Saturday, November 30, 2024

ସଂସାର ବୃକ୍ଷରୁ ପ୍ରାଣ ପକ୍ଷୀ ଉଡିଗଲେ

ସଂସାର ବୃକ୍ଷରୁ ପ୍ରାଣ ପକ୍ଷୀ ଉଡିଗଲେ ବୟସ ବ୍ୟାଧି ଭଉଁରିରେ ବୁଡ଼ିବ ଦେହ ପଲକ ଚକ୍ଷୁକୁ ଦିଶିବକି ମୋହନ ବଂଶୀ ହେ ଗୋବିନ୍ଦ ଆଉ କେବେ ଆସିବୁ କହ

ହେତୁ ହେବା ଦିନରୁ ତୋ ପାଦ ପଙ୍କଜ ଚିନ୍ତେ

ହେତୁ ହେବା ଦିନରୁ ତୋ ପାଦ ପଙ୍କଜ ଚିନ୍ତେ ହେ କୃଷ୍ଣ କେବଳ ଛନ୍ଦା ତୋ ପାଦରେ ମଥା ରଖି ଲୁହ ଢାଳିବାକୁ ଯାହାକୁ ଦେଖେ କାଚ ଦର୍ପଣରେ ଏକ ମାଟିର କଣ୍ଢେଇ କେବଳ ତୋରି ମାୟା ମଞ୍ଚରେ ନାଚି ନାଚି ଭାଙ୍ଗିବାକୁ

ଶ୍ରୀଜଗନ୍ନାଥଙ୍କର ଜନ୍ମରୁ ପାଦ କିବା ହାତ ନାହିଁ

ଶ୍ରୀଜଗନ୍ନାଥଙ୍କର ଜନ୍ମରୁ ପାଦ କିବା ହାତ ନାହିଁ ସ୍ଵହସ୍ତରେ ମା ଅନ୍ନପୂର୍ଣ୍ଣା ଭୁଞ୍ଜାଉ ଛପନ ଭୋଗ ଅଭକ୍ଷ୍ୟ ଭୁଞ୍ଜି ମୋର ଦିନ ଗଲା ଅଖିଳ ଜନନୀ ଥରୁଟେ ଚାଁହଦିଅ ଛାଡି ଯାଉ ମୋ ଭଵ ରୋଗ

ଅତ୍ୟନ୍ତ କାରୁଣ୍ୟ ରୂପଟି ଶ୍ରୀରାମ

ଅତ୍ୟନ୍ତ କାରୁଣ୍ୟ ରୂପଟି ଶ୍ରୀରାମ ମନ ମାଙ୍କଡ ମୋ ପଶିଲା ଶରଣ ଅତ୍ୟନ୍ତ ଥରେ ଦେଖିବ ଚର୍ମ ଚକ୍ଷୁ ଦୁର୍ଲଭ ମଣିଷ ଜନ୍ମ ହେବ କାରଣ

In the depth of the black pupil

In the depth of the black pupil surrounded white sclera In this entire world, there is the most peaceful place Whoever looked only once with one of nine devotions All of them became the youngest and complete fresh

Friday, November 29, 2024

ଅତ୍ୟନ୍ତ କାରୁଣ୍ୟ ରୂପଟି ଶ୍ରୀରାମ

ଅତ୍ୟନ୍ତ କାରୁଣ୍ୟ ରୂପଟି ଶ୍ରୀରାମ ମନ ମାଙ୍କଡ ମୋ ପଶିଲା ଶରଣ ଅତ୍ୟନ୍ତ ଥରେ ଦେଖିବ ଚର୍ମ ଚକ୍ଷୁ ଦୁର୍ଲଭ ମଣିଷ ଜନ୍ମ ହେଉ କାରଣ

ଶରଣାଗତ ଜନର ହୃଦୟ ବିହାରୀ ଓଁ ସାଇରାମ

ଶରଣାଗତ ଜନର ହୃଦୟ ବିହାରୀ ଓଁ ସାଇରାମ ଓଁ ସାଇରାମ ଶରଣାଗତ ବତ୍ସଳ ନର ନାରାୟଣ ଜନ ମାନସ ରଞ୍ଜନ ବିପଦଭଞ୍ଜନୀ ଓଁ ସାଇରମ ଓଁ ସାଇରାମ ଚିନ୍ତା ମାତ୍ର ଅର୍ଜିତ ପାପ ଅକାରଣ

ମନ ଅଗଣାରେ ଗୋପାଳ ବାଳ ଛନ୍ଦା ପାଦ

ମନ ଅଗଣାରେ ଗୋପାଳ ବାଳ ଛନ୍ଦା ପାଦ ମୋହନ ବଂଶୀର ଧ୍ୱନି ମହୁ ସ୍ମୃତି ମଧୁର ମନ ବାସନା ପାଦରେ ପ୍ରାଣକୁ ବିକି ଦିଅନ୍ତି ବେନି ଭଉଣୀଙ୍କୁ ପାଖ ମୋ ପାଇଁ ବଧିର

ଗୋବିନ୍ଦ ଗୋବିନ୍ଦ ଜପ କଲେ

ଗୋବିନ୍ଦ ଗୋବିନ୍ଦ ଜପ କଲେ ମନ ଶ୍ରୀକ୍ଷେତ୍ରରେ କରେ ଘର ଦୂତ ନେଇଯିବ ମାଟି ଦେହକୁ ଯମର ଯନ୍ତ୍ରଣାକୁ ନ ଥିବ ଡର

ପଙ୍କରେ ଫୁଟଇ କମଳ

ପଙ୍କରେ ଫୁଟଇ କମଳ ମା କମଳା ହୁଅନ୍ତି ରଙ୍କ ଖତ ଗଦାରେ କଖାରୁ ସମସ୍ତଙ୍କୁ ସୁଆଦ ଡଙ୍କ

କାଲି ଯେଉଁଠି ଥିଲା ଅତି ଘଞ୍ଚ ଜଙ୍ଗଲ

କାଲି ଯେଉଁଠି ଥିଲା ଅତିବ ଘଞ୍ଚ ଜଙ୍ଗଲ ଅଭୟାରଣ୍ୟ ହରିଣ ବାଘ ମୟୁର ଲାଗି ଆଜି ସେଠି କୋଠା ପିଚୁ ସଡକ ମାଳ ମାଳ ଘନଜନ ବସତି ମଣିଷ ହେଲା ଭୋଗୀ

ବିନ୍ଦୁ ପୁଷ୍ପ ରେଖା ପଟୁଆରେ ଗୁନ୍ଥିଲି ଶବ୍ଦ ମାଳା

ବିନ୍ଦୁ ପୁଷ୍ପ ରେଖା ପଟୁଆରେ ଗୁନ୍ଥିଲି ଶବ୍ଦ ମାଳା ମାଳା ଜପିଲା ମଧୁର ଅତି ମଧୁର ଶ୍ୟାମ ଶ୍ୟାମ ଶ୍ୟାମ ସହୋଦରୀ ତା ତ୍ରିନେତ୍ର ବିଛେଇ ବସିଲା ସଧିରେ କର୍ଣ୍ଣେ କହେ ଆଉ ଏକ ଗୁନ୍ଥରେ ରାମ

ବଳ ଅତୁଳିତ ବାତ୍ସଲ୍ୟ ମମତା ସୁଶାନ୍ତ ସ୍ୱରୂପ

ବଳ ଅତୁଳିତ ବାତ୍ସଲ୍ୟ ମମତା ସୁଶାନ୍ତ ସ୍ୱରୂପ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭଵ ତୁମେ ଏଗାର ଇନ୍ଦ୍ରିୟ ପଚିଶ ପ୍ରକୃତି ନର କଳେବର ମଧୁର ବଂଶୀ ଦର୍ଶନାଭିଲାଷୀ ଅଖିଳେ ଜନ୍ମେ

ଜଗତ କଲ୍ୟାଣ ଜୀବ କଲ୍ୟାଣ ଜନ କଲ୍ୟାଣ ଲାଗି

ଜଗତ କଲ୍ୟାଣ ଜୀବ କଲ୍ୟାଣ ଜନ କଲ୍ୟାଣ ଲାଗି ସଦା ସୁଧା ଅପଲକ ଦୃଷ୍ଟି ସୃଷ୍ଟି ସ୍ଥିତି ଲୟ ଜଗନ୍ନାଥ ସତ୍ତ୍ଵ ଗୁଣୀ ରଜ ଗୁଣୀ ତମ ଗୁଣୀ ଉଦ୍ଧାର ନିମନ୍ତେ ବ୍ରହ୍ମାନନ୍ଦ ନନ୍ଦିଘୋଷ ଚଢି ପୂର୍ଣ୍ଣ କରନ୍ତି ମନୋରଥ

Thursday, November 28, 2024

ଯାହାକୁ ଯାହାକୁ ହୁଏ ମାଘ ଶୀତ ଅସହ୍ୟ

ଯାହାକୁ ଯାହାକୁ ହୁଏ ମାଘ ଶୀତ ଅସହ୍ୟ ତାଙ୍କ ପାଇଁ ପର ଲୋମ ଗର୍ତ୍ତ ଖରା ଚାଦର ଯିଏ ଯିଏ ସବୁ ବେରୋଜଗାରିଆ ବେମାର ତାଙ୍କ ଲାଗି ଅବଢ଼ା ସତେ କେଡେ ଉଦାର

ଅରୁଆ ଚାଉଳ ଝୋଟିରେ ମହାଲକ୍ଷ୍ମୀଙ୍କର ଯୋଡି ପଦ୍ମ ପାଦ

ଅରୁଆ ଚାଉଳ ଝୋଟିରେ ମହାଲକ୍ଷ୍ମୀଙ୍କର ଯୋଡି ପଦ୍ମ ପାଦ ମାର୍ଗଶିର ଗୁରୁବାର ମାଣବସା ଅନ୍ନପୂର୍ଣ୍ଣା ଭ୍ରମନ୍ତି ଦ୍ୱାର ଦ୍ୱାର ଆଚାଣ୍ଡାଳ ବ୍ରାହ୍ମଣ ଜନନୀ ପରମ ଦୟାମୟୀ ଗୋବିନ୍ଦ ପତ୍ନୀ କମଳ କରରେ ଜଗନ୍ମାତ ପୂର୍ଣ୍ଣକରେ ଅଖିଳ ଜୀବର ଉଦର

ଶରଣ ଶରଣ ଶରଣ ଶ୍ରୀହରି ଜଗତ ଜୀବନ

ଶରଣ ଶରଣ ଶରଣ ଶ୍ରୀହରି ଜଗତ ଜୀବନ ଶରଣ ଶରଣ ଶରଣ ଜୀବନ ପରମ ବିଷୟ ଶାନ୍ତାକାର ରବି ସୁଧାକର ଚକାଡୋଳା ରଖ ହୃଦୟ ପଦକ ଜୀବନ ପାଣି ଫୁଟୁକା ଆଶ୍ରୟ

ତୁମ୍ଭ ମହାଲୀଳା ଦର୍ଶନ ଶ୍ରବଣ କରି ମହାପବିତ୍ର ଅଖିଳ ଗାତ୍ର

ତୁମ୍ଭ ମହାଲୀଳା ଦର୍ଶନ ଶ୍ରବଣ କରି ମହାପବିତ୍ର ଅଖିଳ ଗାତ୍ର ହେ କମଳା ହୃଦୟ ନିରନ୍ତର ରହିଥାଅ ନୟନ ଆଲୋକରେ ଲୋକହସା କରି ଏଡ଼େ ଆପଣା କଲ ଏଡ଼େ ଯେ ତୃଷା ଦେଲ ହେ ଜାନକୀ ପ୍ରାଣ ବାୟୁ ଆହାଃ କେତେ ଖୋଜେ ଅକ୍ଷରରେ

Wednesday, November 27, 2024

ସେହି କଥାକୁ ମୁହିଁ କେବଳ ଗୁଣୁଛି ହେ ଗୋବିନ୍ଦ

ସେହି କଥାକୁ ମୁହିଁ କେବଳ ଗୁଣୁଛି ହେ ଗୋବିନ୍ଦ ହେ ଗୋବିନ୍ଦ ଯାହା କହିଥିଲୁ ପିତାଙ୍କ ସପନରେ ଥରେ ଦର୍ଶନ ଦେଲେ ଏହି ପ୍ରାଣ ଶୀତଳ ହୁଅନ୍ତା ମନେ ମନେ ମୁହିଁ କେତେ ଖୋଜେ ଗୋପନରେ

ତୋ କଳେବର ବ୍ରହ୍ମଦାରୁ ଗୋବିନ୍ଦ ନାଭି କମଳ

ତୋ କଳେବର ବ୍ରହ୍ମଦାରୁ ଗୋବିନ୍ଦ ନାଭି କମଳ ମୋର କଳେବର ମାଟି ଚୁଲିରୁ ମୁଠାଟିଏ ପାଉଁଶ ତୋ ନାକରେ ସୁନା ଚଣା ମୋ ନାକରେ ସିଙ୍ଘାଣି ତୋ ମୋ ଭେଟକି ସମ୍ଭବ ଅରୁଆ ଆଉ ଆଇଁଷ

ମହାଦେବୀ ସତୀ ଝାସ ଦେଲେ ଦକ୍ଷ ଯଜ୍ଞରେ

ମହାଦେବୀ ସତୀ ଝାସ ଦେଲେ ଦକ୍ଷ ଯଜ୍ଞରେ ସହି ନ ପାରି ମହାଦେବଙ୍କୁ ଦକ୍ଷଙ୍କ ଅପମାନ ଯହିଁ ଯହିଁ ଧରାରେ ପଡିଲା ଦେହ ଅବଶେଷ ତହିଁ ତହିଁ କ୍ଷେତ୍ର ହୋଇଲା ମହାନ ତୀର୍ଥସ୍ଥାନ

ନିଷ୍କାମ କର୍ମ ଯଜ୍ଞ ଅମୃତ ସମାନ

ନିଷ୍କାମ କର୍ମଯଜ୍ଞ ଅମୃତ ସମାନ ସାଧିବା ଲଭିବା ଉଭୟ ଦୁର୍ଲଭ ମନୁଷ୍ୟ କଳବରେ ସିଏ ସମର୍ଥ ଯାହାକୁ ସହାୟ ରାଧା ବଲ୍ଲଭ

ଅହଲ୍ୟା ଉଦ୍ଧାର ଛନ୍ଦା ପଦ୍ମ ପାଦରେ ଚାକର ରଖ

ଅହଲ୍ୟା ଉଦ୍ଧାର ଛନ୍ଦା ପଦ୍ମ ପାଦରେ ଚାକର ରଖ ତୋର ଅଶେଷ ଦୟାଳୁପଣ ଶୁଣିଅଛି ଏହି କର୍ଣ୍ଣରେ ବ୍ରାହ୍ମଣ କ୍ଷେତ୍ରୀୟ ବୈଶ୍ୟ କୁଳ ମୁହିଁ ନୁହେଁ ସାଆନ୍ତେ ତୋ ଉଦାର ଅପଲକ ଆଖି ଢାଳ ଏହି ଶୁଦ୍ରବର୍ଣ୍ଣରେ

Tuesday, November 26, 2024

ତୋତେ କିବା ମୁହିଁ ପୂଜିବି ହେ ଗୋବିନ୍ଦ ବାସୁଦେବ

ତୋତେ କିବା ମୁହିଁ ପୂଜିବି ହେ ଗୋବିନ୍ଦ ବାସୁଦେବ ମୋ ନିଦ ଭାଙ୍ଗିବା ଆଗରୁ ସାରିଥାଉ ନିଜର ପୂଜା ଶ୍ରୀଅଙ୍ଗ ଛଡ଼ା ଗଙ୍ଗଶିଉଳି ଭୂମିରେ ଗଡି ହସୁଥାଏ ସିନ୍ଦୁର ଫାଟିବା ଆଗରୁ ଭଅଁର ବଜାଉଥାଏ ବାଜା

ମନକୁ ମନ ତୁହି ହସୁ ମନକୁ ମନ ତୁହି କାନ୍ଦୁ

ମନକୁ ମନ ତୁହି ହସୁ ମନକୁ ମନ ତୁହି କାନ୍ଦୁ ହେ କୃଷ୍ଣ ନିଜ ହାତରେ ପୋଛି ପକାଉ ଲୁହ ଦର୍ଶନ କରି ତୋ ଏହି ବାଳ ଗୋପାଳ ଲୀଳା ହେ ପୂର୍ଣ୍ଣବ୍ରହ୍ମ ଇପ୍ସିତ ଦର୍ଶନରେ ଭସ୍ମ ମୋହ

ପ୍ରତି ବାଇଶି ପାହାଚରେ ଅଶେଷ ବୈଷ୍ଣବଙ୍କ ପାଦ ରଜ

ପ୍ରତି ବାଇଶି ପାହାଚରେ ଅଶେଷ ବୈଷ୍ଣବଙ୍କ ପାଦ ରଜ ହସ୍ତ ତୋଳି କପାଳ ବୋଳି ଶୁଦ୍ଧ ବିଷ୍ଣୁ ଭକତି ବିକଶିତ ପ୍ରତିଟି ଜୀବ ହୃଦୟ ପଦ୍ମକେଶରରେ ତୁମରି ଛନ୍ଦା ପାଦ ଦର୍ଶନ ସ୍ପର୍ଶନ ସମ୍ଭାଷଣରେ ଏହି ପ୍ରାଣ ଅତିବ ଉଲ୍ଲସିତ

ସଚରାଚରରକୁ ନିଜ ବେନି ଭୁଜ ଟେକି ଦେଉଅଛ ଆସରା

ସଚରାଚରରକୁ ନିଜ ବେନି ଭୁଜ ଟେକି ଦେଉଅଛ ଆସରା ହେ ନୀଳାଚଳ ନିବାସା ଚକାଡୋଳା ତୁହି ସ୍ଵୟମ ଅଧାଗଢା ସଚରାଚର ହୃଦ ଚିହ୍ନି ପଦ୍ମ ହସ୍ତରେ ବାଢିଦିଅ ଅନ୍ନ ବ୍ୟଞ୍ଜନ ହେ ଏଡିକି ଉଦାର ଚାହିଁ ଚାହିଁ ତୋ ବାଟ ହେଲି କୁଳଛଡ଼ା

ମୁହିଁ ତୋହର କୋଡ଼ ପୋଛା ସନ୍ତାନ ମାଆ ଗୋ

ମୁହିଁ ତୋହର କୋଡ଼ ପୋଛା ସନ୍ତାନ ମାଆ ଗୋ ମୋହର ପିଣ୍ଡ ବ୍ରହ୍ମାଣ୍ଡ କେବଳ ତୋହରି ଜନନୀ ମୁହିଁ ପରମ ସନ୍ତୁଷ୍ଟ ତୋ ପଣତ ଛାଇରେ ମାଆ ଅଭୟ ପାଦରେ ପଶିଲି ଶରଣ ନ ହୁଅ ମାନିନୀ
Sumati :"ମନଇଛା ଭୋଗ ଖାଇବାପାଇ ମା ମୋର ନିଜେ ଦିଏ ବଢାଇ ପଇସା ମୋର ପାଖରେ ନାହିଁ ଚିନ୍ତା କରନି ରାମଠୁ ନେବିତ ମୁହିଁ"

ସତ୍ତ୍ଵ ରଜ ତମ ଏହି ତିନିହେଁ ବ୍ରହ୍ମଦାରୁ ଚେରରେ ବନ୍ଧା

ସତ୍ତ୍ଵ ରଜ ତମ ଏହି ତିନିହେଁ ବ୍ରହ୍ମଦାରୁ ଚେରରେ ବନ୍ଧା ହେ ଗୋବିନ୍ଦ ଖୋଲିବାକୁ ତୁହି ସିନା ଏକା ହିଁ ସମରଥ ମୁହିଁଟି କପଟପଶାରେ ହାରିଯାଇଥିବା ତୃତୀୟ ପାଣ୍ଡଵ ତୁମ୍ଭ ଛନ୍ଦାପାଦ ପଦ୍ମରେ ଶରଣ ତ୍ରାହି ହେ ଗୋପୀନାଥ

Monday, November 25, 2024

ତୁହି ମୋର ବୁଢ଼ୀ ମାଆ

ତୁହି ମୋର ବୁଢ଼ୀ ମାଆ ମୁହିଁ ତୋର ପଢୁଆଁ ପୁଅ ଜନମ କଲୁ ଫୁଙ୍ଗୁଳା କରି ଘେନ ମାଆ ଭକତି ଲୁହ

ତୋ ନବ ଦୁର୍ବାଦଳ ରୂପ ହେଲା ସାତ ସପ୍ନ

ତୋ ନବ ଦୁର୍ବାଦଳ ରୂପ ହେଲା ସାତ ସପ୍ନ କୃଷ୍ଣ ବିକଳ୍ପ ତୋ ସୁଧା ନାମକୁ କଲି ଆଶ୍ରୟ କଳି ବିକାର ଆକାର ମୋତେ ଦେଲା ଭୟ କୃଷ୍ଣ ରଖ ଛନ୍ଦା ପାଦେ ଦୂରେ ରହୁ ବିଷୟ

Sunday, November 24, 2024

କାହାର କଣ୍ଠରୁ ଝରିପଡୁ ଅମୃତ ବୋଲି

କାହାର କଣ୍ଠରୁ ଝରିପଡୁ ଅମୃତ ବୋଲି କାହାକୁ ଦିଶୁ ନନ୍ଦନନ୍ଦନ ଯଶୋଦା ବାଳ କାହାର ପାଇଁକି ସ୍ଵୟମ ଧରୁ ଲେଖନୀ କାହାର ଧ୍ୟାନରେ ଜଟା ହୁଏ ମୁଣ୍ଡ ବାଳ

Spend a little time in the prayer

Spend a little time in the prayer of Sri Gobind Stay blessed ever under his strongest arm pair Everything else eats away human body like ants Only he is the best technician for complete repair

ଶ୍ରୀଗୋବିନ୍ଦ ଛନ୍ଦାପାଦ ବ୍ରହ୍ମକମଳ

ଶ୍ରୀଗୋବିନ୍ଦ ଛନ୍ଦାପାଦ ବ୍ରହ୍ମକମଳ ସଦା ସେବନ୍ତି ମହାଲକ୍ଷ୍ମୀ କମଳା ଶ୍ରୀଗୋବିନ୍ଦ ଲୀଳା ସୁଧା ସାଗର ସଦା ବୁଡନ୍ତି ବୈଷ୍ଣବ କୋମଳା

ପାଖରେ ନାହିଁ ମୋ ଜ୍ଞାନ ଚଷମା

ପାଖରେ ନାହିଁ ମୋ ଜ୍ଞାନ ଚଷମା ଦର୍ଶନ ଇନ୍ଦ୍ରିୟକୁ ହେଲୁ ଦୂର ଦୃଷ୍ଟି ପାଖରେ ନାହିଁ ମୋ ଭକ୍ତି ସୁମନ ଶ୍ରବଣ ଇନ୍ଦ୍ରିୟ ହିଁ ଏ ଅନ୍ଧର ଯଷ୍ଟି

ମୁହିଁ ବଣୁଆ ଲତାର ଅଲୋଡ଼ା ଫୁଲଟିଏ

ମୁହିଁ ବଣୁଆ ଲତାର ଅଲୋଡ଼ା ଫୁଲଟିଏ ଶାଳ ମହୁଲ ଡାଳ ମୋହର ପରମ ସୁଖ ମୁଁ ସଂସାର ଜଞ୍ଜାଳ ଭିତରେ ଅଳିଆଟିଏ ମୋର ସମ୍ବଳ ଚକାଡୋଳା ପଙ୍କଜ ମୁଖ

ପରାଗ ରେଣୁ ସୃଷ୍ଟି କଲା ଆତ୍ମୀୟ

ପରାଗ ରେଣୁ ସୃଷ୍ଟି କଲା ଆତ୍ମୀୟ ସମ୍ପର୍କ ମାଇଜିକୁ ଥରୁଟିଏ ଦେଖି ନାହିଁ ଭେଣ୍ଡିଆ ତୋତେ କୋଟି ଅନୁନୟରେ କଳା ଭଅଁର ଦର୍ଶନ ଆଶାରେ ଭାବରେ ମାରେ ମୁଣ୍ଡିଆ

ତୁହି ଅଷ୍ଟ ପ୍ରହର ତୁହି ଅଷ୍ଟ ପ୍ରହରୀ ସର୍ବଦା ଉଲ୍ଲସିତ

ତୁହି ଅଷ୍ଟ ପ୍ରହର ତୁହି ଅଷ୍ଟ ପ୍ରହରୀ ସର୍ବଦା ଉଲ୍ଲସିତ ମୃଦଙ୍ଗ ଝାଞ୍ଜ ଗିନି ହରେ କୃଷ୍ଣ ହରେ ରାମ ମହାମନ୍ତ୍ର ତୁହି ସକଳ ପାପ ନାଶନ ତୁହି ଅଶେଷ ପ୍ରାରବ୍ଧ ଖଣ୍ଡନ ନନ୍ଦିଘୋଷ ରଥ କାଠ ବଢ଼େଇ ତୋର ଭକ୍ତ ଏକ ଯନ୍ତ୍ର

ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ

ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ ଅଖଣ୍ଡ ଜ୍ୟୋତି ଦୀପ ରୂପ ସକଳ ପୁଷ୍କରିଣୀ ଶୁଦ୍ଧ ସର୍ବ କମଳ ଉଲ୍ଲାସିତ ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ ଅଖଣ୍ଡ ସୁଧା ଭାଣ୍ଡ ରୂପ ସକଳ ଉଦର ପୂର୍ଣ୍ଣ ସକଳ ଜୀବ ପୂର୍ଣ୍ଣ ବିକଶିତ

Saturday, November 23, 2024

କେଶରକୁ ଚୁମିଲେ କାଳିଆ ଭଅଁର

କେଶରକୁ ଚୁମିଲେ କାଳିଆ ଭଅଁର ରଙ୍ଗ ବେରଙ୍ଗ ଫୁଲଟିଏ ହୁଏ ମଞ୍ଜି ଶ୍ରୀଗୋବିନ୍ଦ ଯାହାର ସଦା ସହାୟ ତାର କିବା କରିବ ତାଳପତ୍ର ପାଞ୍ଜି

ଯିଏ ହେ ତୋର ଯେତିକି ନିକଟ ଗୋବିନ୍ଦ

ଯିଏ ହେ ତୋର ଯେତିକି ନିକଟ ଗୋବିନ୍ଦ ସେତେ ଦୂର ହେଲା ତାକୁ ଇନ୍ଦ୍ରିୟ ଆକଟ ତା ଜୀବନ ହେଲା ପହଣ୍ଡିବିଜେ ତତ୍ପରତା ଅମୃତ ସମ ସ୍ବାଦୁ ତାହାକୁ ଜୀବନ ସଙ୍କଟ

ତୁମ୍ଭେ ମୋହର ସନ୍ତାପରେ ଆହାଃ ଓଁ ସାଇରାମ

ତୁମ୍ଭେ ମୋହର ସନ୍ତାପରେ ଆହାଃ ଓଁ ସାଇରାମ ଦେବାଧି ଦେବ ମହାଦେବ କାଣ୍ଡ କୋଦଣ୍ଡ ରାମ ତୁମ୍ଭେ ମୋର ଅଜ୍ଞାନ ଶ୍ରେଣୀକକ୍ଷରେ ଜ୍ଞାନ ଗୁରୁ ରାସେଶ୍ୱରୀ ରାଧା ଚିତ୍ତ ଚୋର ମୁରଲୀ ଶ୍ୟାମ

ଆଜି ତୁମ୍ଭରି ଶୁଭ ଜନ୍ମଦିନ ସ୍ମୃତି ସାଇରାମ ସ୍ୱାମୀ

ଆଜି ତୁମ୍ଭରି ଶୁଭ ଜନ୍ମଦିନ ସ୍ମୃତି ସାଇରାମ ସ୍ୱାମୀ ହେ ଏକାଦଶ ଅବତାରରେ ମାନବ କଳେବର ରୂପ ଆଜି ତୁମ୍ଭରି ପାଦରେ ଦେହ ମନ ଲେଖନୀ ରଖିଲି ହେ ପରମଦୟାଳୁ ପ୍ରାରବ୍ଧ ଖଣ୍ଡନ ଘେନ ପୂଜା ଧୂପ

ପାଦ ଦୁଇ ଗୋଟି ତୁମ୍ଭ ଗିରି ଗୋବର୍ଦ୍ଧନର ଛାୟା

ପାଦ ଦୁଇ ଗୋଟି ତୁମ୍ଭ ଗିରି ଗୋବର୍ଦ୍ଧନର ଛାୟା ଆଶ୍ରୟ ଲୋଡିବାକୁ ଅଖିଳର ପ୍ରାଣ ଅତି ବ୍ୟାକୁଳ ଆଖି ଦୁଇଟି ବାଳ ଅରୁଣ କର ଚନ୍ଦ୍ରର ଜୋତ୍ସନା ଚର୍ମ ଚକ୍ଷୁରେ ଦେଖିବାକୁ ଅଖିଳର ପ୍ରାଣ ଆକୁଳ

ନିରାକାର ହେଲେ ଅଖିଳ ଜନ ଜୀବନ ମୋହନ

ନିରାକାର ହେଲେ ଅଖିଳ ଜନ ଜୀବନ ମୋହନ କାଳ ମହାକାଳ ସ୍ଵୟମ ହେଲେ ଅତି ଶୁଭ ବେଳା ନିର୍ଗୁଣ ହୋଇଲେ ସବୁଠାରୁ ସୁମଧୁର ସଂକୀର୍ତ୍ତନ ଅଚିନ୍ତ୍ୟ ହେଲେ ଏହି ପତିତ ଜୀବନ ପୁଣ୍ୟ ଖଳା

ସୃଷ୍ଟି ସ୍ଥିତି ଲୟ ଉହାଡରେ ତୁହି ଗୁପତ ହେ ମୋହନ ବଂଶୀ

ସୃଷ୍ଟି ସ୍ଥିତି ଲୟ ଉହାଡରେ ତୁହି ଗୁପତ ହେ ମୋହନ ବଂଶୀ ଯନ୍ତ୍ର ମନ୍ତ୍ର ତନ୍ତ୍ର ଜପ ମୋର ଦୁଇ ନୟନପଥରୁ ରହୁ ଦୁରେଇ ନୀଳଚକ୍ରରେ ଉଡେ ଫର ଫର ତୋର ପତିତପାବନ ନେତ ନିଜର ଅର୍ଜିତ କୁକର୍ମ ପାପ ଭାରରେ ଜୀବ ଚାଲି ନ ପାରଇ

ସତ୍ୟ ଶାନ୍ତି ଦୟା କ୍ଷମା ଧର୍ମ ରୂପରେ ପ୍ରତକ୍ଷ୍ୟ

ଶାନ୍ତି ସତ୍ୟ ଦୟା କ୍ଷମା ଧର୍ମ କେବଳ ପାଞ୍ଚୋଟିରେ ମୋତେ ଛାଡିକରି ସକଳ ଜୀବ ବହୁତ ହୁଅନ୍ତି ଖୁସି ଘୋର ତାମସାରେ ବୁଡି ହୁଡ଼ିଗଲି ବୈକୁଣ୍ଠ ପଥକୁ ଦିବସନିଶି ଯମରାଜା ଦେଖିବା ମାତ୍ରେ ଦିଏ ହସି

Friday, November 22, 2024

ଶାନ୍ତି ସତ୍ୟ ଦୟା କ୍ଷମା ଧର୍ମ କେବଳ ପାଞ୍ଚୋଟିରେ

ଶାନ୍ତି ସତ୍ୟ ଦୟା କ୍ଷମା ଧର୍ମ କେବଳ ପାଞ୍ଚୋଟିରେ ମୋତେ ଛାଡିକରି ସକଳ ଜୀବ ବହୁତ ହୁଅନ୍ତି ଖୁସି ଘୋର ତାମସାରେ ବୁଡି ହୁଡ଼ିଗଲି ବୈକୁଣ୍ଠ ପଥକୁ ସଦାବେଳେ ଯମରାଜା ମୋତେ ଦେଖି ଦିଏ ହସି

ଅଧାଗଢ଼ାରୁ ହେଲୁ ତୁହି ସମ୍ପୂର୍ଣ

ଅଧାଗଢ଼ାରୁ ହେଲୁ ତୁହି ସମ୍ପୂର୍ଣ ଆଉ ଏକରୁ ହେଲୁ ତୁହି ବହୁତ ଜ୍ଞାନ ଭକ୍ତି ଧର୍ମ କର୍ମ ହୀନ ମୁହିଁ ତୋତେ ପାରିବିକି କରି ଆୟତ

You are the kindness in all the living beings

You are the kindness in all the living beings That hugs, nurtures, saves, protects billions Being inspired, by the most bonafide gesture I try to contribute like one of your minions

ଭାଇ ଭଉଣୀଙ୍କର ଅଶେଷ ଅଶେଷ ଲୀଳା ଶ୍ରବଣ କରି

ଭାଇ ଭଉଣୀଙ୍କର ଅଶେଷ ଅଶେଷ ଲୀଳା ଶ୍ରବଣ କରି ମାଆ ବିମଳା ଭାଉଜଙ୍କ ପଦାଙ୍କକୁ ଅନୁସରଣ କରୁଥିଲି ଯେଉଁ ପାଦକୁ ଅରକ୍ଷିତ ମନେ ମନେ ଏତେ ଖୋଜୁଥିଲା ସେହି ପାଦ ପଦ୍ମକୁ ପଦ୍ମାଙ୍କ ପାପୁଲିରେ ଦେଖି ତରିଗଲି