Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Monday, September 30, 2024
ଗୋବିନ୍ଦ ହିଁ ଯୋଡି ବଳଦ ଲଙ୍ଗଳ ଚାଷ
ଗୋବିନ୍ଦ ହିଁ ଯୋଡି ବଳଦ ଲଙ୍ଗଳ କର୍ଷଣ
ଗୋବିନ୍ଦ ହିଁ କ୍ଷେତରେ ସୁବର୍ଣ୍ଣ ରଙ୍ଗ ଧାନ
ଗୋବିନ୍ଦ ହିଁ ମହାପ୍ରସାଦ ଅବଢ଼ା କୈବଲ୍ୟ
ଗୋବିନ୍ଦ ହିଁ କର୍ତ୍ତା କର୍ମ କ୍ରିୟା ନିର୍ମଳ ମନ
କିପରି ଯତ୍ନ କଲେ ମାଆ ଗୋ ଶ୍ରୀଗୋବିନ୍ଦଙ୍କୁ ଭେଟିବି
କିପରି ଯତ୍ନ କଲେ ମାଆ ଗୋ ଶ୍ରୀଗୋବିନ୍ଦଙ୍କୁ ଭେଟିବି
ଅକ୍ଷର କି ସଂଖ୍ୟା ନିରୁତ୍ତର ଧର୍ଯ୍ୟ ବଣା ଯାଏ ହୋଇ
କିଞ୍ଚିତ ଦୟାବହ ଏହି ସନ୍ତାନଠାରେ ମା ଭୁବନେଶ୍ୱରୀ
ଆୟୁଟି ମୋହର ଛିଦ୍ର କଳସିରୁ ଜଳ ଭଳି ଯାଏ ବହି
ଅତି ନୀଳ ନିର୍ମଳ ଗଗନ ଆପଣ ଗୋବିନ୍ଦ
ଅତି ନୀଳ ନିର୍ମଳ ଗଗନ ଆପଣ ଗୋବିନ୍ଦ
ରବି ସୁଧାକର ତୁମ୍ଭରି ପତିତପାବନ ଆଖି
ସତ୍ୟ ଶାନ୍ତି ଦୟା ଧର୍ମ କ୍ଷମା ଆପଣ କୃଷ୍ଣ
ନୀଳାଚଳନାଥ ତୁମ୍ଭଙ୍କୁ ଝୁରେ ପ୍ରାଣ ପକ୍ଷୀ
Sunday, September 29, 2024
କେବଳ ଜୀବର କଲ୍ୟାଣ ନିମନ୍ତେ ଅବତାର
କେବଳ ଜୀବର କଲ୍ୟାଣ ନିମନ୍ତେ ଅବତାର
ତୁହି ମା କନ୍ୟା ମାତା ଜାୟା ଭଗିନୀ ସୂରୁପା
କେବଳ ତୋ ପାଦପଦ୍ମରେ ମନ ମୋ ଥାଉ
ଆତ୍ମାଠାରୁ ଘନିଷ୍ଠ ଲୋଡ଼ା ନାହିଁ ସୁନା ରୁପା
ଓଁକାର ଅଲେଖ ବିନ୍ଦୁ ମାତ୍ରା ଅକ୍ଷର ଗୋବିନ୍ଦ
ଓଁକାର ଅଲେଖ ବିନ୍ଦୁ ମାତ୍ରା ଅକ୍ଷର ଗୋବିନ୍ଦ
ତତ୍ସତ ପୂର୍ଣ୍ଣବ୍ରହ୍ମ ଜ୍ୟୋତି ଅଚିନ୍ତ୍ୟ ପରା ଶକ୍ତି
ଭାଗବତ ଜୟଦେବ ଶ୍ରୀଗୀତଗୋବିନ୍ଦ ସୁଧା
ମୁହିଁ ବୈଷ୍ଣବ ନିନ୍ଦୁକ ଅଜ୍ଞାନ ଗୋବିନ୍ଦ ଭକ୍ତି
Saturday, September 28, 2024
ଭିକାରିକୁ ଦେଲେ ଅନ୍ନ ବ୍ୟଞ୍ଜନ
ଭିକାରିକୁ ଦେଲେ ଅନ୍ନ ବ୍ୟଞ୍ଜନ
ନ ପୁରେ ତାର ପରିବାର ପେଟ
ବୃକ୍ଷ ଛାୟାରେ ଶୋଇ ରହିଲେ
ନ ସରଇ ପଥିକ ଚଲିବା ବାଟ
କଳିଯୁଗ ସହିତ ମୋହର ବୁଦ୍ଧି ପଳେଇଲା
କଳିଯୁଗ ସହିତ ମୋହର ବୁଦ୍ଧି ପଳେଇଲା
ମାଆ ନୀଳସରସ୍ବତୀ କିପରି କରିବି ସେବା
ଇନ୍ଦ୍ରିୟମାନେ ମାତିଲେ ଭୋଗ ବିଳାସରେ
ମାଆ ମୋ ଉଗ୍ରତାରା କିଞ୍ଚିତ ଦୟା ହେବା
ଆପଣ ସମ୍ପୂର୍ଣ୍ଣ ପୂର୍ଣ୍ଣାନନ୍ଦ ବ୍ରହ୍ମାନନ୍ଦ ହେ ଶ୍ରୀଗୋବିନ୍ଦ
ଆପଣ ସମ୍ପୂର୍ଣ୍ଣ ପୂର୍ଣ୍ଣାନନ୍ଦ ବ୍ରହ୍ମାନନ୍ଦ ହେ ଶ୍ରୀଗୋବିନ୍ଦ
କୀଟରୁ ବେଶୀ କ୍ଷୁଦ୍ର ମୁହିଁ କାମନାଯୁକ୍ତ ଏକ ସେବକ
ଆପଣ ନିକଟରେ ଥିଲେ ମନ ପିନ୍ଧଇ ତୁଳସୀ ମାଳ
ସୁଧାନିଧି ହେ ବନମାଳୀ ଦୂରେ ଗଲେ ମନ ଭାବୁକ
Friday, September 27, 2024
କାହିଁକି ତୁହି ଏକା ଆସିଅଛୁ ବସନ୍ତରେ
କାହିଁକି ତୁହି ଏକା ଆସିଅଛୁ ବସନ୍ତରେ
କାହିଁଗଲେ ସେହି ବୃନ୍ଦାବନ ଗିରିଟେକା
ମନ କୋକିଳ ମୋ ରସିଛି ରୁଷିଛି ତାକୁ
ଆହାଃ ସତରେ ଭୁଲିଲେକି ନନ୍ଦଟୋକା
Thursday, September 26, 2024
ମୋତେ ଯେମିତି ଲାଗୁଛି ପ୍ରାଣ ସଖିରେ
ମୋତେ ଯେମିତି ଲାଗୁଛି ପ୍ରାଣ ସଖିରେ
ଘନଶ୍ୟାମ ବିକିଦେଇଛି ପରାଣ ତାହାର
ମୋର ମନ ବନ୍ଧା ରଖିବାକୁ ଚାହିଁ ବସିଛି
ପ୍ରାଣ ସଖିରେ ମୂର୍ତ୍ତିରୁ ନ ଆସେ ବାହାର
Wednesday, September 25, 2024
ଶ୍ରୀଗୋବିନ୍ଦଙ୍କୁ ଘେରି ମହା ଆନନ୍ଦରେ ନାଚୁଥାନ୍ତି ବଞ୍ଚୁଥାନ୍ତି
ଶ୍ରୀଗୋବିନ୍ଦଙ୍କୁ ଘେରି ମହାଆନନ୍ଦରେ ନାଚୁଥାନ୍ତି ଦିନ ବଞ୍ଚୁଥାନ୍ତି
ଶ୍ରୀଗୋବିନ୍ଦଙ୍କୁ କେହିବି ଜଣେ ଗୋପାଳ ବାଳ ନ ପାରନ୍ତି ଜାଣି
ଶ୍ରୀଗୋବିନ୍ଦକୁ ଦେଖାଇ ମା ବାସୁଳି ବୋଲେ ଦେଖ ଚଣ୍ଡୀଦାସ
ଶ୍ରୀଗୋବିନ୍ଦଟି ମେଘଶ୍ୟାମ ପୀତବସନ ବନମାଳୀ ବେଣୁପାଣି
Tuesday, September 24, 2024
ବୈଷ୍ଣବ ପିଣ୍ଢାରେ ମୁଁ ହେଂସଟିଏ ପାରିଲି
ବୈଷ୍ଣବ ପିଣ୍ଢାରେ ମୁଁ ହେଂସଟିଏ ପାରିଲି
କେଡେ ଅପୂର୍ବ ମଧୁର ଶ୍ରୀଗୋବିନ୍ଦ ନାମ
ଜାଗ୍ରତ ସୁଷୁପ୍ତି ନିଦ୍ରାରେ ପାନ କଲି ସୁଧା
ସଖିରେ ଛାଡି ଚାଲିଗଲେ ଲୋଭ କାମ
ଆତ୍ମା ହିଁ ଗୋବିନ୍ଦ
ପାଷାଣ ଦେବତା କିଛି ହିଁ ସ୍ପର୍ଶ ନ କଲେ
ଅର୍ପଣକୁ ପ୍ରସାଦ ସକଳ କଲି ମୁହିଁ ଗ୍ରାସ
ବଧିର ଦେବତା କିଛି ହିଁ ଶୁଣିଲେ ନାହିଁ
ସଙ୍ଗୀତକୁ ନିଜେ ଶୁଣି ହେଲି ହସ ହସ
Monday, September 23, 2024
ଶ୍ରୀଗୋବିନ୍ଦ ପଦ ପାଦରେ ସେ ଯେଉଁ ଆନନ୍ଦ
ଶ୍ରୀଗୋବିନ୍ଦ ପଦ ପାଦରେ ସେ ଯେଉଁ ଆନନ୍ଦ
ସଖିରେ ସଂସାରରେ ଆଉ କେଉଁଥିରେ ନାହିଁ
ଦର୍ଶନ ସ୍ପର୍ଶ ସମ୍ଭାଷଣ ଏ ମହାପତିତକୁ ଦୁଲର୍ଭ
ସୁଧାନିଧି ଚନ୍ଦନଚର୍ଚ୍ଚିତ କପୋଳକୁ ଅଛି ଚାହିଁ
ତୋତେ କିଏ କହିଲା କଳା କାଳୀ ମାଆ ଗୋ
ତୋତେ କିଏ କହିଲା କଳା କାଳୀ ମାଆ ଗୋ
କିଏ କହିଲା ତୁହି ଚଣ୍ଡୀ ତୋହର ଲମ୍ବା ଜିଭ
ସୁମତି କହେ ମାଆ ମୋର ସ୍ୱୟଂ ପଦ୍ମାଳୟା
ମା କୃପା ନ କଲେ କେ ଲଭିବ କାଳୀ ଭାବ
ତୋତେ କିଏ ସେ କହିଲା କଳା କାଳୀ ମାଆ ଗୋ
କେ କହିଲା ମାଆ ତୁହି ଚଣ୍ଡୀ ତୋହର ଲମ୍ବା ଜିଭ
ଚଣ୍ଡୀଦାସ ବୋଲେ ମାଆ ମୋର ସ୍ୱୟଂ ପଦ୍ମାଳୟା
କେବଳ କାଳୀ କୃପାକଲେ ସିନା କାଳୀ ପାଦ ଲାଭ
ମାଆ ହେଲା ମୋହର ପଥର ପାଷାଣୀ
ମାଆ ହେଲା ମୋହର ପଥର ପାଷାଣୀ
ତା କୋଳରେ ଶୋଇବା ଭାଗ୍ୟରେ ନାହିଁ
ମନ୍ଦାର ଫୁଲଟିଏ ତା ପାଦରେ ଥୋଇଲି
ଭେଟିବାକୁ ମନ ନିତି କାନ୍ଦେ କଇଁ କଇଁ
Love is always sweat
Love is always sweat
Whether take or give
Sacrifice is always great
Whether die or live
ଜୀବନର ମୁଖ୍ୟ ଲକ୍ଷ ଶ୍ରୀଗୋବିନ୍ଦଙ୍କୁ ଭେଟିବା
ଜୀବନର ମୁଖ୍ୟ ଲକ୍ଷ ଶ୍ରୀଗୋବିନ୍ଦଙ୍କୁ ଭେଟିବା
ଅନାସକ୍ତି ଅନୁରାଗ ପୁଟୁଳି ଅଣ୍ଟାରେ ଖୋସିଥା
ପଦ୍ମାବତୀ ଆରତି ଶ୍ରୀଗୋବିନ୍ଦ ଘରକୁ ଆସିବେ
କମଳ ପୁଷ୍ପ ସମ ଶିରେ କର ଆଞ୍ଜୁଳି ଥୋଇଥା
Sunday, September 22, 2024
ପିତାଙ୍କ ପୂଣ୍ୟରୁ ଶୁଣିଲି ବୈକୁଣ୍ଠରୁ ଶୁଭ ଶଙ୍ଖ
ପିତାଙ୍କ ପୂଣ୍ୟରୁ ଶୁଣିଲି ବୈକୁଣ୍ଠରୁ ଶୁଭ ଶଙ୍ଖ
ଭଉଣୀ ପୂଣ୍ୟରୁ କୃଷ୍ଣଙ୍କୁ ଜଣେଇ ମନ କଥା
ଭାଇଙ୍କ ପୂଣ୍ୟରୁ ପିତାମାତା ପାଦ ସେବିଲି
ନିଜ ସ୍ୱାର୍ଥ ଲାଗି ମୁଁ ବଞ୍ଚିଛି ଚିନ୍ତି ମନ ବ୍ୟଥା
ଜୀବନର ମୁଖ୍ୟ ଲକ୍ଷ କୃଷ୍ଣଙ୍କୁ ଭେଟିବା
ଜୀବନର ମୁଖ୍ୟ ଲକ୍ଷ କୃଷ୍ଣଙ୍କୁ ଭେଟିବା
ଅଣ୍ଟାରେ ଖୋସିଥା ନିରାସକ୍ତର ପୁଟୁଳି
କୃଷ୍ଣ ସ୍ୱୟଂ ହାତ ବଢେଇବେ ଖାଇବାକୁ
ପଦ୍ମ ପୁଷ୍ପ ସମ ଶିରେ ଦେଇଥା ଆଞ୍ଜୁଳି
ଅତି ପ୍ରବଳ ବେଗରେ ଝଡ ବତାଶ ମାଡି ଆସୁଥିଲା
ଅତି ପ୍ରବଳ ବେଗରେ ଝଡ ବତାଶ ମାଡି ଆସୁଥିଲା
ସପରିବାର ଘରେ ପଶି କବାଟ ଝରକା ଦେଲୁ କିଳି
ଘର ନ ଥିବା ପ୍ରାଣୀମାନଙ୍କର କୁଁ କାଁ କିଛି ଶୁଭୁନାହିଁ
ଅନାଥକୁ ଭୁଜତଳେ ଅଭୟ ଦେଲେ କି ବନମାଳୀ
ମୂଳାଧାରରୁ ସହସ୍ରଧାର ସବୁଠି ତୋ ନିବାସ
ମୂଳାଧାରରୁ ସହସ୍ରଧାର ସବୁଠି ତୋ ନିବାସ
ଶୀତଳ ଶଶୀ ବଦନା ଶ୍ୱେତ କମଳ ହସ ହସ
ମନ ବୁଦ୍ଧି ଇନ୍ଦ୍ରିୟ ଯାହା ଦେଲୁ ଜନମ କାଳେ
ବିପଥକୁ ନେଲେ ସନ୍ତାନକୁ ମାଆ ଆସ ଆସ
ଆସ ଆସ ପରମ ହଂସରେ ଆସ ଆସ ଉଡି ଉଡି
ଆସ ଆସ ପରମ ହଂସରେ ଆସ ଆସ ଉଡି ଉଡି
ପୁର୍ଣିମା ଇନ୍ଦୁ ସମପ୍ରଭା ବେନି ଡେଣାକୁ ଝାଡ଼ି ଝାଡ଼ି
ବସ ବସ ପଞ୍ଚ ପ୍ରାଣରେ ନୟନପଥରେ ବସ ବସ
ଅନ୍ଧ ସମ ବିପଥ ପୀତବସନ ଧରି ଯିବି ଉଡି ଉଡି
Saturday, September 21, 2024
ମୋ ଚଞ୍ଚଳ ମନ ଥିଲା ଅତି ତୁଷାର୍ତ୍ତ ଭଅଁରଟିଏ
ମୋ ଚଞ୍ଚଳ ମନ ଥିଲା ଅତି ତୁଷାର୍ତ୍ତ ଭଅଁରଟିଏ
ଗୋବିନ୍ଦଙ୍କର ପାଦକୁ କମଳ ଭାବି ଚୁମି ଦେଲା
ଏ ମରଶରୀରରେ ଖେଳିଗଲା ଯେଉଁ ଶିହରଣ
ତା ଲଭିବାକୁ ମନ ମୋର ବାରବାର ଝୁରି ମଲା
I would offer you the first flower
I would offer you the first flower
When it would bloom with your glories
O my beloved Gobind, so cute you are
Only virtues and innumerable peaceful stories
ଅଜର ଅମର ଅଖିଳ ସଂସାର ଗୋସେଇଁ ଆପଣେ
ଅଜର ଅମର ଅଖିଳ ସଂସାର ଗୋସେଇଁ ଆପଣେ
ମୁହିଁ ଜରଜରା ପ୍ରପୀଡ଼ିତ ଗୋଟିଏ ମାଟିର କଣ୍ଢେଇ
କଳିରେ ଜୀବ ଉଦ୍ଧାର ନିମନ୍ତେ ପୂର୍ଣ୍ଣବ୍ରହ୍ମ ଅଧାଗଢା
ମୋ ଏତିକି କାମନା ହେ ମଣିମା ବୁଲୁଥିବି ମୁଣ୍ଡେଇ
Thursday, September 19, 2024
ବୈଷ୍ଣବଙ୍କର ପିଣ୍ଢାରେ ଏ ପତିତ ବିଛଣା ପାରିଲା
ବୈଷ୍ଣବଙ୍କର ପିଣ୍ଢାରେ ଏ ପତିତ ବିଛଣା ପାରିଲା
ହୃଦୟ ପଦ୍ମକେଶରରେ ବିଛେଇଲା ତାହାର ଭାବ
ଏ ପତିତ ପାଖରେ ମନ ହୃଦୟ ଯାହାଥିଲା ଦେଲା
ଏ ନୟନ ପଥରେ କେବେ ଦେଖିବି ହେ ପଦ୍ମନାଭ
ଜନ୍ମଦାତ୍ରୀ ରୂପରେ ସାଲବେଗକୁ ଚିହ୍ନାଇଲୁ ଗୋବିନ୍ଦ
ଜନ୍ମଦାତ୍ରୀ ରୂପରେ ସାଲବେଗକୁ ଚିହ୍ନାଇଲୁ ଗୋବିନ୍ଦ
ମାଆ ବାସୁଳି ରୂପେ ଚଣ୍ଡୀଦାସକୁ ଚିହ୍ନାଇଲୁ ଗୋବିନ୍ଦ
ଜନ୍ମଦାତ୍ରୀ ହୋଇ ମୋର ଝିଅ ହେବାକୁ କଥାଦେଲୁ
କରୁଣାମୟୀ ମୋ ଆଶ୍ରୟ ହେଲା ତୋ ପଦାରବିନ୍ଦ
I am being part of your body
I am being part of your body
Mother, I am deeply related
Day and night,I'm in your search
The most kind mother deleted
ହେ ମଧୁର ବଂଶୀବଦନ ଦଣ୍ଡେ ରୁହ ନୟନ ପଥରେ
ହେ ମଧୁର ବଂଶୀବଦନ ଦଣ୍ଡେ ରୁହ ନୟନ ପଥରେ
ତୋ ଭାବସାଗରେ ବୁଡି ମୋ ମନକଥା ଲେଖିଦେବି
ହେ ଉଦାର ବନମାଳୀ ହସ୍ତ ବଢ଼ାଇ ନ ନେବାଯାଏ
ତୋ ହୃଦୟ ଜିଣିବାକୁ ମୁହିଁ ଛନ୍ଦା ପାଦରେ ପଡ଼ିଥିବି
Wednesday, September 18, 2024
ସ୍ୱାମୀ ତୁମେ ମୋ ନୟନ ପଥରେ ସଦା ଥାଅ
ସ୍ୱାମୀ ତୁମେ ମୋ ନୟନ ପଥରେ ସଦା ଥାଅ
ସ୍ୱାମୀ ମୋ ହୃଦୟ ପଦ୍ମ କେଶରେ ବସି ଥାଅ
ସ୍ୱାମୀ ତୁମକୁ ଅନେଇ ଅନେଇ ଯା ଲେଖିବି
ସ୍ୱାମୀ ମୋ ଭାବକୁ ହରି ଚନ୍ଦନ ପରି ପାଅ
ଥରୁଟିଏ ଲଭିଲେଟି କିଏ ଭୁଲିପାରେ ଆଉ
ଥରୁଟିଏ ଲଭିଲେଟି କିଏ ଭୁଲିପାରେ ଆଉ
ଗୋବିନ୍ଦ ଅଙ୍ଗ ପରଶ ରୋମାଞ୍ଚ ନାହିଁ ଆଉ
ଦୀନ ହୀନ ରାମ କହେ ସିରିଆ ସୁମତିରେ
ଗୋବିନ୍ଦ ଛନ୍ଦା ଚରଣରେ ଶିର ଲାଗିଥାଉ
ମହାପୁଣ୍ୟ ଫଳେ ଅତି ଦୁର୍ଲଭ ନର କଳେବର
ମହାପୁଣ୍ୟ ଫଳେ ଅତି ଦୁର୍ଲଭ ନର କଳେବର
ତଥାପି ଇହ ଲୋକରେ ନ ଭେଟିଲି ଗୋବିନ୍ଦ
ମହାପାପ ପଙ୍କରେ ବୁଡି ଇନ୍ଦ୍ରିୟଙ୍କୁ ତୋଷିଲି
ପରଲୋକ ମହାଶଶ୍ମାନ ଲଭିବିକି ମୁଁ ମୁକୁନ୍ଦ
ନଖ ଖୋଲିଲେ ବାଡ଼ି କଞ୍ଚା କମଳା ଚୋପା
ନଖ ଖୋଲିଲେ ବାଡ଼ି କଞ୍ଚା କମଳା ଚୋପା
ବାସ୍ନାରେ ଅସମ୍ଭାଳ ହୁଅନ୍ତି ଝିଭ ପାଟି ଲାଳ
ଦଳା ଚକଟାରେ ମରନ୍ତି ଲଙ୍କା ଲୁଣ ରସୁଣ
ଝୋଳ ହାମ୍ପୁଡିବାକୁ ଭାଇ ଭଉଣୀ ଅସମ୍ଭାଳ
Tuesday, September 17, 2024
ପିତା ପିତା ମୋହର ଦୁହେଁ ମଲେଣି
ପିତା ପିତା ମୋହର ଦୁହେଁ ମଲେଣି
ଜେଜେମା କୋଳରେ ପଡ଼ିବି ଶୋଇ
ନାତି କହେ ଶୁଣ ଶୁଣ ସକଳ ପଡିଶା
ଅନାଥର ଡାକ ତୁମ୍ଭଙ୍କୁ ଶୁଭିବ ନାହିଁ
ନୟନପଥରେ ରଖି ସ୍ୱାମୀ ତୁମ୍ଭ ପଦ୍ମପାଦ ଦୁଇ
ନୟନପଥରେ ରଖି ସ୍ୱାମୀ ତୁମ୍ଭ ପଦ୍ମପାଦ ଦୁଇ
ପ୍ରଭୁ ହେ ସକାଳରୁ ସକାଳ ସବୁ କରମ କରେ
ଜୀବନ ପଥରେ ଟିକିଏ କେଉଁଠି ଝୁଣ୍ଟି ପଡିଲେ
ହୃଦୟରେ ସାଇରାମ ସାଇରମ ସ୍ମରଣ କରେ
ମୋ ବୃଦ୍ଧ ରୋଗୀ ପିତା ମାତା ସେବିଣ
ମୋ ବୃଦ୍ଧ ରୋଗୀ ପିତା ମାତା ସେବିଣ
ବାବୁଲି ସୁରୁ ଅରଜିଲେ ଅଶେଷ ପୁଣ୍ୟ
ଦୁଇଆଖି ଲୁହଧାର ଗାଲରେ ଶୁଖିଲା
କିଛି ଦେଲେ ହୋଇଯାଆନ୍ତି ମୁଁ ଧନ୍ୟ
ଆଜି ମୋର ଦେହରେ ବଳ ବପୁ ଅଛି ବୋଲି
ଆଜି ମୋର ଦେହରେ ବଳ ବପୁ ଅଛି ବୋଲି
କଳାକାଇଁଚରେ ବଢିଭୋରୁ କରେ ତୋ ପୂଜା
ଜାଣ ଅଜାଣତରେ ମୁହିଁ କେତେ ପାପ କରେ
କଳାକାଇଁଚରେ ବୁଢାବେଳେ କି ଦେବୁ ସଜା
if you want to buy my mind
f you want to buy my mind
You have to give a small thing
That small thing is your blessings
I want to be a good human being
My inside is very deep dark
My inside is very deep dark
Exactly like your skin colour
There are lot of similarities
May be you're my great grand mother
ବୈଷ୍ଣବ ଦୀନକୃଷ୍ଣ ଦାସ ଲାଗି ଗଢ଼ିଲୁ ଶରଣ ଶ୍ରୀକ୍ଷେତ୍ର
ବୈଷ୍ଣବ ଦୀନକୃଷ୍ଣ ଦାସ ଲାଗି ଗଢ଼ିଲୁ ଶରଣ ଶ୍ରୀକ୍ଷେତ୍ର
ସଦା ସଦା ଭକ୍ତ ହୃଦୟ ପଦ୍ମ ପାଖୁଡ଼ାରେ ପଡ଼ିଲୁ ବନ୍ଧା
ବ୍ରାହ୍ମଣୀ କୂଳେ ଏକ ଘରକିଆରେ କାହିଁ ଷାଠିଏ ପଉଟି
ଦୀନ ଘରେ କୃଷ୍ଣ ଲାଗି ଭାବରେ କନ୍ଦମୂଳ ହୁଏ ରନ୍ଧା
Monday, September 16, 2024
ମୁହିଁ ମାଆ ଗୋ କାଳିଦାସଙ୍କଠାରୁ ଆହୁରି ମହା ଗଣ୍ଡ ମୂର୍ଖ
ମୁହିଁ ମାଆ ଗୋ କାଳିଦାସଙ୍କଠାରୁ ଆହୁରି ମହା ଗଣ୍ଡ ମୂର୍ଖ
ମାଆ ମୋର ତନ୍ତ୍ର ମନ୍ତ୍ର ପୂଜା ଭକ୍ତିରେ କିଛି ହିଁ ନାହିଁ ଜ୍ଞାନ
କେବଳ ତୋର ଯଶ ଲୀଳା ଶୁଣି ମା ଦର୍ଶନକୁ ବାଞ୍ଛା କଲି
ମାଆ ମୋର ଏତିକି ମାଗୁଣି ପାଦ ସେବାରେ ଥାଉ ମନ
ସକଳ ଦେବ ଦେବୀ ପ୍ରାଥନା ଅଗ୍ନିରୁ ସମ୍ଭୁତା ମାଆ ଗୋ
ସକଳ ଦେବ ଦେବୀ ପ୍ରାଥନା ଅଗ୍ନିରୁ ସମ୍ଭୁତା ମାଆ ଗୋ
ଯଶୋଦା ଗର୍ଭ ସମ୍ଭୁତା କୋଟି ବାଳ ଅରୁଣ ଦେହ କାନ୍ତି
ସାଧକ ହୃଦୟ କମଳ କେଶରରେ ଦେବୀ ମହା ବୈଷ୍ଣବୀ
ଭାତୃଦ୍ଵୟଙ୍କ ମଧ୍ୟରେ ଦର୍ଶନ କରି ମା ଲଭିଲି ପରମ ଶାନ୍ତି
ତୋ ତୁଣ୍ଡରେ ଭଉଣୀରେ ଗୋବିନ୍ଦ ଲୀଳା ସୁଧା
ତୋ ତୁଣ୍ଡରେ ଭଉଣୀରେ ଗୋବିନ୍ଦ ଲୀଳା ସୁଧା
ସେହି ସ୍ବପ୍ନ ନୁହେଁ କଥା ନୁହେଁ ସେତ ପ୍ରାଣ ବାୟୁ
ତାକୁ କର୍ଣ୍ଣେ ଶୁଣି ବୁଦ୍ଧିରେ ଗୁଣି ହୃଦରେ ଧଇଲି
ଆହାଃ ଏହି ମହାପତିତର କିଛି ବଢିଗଲା ଆୟୁ
Biswakarma Pooja
ତୁମ୍ଭେ ସବୁ କିଛି କରି ପାରୁଛ ବୋଲି
ଏହି ସଂସାର କହେ ତୁମ୍ଭେ ବିଶ୍ୱକର୍ମା
ତୁମ୍ଭ ଉପରେ ମୁଁ ସମ୍ପୂର୍ଣ୍ଣ ନିର୍ଭରଶୀଳ
ମୋର ପ୍ରତି ମାସ ଦରକାର ଦରମା
Maa Bhuvaneswari
ମୋ ମନ ନନ୍ଦନକାନନରୁ ଶ୍ରଦ୍ଧା ଚାଙ୍ଗୁଡ଼ିରେ
ମାଆ ଗୋ ତୋଳିଅଛି ଭକ୍ତିର ମନ୍ଦାର ଫୁଲ
ହୃଦୟ ଅଗଣାରେ ତୁହି ମୋ ଅଲିଅଳି ଝିଅ
ପଦ୍ମ ପାଦ ବଢ଼ା ତୁହି ମା ମୋ ମାଆ ଗେଲ
Eid-e-Milad 2024
ଅତି ଶୁଦ୍ଧ ନୀଳ ନିର୍ମଳ ଶାନ୍ତ ସୀମାହୀନ ମହୋଦଧି
ଭେଟିବା ନଦୀଟିଏ ହରାଇ ବସେ ନିଜର ରୂପ ଗୁଣ
ହିନ୍ଦୁ ଯବନ ଜୈନ ବୁଦ୍ଧ ଶିଖ ଖ୍ରୀଷ୍ଟ ନାଲିରକ୍ତ ମଣିଷ
ଏକ ସୂର୍ଯ୍ୟ ଏକ ଚନ୍ଦ୍ର ଏକ ଗଗନ ଖଚିତ ତାରା ଗଣ
ବୈଷ୍ଣବ ବନମାଳୀ ଦାସ ହୃଦୟ କମଳ କେଶରରେ ବସିଲୁ
ବୈଷ୍ଣବ ବନମାଳୀ ଦାସ ହୃଦୟ କମଳ କେଶରରେ ବସିଲୁ
ଉଦାର ସୁନ୍ଦର ଗୋବିନ୍ଦ ହେ ତୁହି ବସିଲୁ ଜୟଦେବ ଘରେ
ଯବନ ସାଲବେଗ ନୟନ ପଥରେ ବଳରାମ ଦାସ ରଥରେ
ଭକ୍ତ ଚନ୍ଦନ ହରି ହେ ପଶିଲୁ ରଘୁ ଅରକ୍ଷିତ ବିଷ ପିଠାରେ
Subscribe to:
Posts (Atom)
















































