Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Sunday, March 31, 2024
ଅଶେଷ ଆନନ୍ଦ ଧାମ ତୁମେ ହେ ଗୋବିନ୍ଦ
ଅଶେଷ ଆନନ୍ଦ ଧାମ ତୁମେ ହେ ଗୋବିନ୍ଦ
ମୋର ମନୋରଥ ବାହୁଡା ଯାତ୍ରାକୁ କୁଣ୍ଠିତ
ଅଶେଷ ବାସନା ମନ ରହିତ ହେ ଗୋବିନ୍ଦ
ମୋହର ମନୋରଥ ପାଦ ପଦ୍ମରେ ଲୁଣ୍ଠିତ
ରାମ ରାମ ଭଜ ଭଜ କୃଷ୍ଣ କୃଷ୍ଣ ଭଜ
ରାମ ରାମ ଭଜ ଭଜ କୃଷ୍ଣ କୃଷ୍ଣ ଭଜ
ବାଇ ମନରେ ନାମରେ ସମ୍ପୂର୍ଣ ମଜ
ପାପ ଆଖିକୁ ସେହି ସିନା ଅଧା ଗଢା
ହୃଦୟ କମଳରେ ଗୋବିନ୍ଦ ଚର୍ତ୍ତୁଭୂଜ
ଦେହୀକୁ ଭେଟିଲେ ମୋର ମନରେ
ଦେହୀକୁ ଭେଟିଲେ ମୋର ମନରେ
ମନ ସମ୍ପୂର୍ଣ୍ଣ ପାଷୋରିବୁ ଏହି ଦେହ
ଦେହ ପାଷୋରିଲେ ମୋର ମନରେ
ମନ ସମ୍ପୂର୍ଣ ପାଷୋରିବୁ ଭଵ ମୋହ
ଥରୁଟିଏ ଜନନୀର ଡାକ କର୍ଣ୍ଣରେ ପଡିଲେ
ଥରୁଟିଏ ଜନନୀର ଡାକ କର୍ଣ୍ଣରେ ପଡିଲେ
ସକଳ ଖେଳ ଛାଡି ବାଳକ ବାହୁଡେ ଗୃହେ
ଥରୁଟିଏ ଗୋବିନ୍ଦର ପାଦ କପାଳ ଛୁଇଁଲେ
ସକଳ କର୍ମ ଛାଡି ଜୀବ ଆତ୍ମା ହିତେ ରହେ
Saturday, March 30, 2024
ଚଣ୍ଡୀ ବୋଲଇ ରାମ ଏ ବାଟେ ଗଲା
ଚଣ୍ଡୀ ବୋଲଇ ରାମ ଏ ବାଟେ ଗଲା
ତାହା ମନରେ ନ ପଡିଲା ମାଆ କଥା
ଶୁଣ ଲୋ ଝିଅ କହିବୁ ମୋର ରାମକୁ
ମା ରାମଚଣ୍ଡୀ ପ୍ରକାଶିଲା ମନର ବଥା
ମୋହର ମନକୁ ନ ମାରି ସମର୍ପିଲି ଶ୍ରୀଗୋବିନ୍ଦଙ୍କୁ
ମୋହର ମନକୁ ନ ମାରି ସମର୍ପିଲି ଶ୍ରୀଗୋବିନ୍ଦଙ୍କୁ
ଭକତ ଭୋଳିଆ ଆନନ୍ଦ ସାଗରେ ହଜାଇ ଦେଲେ
ମୋହର ହୃଦୟକୁ ନ ଭାଙ୍ଗି ଦେଲି ଶ୍ରୀଗୋବିନ୍ଦଙ୍କୁ
ସକଳ ଆତ୍ମାର ବନ୍ଧୁ ଏ ଅଧମକୁ ଆପଣାର କଲେ
ଏହି କ୍ଷୁଦ୍ର ହୃଦୟରେ ବଡ ମାନସିକ ମାଆ ଗୋ
ଏହି କ୍ଷୁଦ୍ର ହୃଦୟରେ ବଡ ମାନସିକ ମାଆ ଗୋ
ମନ ମୋର ସଦା ବୁଲୁଥାଏ ତୋର ବେଢାରେ
ଆରତୀ ବେଳେ ତୋର ଭକତଙ୍କ ବଡ ଗହଳି
ମାଆ ଗୋ କାଳେ ଚାହିଁଦେବୁ ଆଖି ଆଡରେ
Friday, March 29, 2024
ମହାଶୂନ୍ୟରୁ ଆସିଲି ମହାଶୁନ୍ୟରେ ଭାସିଲି
ମହାଶୂନ୍ୟରୁ ଆସିଲି ମହାଶୁନ୍ୟରେ ଭାସିଲି
ଶ୍ରୀକ୍ଷେତ୍ରକୁ ଆସିଲି ଚକା ଡୋଳାକୁ ଦେଖିଲି
ବଡ ଦାଣ୍ଡ ବଡ ଦେଉଳ ବଡ ଦିଅଁ ବଡ ରଥ
ଅଜଣା ଅଶୁଣା ଅଚିନ୍ତ୍ୟ ବ୍ରହ୍ମଦାରୁରେ ରସିଲି
ରାମ କେଣେ ଗଲା ଗଲି ବୋଲି ଚଣ୍ଡୀ
ରାମ କେଣେ ଗଲା ଗଲି ବୋଲି ମାଆ ଚଣ୍ଡୀ
ନିଜ ମାଆ ପରିକା ତା ତିନି ନୟନରେ ଚାହେଁ
ସୁମତିକୁ ସପନରେ କହିଲା ମାଆ ମନ କଥା
ମାଆ ରାମ ଚଣ୍ଡୀ ରାମକୁ କେତେ ଭଲ ପାଏ[୧]
ଛୋଟ ମୁହେଁ ବହୁତ ବଡ କଥା ମାଆ ଚଣ୍ଡୀ
ଅରକ୍ଷିତ ରାମ ମା ଗୋ ଅନେକ ଭଲ ପାଏ
କେବେ କୃପା କରି ଦର୍ଶନ ଦିଅ ମାଆ ଚଣ୍ଡୀ
ଅରକ୍ଷିତ ରାମ ତୋ ପାଦ ସଦା ଚିନ୍ତୁ ଥାଏ [୨]
ନିଜେ ଅଳପ ରଖି ମୋତେ ବେଶୀ ଦେଲୁ
ନିଜେ ଅଳପ ରଖି ମୋତେ ବେଶୀ ଦେଲୁ
ନବଧା ଭକ୍ତିରେ ତୁ ବାନ୍ଧିଦେଲୁ ମୋ ମନ
କେଉଁଟି କରିବି ନୈବେଦ୍ୟ ହେ ଗୋବିନ୍ଦ
ମୁଁ ଅଧମ ନାହିଁ ପ୍ରାରବ୍ଧ ନାହିଁ ମୋ ଜ୍ଞ୍ୟାନ
Thursday, March 28, 2024
ମୁଖ ଶଶୀ ତୋର ମାଆ ଗୋ ପ୍ରଶାନ୍ତି ନିଳୟ
ମୁଖ ଶଶୀ ତୋର ମାଆ ଗୋ ପ୍ରଶାନ୍ତି ନିଳୟ
ମାଆ ଗୋ ପ୍ରଶାନ୍ତି ନିଳୟ ତୋ ଅଭୟ କୋଳ
ପଣତ କାନି ତୋର ମାଆ ଗୋ ପ୍ରଶାନ୍ତି ନିଳୟ
ମାଆ ଗୋ ପ୍ରଶାନ୍ତି ନିଳୟ ତୋର ପାଦ ତଳ
ସଦୟା ଗୋ ଯାହାକୁ ଡାକିଲୁ ତୋ କୋଳକୁ
ସଦୟା ଗୋ ଯାହାକୁ ଡାକିଲୁ ତୋ କୋଳକୁ
ମାଆ ଗୋ ତୋ ଅଭୟ ଦଶ ଭୁଜକୁ ପ୍ରସାରି
ଏହି ପତିତକୁ ମାଆ ଗୋ ଧନ୍ୟ କରି ଦେଲୁ
ହୃଦୟ ବାସିନୀ ଗୋ ସେ ମୋ ସହୋଦରୀ
ଅତି ଅଙ୍କା ବଙ୍କା ଅଙ୍କା ବଙ୍କା ଜୀବନ ଚଲା ପଥ
ଅତି ଅଙ୍କା ବଙ୍କା ଅଙ୍କା ବଙ୍କା ଏହି ଜୀବନ ଚଲା ପଥ
ଚଲା ପଥ ଶେଷ ହେଉ ବାଙ୍କ ବିହାରୀ ତୋ ପିଣ୍ଢାରେ
ଅତି ଚାରୁ ଅତି ଚାରୁ ସେହି ପିଣ୍ଢା କମଳା ଝୋଟିରେ
ଅପୂର୍ବ ସେହି ଗୋବିନ୍ଦ ଅଭ୍ୟର୍ଥନା କେଡେ ଥଣ୍ଡାରେ
ବ୍ରହ୍ମଦାରୁ ପ୍ରଶସ୍ତ ଛାୟା ଅଟେ ଚନ୍ଦନ ଶୀତଳ
ବ୍ରହ୍ମଦାରୁ ପ୍ରଶସ୍ତ ଛାୟା ଅଟେ ଚନ୍ଦନ ଶୀତଳ
ସଦା ବସନ୍ତ ପବନ ଧୀର ଧୀର ଧୀର ବହେ
ଅବଢ଼ା ସୁଆଦ ଅଟେ ମାଆର ହାତ ପରଶା
ସଦା ମନ କୋକିଳଟି ହରି ହରି ହରି ଗାଏ
Wednesday, March 27, 2024
ମୋତେ ମା ପରମ ସୁଖ ଓ ମା ଓ ମା ଓ ମା
ମୋତେ ମାଆ ପରମ ଦୁଃଖ ଓ ମା ଓ ମା ଓ ମା
ମାଆ ଗୋ କିମ୍ପା ମନ୍ଦାର ଲମ୍ବିବ ତୋ ଗଳାରେ
ମୋତେ ମାଆ ପରମ ସୁଖ ଓ ମା ଓ ମା ଓ ମା
ମାଆ ଗୋ ମୁଁ ଥରେ ବସିଥାନ୍ତି ତୋ କୋଳରେ
Tuesday, March 26, 2024
ଥାଅ ମୋର ଦୁଃଖରେ ହେ ଗୋବିନ୍ଦ
ଥାଅ ମୋର ଦୁଃଖରେ ହେ ଗୋବିନ୍ଦ
ହେ ଗୋବିନ୍ଦ ଥାଅ ମୋର ସୁଖରେ
ସୁଖ ଦୁଃଖ ନେଇ କିସ ମୁହିଁ କରିବି
ହେ ଗୋବିନ୍ଦ ଥାଅ ମୋ ପାଖରେ
କିଏ ସେ ଚିନ୍ତେ ତୋତେ ସୁଖରେ
କିଏ ସେ ଚିନ୍ତେ ତୋତେ ସୁଖରେ
କିଏ ସେ ଚିନ୍ତେ ତୋତେ ଦୁଃଖରେ
ସୁଖ ଦୁଖରେ ଯିଏ ଚିନ୍ତା କରୁଥାଏ
ହରି ହେ ସଦା ଥାଉ ତା ପାଖରେ
ତୋତେ ଥରେ ଚାହିଁଦେଲେ ମାଆ ଗୋ
ତୋତେ ଥରେ ଚାହିଁଦେଲେ ମାଆ ଗୋ
ଲାଗେ ଯେମିତି କୋଟି ଜନମର ବନ୍ଧନ
ତୋତେ ଥରେ ମା ବୋଲି ଡାକିଦେଲେ
ମାଆ ଗୋ ହୃଦୟେ ଲାଗେ ହରି ଚନ୍ଦନ
ସକଳ ସୃଷ୍ଟି କରି ତୁହି ଦେବୀ ବୋଲାଉଛୁ
ସକଳ ସୃଷ୍ଟି କରି ତୁହି ଦେବୀ ବୋଲାଉଛୁ
ପାଷାଣୀ ଲୋ ଏବେ କାହିଁକି ଏଡ଼େ ନିରବ
ସକଳ ପୂଜା ଉପାସ ତୀର୍ଥ ବ୍ରତ ମୋ ଲାଗି
ପାଷାଣୀ ଲୋ ମୁଁହି ସିନା ତୋହର ସରବ
ପର କାଳରେ ତୁହି ସକଳର ପରମ ଆଶ୍ରୟ
ପର କାଳରେ ତୁହି ସକଳର ପରମ ଆଶ୍ରୟ
ଇହ କାଳରେ ମନକୁ ପାଦ ପଙ୍କଜରେ ରଖ
ତୁମ ମୋହନ ରୂପରେ ମୋର ପ୍ରାଣ ଶୀତଳ
ଆହାଃ କେଡେ ଉଦାର ତୋର ବଂଶୀ ମୁଖ
Monday, March 25, 2024
ମାଆ ହୋଇ ମୋର ତୁହି ଦେବୀ ବୋଲାଉଛୁ
ମାଆ ହୋଇ ମୋର ତୁହି ଦେବୀ ବୋଲାଉଛୁ
ପାଷାଣୀ ଲୋ କଥା କହ କାହିଁକି ଏଡ଼େ ନିରବ
ମାଆ ଗୋ ଜାଣେ ମୁହିଁ ସଭିଏଁ ତୋର ସନ୍ତାନ
ହେଲେ ତୁହି ମା ଏହି ବାପ ଚେଉଣ୍ଡର ସରବ
ଆଜି ସିନା ତୋ ଚକା ଆଖିରେ ପତା ପଡ଼େନା
ଆଜି ସିନା ତୋ ଚକା ଆଖିରେ ପତା ପଡ଼େନା
ଅପଲକରେ ମୋ ବିନା କେମିତି ପାରିବୁ ରହି
କାନ୍ଧ ଅଦଳ ବଦଳେ କୋକେଇ ଯିବ ମଶାଣି
ବ୍ରହ୍ମଦାରୁ ଡାଳରେ ବସି ମୋତେ ଝୁରିବୁ ତୁହି
ଚନ୍ଦନ କାଠଟି ସେତେ ଅଧିକ ବାସେ
ଚନ୍ଦନ କାଠଟି ସେତେ ଅଧିକ ବାସେ
ଯେତେ ଅଧିକରୁ ଅଧିକ ହୁଏ ଘୋରି
ଚକା ଡୋଳା ସେତେ ଆସନ୍ତି ପାଖକୁ
ମନ ତାଙ୍କୁ ଯେତେ ବେଶି ହୁଏ ଝୁରି
ସଦ୍ୟ ପ୍ରସ୍ଫୁଟିତ ସରୋଜ ଶ୍ରୀରାଧା ପାଦ
ସଦ୍ୟ ପ୍ରସ୍ଫୁଟିତ ସରୋଜ ତୋ ପାଦ ମା
ଉଷା ଆକାଶ ବାଳୁତ ଅରୁଣ ଅଳତା ଧାର
ସଦ୍ୟ ପ୍ରସ୍ଫୁଟିତ ଚମ୍ପା ପାଦର ନଖ ପନ୍ତି
ଫଗୁ ଘେନ ପୂର୍ଣ୍ଣ ଇନ୍ଦୁ ପାଉଁଜିରେ ତୋର
ଯାହାର ନାମଟି କେବଳ ଏଡିକି ଏଡିକି ସୁମଧୁର
ଯାହାର ନାମଟି କେବଳ ଏଡିକି ଏଡିକି ସୁମଧୁର
ଆହାଃ କେଡେ ମଧୁର ହୋଇଥିବ ତାହାର ରୂପ
ଜୀବନ ଚଲା ପଥରେ ଭେଟ ହେଲେ କି ଦେବି
ଆୟୁଷ କ୍ଷୟ କରି କେବଳ ଅରଜିଲି ମହାପାପ
ନବ ନୀରଦ କାନ୍ତି ରବି ସୁଧାକର ବେନି ଚକ୍ଷୁ
ନବ ନୀରଦ କାନ୍ତି ରବି ସୁଧାକର ବେନି ଚକ୍ଷୁ
ଅଧରେ ମୋହନ ବଂଶୀ ଶିରେ ମୟୁର ପକ୍ଷୀ
ଗଳାରେ ବନ ମାଳ ପ୍ରୀୟା ହୀରା ତନୁ ରାଧା
ପଦ୍ମ କମଳରେ ଫଗୁ ଘେନ ହେ ଆତ୍ମା ସାକ୍ଷୀ
Sunday, March 24, 2024
ଯାହା ମୁହିଁ ଭେଟିଲି ଜୀବନ ଚଲା ପଥରେ
ଯାହା ମୁହିଁ ଭେଟିଲି ଜୀବନ ଚଲା ପଥରେ
ହେ ରାଧା ଲୋଳା ସକଳ ତୋହର ବିଭୁତି
ବ୍ରହ୍ମଦାରୁରୁ ଯେଉଁ ଯେଉଁ କୃପା ପୁଷ୍ପ ଝଡ଼େ
ଭାବରେ ଗୁନ୍ଥି ତୋର ପାଇଁ କରେ ଆବୃତି
ନାହିଁ ମୋର ଗୁରୁ ପାଦ ପଙ୍କଜ ସେବା ପୁଣ୍ୟ
ନାହିଁ ମୋର ଗୁରୁ ପାଦ ପଙ୍କଜ ସେବା ପୁଣ୍ୟ
ନାହିଁ ମୋ ଜନକ ଜନନୀ ପାଦ ସେବା ପୁଣ୍ୟ
ହେ ଗୋବିନ୍ଦ କେବଳ ତୋର କରୁଣା ସମ୍ବଳ
ତୋ ଛନ୍ଦାପାଦରେ ଶରଣ ଦେଇ କଲୁ ଧନ୍ୟ
ନୀଳକନ୍ଦରରେ ଅଛନ୍ତି ଜଣେ ଉତ୍ତମ ଦରଜି
ଶ୍ରୀକ୍ଷେତ୍ରରେ ଅଛନ୍ତି ଜଣେ ଉତ୍ତମ ଦରଜି
ତାଙ୍କର ସିଇଁବା ପଣକୁ କେହି ନୁହେଁ ସରି
ସାଲବେଗ ହେଲା ଯୁଦ୍ଧରେ କ୍ଷତ ବୀକ୍ଷତ
ଦେହ ଜଗନ୍ନାଥଙ୍କୁ ଅର୍ପଣ କରି ଗଲା ତରି
ମୋ ହାତରେ ଦେଲୁ ମାଆ ଗୋ ଛୁଞ୍ଚି ସୁତା
ମୋ ହାତରେ ଦେଲୁ ମାଆ ଗୋ ଛୁଞ୍ଚି ସୁତା
ମାଆ ଗୋ ଚଣ୍ଡୀ ମୋର ନାହିଁ ଜ୍ଞ୍ୟାନ ଆଖି
ମୁଁ ମହା ଅଧମ ଦିନ କଣା ଅନ୍ଧାର କଣା ମା
ଫଟା କଣା ପିନ୍ଧି ଦିନ ବଞ୍ଚଇ ହୋଇ ଦୁଃଖୀ
ହୃଦୟରେ ସାଇତିଛୁ ମାଆ ଗୋ ହରେ କୃଷ୍ଣ
ହୃଦୟରେ ସାଇତିଛୁ ମାଆ ଗୋ ହରେ କୃଷ୍ଣ
ସର୍ବାଙ୍ଗରେ ସାଇତୁଛି ମା ଗୋ ହରେ ରାମ
କଟାକ୍ଷରେ ସାଇତିଛୁ ମାଆ ଗୋ ରାମ କୃଷ୍ଣ
ମାଆ ଗୋ ଜଣକୁ ଦେଲେ ଲଭିବି ବ୍ରହ୍ମାନନ୍ଦ
ହସ୍ତରେ ଧରିଛୁ ମାଆ ଗୋ ସିନା ତୀକ୍ଷଣ ତ୍ରିଶୁଳ
ହସ୍ତରେ ଧରିଛୁ ମାଆ ଗୋ ସିନା ତୀକ୍ଷଣ ତ୍ରିଶୁଳ
ମା ହୃଦୟରେ ଭରିଛୁ ସକଳ ଜୀବ ପାଇଁ ସ୍ନେହଁ
ଅବତାର ଧରିଛୁ ମାଆ ଗୋ ଧର୍ମ କ୍ଷୟ ଗଲେ
ପାଷାଣ ମୂର୍ତ୍ତିରେ ସାଇତିଛୁ କରୁଣା ଭରା ମୁହଁ
କମଳ ପାଖୁଡାରୁ କୋମଳ ତୋହର ହୃଦୟ
କମଳ ପାଖୁଡାରୁ କୋମଳ ତୋହର ହୃଦୟ
ତେଣୁ ନିରତେ ମାଆ କମଳିନୀ କରେ ବାସ
ପଞ୍ଚାମୃତରୁ ମଧୁର ତୋ ନାମ ହେ ଗୋବିନ୍ଦ
ତେଣୁ ନିରତେ ଭଜିଲେ ନ ମେଣ୍ଟେ ଶୋଷ
Saturday, March 23, 2024
ସିରିଆ ଭାବରେ ବନ୍ଧା ପଡ଼ିଲ ହେ ଗୋବିନ୍ଦ
ସିରିଆ ଭାବରେ ବନ୍ଧା ପଡ଼ିଲ ହେ ଗୋବିନ୍ଦ
ହେ ଗୋବିନ୍ଦ ବନ୍ଧା ପଡ଼ିଲ ସୁମତି ଭାବରେ
କୃପାକରି ନିଜେ ଦର୍ଶନ ଦେବ ଏ ଅଧମକୁ
ହେ ଗୋବିନ୍ଦ ଝୁରେ ମୁଁ ଭାବ ଅଭାବରେ
ଚନ୍ଦନରେ ବୋଳା ଦେହ ତା କସ୍ତୁରୀରେ ବୋଳା
ଚନ୍ଦନରେ ବୋଳା ଦେହ ତା କସ୍ତୁରୀରେ ବୋଳା
ସେବତୀ ଦୟଣାର ଟାହିଆ ଅତି ମହ ମହ ବାସ
ମଧୁର ଅଧରରେ ବଂଶୀ ଗଳାରେ ତୁଳସୀ ମାଳ
ନବ ନୀରଦ କମନୀୟ ଗାତ୍ର ଚିତ୍ତ ଚୋରା ବେଶ
ଯୁଝିବା ପଣରେ ତୁହି ଦୁର୍ଗା ମାଆ ଗୋ
ଯୁଝିବା ପଣରେ ତୁହି ଦୁର୍ଗା ମାଆ ଗୋ
ମାଆ ଗୋ ସହିବା ପଣରେ ତୁହି ସୀତା
ବାଦକ ଗଣରେ ତୁହି ମା ଗୋ ସାରଦା
ମାଆ ଗୋ କ୍ଷମା ଗୁଣରେ ବସୁଧା ମାତା
Friday, March 22, 2024
ମୋର ଜୀବନ ଦୀପ ଲିଭିଯିବା ଆଗରୁ
ମୋର ଜୀବନ ଦୀପ ଲିଭିଯିବା ଆଗରୁ
ହେ ଗୋବିନ୍ଦ କହ ଆଉ ଗୋଟିଏ ଗପ
ରାଧା କି ତୋ ମଥାରେ ପାଦ ରଖିଲେ
ତୋ ମୁଖୁ ଶୁଣି ଦେହଛାଡି ଯାଉ ପାପ
Thursday, March 21, 2024
ତୋତେ ତୋ ଭକତ ବାନ୍ଧଇ ହୃଦୟରେ
ତୋତେ ତୋର ଭକତ ବାନ୍ଧେ ହୃଦୟରେ
ତୁହି ଭକତକୁ ବାନ୍ଧୁ ତୋ ଭାବ ଡୋରିରେ
ତୋତେ ତୋ ଭକତ ଜପେ ଶୁଆ ହୋଇ
ତୁହି ଭକତକୁ କିଳୁ ବ୍ରହ୍ମାନନ୍ଦ ପଞ୍ଜୁରୀରେ
ମାଆ ମାଆ ବୋଲି ତୋତେ ସଭିଏଁ ଡାକନ୍ତି
ମାଆ ମାଆ ବୋଲି ତୋତେ ସଭିଏଁ ଡାକନ୍ତି
ମାଆ ଗୋ ତୋହର ଭକ୍ତିରେ ହେଲି ଘାରି
ମାଆ ଗୋ ସତରେ କଣ ହେବୁ ମୋ ମାଆ
ମାଆ ଗୋ ପାଉଁଜି ଧ୍ଵନିକୁ ଅଛି କର୍ଣ୍ଣ ଡେରି
ଚଉଁରାରେ ତୁଳସୀ ଝୁରି ଝୁରି ମଲା
ଚଉଁରାରେ ତୁଳସୀ ଝୁରି ଝୁରି ମଲା
ସପ୍ତାହଟିଏ ମୁଁ ରହିଗଲି ବନ୍ଧୁ ଘରେ
ଚକାଡୋଳା ସ୍ୱପ୍ନରେ ଆସି କହିଲେ
ସୁମତି ମୋ ଦିନ ବିତେ ଉପାସରେ
Subscribe to:
Posts (Atom)

















































