା କଜଳରେ କଳା ବୋଳା ତନୁ ଜଗନ୍ନାଥ
ଶ୍ରୀରାଧା କଜଳରେ କଳା ବୋଳା ତନୁ ଜଗନ୍ନାଥ
ଜଗନ୍ନାଥ ପିତ ବସନ ମାଆ ରୁକ୍ମଣୀଙ୍କ ପିନ୍ଧା ଶାଢି
କମଳିନୀ ଚୁମ୍ବନରେ ରଙ୍ଗିମା ଅଧର ଶ୍ରୀଜଗନ୍ନାଥ
ଗରୁଡ ପଛରୁ ଆତ୍ମାକୁ ଚାହିଅଛି କରପତ୍ର ଯୋଡ଼ି
ହରି ନାରାୟଣ ବିଷ୍ଣୁ ବନମାଳୀ
ହରି ନାରାୟଣ ବିଷ୍ଣୁ ବନମାଳୀ କୃଷ୍ଣ ଚକାଡୋଳା ହେ
ଏହି ମୂଢ଼ ଅଜ୍ଞାନ ପାପୀ ରାମ ଗୋଟିଏ ପାଗଳା ବାୟା
ବିଶାଳ ବକ୍ଷରେ ମାଆ କମଳାଙ୍କୁ ଦେଖି ବଢେ ଲୋଭ
ଥରୁଟିଏ ଛନ୍ଦା ଚରଣକୁ ଛୁଅଁନ୍ତି ଚକାଆଖି କଲେ ଦୟା
ସର୍ବ ଭୂତେ ସଚରାଚର ପରମାଣୁ ଅଣୁରେ ଜଗନ୍ନାଥ
ସର୍ବ ଭୂତେ ସଚରାଚର ପରମାଣୁ ଅଣୁରେ ଜଗନ୍ନାଥ
ଅନ୍ତରେ ଦେଖେନା ମୋ ହୃଦରେ ଭରିଛି କାମ ମୋହ
ସକଳ ଜ୍ଞାନର ଅଧିଶ୍ୱର ଏହି ଅଧାଗଢା ଚକାଡୋଳା
ଅନୁଭବ ଶୁନ୍ୟ ଅଜ୍ଞାନ ଅନ୍ଧ ଚିତ୍ତ ମୁଁ ନ ପାରେ ଥୟ
ପାତକ ନ ଥିବାରୁ ଲକ୍ଷ୍ମଣ ଦେହରେ
ପାତକ ନ ଥିବାରୁ ଲକ୍ଷ୍ମଣ ଦେହରେ ବଳଭଦ୍ର ଧବଳ
ସର୍ବ ଦେବ କନ୍ୟା ଯଜ୍ଞ କୁଣ୍ଡ ଅଗ୍ନି ଶିଖା ସୁଭଦ୍ରା ସୀତା
ବୈକୁଣ୍ଠ ଶୀତ ଉଷ୍ମ ରହିତ ସୂର୍ଯ୍ୟ ରହିତ ଚନ୍ଦ୍ର ରହିତ
ଘନ କଳା ତନୁ କଳା ଶ୍ରୀମୁଖ ରାମ କୃଷ୍ଣ ଆତ୍ମା ହିତା
ଏମିତି ବଢ଼େଇ ଦେଖା କି ଶୁଣା ନାହିଁ
ଏମିତି ବଢ଼େଇ ଦେଖା କି ଶୁଣା ନାହିଁ
ବ୍ରହ୍ମଦାରୁଙ୍କୁ ଛାଡିଗଲା କରି ଅଧାଗଢ଼ା
ବିନା ହାତୁଡି ନିଆଣରେ ଜଗତ ଗଢେ
ନିଜ ସ୍ୱରୂପ ଗଢିଲା ରାଧାକୃଷ୍ଣ ଯୋଡ଼ା
ଓଲଟ ବୃକ୍ଷରେ ଖେଳୁଛି ହଂସ
ଓଲଟ ବୃକ୍ଷରେ ଖେଳୁଛି ହଂସ
ଅଣ୍ଡିରା କି ମାଈ ଭେଦ ନୋହି
ତାର ଗୋଲକ ଅଣ୍ଡାଟି ବ୍ରହ୍ମାଣ୍ଡ
ରାମ ଜୀଏଁ ଛନ୍ଦା ଚରଣ ଧ୍ୟାୟି
ହଟିଆ ଠାକୁର ଗୋବିନ୍ଦ ଲଗାଇଲେ ହଟ
ହଟିଆ ଠାକୁର ଗୋବିନ୍ଦ ଲଗାଇଲେ ହଟ
ସ୍ୱୟଂ ବୁଜିଦେଲେ ମାୟାସଂସାରକୁ ବାଟ
ଛନ୍ଦା ଚରଣ ଡାକି ଆଶ୍ରା ମୋତେ ଦେଲେ
ଇନ୍ଦ୍ରିୟ ଷଡ଼ ବିକାରର ଶେଷ ହେଲା ହାଟ
ଆଲୋ ଶୁଆ ସଦା ଭଜୁ କୃଷ୍ଣ କୃଷ୍ଣ କୃଷ୍ଣ
ଆଲୋ ଶୁଆ ସଦା ଭଜୁ କୃଷ୍ଣ କୃଷ୍ଣ କୃଷ୍ଣ
ଶାରୀ ଲୋ ସଦା ଭଜୁ ରାମ ରାମ ରାମ
ବିସ୍ତାରିତ ଭୁଜର ଆଲିଙ୍ଗନ ଚାଖିଅଛକି
ଭକ୍ତ କୁହା କୁହି ହୁଅନ୍ତି ବୈକୁଣ୍ଠ ଆରାମ
ତାଙ୍କୁ ଚାହାଁନା ଚାହାଁନା
ତାଙ୍କୁ ଚାହାଁନା ଚାହାଁନା ତାଙ୍କୁ ଚାହାଁନା ଲୋ ମିତଣୀ
ଚକାଡୋଳା ସୂର୍ଯ୍ୟ ଶଶୀ ଅପଲକରେ ଅଛି ମହନୀ
ଚକ୍ଷୁ ଦେଇ ପଶିବ କର୍ଣ୍ଣରେ ଭାସିବ ହୃଦରେ ବସିବ
ଆତ୍ମା ହରା ହୋଇ କାନ୍ଦିଥିବୁ ବାହୁନି ବାହୁନି ବାହୁନି
ମୋ ହାତ ଧରି ଭିଡ଼ ଭିଡ ହେ ଦରଦୀ ଚକାଡୋଳା
ମୋ ହାତ ଧରି ଭିଡ଼ ଭିଡ ହେ ଦରଦୀ ଚକାଡୋଳା
ମାୟା ମୋତେ ଆହୁରି ଭିତରକୁ ନିଏ ଟାଣି ଟାଣିକି
ଯାହା ଘରଣୀ ସ୍ୱୟଂ ଶ୍ରୀକ୍ଷେତ୍ର ମହାରାଣୀ କମଳା
ବଡ ତ୍ରୁଟି ହେଲା କିବା ଆତ୍ମା ସମର୍ପି ବେଣୁ ପାଣିକି
ପୁଷ୍ପ ସମାନ ଏଡ଼େ ବଡ
ପୁଷ୍ପ ସମାନ ଏଡ଼େ ବଡ ସୌଭାଗ୍ୟ ହେବ କିବା ମୋର
ସର୍ବଦା ବ୍ରହ୍ମଦାରୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଲାଗିଥାନ୍ତି
ନୃତ୍ୟରତ କାଳୀୟ ଦଳନ ଛନ୍ଦାପାଦରେ ପାଦ ମିଳାଇ
ଭକ୍ତ ଜୟଦେବଙ୍କ ଅଷ୍ଟପଦୀର ଛନ୍ଦେ ଛନ୍ଦେ ଝୁଲୁଥାନ୍ତି
Sunday, June 28, 2026
ଭସା ବାଦଲ ଘୋଡାଇ ପକାଏ ଜହ୍ନକୁ
ଭସା ବାଦଲ ଘୋଡାଇ ପକାଏ ଜହ୍ନକୁ
ଆତ୍ମାକୁ ଘୋଡାଇ ପକାଏ ମାୟା ମୋହ
ପବନ ଉଡାଇ ନିଅଇ ବାଦଲ ଭେଳାକୁ
ଚକାଡୋଳା କୃପା ନେତ୍ରେ ଥରେ ଚାହଁ
କପଟୀ ଚକାଡୋଳା ହେ କି ଭାବ ତୁମେ
କପଟୀ ଚକାଡୋଳା ହେ କି ଭାବ ତୁମେ
ମୁଁହି କି ଦ୍ୱାପର ଯୁଗ ଶ୍ରୀରାଧା ବାୟାଣୀ
ଚିତ୍ତ ବିତ୍ତ ଚୋରି କରି ଛାଡ଼ିକି ଚାଲିଯିବ
ଛନ୍ଦାପାଦ ନ ଛାଡ଼ିବି ହେ ମୁରଲୀ ପାଣି
ଚକ୍ଷୁ ଥାଇ ଦୁହେଁ ଅଜ୍ଞାନ ଅନ୍ଧ ଶୈଶବ ବାଳକ
ଚକ୍ଷୁ ଥାଇ ଦୁହେଁ ଅଜ୍ଞାନ ଅନ୍ଧ ଶୈଶବ ବାଳକ
କିଶୋର କିଶୋରୀ ବିଭୋର ସଙ୍ଗୀ ମେଳରେ
ଯୁବକ ବିବେକ ଶୁନ୍ୟ ଦେଖିଣ କାମିନୀ କାଞ୍ଚନ
ଅଲୋଡ଼ା ବୃଦ୍ଧକାଳକୁ ଚିନ୍ତେ ଚକାଡ଼ୋଳାରେ
ଅସୀମ ଯୋନିରେ ଜନମି ମୋ ତୃଷା ନ ମେଣ୍ଟିଲା
ଅଶେଷ ଯୋନିରେ ଜନ୍ମି ମୋ ତୃଷା ନ ମେଣ୍ଟିଲା ହେ ଜଗନ୍ନାଥ
ହେ ବ୍ରହ୍ମଦାରୁ ଚକାଡୋଳା ମୁହିଁ ଦୁର୍ଲଭ ନର ଦେହକୁ ଧରିଅଛି
କିଞ୍ଚିତ ଦର୍ଶନ ଦେବା ଉଚିତ୍ତ ହେବ ହେ କମଳା ହୃଦ ଗୋବିନ୍ଦ
ଏନ୍ତୁଡ଼ିଶାଳରୁ ଛନ୍ଦା ଚରଣେ ଲୋଟିବାକୁ ବଡ ଆଶା ବାନ୍ଧିଅଛି
କଳିରେ ଶ୍ରୀରମଣୀ କାନ୍ତ ବ୍ରହ୍ମଦାରୁ ହୋଇଲେ
କଳିରେ ଶ୍ରୀରମଣୀ କାନ୍ତ ବ୍ରହ୍ମଦାରୁ ହୋଇଲେ
ଅଧାଗଢା ରବି ସୁଧାକର ଚକାଡୋଳା ଅପଲକ
ଆତ୍ମା ଭ୍ରମର ଅଖିଳ ସଂସାର ଖୋଜି ପଥ ଶ୍ରାନ୍ତ
କମଳ ପାଦକୁ ଚୁମିବାକୁ ଝୁରିମଲି ଗୋପାଳକ
କିଏ ନିଜ ହାତରେ ଭୁଞ୍ଜାଏ ଅଧାଗଢାଙ୍କୁ
କିଏ ନିଜ ହାତରେ ଭୁଞ୍ଜାଏ ଅଧାଗଢାଙ୍କୁ
ଆଉ କାହାକୁ ଅଧାଗଢା ଭୁଞ୍ଜାଇ ଦିଅନ୍ତି
ନବଧା ଭକ୍ତି ଡୋରିରେ ସଂସାର ଭିଡନ୍ତି
ବ୍ରହ୍ମଦାରୁଙ୍କ ସମାନ ଉଦାର କେହି ନୁହଁନ୍ତି
ପରମ ବୈଷ୍ଣବ ମହାଦେବ ଗୌରୀ ଚରଣରେ
ପରମ ବୈଷ୍ଣବ ମହାଦେବ ଗୌରୀ ଚରଣରେ
ସଂସାର ମାୟା ବ୍ୟଥିତ ମୋହ ଚିତ୍ତ ଥୟ ହେଉ
ଶିବାଳୟ ଏହି କୋଟିଏ ବିଶ୍ୱ ବ୍ରହ୍ମାଣ୍ଡର ବୈକୁଣ୍ଠ
ଈଶ୍ବର ପାର୍ବତୀ ସମ୍ବାଦ ହରି କଥା ଆତ୍ମା ମୋହୁ
ଅପଲକ ଚକାଡୋଳା ମୋ ସକଳ ପାପ ଦେଖିଲେ
ଅପଲକ ଚକାଡୋଳା ମୋ ସକଳ ପାପ ଦେଖିଲେ
ବିଶ୍ୱ ରୂପ ଅର୍ଜୁନ ସଖା ଦାରୁବ୍ରହ୍ମଙ୍କୁ ପାପ ଲାଗିଯିବ
ନୀଳଚକ୍ରରେ ପତିତ ପାବନ ବାନା ଉଡାଉଛ ଯେଣୁ
ଅଶରଣ ଶରଣ ଲକ୍ଷ୍ମୀ ହୃଦୟ ମହାପାପିକୁ ଉଦ୍ଧରିବ
ଶ୍ରୀଗୋବିନ୍ଦଙ୍କୁ ମୁହିଁ ଆପଣା ଭାବରେ ବାନ୍ଧିବାକୁ ଭାବିଲି
ଶ୍ରୀଗୋବିନ୍ଦଙ୍କୁ ମୁହିଁ ଆପଣା ଭାବରେ ବାନ୍ଧିବାକୁ ଭାବିଲି
ଭକ୍ତି ପଦ୍ମା ପତି ଜୟଦେବଙ୍କଠାରୁ ଯଥେଷ୍ଠ ଉଣା ହେଲା
ଶ୍ରୀଗୋବିନ୍ଦଙ୍କୁ ରୁପକୁ କଳିବାକୁ ଆରତି ବେଳେ ଚାହିଁଲି
ପହଣ୍ଡି ବିଜୟ ବେଶକୁ ସକଳ ଉପମା ଉଣା ପଡି ଗଲା
ଶ୍ରୀଗୋବିନ୍ଦଙ୍କୁ ମୁହିଁ ଆପଣା ଭାବରେ ବାନ୍ଧିବାକୁ ଭାବିଲି
ଶ୍ରୀଗୋବିନ୍ଦଙ୍କୁ ମୁହିଁ ଆପଣା ଭାବରେ ବାନ୍ଧିବାକୁ ଭାବିଲି
ଭକ୍ତି ପଦ୍ମା ପତି ଜୟଦେବଙ୍କଠାରୁ ଯଥେଷ୍ଠ ଉଣା ହେଲା
ଶ୍ରୀଗୋବିନ୍ଦଙ୍କୁ ରୁପକୁ କଳିବାକୁ ସମାଧିରେ ଚାହିଁ ରହିଲି
ପହଣ୍ଡି ବିଜୟ ବେଶକୁ ସକଳ ଉପମା ଉଣା ପଡି ଗଲା
ଶ୍ରୀଗୋବିନ୍ଦଙ୍କ ଭାଵର ଉପମା ପୁଷ୍ପ ଭ୍ରମର ପ୍ରେମ
ଶ୍ରୀଗୋବିନ୍ଦଙ୍କ ଭାଵର ଉପମା ପୁଷ୍ପ ଭ୍ରମର ପ୍ରେମ
କମଳ କଢିକୁ ଉଷାକାଳ ବାଳ ଅରୁଣଙ୍କର ଚୁମ୍ୱନ
ଚକାଡୋଳାଙ୍କ ଉଦାର ପଣ ଭକ୍ତକୁ ବହୁତ ଅଧିକା
ଅରକ୍ଷିତ ରାମ କପାଳରେ ଦେଲା ଟୋପି ଚନ୍ଦନ
ଷୋଳ ସହସ୍ର ଯୋଗୀ ମୁନୀ ହେଲେ ଗୋପୀ ନାରୀ
ଷୋଳ ସହସ୍ର ଯୋଗୀ ମୁନୀ ହେଲେ ଗୋପୀ ନାରୀ
ହେ ଗୋବିନ୍ଦ ଲଭିବାବୁ ଚୁମିବାକୁ ତୋ ଛନ୍ଦା ଚରଣ
ମହା ଯୋଗେଶ୍ୱର ଉମା ପତି ହେଲେ ଶଶ୍ମାନବାସୀ
ହେ ବାସୁଦେବ ଅଖିଳ ମୋହିନୀ ମାୟା କର କାରଣ
ଗଦ୍ୟରେ ଆରମ୍ଭ ଲଳିତ ପଦ୍ୟରେ ଆବୃତ୍ତି
ଗଦ୍ୟରେ ଆରମ୍ଭ ଲଳିତ ପଦ୍ୟରେ ଆବୃତ୍ତି
ପଦ୍ୟରେ ଆରମ୍ଭ ଭାବ ପ୍ରେମରେ ଗୋବିନ୍ଦ
ଯୋଗରେ ଆରମ୍ଭ ଭକ୍ତି ଜ୍ଞାନରେ ଆରତୀ
ନିଷ୍କାମରେ ଆରମ୍ଭ ଛନ୍ଦା ପାଦରେ ବ୍ରହ୍ମାନନ୍ଦ
ତୁମ୍ଭ କରୁଣା ଭଣ୍ଡାର ମାଆ କମଳାଙ୍କ ଧାନ କଳସୀ
ତୁମ୍ଭ କରୁଣା ଭଣ୍ଡାର ମାଆ କମଳାଙ୍କ ଧାନ କଳସୀ
କି ଅଭାବ ହେ ବ୍ରହ୍ମଦାରୁ ସିଞ୍ଚି ଦିଅନ୍ତୁ ଶିରେ ବୁନ୍ଦାଏ
ତୁମ୍ଭ ପହଣ୍ଡି ଵିଜୟ ବେଶ କାଳୀୟ ନର୍ତ୍ତନ ଭଙ୍ଗୀ
ଦିଅନ୍ତୁ ଭାବ ଚାରିଟି ଧାଡିରେ ଛନ୍ଦା ଚରଣ ବନ୍ଦାଏ
ଜଳରେ ନାଗ ଶୟନ ହେ ନାରାୟଣ
ଜଳରେ ନାଗ ଶୟନ ହେ ନାରାୟଣ
ହେ ଲକ୍ଷ୍ମୀକାନ୍ତ ସ୍ଥଳେ ବାହାନ ଗରୁଡ଼
ହୃଦୟ ପଦ୍ମରେ ଛନ୍ଦାପାଦ ହେ କୃଷ୍ଣ
ହେ ବ୍ରହ୍ମଦାରୁ ନନ୍ଦୀଘୋଷ ରଥାରୁଢ଼
Saturday, June 27, 2026
ଶରତ ନିର୍ମଳ ଗଗନ ଜହ୍ନରେ ତୁମେ
ଶରତ ନିର୍ମଳ ଗଗନ ଜହ୍ନରେ ତୁମେ
ବଗ ଧଳା ଜହ୍ନ ଦେହରେ କଳା ଦାଗ
ଉଷା ଗଗନରେ ତୁମେ ବାଳୁତ ଅରୁଣ
ଆତ୍ମା କମଳର ଛନ୍ଦା ପଦେ ଅନୁରାଗ
କିଏ ଦେଲା ନାମ କୃଷ୍ଣ ଦେଲା ନାମ ଗୋବିନ୍ଦ
କିଏ ଦେଲା ନାମ କୃଷ୍ଣ ଦେଲା ନାମ ଗୋବିନ୍ଦ
ତୁଣ୍ଡରେ ଦେଲେ ଆତ୍ମା ଖୋଜେ ଛନ୍ଦା ପାଦକୁ
କେତେ କାଳ ବସି ବିଧାତା ଗଢିଲା ବନମାଳୀ
ଆଖିରେ ଥୋଇଲେ ଭିଜାଏ ହୃଦୟ କମଳକୁ
ଯଶୋଦା ରଙ୍କୁଣୀ ଧନ ଭକ୍ତ ହରି ଚନ୍ଦନ ବନମାଳୀ ହେ
ଯଶୋଦା ରଙ୍କୁଣୀ ଧନ ଭକ୍ତ ହରି ଚନ୍ଦନ ବନମାଳୀ ହେ
କାଳୀୟ ନୃତ୍ୟରୁ ବିରତ ହୋଇ ବଢ଼ାଅ ଶ୍ରୀଛନ୍ଦା ଚରଣ
ଯମ ରାମ ଦାଣ୍ଡ ଦ୍ୱାରେ ବସିଛି ହାତରେ ତା କାଳ ଫାସ
ଥରେ କମଳା ସେବିତ ପାଦକୁ ଛୁଇଁ ଲଭିବି ମୁଁହି ମରଣ
ଜନନୀ ଗୋ ମହାଲକ୍ଷ୍ମୀ ଶ୍ରୀଗୋବିନ୍ଦ ଘରଣୀ
ଜନନୀ ଗୋ ମହାଲକ୍ଷ୍ମୀ ଶ୍ରୀଗୋବିନ୍ଦ ଘରଣୀ
ଥରୁଟିଏ ପ୍ରଭୁ ଶୁଣିଲେ ନାହିଁ ମୋର ଗୁହାରୀ
ଦାରିଦ୍ର୍ୟ ଭଞ୍ଜନୀ ଜଣେଇବୁ ଅନ୍ତର ବେଦନା
ମୋ ପାପ ଆତ୍ମା ଝୁରେ ଦେଖିବ ବଂଶୀଧାରୀ
ଅରୁଣ କିରଣ ଶ୍ରୀଗୋବିନ୍ଦ ଛନ୍ଦା ଚରଣ
ଅରୁଣ କିରଣ ଶ୍ରୀଗୋବିନ୍ଦ ଛନ୍ଦା ଚରଣ
ହୃଦୟ କମଳ କଳିକା କରିଛି ଅପେକ୍ଷା
ଅଜ୍ଞାନ ଅନ୍ଧାର ରଜନୀର ହେଉ ପ୍ରଭାତ
ହେ ଗୋବିନ୍ଦ ସହି ନ ପାରେ ଉପେକ୍ଷା
Yes ,I miss you too...
Sometimes I miss you lot
Like a line misses its dot
If your feeling is similar
Post me a feeling note
ନକ୍ଷତ୍ର ମେଳେ ଜହ୍ନ ତୁମ୍ଭେ ଗୋବିନ୍ଦ
ନକ୍ଷତ୍ର ମେଳେ ଜହ୍ନ ତୁମ୍ଭେ ଗୋବିନ୍ଦ
ଇନ୍ଦ୍ରିୟ ମେଳେ ମନ ତୁମ୍ଭେ ଗୋବିନ୍ଦ
ତୁମ୍ଭେ ଗୋବିନ୍ଦ ଶରୀରରେ ହୃଦୟ
ହୃଦୟ ପଦ୍ମ କେଶରରେ ଛନ୍ଦା ପାଦ
ଆଗ ପାଦକୁ ରକ୍ଷା କରନ୍ତୁ ମାଆ ମହାଲକ୍ଷ୍ମୀ
ଆଗ ପାଦକୁ ରକ୍ଷା କରନ୍ତୁ ମାଆ ମହାଲକ୍ଷ୍ମୀ
ପଛ ପାଦକୁ ରକ୍ଷା କରନ୍ତୁ ବାପା ନାରାୟଣ
ଭକ୍ତ ବତ୍ସଳ ବ୍ରହ୍ମଦାରୁ ଭବନ୍ତୁ ଜୀବନ ଗତି
ସଦା ସର୍ବଦା ନୟନ ପଥରେ ଛନ୍ଦା ଚରଣ
ଗାୟତ୍ରୀ ମନ୍ତ୍ର ତୁମେ ହେ ବ୍ରହ୍ମଦାରୁ
ଗାୟତ୍ରୀ ମନ୍ତ୍ର ତୁମେ ହେ ବ୍ରହ୍ମଦାରୁ
ଶ୍ରୀଗୁରୁ ତୁମ୍ଭର ବେନି ଚକାଡୋଳା
ମହାବାହୁଙ୍କ ସ୍ମରଣ ଜୀବନ ପ୍ରଭାତ
ଜଗନ୍ନାଥ ସଂସାର କୈବଲ୍ୟ ଖଳା
Subscribe to:
Posts (Atom)

















































