Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Thursday, October 31, 2024
ଯାହାର ମନ ଭାବନା କର୍ମ ସୁନ୍ଦର
ଯାହାର ମନ ଭାବନା କର୍ମ ସୁନ୍ଦର
ତାହାକୁ ସିନା ଜଗତ କହେ ସୁନ୍ଦର
ଉଦାହରଣ ଶ୍ରୀଜଗନ୍ନାଥ ମହାପ୍ରଭୁ
ଅଧା ଗଢା ସବୁରି ହୃଦୟ ମନ୍ଦିର
ଜୟ ଶ୍ରୀରାମ
ଜୟ ଶ୍ରୀରାମ
ଦଶରଥ ନନ୍ଦନ ରାମ ରାମ ରାମ
ସରୋଜ ନୟନ ରାମ ରାମ ରାମ
ଜାନକୀ ଜୀବନ ରାମ ରାମ ରାମ
ନବ ଦୁର୍ବାଦଳ କାନ୍ତି ରାମ ରାମ
ପଶୁପତି ରଞ୍ଜନ ରାମ ରାମ ରାମ
ଆଜାନୁ ସୁବାହୁ ରାମ ରାମ ରାମ
ରାମଦୂତ ଚନ୍ଦନ ରାମ ରାମ ରାମ
କାଣ୍ଡ କୋଦଣ୍ଡଧାରୀ ରାମ ରାମ
ଅହଲ୍ୟା ଉଧାରଣ ରାମ ରାମ
କରୁଣା ଭରା ଆଖି ରାମ ରାମ
ଶବରୀ କୁଟୀର ଅତିଥି ରାମ ରାମ
ଭକ୍ତ ମନ ରଞ୍ଜନ ରାମ ରାମ ରାମ
ବିଭୀଷଣ ଶରଣ ରାମ ରାମ ରାମ
ଶରଣାପର୍ଣ୍ଣ କଳ୍ପବଟ ରାମ ରାମ
ସୌମିତ୍ରି ପଥ ପଦର୍ଶକ ରାମ ରାମ
ପ୍ରଜା ପାଳକ ରାମ ରାମ ରାମ
ଭରତ ଅଗ୍ରଜ ରାମ ରାମ ରାମ
ତ୍ୟାଗ ନିଦର୍ଶନ ରାମ ରାମ ରାମ
ଏ ଅଧମ ଚିତ୍ତଚୋର ରାମ ରାମ
ସର୍ବ ପାପ ବିମୋଚନ ରାମ ରାମ
ଅବତାର ପାଦ କମଳ ଲଭିଲେ ଜୀବନ ହୁଏ ଉତ୍ସବ
ଅବତାର ପାଦ କମଳ ଲଭିଲେ ଜୀବନ ହୁଏ ଉତ୍ସବ
ବୈଷ୍ଣବ ପାଦସେବାରେ ଶୁଭଲାଭ ଦୃଶ୍ୟ ମୁକ୍ତି ପଥ
ବିଭୁ ଲୀଳା ସଂକୀର୍ତ୍ତନରେ ମହା ଆନନ୍ଦ ଲାଭ ହୁଏ
ଜପ ନିରନ୍ତର ପାଦ ଦେଖିବ ଅତି ଉଦାର ଜଗନ୍ନାଥ
ଦୀପଟିଏ ଜାଳି ଦୀପାବଳି ପାଳନ କରିବି
ଦୀପଟିଏ ଜାଳି ଦୀପାବଳି ପାଳନ କରିବି
ମୋର କଦାପି ଫୁଟେଇବାର ନାହିଁ ବାଣ
କାର୍ତିକ ମାସ ଖରା ବୈଶାଖକୁ ଟପିଗଲା
ବାହାରକୁ ଗଲେ ଅଂଶୁଘାତ ନେବ ପ୍ରାଣ
ଚଣ୍ଡମୁଣ୍ଡ ପାଇଁ ମାଆ ଗୋ କାଳୀ କରାଳୀ
ଚଣ୍ଡମୁଣ୍ଡ ପାଇଁ ମାଆ ଗୋ କାଳୀ କରାଳୀ
ଥଣ୍ଡାମୁଣ୍ଡ ପାଇଁକି ମାଆ ଗୋ ତୁହି କମଳା
କଟକ ନଗର ଲାଗି ମାଆ ଭୁବନେଶ୍ୱରୀ
ଶ୍ରୀକ୍ଷେତ୍ରରେ ବିଶ୍ୱ ଲାଗି ତୁହି ମା ବିମଳା
ଏକ କ୍ଷୁଦ୍ର ଅଳି ତୁମ୍ଭରି ଶ୍ରୀଛାମୁରେ ହେ ମହାବାହୁ
ଏକ କ୍ଷୁଦ୍ର ଅଳି ତୁମ୍ଭରି ଶ୍ରୀଛାମୁରେ ହେ ମହାବାହୁ
ଏହି ମୋ ଦେହେ ନ ଥାଉ ଭାବଟି ନର କି ନାରୀ
ତୁମ୍ଭରି ବଂଶୀ ବଦନ ଛନ୍ଦା ପଦାକୁ ସଦା ଚିନ୍ତୁଥିବି
ବୈଷ୍ଣବଙ୍କ ପିଣ୍ଢାରେ ଶୋଇ ଶୁଣୁଥିବି ହରି ହରି
ମହାନନ୍ଦରେ ଭଣଜା ଗଣପତି କାର୍ତ୍ତିକେୟ ନାଚୁଛନ୍ତି
ମହାନନ୍ଦରେ ଭଣଜା ଗଣପତି କାର୍ତ୍ତିକେୟ ନାଚୁଛନ୍ତି
ଗୋବିନ୍ଦ ସହୋଦରୀ ମା ଦୁର୍ଗାଙ୍କ ଖୁସିର ନାହିଁ ଅନ୍ତ
ନନ୍ଦୀ ଭୃଙ୍ଗୀ ସଙ୍ଗେ ମହାନନ୍ଦରେ ନୃତ୍ୟ କରନ୍ତି ଶିବ
ମହାନନ୍ଦରେ ଶିବାଳୟ ଝୁଲେ ଆସିଛନ୍ତି ବନ୍ଧୁ ଅନନ୍ତ
ଶୁଭ ଦୀପାବଳି 31-10-2024
ଗୋଟିଏ ଅକ୍ଷ ଗୋଟିଏ କକ୍ଷ ଗୋଟିଏ ଆମ ପୃଥିବୀ
ଆମରି ଘର ସକଳ ପ୍ରଦୃଷଣରୁ ମୁକ୍ତ କରି ରଖିଥିବା
ଗୋଟିଏ ରବି ଗୋଟିଏ ଚନ୍ଦ୍ର ଗୋଟିଏ ଚକାଡୋଳା
ଆମରି ଭରସା ଚାହିଁ ଅହିଂସା ପଥରେ ଚାଲୁଥିବା
Wednesday, October 30, 2024
Diwali cracker
Don't put fire to the Crackers
It would make our fate more dark
We are swimming in the sea of pollution
It would invite the deadly shark
🙏🙏🙏
ଅଢେଇ ଦିନକୁ ଏହି ସଂସାର ଯାତ୍ରା ହେ ଗୋବିନ୍ଦ
ଅଢେଇ ଦିନକୁ ଏହି ସଂସାର ଯାତ୍ରା ହେ ଗୋବିନ୍ଦ
ମୁଁ ମୁଁ ମୋହର କହି କହି ଜୀବ ହୁଏ ଲୋକ ହସା
ରାତିଟା ପାହିବା ଆଗରୁ ସଞ୍ଜଟା ନଇଁବା ଆଗରୁ
ପ୍ରାଣ ପକ୍ଷୀ ଉଡିଯାଇ ବ୍ରହ୍ମଦାରୁରେ କରିବ ବସା
ଚଉଦ ବ୍ରହ୍ମାଣ୍ଡରେ ହୁରିପଡେ ଗୋବିନ୍ଦ ଶ୍ରୀ ପୁରୁଷୋତ୍ତମ
ଚଉଦ ବ୍ରହ୍ମାଣ୍ଡରେ ହୁରିପଡେ ଗୋବିନ୍ଦ ଶ୍ରୀ ପୁରୁଷୋତ୍ତମ
କାହିଁକି ଗୁଣ୍ଡିଚା ରାଣୀ କିମ୍ପାଇଁ ପିନ୍ଧାଇଲା ନାକରେ ଚଣା
ମାତା ମାତା ଉଭୟ ଦାବି କରନ୍ତି ମୁହିଁ ତାହାଙ୍କର ସନ୍ତାନ
ଅବଶ୍ୟ ମୁହିଁ ହିଞ୍ଜଡ଼ାଟିଏ ଅଜ୍ଞାନ ବୁଦ୍ଧି କରେ ବାଟ ବଣା
ପାଞ୍ଚ ଭୂତଙ୍କ ମେଳରେ ମୋର ଜୀବ ଜୀବନକୁ ବସାଇ
ପାଞ୍ଚ ଭୂତଙ୍କ ମେଳରେ ମୋର ଜୀବ ଜୀବନକୁ ବସାଇ
ପ୍ରିୟ ସଖିରେ କାହିଁଗଲେ ସେହି ମଧୁର ମୁରଲୀ ଫୁଙ୍କା
ଷୋଳ ଷୋଳ ସହଶ୍ର ଗୋପିକା ଗୋଟିଏ ଶ୍ୟାମନାଗର
ପ୍ରିୟ ସଖିରେ ତା ଅପେକ୍ଷାରେ ଚାହାଁଣି ହୋଇଲା ବଙ୍କା
Tuesday, October 29, 2024
ପରମ ଦୟାଳୁ ପରମ ବାନ୍ଧବ ଓଁ ଶ୍ରୀ ସାଇରାମ
ପରମ ଦୟାଳୁ ପରମ ବାନ୍ଧବ ଓଁ ଶ୍ରୀ ସାଇରାମ
ସ୍ଵଲୀଳାରେ ସ୍ଵକୃପାରେ ହରିନେଲେ ସର୍ବ ପାପ
ଆଉ ଏଡିକି ବଡ ଦାତା ଜଗତରେ ଅଛି ଅଜଣା
ପାଖକୁ ନେଇ କେଡେ ଶ୍ରଦ୍ଧା କଲେ ମାଆ ବାପ
କେଡେ ଛନ୍ଦ ଜାଣନ୍ତି ସେ ମୋ ପ୍ରିୟ ସହୀରେ
କେଡେ ଛନ୍ଦ ଜାଣନ୍ତି ସେ ମୋ ପ୍ରିୟ ସହୀରେ
କେବଳ କଟାକ୍ଷରେ ଭେଦିଲେ ମୋର ହୃଦୟ
କେଡେ ଡହଳ ବିକଳ ଆଉ ଥରୁଟେ ଦେଖନ୍ତି
ଆହାଃ ସେ ବାଞ୍ଛାନିଧି ହେବେ ଏଡିକି ସଦୟ
କଳା ଧଳା ଦୁଇଟି ଭାଇ ସଙ୍ଗେ କନକ ଅଙ୍ଗ ଭଉଣୀଟିଏ
କଳା ଧଳା ଦୁଇଟି ଭାଇ ସଙ୍ଗେ କନକ ଅଙ୍ଗ ଭଉଣୀଟିଏ
କେଡେ ଅପୂର୍ବ ଭାଗ୍ୟ ସଂସାର ହାଟରେ ଦିନେ ଭେଟିଲି
ପୂଜାବେଦି ତେଜି ଅଧାଗଢା ପତିତ ହୃଦୟରେ ବସିଲେ
କେଡେ ସେ ଉଦାର କଟାକ୍ଷ ବାତ୍ସଲ୍ୟ ଭାବରେ ଭାସିଲି
ପରମ ବୈଷ୍ଣବ ପରମ ଯୋଗୀ ଦେବାଧି ଦେବ ମହାଦେବ
ପରମ ବୈଷ୍ଣବ ପରମ ଯୋଗୀ ଦେବାଧି ଦେବ ମହାଦେବ
ସହଶ୍ର ଦଳ କମଳରେ ସଦା ଚିନ୍ତନ୍ତି କାରୁଣ୍ୟ ରୂପ ଶ୍ରୀରାମ
ପରମ ବୈରାଗୀ କୃଷ୍ଣ ଅନୁରାଗୀ ସଦା ଅର୍ଦ୍ଧ ନିମିଳିତ ଚକ୍ଷୁ
ଭଷ୍ମ ଲେପିତ ଶରୀର ସଦା ଜପନ୍ତି ସୁଧାଭରା ରାମ ନାମ
ମାଆ ଗୋ ଅତି ଭଦ୍ରା ସୁଭଦ୍ରା ଭଦ୍ରକାଳୀ ଦୁର୍ଗା
ମାଆ ଗୋ ଅତି ଭଦ୍ରା ସୁଭଦ୍ରା ଭଦ୍ରକାଳୀ ଦୁର୍ଗା
ଶ୍ରୀଗୋବିନ୍ଦଙ୍କର ସହୋଦରୀ ଶୁଣ ମୋର ଅଳି
ମାଆ ଗୋ ତ୍ରିନୟନା ଥରେ କୃପା କଟାକ୍ଷ ଢାଳ
ଦେଖବି ମୁନୀ ଚିତ୍ତ ଚୋରା ଶ୍ରୀକୃଷ୍ଣ ବନମାଳୀ
Monday, October 28, 2024
ପୃଥକ ପୃଥକ କରି ମୁହିଁ କିଛି ହିଁ ପାର୍ଥକ୍ୟ ନ ପାଇଲି
ପୃଥକ ପୃଥକ କରି ମୁହିଁ କିଛି ହିଁ ପାର୍ଥକ୍ୟ ନ ପାଇଲି
ଥକା ହୋଇ ଶ୍ରୀଗୋବିନ୍ଦଙ୍କ ପାଦରେ ନେଲି ଆଶ୍ରୟ
ସେହି ଆଶ୍ରୟ ହେଲା ମୋହର ଲାଗି ପ୍ରଶାନ୍ତି ନିଳୟ
ଏହି ପତିତ ଛନ୍ଦାପାଦ ଲଭି ଭୁଲିଲା ସଂସାର ବିଷୟ
ମହାଯୋଗୀ ଶିବ ଶହସ୍ର ଦଳ କମଳରେ ନିରନ୍ତର ନିବାସା
ମହାଯୋଗୀ ଶିବ ଶହସ୍ର ଦଳ କମଳରେ ନିରନ୍ତର ନିବାସା
ହେ ଶ୍ରୀବତ୍ସ ପଦାଙ୍କିତ ବିଶାଳ ବକ୍ଷ ଉଭୟ ବୈଷ୍ଣବ ଶୈବ
ମହାଯୋଗିନୀ କୁଳ କୁଣ୍ଡଳିନୀ କନକ ଦୁର୍ଗାଙ୍କ ସହୋଦର
ହେ ସୂର୍ଯ୍ୟ ଚନ୍ଦ୍ର ଲୋଚନ ଚକାଆଖି ତୁମ୍ଭେ ଶାକ୍ତ ବୈଷ୍ଣବ
ତାହାରି ମଧୁର ନାମ କାନରେ ପଡିଲେ
ତାହାରି ମଧୁର ନାମ କାନରେ ପଡିଲେ
ସତ ମୁହିଁ କହୁଛି ବୁଢାଟିଏ ହୁଏ ଟୋକା
ତାହା ନାମ ସଂକୀର୍ତ୍ତନରେ ଥରେ ନାଚ
ଆହାଃ କି ମହିମାମୟ ସେ ଗିରି ଟେକା
ମୁହିଁ ତାକୁ ଚିହ୍ନି ନ ଜଣାଇ ଲୋ
ମୁହିଁ ତାକୁ ଚିହ୍ନି ନ ଜଣାଇ ଲୋ
ସବୁ ଦେହେ ସେହି ନନ୍ଦ ଟୋକା
ମୁହିଁ ତାହା ଭୁଜତଳେ ବସିଅଛି
ଭିଡି ନିଅନ୍ତାକି ସେ ଗିରି ଟେକା
Sunday, October 27, 2024
ତାହାରି ମଧୁର ନାମ କର୍ଣ୍ଣରେ ପଡିଲେ
ତାହାରି ମଧୁର ନାମ କର୍ଣ୍ଣରେ ପଡିଲେ
ସତ କହୁଛି ବୁଢାକୁ କରେ ସେ ଟୋକା
ଯିଏ ଥରେ ଦେଖିଲା ପ୍ରାଣ ବିକିଦେଲା
ଆହାଃ କି ମହିମାମୟ ସେ ଗିରିଟେକା
ଆମ ହାରି ଗୁହାରି ଆଗେ ଶୁଣ ମାଆ ଗୋ ଯୋଶଦା ରାଣୀ
ଆମ ହାରି ଗୁହାରି ଆଗେ ଶୁଣ ମାଆ ଗୋ ଯୋଶଦା ରାଣୀ
ଦହି ଦୁଧ ଲହୁଣୀ କିବା ଅଭାବ ହେଲା ନନ୍ଦରାଜାଙ୍କ ଘରେ
ମୁନିଚିତ୍ତ ଚୋର ଶୁଣିଛୁ ସବୁ ଗୋପୀଙ୍କ ଘରୁ ଚୋରି କରେ
ଆଖିରେ ଦେଖିବୁ ବଂଶୀବଦନ ଡାକି ପଚାର ମାଆ ଥରେ
ରାମ ନାମ ଜପୁଥାରେ ମନ ଭୁଲି ଲାଜ କିବା ସରମ
ରାମ ନାମ ଜପୁଥାରେ ମନ ଭୁଲି ଲାଜ କିବା ସରମ
କୃଷ୍ଣ ନାମ ଜପୁଥାରେ ଦେହ କରୁଥାଉ ଗୃହ କରମ
ରାମ କୃଷ୍ଣ ଉଭୟଙ୍କର ଥିଲା ସ୍ତ୍ରୀ ପରିବାର ଜଞ୍ଜାଳ
ବଡ ଅନୁଭଵୀ ସେ ସଂସାରୀରକୁ କରିବେ ଧରମ
ରାମ ନାମ ସତ୍ୟ ହେ ହରି ନାମ ସତ୍ୟ
ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ
କୋକେଇର ଶବକୁ ଶୁଣାଯାଏ ଅତିବ ସ୍ପଷ୍ଟ
ଶ୍ରୀରାମ ଚନ୍ଦ୍ର ଶ୍ରୀହରି କୃପାଳୁ ଭଜମନରେ
ଇହ ପରକାଳ ସମ୍ପତି ସମୟ ନ କର ନଷ୍ଟ
ହେ ସକଳ ଦୃଶ୍ୟ ଅଦୃଶ୍ୟର ସୃଷ୍ଟି ପାଳନ ସଂହାରକ
ହେ ସକଳ ଦୃଶ୍ୟ ଅଦୃଶ୍ୟର ସୃଷ୍ଟି ପାଳନ ସଂହାରକ
ଅତି ସମ୍ଭ୍ରମରେ ବିଜ୍ଞାନ ନତ ମସ୍ତକ ତୁମ୍ଭରି ପାଖରେ
ମନ ବୁଦ୍ଧି ଇନ୍ଦ୍ରିୟଙ୍କ ସହଯୋଗରେ ଯାହା ମୁଁ ଲଭିଛି
ତୁମ୍ଭଙ୍କୁ ସକଳ ଜ୍ଞାତ ହେ ପରମଜ୍ଞାନୀ ଚକାଆଖିରେ
What does science after all come across ?
What does science after all come across ?
It is the extremely phenomenal natural bank
What is the limitation of all the scientific effort ?
It does not know to whom to give a big thank
ଶ୍ରୀରାଧା ଶ୍ରୀପତି ନାମକୁ ଭାବିଲି କଦଳୀ ପଟୁଆ
ଶ୍ରୀରାଧା ଶ୍ରୀପତି ନାମକୁ ଭାବିଲି କଦଳୀ ପଟୁଆ
ବିନ୍ଦୁ ମାତ୍ରା ଅଣଚାଶ ଅକ୍ଷର ଭାବିଲି ମଲ୍ଲି ଫୁଲ
ମନ ଅଗଣାରେ ଭକ୍ତି ସିଞ୍ଚି ଦୁଇଟି ମାଳା ଗୁନ୍ଥିଲି
ଛନ୍ଦା ପାଦରେ ଅଧିଆ ସତେ କିବା ମିଳିବ ମୂଲ
ଅଶେଷ ଭକ୍ତଙ୍କ ଭିଡ ପାଇଁ ଆସି ନ ପାରିଲେ
ଅଶେଷ ଭକ୍ତଙ୍କ ଭିଡ ପାଇଁ ଆସି ନ ପାରିଲେ
ହେ ଗୋବିନ୍ଦ ସ୍ୱପ୍ନରେ ଆସିବାକୁ ଭୁଲିବ ନାହିଁ
ତୁହି ସିନା କୃଷ୍ଣ ଅଜର ଅମର ସତ୍ୟ ସନାତନ
ପାଣି ଫୋଟକାର ଆୟୁଷ ରହିଛି ବାଟ ଚାହିଁ
ଅତିବ ମଧୁରାତି ମଧୁର ସେହି ଶ୍ରୀଗୋବିନ୍ଦଙ୍କ ନାମ
ଅତିବ ମଧୁରାତି ମଧୁର ସେହି ଶ୍ରୀଗୋବିନ୍ଦଙ୍କ ନାମ
ସଦା ନିରନ୍ତର ଏହି ପାପୀ କର୍ଣ୍ଣ ଦୁଇଟିକୁ ଶୁଭୁଥାଉ
ପାଣି ଫୋଟକା ଆୟୁଷ ମୋ ଏହି ମର ଶରୀରର
ଚିନ୍ତିବା ମାତ୍ରକେ ଚିନ୍ତାମଣି ପାଦ ଦୁଇଟି ଦିଶୁଥାଉ
ଏହି ଅଶେଷ ବିଶ୍ୱ ବ୍ରହ୍ମାଣ୍ଡ ବ୍ରହ୍ମଦାରୁର ପ୍ରସସ୍ଥ ଶାଖା
ଏହି ଅଶେଷ ବିଶ୍ୱ ବ୍ରହ୍ମାଣ୍ଡ ବ୍ରହ୍ମଦାରୁର ପ୍ରସସ୍ଥ ଶାଖା
ଅଶେଷ ଦେବୀ ଦେବତା ଶ୍ରୀଗୋବିନ୍ଦଙ୍କ ପଦ୍ମ ନେତ୍ର
ବିବିଧ ପୂଜା ଅର୍ଚ୍ଚନା ଆରତି ଶ୍ରୀଗୋବିନ୍ଦଙ୍କୁ ସମର୍ପିତ
କେବଳ ନିବୃତ୍ତି ମାର୍ଗ ମହାପବିତ୍ର କରେ ଏହି ଗାତ୍ର
ତୁହି ଅଶେଷ ପୁତ୍ରର ଜନନୀ ଅଶେଷ କନ୍ୟାର ଜନନୀ
ତୁହି ଅଶେଷ ପୁତ୍ରର ଜନନୀ ଅଶେଷ କନ୍ୟାର ଜନନୀ
ସମ୍ପୂର୍ଣ୍ଣ ବିପଥଗାମୀ ଏହି ଶିଶୁକୁ ମନେ ରଖିଛୁକି ମାଆ
ଏହି ଶରୀର ନବଦ୍ୱାରରେ ଅଶେଷ ଭୋଗର ପଶରା
ସମ୍ପୂର୍ଣ୍ଣ ଅଣାୟତ ମନ ବୁଦ୍ଧି ମାଆ କିଛି କରିଥିବୁ ଦୟା
ଅଶେଷ ନଦୀ ମିଶନ୍ତି ତୋର ଶରୀରରେ ମହୋଦଧି
ଅଶେଷ ନଦୀ ମିଶନ୍ତି ତୋର ଶରୀରରେ ମହୋଦଧି
କାହାର ସଙ୍ଗ ଲାଭକରି ହେଉ ତୁହି ଅତିବ ଉଲ୍ଲସିତ
ଶୃତି ସ୍ମୃତି ନିଗମ ଆଗମକୁ ଏହି ଗୂଢ଼ ରହସ୍ୟ ଗୁପ୍ତ
ପରମାଣୁ ସୁଦୃଢ଼ ପ୍ରେମରେ ଆବଦ୍ଧ ଅଖିଳ ପ୍ରକାଶିତ
ଇନ୍ଦ୍ରିୟ ରାଜା ମନ ଚାଲନ୍ତୁ ଧୀରେ ଧୀରେ
ଇନ୍ଦ୍ରିୟ ରାଜା ମନ ଚାଲନ୍ତୁ ଧୀରେ ଧୀରେ
ଦଶ ଇନ୍ଦ୍ରିୟ ଚଳନ୍ତୁ ସର୍ବେ ନିବୃତ୍ତି ପଥରେ
ବୁଦ୍ଧି ସୁକ୍ଷ୍ମ ରୂପରେ ସକଳରେ ଦେଖୁ ଏକ
ଗୋବିନ୍ଦ ସାରଥୀ ହୁଅନ୍ତି ଦେହ ରଥରେ
Saturday, October 26, 2024
ଜନ୍ମଦାତ୍ରୀ ମମତାମୟୀ ମାଆର ଆଖି ଛଞ୍ଚାଣ ଆଖି
ଜନ୍ମଦାତ୍ରୀ ମମତାମୟୀ ମାଆର ଆଖି ଛଞ୍ଚାଣ ଆଖି
ସନ୍ତାନର ଦେହ ମନ ସକଳ ଦୁଃଖକୁ ପାରଇ ଦେଖି
ମାଆ ହସ୍ତରୁ ଭୁଞ୍ଜି ମା ପଣତରେ ହସ୍ତ ପୋଛିବାକୁ
ମର ଦେହେ ସନ୍ତାନ ସୁଖ ଭୋଗ କରନ୍ତି ଚକାଆଖି
କଳିଯୁଗରେ ଯହିଁ ଯହିଁ ପଡ଼ିଯାଏ ବୁଦ୍ଧିର ଦୁଇ ପାଦ
କଳିଯୁଗରେ ଯହିଁ ଯହିଁ ପଡ଼ିଯାଏ ବୁଦ୍ଧିର ଦୁଇ ପାଦ
ପ୍ରଶାନ୍ତି ନିଳୟ ସମାନ ବିବିଧ ପ୍ରକୁତି ଧ୍ବଂସ ଵିଧ୍ଵଂସ
ଗରୁଡ ପଛରୁ ଅଶେଷ ଆକୁଳ ବିକଳ ପତିତ କଳି
ଅବତର ଜୀବ ଜୀବନ ଉଦ୍ଧାର ହେ ପରମ ହଂସ
ମୋର ହୃଦୟ ପଦ୍ମ କେଶରରେ ଶ୍ରଦ୍ଧା ଆସନଟିଏ ପକେଇ
ମୋର ହୃଦୟ ପଦ୍ମ କେଶରରେ ଶ୍ରଦ୍ଧା ଆସନଟିଏ ପକେଇ
ହେ ଜଗନ୍ନାଥ ନିତ୍ୟ ମା କମଳା ସେବିତ ପାଦକୁ କଲି ଚିନ୍ତା
ମୁହିଁ କ୍ଷୁଦ୍ର ବାମନ ଶରଦ ଗଗନ ଚନ୍ଦ୍ରମାକୁ ହାତ ବଢ଼େଇଲି
ହେ ନୃସିଂହ ନିତ୍ୟ ପ୍ରହଲ୍ଲାଦ ହୃଦୟ ନିବାସ ତ୍ରାହି ବଳବନ୍ତା
ଓଁ ନମୋ ନମସ୍ତୁତେ ଅଗ୍ନି ସମ୍ଭୁତା କୋଟି ବାଳ ଭାସ୍କର କାନ୍ତି ଦୁର୍ଗା ନମଃ
ଓଁ ନମୋ ନମସ୍ତୁତେ ଅଗ୍ନି ସମ୍ଭୁତା କୋଟି ବାଳ ଭାସ୍କର କାନ୍ତି ଦୁର୍ଗା ନମଃ
ଓଁ ନମୋ ନମସ୍ତୁତେ ଯଶୋଦା ଗର୍ଭ ସମ୍ଭୁତା କୋଟି ପୂର୍ଣ୍ଣ ଇନ୍ଦୁମୁଖି ନମଃ
ଓଁ ନମୋ ନମସ୍ତୁତେ ହିମଗିରି ତନୟା ଶ୍ୱେତପଦ୍ମ ବସ୍ତ୍ରା ଆଵୃତା ଦୁର୍ଗା ନମଃ
ଓଁ ନମୋ ନମସ୍ତୁତେ ରାଜୀବ ଲୋଚନ ଅର୍ଘ୍ୟ ଥାଳି କମଳ ମୀମାଂସା ନମଃ
ପଞ୍ଚ ଭୁତ ତୋତେ ସେବନ୍ତି
ପଞ୍ଚ ଭୁତ ତୋତେ ସେବନ୍ତି ହେ ଗୋବିନ୍ଦ
ହେ କେଶବ ପଞ୍ଚ ଭୂତ ତୋର ପୋଷାକ
ଅବତରିଲେ ଧର୍ମ ସଂସ୍ଥାପନେ ମହୀରେ
ହେ ଜଗନ୍ନାଥ ପଞ୍ଚ ଭୁତ ବିଶ୍ଵସ୍ଥ ସେବକ
ଏହି ମହାପୂଣ୍ୟ ଉତ୍କଳ ଭୂମିରେ ଜନମ ଦେଲୁ ମାଆ ଗୋ
ଏହି ମହାପୂଣ୍ୟ ଉତ୍କଳ ଭୂମିରେ ଜନମ ଦେଲୁ ମାଆ ଗୋ
ଶ୍ରୀମନ୍ଦିର ଚୂଡ଼ାରେ ଫର ଫର ଉଡେ ପତିତପାବନ ବାନା
ସଂସାର ବାଡ଼ି ବୃତ୍ତିରେ ମୋ ମନ ବୁଝେ ନାହିଁ ମାଆ ଗୋ
ଗୋବିନ୍ଦ ମାମୁଁ ଘରେ ଥିବି ଡାକିଲେ ଆସିବି ମା ତ୍ରିନୟନା
ପୁଷ୍କରିଣୀ ଜଳ ଲଭିଲେ ଜଳଦ ଶରୀର
ପୁଷ୍କରିଣୀ ଜଳ ଲଭିଲେ ଜଳଦ ଶରୀର
ଅତି ବିଶୁଦ୍ଧ ହୁଏ ଯେହ୍ନେ ଜାହ୍ନବୀ ନୀର
ମର ଶରୀର ଲଭିଲେ ବୈଷ୍ଣବ ଆସର
ଅତି ପୁଲକିତ ହୁଏ ଯେହ୍ନେଟି ମଧୁକର
Friday, October 25, 2024
ଶ୍ରୀଗୋବିନ୍ଦଙ୍କ ଉପରେ ଅଶେଷ ଅଶେଷ ଭରଷା କଲେ
ଶ୍ରୀଗୋବିନ୍ଦଙ୍କ ଉପରେ ଅଶେଷ ଅଶେଷ ଭରଷା କଲେ
ଅଶେଷ ଅଶେଷ ପରିଶ୍ରମ କଲେ ଭରେ ନିଜର ଉଦର
ଶ୍ରୀଗୀତଗୋବିନ୍ଦ ପଂକ୍ତିକୁ ଅଶେଷ ଅଶେଷ ଭକ୍ତି କଲେ
ଅଧାଗଢା ଶ୍ରୀଗୋବିନ୍ଦ ରୂପରେ ଦିଶନ୍ତି ଅଶେଷ ଉଦାର
ମାଆ ଗୋ ବିଜୁଳି କନ୍ୟାର ଜନନୀ ଶୁଣିଲୁଣି କର୍ଣ୍ଣରେ
ମାଆ ଗୋ ବିଜୁଳି କନ୍ୟାର ଜନନୀ ଶୁଣିଲୁଣି କର୍ଣ୍ଣରେ
ଗୋପରେ କାଳନ୍ଦୀହ୍ରଦରେ ଘଟିଅଛି ଏକ ଅପୂର୍ବ କଥା
ମେଘ ତନୁ ପୀତବସନ ସରୋଜ ନୟନ ବଂଶୀ ବଦନ
ଚିତ୍ତ ଚୋରା ଏକ ଗୋପାଳବାଳ ଦଳିଛି କାଳିୟ ମଥା
ତୋତେ ଖାଇବା ପିଇବା ଦେଖି ନାହିଁ
ତୋତେ ଖାଇବା ପିଇବା ଦେଖି ନାହିଁ
ଅଧାଗଢା କେମିତି ଏଡ଼େ ଦିଶୁ ସୁନ୍ଦର
ଥରୁଟେ ଦେଖିଦେଲେ ମନ ପୁରେନା
ବାରମ୍ବାର ମୁହିଁ ଯାଉଥାଏ ଶ୍ରୀମନ୍ଦିର
ଅବଢ଼ା ବଢ଼ା ପୁଅଟି ସବୁଥିରେ ଖୁସି
ଅବଢ଼ା ବଢ଼ା ପୁଅଟି ସବୁଥିରେ ଖୁସି
ବୋହୁଟିକୁ ଭାରି ସୁଆଦ ବାରମଜା
ଅନନ୍ତ ଶୟନରେ ପୁଅକୁ ଗାଢ଼ ନିଦ
ବୋହୂଟି ସଦା କରୁଥାଏ ପାଦପୂଜା
ମୋ ଅହଙ୍କାରକୁ ଦେହରେ କବାଟ କିଳି ଆସିଛି
ମୋ ଅହଙ୍କାରକୁ ଦେହରେ କବାଟ କିଳି ଆସିଛି
ମାଆ କଟକ ଚଣ୍ଡୀ ତା ସାଙ୍ଗରେ ନ ପାରିବି ଚଳି
ଏହି ଅଧମ ସନ୍ତାନକୁ ତୋ ପାଦରେ ଆଶ୍ରା ଦିଅ
ସତ୍ୟ ଧର୍ମ ଦୟା କ୍ଷମା ଶାନ୍ତି ସଙ୍ଗେ କରେ କଳି
ପାଣି ଫୋଟକା ଆୟୁଷକୁ ମୋର ଏହି ରୋଗୀଣା ଦେହ
ପାଣି ଫୋଟକା ଆୟୁଷକୁ ମୋର ଏହି ରୋଗୀଣା ଦେହ
ହରି ହେ ଏଗାର ଜଣ ଇନ୍ଦ୍ରିୟମାନଙ୍କର ଅନେକ ମୋହ
ସମ୍ପୂର୍ଣ୍ଣ ଅଜ୍ଞାନ କ୍ଷୀଣ ବୁଦ୍ଧି ଚକ୍ଷୁରେ ଏକ ଅଧାଗଢା ଦିଅଁ
ହରି ହେ ଭଵ ନାଉରି ଅନ୍ୟଥା ଶରଣକୁ ଲାଗଇ ଭୟ
Thursday, October 24, 2024
ହେ କୋଟି ବିଶ୍ୱ ବ୍ରହ୍ମାଣ୍ଡର ହର୍ତ୍ତା କର୍ତ୍ତା ବିଧାତା
ହେ କୋଟି ବିଶ୍ୱ ବ୍ରହ୍ମାଣ୍ଡର ହର୍ତ୍ତା କର୍ତ୍ତା ବିଧାତା
ସୁସ୍ୱାଗତମ ହେ ଗୋବିନ୍ଦ ନୟନ ପଥରେ ବସ
ହେ ଦେବ ଦେବ ମହାଦେବଙ୍କ ପରମ ଆରାଧ୍ୟ
ସୁସ୍ୱାଗତମ ମୋ ଜୀବନ କୀର୍ତ୍ତନକୁ ଥରେ ଆସ
ତୁହି ସିନା ହେଲୁ ମାଆ ଗୋ ମହାପୂଣ୍ୟ ବୈତରଣୀ
ତୁହି ସିନା ହେଲୁ ମାଆ ଗୋ ମହାପୂଣ୍ୟ ବୈତରଣୀ
ପରମ ଦୟାମୟି ନିଜ ସନ୍ତାନକୁ ସ୍ନେହଁ କାଙ୍ଗାଳ କରି
ତୁହି କାହୁଁ ବୁଝିବୁ ପାଷାଣୀ ମୋର ହୃଦୟ ବଡ ଆଶା
ଅଶେଷ ଆଶିଷକୁ ତୋର ମା ଦିବସନିଶି ମରେ ଝୁରି
ସିଏ ପରା ଅପଲକ କେମିତି ଠାରି ପାରିବ ଆଖି
ସିଏ ପରା ଅପଲକ କେମିତି ଠାରି ପାରିବ ଆଖି
ଯାହାକୁ ବିକି ଦେଇଛି ଏହି ମୋର ମନ ପରାଣ
ଅତି ନେହୁରା ହୋଇ କହିଛି ଥରୁଟେ ଆସିବାକୁ
ମନ ଦେଇଛି ହୃଦୟ ଦେବି ଖାଉଛି ମୋ ରାଣ
ଜିଇଁବାକୁ ପରମ ଆଶାୟୀ ଜୀବର ଅଶେଷ ଉଦ୍ୟମ
ଜିଇଁବାକୁ ପରମ ଆଶାୟୀ ଜୀବର ଅଶେଷ ଉଦ୍ୟମ
କିଏ ପେଟ ପୂଜା କରେ ଆଉ କିଏ ପୂଜା କରେ ଦିଅଁ
ସବୁ ଦୁଃଖକୁ ଆଡେଇ ସୁଖରେ ବୁଡି ସଭିଏଁ ଜିଅଁନ୍ତି
ମୁଁ ପାରୁନି ହେ ଅପଲକ ତୋ ଆଖିପତା ଢାଳି ଚାହଁ
ବଡ ଅସହାୟ ଜୀବଟିଏକୁ ଆହାଃ ପଦେ କହିଦେଲି
ବଡ ଅସହାୟ ଜୀବଟିଏକୁ ଆହାଃ ପଦେ କହିଦେଲି
ଭାବଟି ଶ୍ରୀଗୋବିନ୍ଦଙ୍କ ପାଦରେ ହେଲା ପୂଜା ଫୁଲ
ଏଡିକି ସନ୍ତୋଷ ମଣିବେ ପ୍ରଭୁ ମୁହିଁ ଜାଣିତ ନ ଥିଲି
ଅଦେଖା ପାଦରେ ଚାଲି ଆସିଥିଲେ ଦେବାକୁ ମୂଲ
Subscribe to:
Posts (Atom)

















































