Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Saturday, January 31, 2026
ଯିଏ ନିରନ୍ତର ହୃଦରେ ଚିନ୍ତେ ହରି
ଯିଏ ନିରନ୍ତର ହୃଦରେ ଚିନ୍ତେ ହରି
ବ୍ରହ୍ମଦାରୁ ତାହା ପାଇଁକି ଚିନ୍ତାମଣୀ
ଯିଏ ନିରନ୍ତର ଝୁରେ ଛନ୍ଦା ପାଦକୁ
ଚକାଡୋଳା ତା ଲାଗି ବେଣୁ ପାଣି
ବ୍ରହ୍ମଦାରୁ ବ୍ରହ୍ମାନନ୍ଦ ବାସୁଦେବ କୃଷ୍ଣ
ବ୍ରହ୍ମଦାରୁ ବ୍ରହ୍ମାନନ୍ଦ ବାସୁଦେବ କୃଷ୍ଣ
ଚିନ୍ତ ନିରତ ନିମିଷ ଦିନ ମାସ ବର୍ଷ
ବ୍ରହ୍ମ ରେଣୁ ଛନ୍ଦା ପାଦରେ ଲାଗିବୁ
ଲଭିବୁ ମାଆ କମଳା କରୁଣା ସ୍ପର୍ଶ
ତୁମ୍ଭ ଶ୍ରୀରଙ୍ଗା ଚରଣରେ ଥରେ ଲୋଟନ୍ତି
ତୁମ୍ଭ ଶ୍ରୀରଙ୍ଗା ଚରଣରେ ଥରେ ଲୋଟନ୍ତି
ହେ ବଂଶୀଧାରୀ ଏହି କଥାରେ ମୋ ମନ
କମଳା ଅଙ୍କରେ ନିରନ୍ତର ଚରଣ ସେବନ୍ତି
ଚନ୍ଦନ ଅର୍ଗଳୀରେ ରାମ ଲଗାଇଛି ଧ୍ୟାନ
ବ୍ରହ୍ମଦାରୁ ଅଧାଗଢାଙ୍କର ବି ପଦ୍ମପାଦ ଅଛି
ବ୍ରହ୍ମଦାରୁ ଅଧାଗଢାଙ୍କର ବି ପଦ୍ମପାଦ ଅଛି
ବାଇଶି ପାହାଚ ଚାଲି ଆସୁଛନ୍ତି ବନମାଳୀ
ଚକାଡୋଳା କୃପା ପଡିଲେ ଆଖି ଦେଖିବ
ସୁମତି ବୋଲେ ଭାଇ କରୁଥାଅ ନିତି ଅଳି
ଜୀବନ ହୁତାଶନ
ଜୀବନ ହୁତାଶନ ଦୁଇ ପାଖେ ନିଆଁ
ଅତି ସୁଶୀତଳ ନାମ ରାମ ଗୋବିନ୍ଦ
ଜନ୍ମ ମୃତ୍ୟୁ ମଝିରେ କେବଳ ଜଞ୍ଜାଳ
ରାଧା କୃଷ୍ଣ ରୂପ ସବୁଠୁଁ ବଡ ଆନନ୍ଦ
ଆଖି ଦୁଇଟି ବହୁତ ବଡ ବଡ଼
ଆଖି ଦୁଇଟି ବହୁତ ବଡ ବଡ଼
ଚାରି ଆଖି ହେଲେ ବ୍ରହ୍ମାନନ୍ଦ
ବିଗ୍ରହ ଚାରିଟି ନିମ୍ବ ବୃକ୍ଷ ପିତା
ଅଷ୍ଟାଙ୍ଗ ଯୋଗରେ ଗୋବିନ୍ଦ
Friday, January 30, 2026
ତୁହି ହେଲୁ ମୋହର ଚିନ୍ତାମଣୀ
ତୁହି ହେଲୁ ମୋହର ଚିନ୍ତାମଣୀ
ବ୍ରହ୍ମଦାରୁ ଅଧାଗଢା ବେଣୁପାଣି
ପ୍ରାଣ ଅଛି ବୋଲି ସିନା ଡାକୁଛି
ମୋ ଆତ୍ମା ନ ଚିହ୍ନିଲୁ ସବୁ ଜାଣି
ଗୋବିନ୍ଦ ନିଦରୁ ଉଠିଲେ ମାଆ ଗୋ
ଗୋବିନ୍ଦ ନିଦରୁ ଉଠିଲେ ମାଆ ଗୋ
ବହୁତ କରି କହିବୁ ରାମ ଖୋଜୁଥିଲା
ମାଆ ଗୋ ଛନ୍ଦାପାଦରେ ଲୋଟିଥାନ୍ତି
ମା କମଳା ଆତ୍ମା ସିଂହଦ୍ୱାରେ ରହିଲା
ବ୍ରହ୍ମଦାରୁ ତୋର ତତ୍ତ୍ୱ କିଏ ସେ ବୁଝିବ
ବ୍ରହ୍ମଦାରୁ ତୋର ତତ୍ତ୍ୱ କିଏ ସେ ବୁଝିବ
ପୂର୍ଣ୍ଣାଙ୍ଗର ଆତ୍ମା କେହିତ ବୁଝଇ ନାହିଁ
ମୁଁ ମହା ଅଜ୍ଞାନ ଅନ୍ଧ ତୁହିତ ଅଧାଗଢା
ବନ୍ଧୁ ହେଇଥିବା ଭବରୁ ତରିବା ପାଇଁ
ଏ ଜୀଵନ ନାଚୁଛି ପାଗଳ ପରିକା
ଏ ଜୀଵନ ନାଚୁଛି ପାଗଳ ପରିକା
ଆତ୍ମାରେ ତୁହି ଏଡ଼େ କିମ୍ପା ନିରବ
ତୁଣ୍ଡ ଖୋଲି କହିଦେ ଅନ୍ତର କଥା
ଆଉ କିଛି କ୍ଷଣ ଭଵ ଯାତ୍ରା ସରିବ
କେବେ ଚିହ୍ନି ନ ପାରିଲେ ରଜ ତମ
କେବେ ଚିହ୍ନି ନ ପାରିଲେ ରଜ ତମ
ଆହାଃ କିଏ କୃଷ୍ଣ କିଏ ସେ ଶ୍ରୀରାମ
ଇନ୍ଦ୍ରିୟ ସଦା କଳ୍ପନା ପଛେ ପଛେ
ତର ହୁଏ ନାହିଁ ବୁଝିବାକୁ ଦାରୁବ୍ରହ୍ମ
ସେ ଚକାଡୋଳା ଗଭୀର ସୁଧା ସମୁଦ୍ର
ସେ ଚକାଡୋଳା ଗଭୀର ସୁଧା ସମୁଦ୍ର
ଯେ ବୁନ୍ଦାଏ ଚାଖେ ସମ୍ପୂର୍ଣ ଯାଏ ବୁଡି
ବ୍ରହ୍ମା ଶିବ ଗଣେଶ ମହାଲକ୍ଷ୍ମୀ ମାରୁତି
ପଶୁ ପକ୍ଷୀ ଶିଶୁ ଯୁବକ ବୁଢା ବୁଢ଼ୀ
ସୂର୍ଯ୍ୟ ହେଲେଣି ମଥା ଉପରେ
ସୂର୍ଯ୍ୟ ହେଲେଣି ମଥା ଉପରେ
କିଛି ଘଡି ପରେ ହୋଇବେ ଅସ୍ତ
ବ୍ରହ୍ମଦାରୁ ଛନ୍ଦା ଚରଣ ନ ଛୁଇଁଲି
ବ୍ୟର୍ଥ ଜୀବନ ମନଟି ଅସ୍ତ ବ୍ୟସ୍ତ
ବଡ ଭାଗ୍ୟ ପାଇଲି ପାଉଁଜି ପଟେ
ବଡ ଭାଗ୍ୟ ପାଇଲି ପାଉଁଜି ପଟେ
ଖୋଜି ଖୋଜି ଆସିବେକି ଶ୍ରୀରାଧା
ଶ୍ରୀରାଧା ପଛେ ବଂଶୀ ପଛେ କୃଷ୍ଣ
ଦର୍ଶନରେ ଖଣ୍ଡିବକି ସଂସାର ବାଧା
ଶ୍ରୀଜଗନ୍ନାଥ ଓଁକାର ଗାୟତ୍ରୀ
ଶ୍ରୀଜଗନ୍ନାଥ ଓଁକାର ଗାୟତ୍ରୀ ମନ୍ତ୍ର
ଚନ୍ଦନ ଅର୍ଗଳୀ ବ୍ରହ୍ମ ମୁହୂର୍ତ୍ତ ଚରଚା
ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀ ପରମାତ୍ମା
ଗରୁଡ ପଛରୁ ଦର୍ଶନ ଅତି ଫରଚା
Thursday, January 29, 2026
ଜୟ ରାଧେ ରାଧେ ଜୟ ଶ୍ରୀରାଧେ
ଜୟ ରାଧେ ରାଧେ ଜୟ ଶ୍ରୀରାଧେ
କୃଷ୍ଣ ଭେଟ ନ ହେବା ହ୍ରୁଦକୁ ବାଧେ
ଜୟ ରାଧେ ରାଧେ ଜୟ ଶ୍ରୀରାଧେ
ଛନ୍ଦା ଚରଣ ନ ଛୁଇଁ ଆତ୍ମା କାନ୍ଦେ
ମାଆ ବେନି ପାଦପଦ୍ମ ଧାରରେ ଜବା ଅଳତା ଗାର
ମାଆ ବେନି ପାଦପଦ୍ମ ଧାରରେ ଜବା ଅଳତା ଗାର
ଅଳତା ଧାରକୁ ଲାଗି ସକଳ ନକ୍ଷତ୍ର ହଳେ ପାଉଁଜି
ଗୋବିନ୍ଦ ସହୋଦରୀ କମଳା ନଣନ୍ଦ କୃପାକର ମା
ଭାଉଜଙ୍କ ସେବିତ ଚରଣକୁ ପାରିବି ଥରେ ଆଉଜି
ଅତି ଦୟାଳୁ ସେହି କଳା କହ୍ନେଇ
ଅତି ଦୟାଳୁ ସେହି କଳା କହ୍ନେଇ
କମଳ ଛନ୍ଦା ପାଦକୁ ଅଛି ଅନେଇ
ଭେଟିଲେ ଝାଡିଦେବି ବ୍ରହ୍ମ ପାଦୁକା
ସତେକି ନାଗ ନେବ ବାଟ କଢେଇ
ଆମେ ଆଉ କେତେ ଖୋଜିବା ଆତ୍ମାକୁ
ଆମେ ଆଉ କେତେ ଖୋଜିବା ଆତ୍ମାକୁ
ଶ୍ରୀଛନ୍ଦା ଚରଣରେ ପିଣ୍ଡ ପରାଣ ଥାଉ
ବ୍ରହ୍ମ ମୁହୂର୍ତ୍ତରେ ପଚାରିବା ବ୍ରହ୍ମଦାରୁଙ୍କୁ
ଗୋବିନ୍ଦ କୃପାରେ ଅଶୁଭ ରାତି ପାଉ
ହେ କୃଷ୍ଣ ତୋ ମାୟା ତୋତେ ଜଣା
ହେ କୃଷ୍ଣ ତୋ ମାୟା ତୋତେ ଜଣା
କିବା ଜାଣିବା ଏହି ରାମ ଜ୍ଞାନ କଣା
ସାରା ସଂସାର ବୁଲି ବୁଲି ହେ କୃଷ୍ଣ
ଛନ୍ଦା ଚରଣରେ ଆତ୍ମା କଲା ଠଣା
Wednesday, January 28, 2026
ଶ୍ରୀରାମ ରାମ ଶ୍ରୀରାମ ଜାନକୀ ପତି ଅତି ଦୟାଳୁ
ଶ୍ରୀରାମ ରାମ ଶ୍ରୀରାମ ଜାନକୀ ପତି ଅତି ଦୟାଳୁ
ଅଭିନବ କାନ୍ତି ପାବନ ଗୁଣ ଚିନ୍ତ ଛାଡି ମୋହ କାମ
ଶ୍ରୀରାମ ରାମ ଜୟ ଜୟ ରାମ ରାମ ଶରଣ ପଞ୍ଜର
ଚିନ୍ତ ଜପ ନିରନ୍ତର ବାଇଶି ପାହାଚ ନ ଚଢ଼ିବ ଯମ
ଦାରିଦ୍ର୍ୟ ଭଞ୍ଜନୀ ଯାହାଙ୍କ ପାଟରାଣୀ
ଦାରିଦ୍ର୍ୟ ଭଞ୍ଜନୀ ଯାହାଙ୍କ ପାଟରାଣୀ
କୈବଲ୍ୟ ଭରା କଟି କୁମ୍ବ କି ଲୋଭୁ
କମଳ ପାଖୁଡା କୋମଳ ହୃଦୟ ବିଷ୍ଣୁ
ଶରଣ ପଶ ମନରେ କିସ ଆଉ ଭାବୁ
ରାଜା ରୁଷି ଜନକଙ୍କର କନ୍ୟାଟିଏ ଥିଲା
ରାଜା ରୁଷି ଜନକଙ୍କର କନ୍ୟାଟିଏ ଥିଲା
ଶ୍ୱେତ ପଦ୍ମ କାନ୍ତି ଆଖିରେ ଅଶେଷ ଶାନ୍ତି
ସୂର୍ଯ୍ୟ ମଥା ସିନ୍ଦୁର ଚନ୍ଦ୍ରମା କର୍ଣ୍ଣ କୁଣ୍ଡଳ
ଭେଟିଲେ ପଦ୍ମପାଦରେ ମୁଁ ଲୋଟିଯାନ୍ତି
Together we are houseful
Together we are houseful
Together we are beautiful
Together try to come over
We are always successful
ଗୋବିନ୍ଦ ଗୋବିନ୍ଦ ହେ ଗୋବିନ୍ଦ
ଗୋବିନ୍ଦ ଗୋବିନ୍ଦ ହେ ଗୋବିନ୍ଦ
ବ୍ରହ୍ମଦାରୁ ଜଗନ୍ନାଥ ଚକାଡୋଳା
ଅତି ସମ୍ଭ୍ରମରେ ମଥା ନୁଆଁଉଛି
ନିଦ ଭାଙ୍ଗୁ ଶୁଭ ପ୍ରଭାତ ବେଳା
ଜଗନ୍ନାଥ ସ୍ୱାମୀ ଜଗନ୍ନାଥ ସ୍ୱାମୀ ଜଗନ୍ନାଥ ସ୍ୱାମୀ
ଜଗନ୍ନାଥ ସ୍ୱାମୀ ଜଗନ୍ନାଥ ସ୍ୱାମୀ ଜଗନ୍ନାଥ ସ୍ୱାମୀ
ପାବନ ଅନୁଭବ ବ୍ରାହ୍ମଣ ବ୍ରହ୍ମଦାରୁ ବେଦ ପାଠ
ଛନ୍ଦା ଚରଣ କିଙ୍କିଣୀ ଧ୍ଵନିକୁ ଚିରନ୍ତନ ଅପେକ୍ଷା
ଶିରେ ଶିଖି ପୁଚ୍ଛ ଅଧରେ ମୁରଲୀ ଆନନ୍ଦ ମଠ
ଭ୍ରମର ଛଅ ପାଦକୁ ଆଶ୍ରା କରେ ରେଣୁ
ଭ୍ରମର ଛଅ ପାଦକୁ ଆଶ୍ରା କରେ ରେଣୁ
ବୈଷ୍ଣବ ଆଶ୍ରା ବ୍ରହ୍ମଦାରୁ ଗୋବିନ୍ଦ ବେଣୁ
ଭ୍ରମରର ଗୁଣୁ ଗୁଣୁ ପୁଷ୍ପ ପାଖୁଡାକୁ ସୁଧା
ଆତ୍ମା ଝୁରେ କୃଷ୍ଣ ପାଦ ନୁପୂର ରୁଣୁ ଝୁଣୁ
ଭ୍ରମର ଛଅ ପାଦକୁ ଆଶ୍ରା କରେ ରେଣୁ
ଭ୍ରମର ଛଅ ପାଦକୁ ଆଶ୍ରା କରେ ରେଣୁ
ବୈଷ୍ଣବ ଆଶ୍ରା ବ୍ରହ୍ମଦାରୁ ଗୋବିନ୍ଦ ବେଣୁ
ଭ୍ରମରର ଗୁଣୁ ଗୁଣୁ ପୁଷ୍ପ ପାଖୁଡାକୁ ସୁଧା
ଆତ୍ମା ଝୁରେ କୃଷ୍ଣ ପାଦ ନୁପୂର ରୁଣୁ ଝୁଣୁ
Tuesday, January 27, 2026
ମନର କଥା ମନରେ ମଲା ମାଆ ମହାଲକ୍ଷ୍ମୀ
ମନର କଥା ମନରେ ମଲା ମାଆ ମହାଲକ୍ଷ୍ମୀ
ମାଆ ମହାଲକ୍ଷ୍ମୀ ଆଖି ଲୁହ ମଲା ଆଖିରେ
ଜଗନ୍ନାଥଙ୍କ ଠିକଣା ଆଉ କେ ଦେବ ମାଆ
ମାଆ ମହାଲକ୍ଷ୍ମୀ ଅଛୁ ପଦ୍ମ ପାଦ ପାଖରେ
କୃଷ୍ଣ ରୂପରେ ଭୋଳା ହୋଇ ଶଙ୍କର
କୃଷ୍ଣ ରୂପରେ ଭୋଳା ହୋଇ ଶଙ୍କର
ହେଲେ ମହା ଶଶ୍ମାନ ଚିର ବ୍ରହ୍ମଚାରୀ
ଶ୍ରୀରାମ ଜୟ ରାମ ଜୟ ଜୟ ରାମ
ଜପନ୍ତି କୋଳରେ ବସାଇଣ ଗୋରୀ
Subscribe to:
Posts (Atom)

















































