Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Saturday, September 30, 2023
ବସୁଦେବ ଘରଣୀ ସ୍ତନରୁ କ୍ଷୀର ପାନ କରି
ବସୁଦେବ ଘରଣୀ ସ୍ତନରୁ କ୍ଷୀର ପାନ କରି
ନନ୍ଦ ଘରଣୀ ପଣତ କାନିକୁ ଢାଙ୍କି ହେଲା
ସୁଭଦ୍ରା ବର ରଥର ଦଉଡି଼କୁ ବଳେ ଭିଡି
ଗୁଣ୍ଡିଚା ରାଣୀର ନାକ ଚଣା ପିନ୍ଧି ଦେଲା
ମୋର ପତି ଅଧା ଗଢା ମୁକ ବଧିର
ମୋର ପତି ଅଧା ଗଢା ମୁକ ବଧିର
ରତ୍ନ ଭଣ୍ଡାର ଦାୟିତ୍ୱ ମୋ ହାତରେ
ଦେହ ମନ ବୁଦ୍ଧି କଞ୍ଚି ଖୋଜୁ ଅଛନ୍ତି
ଜାଣିବାକୁ କଣ ଅଛି ନିଜ ପାଖରେ
Friday, September 29, 2023
Thursday, September 28, 2023
ଗୋଟିଏ କିବା ଦୁଇଟା ଖାଇଦେଲେ
ଗୋଟିଏ କିବା ଦୁଇଟା ଖାଇଦେଲେ
ରସଗୋଲା ମୁଁହ ବାନ୍ଧେ ମନ ଭରେ
ଚାଖିଲେ ଚାଖୁଥିବୁ ଭୁଲି ଲାଜ ସରମ
ରାମ ହରେ କୃଷ୍ଣ ହରେ ରାମ ହରେ
Wednesday, September 27, 2023
ଚନ୍ଦ୍ର ଜୋତ୍ସନାରେ ଧଳା ମଧୁ ମାଳତୀ
ଚନ୍ଦ୍ର ଜୋତ୍ସନାରେ ଧଳା ମଧୁ ମାଳତୀ
ସୂର୍ଯ୍ୟ କିରଣରେ ନାଲି ମଧୁ ମାଳତୀ
ସତ ସଙ୍ଗରେ ମନ ହୁଏ ପୂଜା ମନ୍ଦିର
ତ୍ୟାଗ ସାଧନାରେ ମନ ହୁଏ ଆରତୀ
Tuesday, September 26, 2023
ରାତି ଅନ୍ଧାରରେ ଫୁଟେ ମଧୁ ମାଳତୀ
ରାତି ଅନ୍ଧାରରେ ଫୁଟେ ମଧୁ ମାଳତୀ
ଲୋହିତ ହୁଏ ସ୍ପର୍ଶ କଲେ ରବି କିରଣ
ଅଜ୍ଞ୍ୟାନ ଅନ୍ଧାରରେ ଫୁଟେ ଭକ୍ତି ଫୁଲ
ମୁକ୍ତି ଯାଚିଦିଏ ସ୍ପର୍ଶ କଲେ ଗୁରୁ ଚରଣ
ସକଳ ପଦ୍ମ ପାଇଁ ଗୋଟିଏ ସୂର୍ଯ୍ୟ
ସକଳ ପଦ୍ମ ପାଇଁ ଗୋଟିଏ ସୂର୍ଯ୍ୟ
ସକଳ କାର୍ଯ୍ୟ ପାଇଁ ଲୋଡ଼ା ଶକ୍ତି
ସକଳ କୁମୁଦ ପାଇଁ ଗୋଟିଏ ଜହ୍ନ
ସକଳ ପୂଜା ପାଇଁ ଲୋଡ଼ା ଭକ୍ତି
ମନ୍ତ୍ର ମଧ୍ୟରେ ହେଲୁ ତୁ ଗାୟତ୍ରୀ
ମନ୍ତ୍ର ମଧ୍ୟରେ ହେଲୁ ତୁ ଗାୟତ୍ରୀ
କୋଟି ସୂର୍ଯ୍ୟ ସମ ପ୍ରଭା ଶୋଭା
ମୂର୍ତ୍ତି ମଧ୍ୟରେ ହେଲୁ ବେଣୁ ପାଣି
କୋଟି ବସନ୍ତ ସମ ମନ ଲୋଭା
Monday, September 25, 2023
Sunday, September 24, 2023
Saturday, September 23, 2023
Friday, September 22, 2023
ନ ଥାଏ ଚାକିରୀ ନ ଥାଏ ବେକାରି
ନ ଥାଏ ଚାକିରୀ ନ ଥାଏ ବେକାରି
କୀଟ ପତଙ୍ଗ ପଶୁ ପକ୍ଷୀ ଲତା ବୃକ୍ଷ
ନ ଥାଏ ଉପବାସ ସର୍ବେ ହସ ହସ
ହରି ସହୋଦରୀ ତୁହିଁ ସାହା ପକ୍ଷ
Thursday, September 21, 2023
ସତ୍ୟ ଧର୍ମ ଦୟା କ୍ଷମା ଚାରି ପାଦ
ସତ୍ୟ ଧର୍ମ ଦୟା କ୍ଷମା ଚାରି ପାଦ
କୋଣ ଅନୁକୋଣରେ ଚଳେ ମହୀ
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୁଦ୍ର ତରେ
ଚକାଡୋଳା ହେ ଦୀନ ଗଲା ରହି
Wednesday, September 20, 2023
The pilot of an airplane
The pilot of an airplane
Doesn’t know passenger
A letter in the envelope
Doesn’t know messenger
ପଦ୍ମଫୁଲ ତୋଳା ବାସନା ଜନ୍ମିଲେ
ପଦ୍ମଫୁଲ ତୋଳିବାକୁ ବାସନା ଜନ୍ମିଲେ
ପଙ୍କରେ ଚାଲିବାକୁ ପଡେ ପଶି ପଶି
ପଦ୍ମପାଦ ଛୁଇଁବାକୁ ବାସନା ଜନ୍ମିଲେ
ସନ୍ୟାସ ବରିବାକୁ ହୁଏ ହସି ହସି
ବାନ୍ଧି ରଖିଛି ବସନ ଗେରୁଆରେ
ବୋଉ ପଣତରୁ ସ୍ନେହଁକୁ ସାଉଁଟି
ଭରି ରଖିଅଛି ସ୍ମୃତି ଫରୁଆରେ
ଆନନ୍ଦ ବଜାରୁ ଅବଢାକୁ ସାଉଁଟି
ବାନ୍ଧି ରଖିଛି ବସନ ଗେରୁଆରେ
Tuesday, September 19, 2023
Monday, September 18, 2023
ଜଳ ଘୁରି ଭରେ ନଦୀ ନାଳ ସମୁଦ୍ର
ଜଳ ଘୁରି ଭରେ ନଦୀ ନାଳ ସମୁଦ୍ର
ଜଳ ଘୁରି ରହେ ଫଳ ପୁଷ୍ପ ପତରେ
ଦୟଣା ଚୁଳିଆ ରେ ତୁଳସୀ ମାଳିଆ
ଚକ୍ଷୁ ଘୁରି ଭରୁ ନୀଳଚକ୍ର ନେତରେ
Sunday, September 17, 2023
ଅନ୍ଧାରରେ ଫୁଟଇ ଅପୂର୍ବ ପାରିଜାତ ଫୁଲ
ଅନ୍ଧାରରେ ଫୁଟଇ ଅପୂର୍ବ ପାରିଜାତ ଫୁଲ
ପାଖୁଡାରେ ସୁଗନ୍ଧ ରଙ୍ଗ କିଛି ହୁଏନି ଉଣା
ହୃଦୟ ପଦ୍ମରେ ମନ ଭ୍ରମର କେତେ ଧ୍ୟାୟେ
ଗଜ ଉଦ୍ଧାରଣ କଣ ଟିକେ ହୁଏନି ବି ଶୁଣା
ବୃକ୍ଷର ଚେର ଲଭିଲେ ମାଟିରେ ଜଳ
ବୃକ୍ଷର ଚେର ଲଭିଲେ ମାଟିରେ ଜଳ
ଶାଖା ପ୍ରଶାଖା ଭରେ ଫୁଲ ଫଳରେ
ଜୀବ ପାଦ ଲଭିଲେ ବାଇଶି ପାହାଚ
ମନ ପ୍ରାଣ ଭରଇ ଚକାଡୋଳାରେ
ମାଛ ରଙ୍କା ଡେଣା ରଙ୍ଗ ବେରଙ୍ଗ
ମାଛ ରଙ୍କା ଡେଣା ରଙ୍ଗ ବେରଙ୍ଗ
ଇନ୍ଦ୍ରଧନୁ ସାତ ରଙ୍ଗର ଏକ ଫିତା
ଦେବକୀନନ୍ଦନ ମେଘ ପରି ଶ୍ୟାମ
ଚମ୍ପା ଫୁଲ ଦେହ ବୃଷଭାନୁ ସୂତା
Saturday, September 16, 2023
ଭଲ ପାଇବା ଜାଣିବାକୁ ଚାହିଁଲେ
ଭଲ ପାଇବା ଜାଣିବାକୁ ଚାହିଁଲେ
ମାଆର ଆଖି ଦୁଇ ଶ୍ରେଷ୍ଠ ସ୍ମୃତି
ଭଲ ପାଇବା ଜାଣିବାକୁ ଚାହିଁଲେ
ପିତାର ହାତ ଦୁଇ ଶ୍ରେଷ୍ଠ ସମ୍ପତି
ପକ୍ଷୀ ବସା କରେ ବୃକ୍ଷ ଶାଖାରେ
ପକ୍ଷୀ ବସା କରେ ବୃକ୍ଷ ଶାଖାରେ
କେବଳ ଭରଷା ତାର ଦୁଇ ଡେଣା
विष्नु ନାଭି ପଦ୍ମେ ଶୋଭା ଏ ବିଶ୍ୱ
କେବଳ ଭରଷା ତାର ସପ୍ତ ଫଣା
The suffering of a patient becomes less
The suffering of a patient becomes less
When a doctor takes regular round
The ignorance of a mind becomes less
When a heart repeats 🕉 sound
Friday, September 15, 2023
ପୁଷ୍ପ ସମ୍ପୂର୍ଣ୍ଣ ରୂପ ଗନ୍ଧ ମହୁରେ
ପୁଷ୍ପ ସମ୍ପୂର୍ଣ୍ଣ ରୂପ ଗନ୍ଧ ମହୁରେ
ଭ୍ରମର ନିକଟେ ସମ୍ପୂର୍ଣ୍ଣ ବଧିର
ବ୍ରହ୍ମ ଅଖଣ୍ଡ ସୃଷ୍ଟି ସ୍ଥିତି ଲୟରେ
ମନ ନିକଟରେ ସମ୍ପୂର୍ଣ୍ଣ ପଥର
ପଞ୍ଚ ଭୁତକୁ ଅତ୍ୟନ୍ତ ସୂକ୍ଷ୍ମରେ ବାନ୍ଧିଣ
ପଞ୍ଚ ଭୁତକୁ ଅତ୍ୟନ୍ତ ସୂକ୍ଷ୍ମରେ ବାନ୍ଧିଣ
ପୂର୍ଣ୍ଣବ୍ରହ୍ମ ହେଲୁ ହେ ଶ୍ରୀକ୍ଷେତ୍ର ବାସା
ସାଧୁ ସନ୍ଥକୁ ନବଧା ଭକ୍ତିରେ ବାନ୍ଧିଣ
ମହାପୂଣ୍ୟ ବ୍ରହ୍ମଦାରୁରେ କଲୁ ବସା
Thursday, September 14, 2023
ହୃଦୟରେ ଭରିଲା ଅଜ୍ଞ୍ୟାନ ଅନ୍ଧାର
ହୃଦୟରେ ଭରିଲା ଅଜ୍ଞ୍ୟାନ ଅନ୍ଧାର
କାୟା ମନ ବାକ୍ୟରେ ମୁଁ କଲି ପାପ
ଦୁଆର ତୋ ଭିକ୍ଷୁ ଦିଅ ଜ୍ଞ୍ୟାନ ଚକ୍ଷୁ
ମା ଗୋ ଚିହ୍ନା ଚିହ୍ନା କିଏ ମୋ ବାପ
କୃଷ୍ଣ ନାମ ଗଣେଶ
ରାଧା ନାମ ପାର୍ବତୀ
କୃଷ୍ଣ ନାମ ତପସ୍ୟା
ରାଧା ନାମ ଆରତୀ [୧]
କୃଷ୍ଣ ନାମ ହୀରା
ରାମ ନାମ ନୀଳା
ରାଧା ନାମ ଗଣ୍ଠି
ହରି ନାମ ମାଳା [୧]
କୃଷ୍ଣ ନାମ ଜ୍ଞ୍ୟାନ
କୃଷ୍ଣ ନାମ ଜ୍ୟୋତି
ରାଧା ନାମ ପ୍ରଜ୍ଞ୍ୟା
ରାଧା ନାମ ଗତି [୨]
କୃଷ୍ଣ ନାମ ଗୁରୁ
କୃଷ୍ଣ ନାମ ଦୀକ୍ଷା
ରାଧା ନାମ ଶିଷ୍ୟ
ରାଧା ନାମ ଶିକ୍ଷା [୩]
କୃଷ୍ଣ ନାମ କଦମ୍ବ
କୃଷ୍ଣ ନାମ ବଂଶୀ
ରାଧା ନାମ କର୍ଣ୍ଣ
ରାଧା ନାମ ହସି [୪]
କୃଷ୍ଣ ନାମ ଚଉଁରା
ରାଧା ନାମ ତୁଳସୀ
କୃଷ୍ଣ ନାମ ଦୁବ ଘାସ
ରାଧା ନାମ କଳସି [୫]
Wednesday, September 13, 2023
ବଂଶୀରେ ଧ୍ୱନି ସମ୍ବଳ
ବୃକ୍ଷରେ ସହିବା ସମ୍ବଳ
ଝରଣାରେ ସମ୍ବଳ ଜଳ
ଲୁଟି ଲୁଟି ବେଳ ଗଲା
ସେବାକୁ ଅଭାବ ବେଳ [୧]
ଭୂମିରେ ପାଦ ସମ୍ବଳ
ସମ୍ବଳ ସାଗର କୋଳ
ଲୁଟି ଲୁଟି ବେଳ ଗଲା
ସେବାକୁ ଅଭାବ ବେଳ[୨]
ମାଆରେ ସ୍ନେହ ସମ୍ବଳ
ସମ୍ବଳ ପିତାରେ ବଳ
ଲୁଟି ଲୁଟି ବେଳ ଗଲା
ସେବାକୁ ଅଭାବ ବେଳ[୩]
ଆକାଶ କୋଳ ସମ୍ବଳ
ସମ୍ବଳ ଆଖିରେ ଜଳ
ଲୁଟି ଲୁଟି ବେଳ ଗଲା
ସେବାକୁ ଅଭାବ ବେଳ [୪]
ହୃଦୟେ ଶ୍ରଦ୍ଧା ସମ୍ବଳ
ସମ୍ବଳ ମନରେ ବଳ
ଲୁଟି ଲୁଟି ବେଳ ଗଲା
ସେବାକୁ ଅଭାବ ବେଳ[୫]
ଡାଳରେ ପିନ୍ଧା ବସନ
ସମ୍ବଳ କଦମ୍ବର ଡାଳ
ଅରକ୍ଷିତ ସମ୍ବଳ ହରି
ଦିଅ ଆଉ ନାହିଁ ବେଳ [୬]
Tuesday, September 12, 2023
ହରି ଯାହାର ସର୍ବସ୍ବ ହରେ
ହରି ଯାହାର ସର୍ବସ୍ବ ହରେ
ଭୁଜର ଛାଇ ତଳେ ରଖେ
ହରି ଯାହାର ଚିତ୍ତକୁ ହରେ
ନିଜେ ରହେ ପାଖେ ପାଖେ
ଗୋଟିଏ ଗୋଟିଏ କରି ପାଞ୍ଚୋଟି ଭୁତକୁ
ଗୋଟିଏ ଗୋଟିଏ କରି ପାଞ୍ଚୋଟି ଭୁତକୁ
କିଏ ସେ ମହାନ ଗୁଣିଆ ସୂକ୍ଷ୍ମରେ ଛନ୍ଦିଲା
ଅଢେଇ ଦିନ ଲାଗି ଜୀବ ଆସେ ସଂସାର
ଆହାଃ କେଡେ ଘୋର ମାୟାରେ ବାନ୍ଧିଲା
ହେ ପୂଜ୍ୟ ଗଣପତି ସ୍ୱରସ୍ୱତୀ ଶ୍ରୀଗୁରୁ
ହେ ପୂଜ୍ୟ ଗଣପତି ସ୍ୱରସ୍ୱତୀ ଶ୍ରୀଗୁରୁ
ତୁମ୍ଭମାନଙ୍କ ପାଦ ପଦ୍ମରେ ମୋ ଶିର
ଲୋଭ ମୋହ କ୍ରୋଧ ମୋର ବାଧକ
ଶ୍ରୀକ୍ଷେତ୍ର ଯାତ୍ରୀର ପାଦକୁ ରଖ ସ୍ଥିର
Monday, September 11, 2023
Sunday, September 10, 2023
A RAT came across a CAT
RAT(RATIONAL ARTERY THERAPIST )
CAT (CALCIFICATION AIR THROMBUS)
While walking in a coronary
A RAT came across a CAT
CAT’s bowling was good
RAT handled nicely that
ତୁହି ମାଆ ଲୋ ଗୋ ଏତେ ଦୟା ମୟୀ
ତୁହି ମାଆ ଲୋ ଗୋ ଏତେ ଦୟା ମୟୀ
ଅଣୁ ରେଣୁରେ ବସିଅଛୁ ହୋଇ ରାଧିକା
ମଥାରେ ରଖିଥା ତୋର ଅଭୟ ହସ୍ତ ମା
ମନ କୃଷ୍ଣ ଆଉ କିଛି ଚାହେଁ ନାହିଁ ଅଧିକା
Saturday, September 9, 2023
ଅଧା ଗଢ଼ାକୁ ସମର୍ପିଲି ମିଶିରି ଆଉ ତୁଳସୀ
ଅଧା ଗଢ଼ାକୁ ସମର୍ପିଲି ମିଶିରି ଆଉ ତୁଳସୀ
ଭାବିଥିଲି ଶ୍ରୀମୁଖ ଖୋଲିଲେ ଖୋଇ ଦେବି
ଅଧା ଗଢାଠାରୁ ବୋହିନେଲେ କଳା ପିମ୍ପୁଡି
ଭାବିଥିଲି ସନ୍ନିକଟେ ପାଦପଦ୍ମେ ଲୋଟି ଯିବି
Subscribe to:
Posts (Atom)

















































