Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Monday, June 30, 2025
ଯୋଗ ଜ୍ଞାନ ଭକ୍ତି ସାଧନରେ ମୁହିଁଟି ଅତିବ ନିଉନ
ଯୋଗ ଜ୍ଞାନ ଭକ୍ତି ସାଧନରେ ମୁହିଁଟି ଅତିବ ନିଉନ
ସତ୍ୟ ଧର୍ମ ପଥ ଅତିବି ନିଷ୍ଠୁର ନ ଜାଣଇ ଚାଲି
ତୁମ୍ଭ ସ୍ମରଣ ମନନ ଭଜନରେ ମନ ଯୋଗ କରିଲି
ମଧୁର ଅତି ମଧୁର ତୁମ୍ଭ ବଂଶୀ ସ୍ଵନ ଶୁଣିବି ବୋଲି
ତୁମ୍ଭେଟି ଅଭିମାନ ଛାଡିଦିଅ ହେ ଗୋପାଳ
ତୁମ୍ଭେଟି ଅଭିମାନ ଛାଡିଦିଅ ହେ ଗୋପାଳ
ମୋର ଫେରିଯିବା ମୁହୁର୍ତ୍ତ ହେଲା ଉପସ୍ଥିତ
ତୁମ୍ଭେ ଅଶେଷ କରୁଣା ବହ ହେ ଗୋବିନ୍ଦ
ତୋ ବିନା ପିଣ୍ଡରେ ପ୍ରାଣ ଲାଗେ ଅନୁପସ୍ଥିତ
ଯୋଗ ଜ୍ଞାନ ଭକ୍ତି ତୋହରି ନନ୍ଦୀଘୋଷ ରଥର ଦଉଡି
ଯୋଗ ଜ୍ଞାନ ଭକ୍ତି ତୋହରି ନନ୍ଦୀଘୋଷ ରଥର ଦଉଡି ହେ କୃଷ୍ଣ
ଆହାଃ ମୁହିଁ ମହାମୂର୍ଖ ମହାପାତକୀ ଶୁଦ୍ର କ୍ଷୁଦ୍ର ପାରିବି କିବା ଭିଡି
ଭିଡି ପାରିଥିଲେ ହୃଦରେ ପୂଜିଥାନ୍ତି ମୋହନ ବଂଶୀଙ୍କ ଛନ୍ଦାପାଦ
ଛନ୍ଦାପାଦରେ ମଥା ରଖି ପ୍ରାଣପକ୍ଷୀ ବ୍ରହ୍ମଦାରୁକୁ ଯାଇଥାନ୍ତା ଉଡି
ଆଗୋ କଳା ତୁଳସୀ
ଆଗୋ କଳା ତୁଳସୀ ଆଗୋ କଳା ତୁଳସୀ
ତୋ ମଥାରେ ଢ଼ାଳିଲା ହାତୀ ସୁନା କଳସୀ
ବିଷ୍ଣୁଙ୍କୁ କୋଳରେ ପାଇଲୁ ମଥାରେ ରହିଲୁ
ଯେଉଁ ବିଷ୍ଣୁଙ୍କର ମୋତେ ଲାଗିଅଛି କାଳିସୀ
ଯେଉଁଠି ନୂଆ ଧାନର ଜଟ
ଯେଉଁଠି କଇଁ ଫୁଲର ବେଣୀ
ସେଇଠି ମାଆ ଖୁଦ ରଂକୁଣୀ
ଏଇଠି ଆକୁଳରେ ଡାକୁଛି
କେଣେ ରହିଲ ବେଣୁପାଣି [1]
ଯେଉଁଠି ନୂଆ ଧାନର ଜଟ
ସେଇଠି ବିଷ୍ଣୁଙ୍କ ପାଟରାଣୀ
ଏଇଠି ଆକୁଳରେ ଡାକୁଛି
କେଣେ ରହିଲ ବେଣୁପାଣି [2]
ଯେଉଁଠି ହସେ ପଦ୍ମ ଫୁଲ
ସେଇଠି ଗଗନ ଦିନମଣୀ
ଏଇଠି ଆକୁଳରେ ଡାକୁଛି
କେଣେ ରହିଲ ବେଣୁପାଣି [3]
ଆଖିରେ କାନରେ ଧରି ନ ପାରିଲି ତୋତେ କୃଷ୍ଣ
ଆଖିରେ କାନରେ ଧରି ନ ପାରିଲି ତୋତେ କୃଷ୍ଣ
ବୈଷ୍ଣବ ଦ୍ୱାର ଦ୍ୱାରରେ ହେଲି ଭାବରେ ଭିକାରି
ଜର ଜରାରେ ଜୀର୍ଣ୍ଣଶିଣ୍ଣ ହୋଇଲା ମର ଶରୀର
ଛନ୍ଦା ଚରଣକୁ ଝୁରି ଝୁରି ଝରିଯାଏ ମନ ଚକୋରି
ସାହା ହୋଇଥିଲେ ଏକା ସେହି ଗୋପାଳ ବାଳ ବେଣୁଧର
ସାହା ହୋଇଥିଲେ ଏକା ସେହି ଗୋପାଳ ବାଳ ବେଣୁଧର
ଏହି ଦୁର୍ଲଭ ମଣିଷ ଶରୀର ଲାଭ କରଇ ବୈଷ୍ଣବ ମେଳ
ସାହା ହୋଇଥିଲେ ଏକା ସେହି ଅମୃତ ଆଖି ଚକାଡୋଳା
ଏହି ଦୁର୍ଲଭ ଜୀବନ ଲାଭ କରଇ କୃଷ୍ଣ ଛନ୍ଦା ପାଦ ତଳ
Sunday, June 29, 2025
ଆଗୋ ମାଆ ମୋର ଅତି କରୁଣାମୟୀ ଯୋଗମାୟା
ଆଗୋ ମାଆ ମୋର ଅତି କରୁଣାମୟୀ ଯୋଗମାୟା
କୃପା କରି ମୋ ନୟନ ପଥରୁ ମାୟାକୁ ନିଅ କାଢିକି
ତୋର ପଦ୍ମ ପୟରରେ କରୁଅଛି ବହୁତ ବିନତି ମାଆ
ମୁହିଁ ଭେଟି ଯାଉଅଛି ତୋ ସହୋଦର ବେଣୁ ପାଣିକି
ସାହା ହୋଇଲେ ଏକା ସେହି ଗୋପାଳ ବାଳ ବେଣୁଧର
ସାହା ହୋଇଲେ ଏକା ସେହି ଗୋପାଳ ବାଳ ବେଣୁଧର
ଏହି ଦୁର୍ଲଭ ମଣିଷ ଜୀବନ ଲାଭ କରେ ବୈଷ୍ଣବ ମେଳ
ଆହାଃ ଅପଲକ ଚକାଡୋଳାରେ ଆଖି ଲାଖି ରହିଗଲେ
ଓଁ ସାଇରାମ କହନ୍ତି ଜାଣିବୁରେ ନିଷ୍କାମ ସେବାର ଫଳ
ବାଟରେ ଘାଟରେ ଗାଆଁରେ ତୋଟାରେ
ବାଟରେ ଘାଟରେ ଗାଆଁରେ ତୋଟାରେ
କେବଳ ତୋହର ନାମରେ ଆନନ୍ଦ ହାଟ
ଘଟରେ କଳ୍ପ ବଟରେ ଯମୁନା ତଟରେ
କେବଳ ତୋହର ରୂପରେ ନନ୍ଦର ଚାଟ
ପିମ୍ପୁଡିଏ ଜାଣନ୍ତି ଖୁଦ କଣିକା ମୁଲ
ପିମ୍ପୁଡିଏ ଜାଣନ୍ତି ଖୁଦ କଣିକା ମୁଲ
ଶ୍ରଦ୍ଧାରେ ବୋହି ନେଉଥାନ୍ତି ଗାତକୁ
ଭକତେ ଜାଣନ୍ତି କାଳିଆ ସାଆନ୍ତକୁ
ଅନେଇ ବସିଥାଆନ୍ତି ଗୁଣ୍ଡିଚା ଯାତକୁ
ବାଞ୍ଛାନିଧିଙ୍କ ବାଞ୍ଛାକୁ ମୋର କର୍ମ ଭେଟୁ
ବାଞ୍ଛାନିଧିଙ୍କ ବାଞ୍ଛାକୁ ମୋର କର୍ମ ଭେଟୁ
ଶ୍ରୀହରି ନାମ ସୁଧାକୁ ହୃଦୟ ସଦା ରଟୁ
ଗୋବିନ୍ଦଙ୍କ ଛନ୍ଦା ଚରଣରେ ମନ ଖଟୁ
ବୈଷ୍ଣବ ଚରଣ ସେବାରେ ଦେହ ତୁଟୁ
ମାୟା ସଂସାର ଭୋଗ ଆଶା କରି
ମାୟା ସଂସାର ଭୋଗ ଆଶା କରି
ପଞ୍ଚଭୂତ ଶରୀରରେ ଆଶ୍ରା ନେଲି
ଅହଙ୍କାର ସୁଦୃଢ଼େ ବାନ୍ଧିଲା ମନକୁ
ଆହାଃ ଛନ୍ଦା ଚରଣକୁ ଭୁଲି ଗଲି
Saturday, June 28, 2025
ଆହାଃ କିଏ ଦେଲା ନାମ ତୋତେ କୃଷ୍ଣ
ଆହାଃ କିଏ ଦେଲା ନାମ ତୋତେ କୃଷ୍ଣ
ନାମ ସଂସାରେ ସବୁଠାରୁ ହେଲା ମଧୁର
ବାଳ ବୃଦ୍ଧ ଯୁବା ସବୁ ହେଲେ ମୋହିତ
ଗିନି ମୃଦଙ୍ଗ ଝାଞ୍ଜ ଭକ୍ତ ହେଲେ ଅଧିର
ଆହାଃ କିଏ ଦେଲା ମୋହନ ବେଣୁ ଜାଣି ଜାଣିକି
ଆହାଃ କିଏ ଦେଲା ମୋହନ ବେଣୁ ଜାଣି ଜାଣିକି
ରାଧା ରାଧା ରାଧା ଡାକରେ ହୃଦୟକୁ ନିଏ କିଣିକି
ଆହାଃ ଜାଣିଲେ ଚହଳ ପଡ଼ିବ ଗୋପପୁର ସାରା
କୃଷ୍ଣ କୃଷ୍ଣ କୃଷ୍ଣ ସମ୍ପୂର୍ଣ୍ଣ ନିଜର କରି ନିଅନ୍ତୁ ଏଣିକି
ପାପୀଟିଏ ଭାବିଣ ମୋତେ ଅଣଦେଖା ନ କର ହେ କୃଷ୍ଣ
ପାପୀଟିଏ ଭାବିଣ ମୋତେ ଅଣଦେଖା ନ କର ହେ କୃଷ୍ଣ
ଆହେ କ୍ଷମାନିଧି ତୋତେ ଛାଡି ମୁହିଁ ଆଉ ଯିବି କେଣିକି
ନୀଳଚକ୍ରରେ ପତିତ ପାବନ ବାନା ଉଡୁଅଛି ଫର ଫର
ଆଉ କିଏ ଏଡ଼େ ଉଦାର ସମାନ ହୋଇବ ବେଣୁପାଣିକି
ଶୁଣ ଶୁଣ ମୋ ଆକୁଳ ଗୁହାରି ହେ ଚକାଡୋଳା
ଶୁଣ ଶୁଣ ମୋ ଆକୁଳ ଗୁହାରି ହେ ଚକାଡୋଳା
ଅଖିଳ ସଚରାଚର ତୋ ଆଖିରେ ଗଲେ ଭଳିକି
ଦେଖା ଦେଖା ଦିଅ ଥରୁଟିଏ ହେ ପତିତପାବନ
ଭକ୍ତି ଶୁନ ପାମର ଛନ୍ଦାପାଦରେ କରେ ଅଳିକି
କିଏ ସେ ସମର୍ଥ ତୋତେ ଧରିବାକୁ
କିଏ ସେ ସମର୍ଥ ତୋତେ ଧରିବାକୁ
ନିଜକୁ ନିଜେ ନ ପକାଇଲେ ଧରା
ତୁହି ଅଣାକ୍ଷର ଆଉ ସକଳ ଅକ୍ଷର
ଶ୍ରାବଣ ମୁଷଳ ବୃଷ୍ଟି ବୈଶାଖ ଖରା
ତୁମ୍ଭେ ବୈଷ୍ଣବର ଶ୍ରୀପତି ହେ ଚକାଡୋଳା
ତୁମ୍ଭେ ବୈଷ୍ଣବର ଶ୍ରୀପତି ହେ ଚକାଡୋଳା
ତୁମ୍ଭେ ଭୈରବର ମହାଦେବ ହେ ଚକାଆଖି
ତୁମ୍ଭେ ଯୋଗିନୀ ପାଇଁକି ଯୋଗମାୟା ଦୁର୍ଗା
ତୁମ୍ଭେ ଦାରୁବ୍ରହ୍ମ ଅଧାଗଢା ସର୍ବ ଆତ୍ମା ସାକ୍ଷୀ
ପରୋକ୍ଷରେ କହିଗଲେ ଓଁ ଶ୍ରୀ ସାଇରାମ
ପରୋକ୍ଷରେ କହିଗଲେ ଓଁ ଶ୍ରୀ ସାଇରାମ
ଅତ୍ୟନ୍ତ ଶ୍ରଦ୍ଧାରେ ସେବାକୁ କରିବାକୁ ବ୍ରତ
ସ୍ମରଣରେ କେଡେ ସୁଧା ଓଁ ଶ୍ରୀ ସାଇରାମ
ସତେ କି ଏଡ଼େ ଭାଗ୍ୟ ସ୍ବପ୍ନ ହୋଇବ ସତ
Friday, June 27, 2025
ଜାନି କି ଯାତ୍ରାରେ ଛୋଟ ପିଲାଟିଏ ହଜିଗଲେ
ଜାନି କି ଯାତ୍ରାରେ ଛୋଟ ପିଲାଟିଏ ହଜିଗଲେ
ଯେସନେ ଆକୁଳରେ ଖୋଜୁଥାଏ ନିଜ ମାଆକୁ
ସଂସାର ଜଞ୍ଜାଳକୁ ମନକୁ ମନ ହାତ ଛଡା କରି
ତେସନେ ଜୀବ ଆକୁଳରେ ଖୋଜୁଥାଏ ବ୍ରହ୍ମକୁ
ଆପଣାର କହିଲେ କେବଳ ଆପଣ ହିଁ ଚକାଡୋଳା
ଆପଣାର କହିଲେ କେବଳ ଆପଣ ହିଁ ଚକାଡୋଳା
ଅଖିଳ ନିଖିଳ ପଞ୍ଚଭୁତ ଆପଣଙ୍କୁ ଗଣ୍ଠି ଧନ ମଣନ୍ତି
ଦାରିଦ୍ର୍ୟ ଭଞ୍ଜନୀ କମଳା ଅନୁକ୍ଷଣ ସେବାରେ ରତ
ସଚରାଚର ଛନ୍ଦାପାଦକୁ ଆପଣା ହୃଦୟରେ ବହନ୍ତି
କାଳୀଦଳା ଛନ୍ଦାପାଦ କି ଲୁଚିଲା ଭକ୍ତଙ୍କ ଭାବ ଜଳରେ
କାଳୀଦଳା ଛନ୍ଦାପାଦ କି ଲୁଚିଲା ଭକ୍ତଙ୍କ ଭାବ ଜଳରେ
କି ଅବା ନବଧା ଭକ୍ତିରେ ବାନ୍ଧି ରଖିଲେ ତୋହର ଭକତ
ପଦ୍ମ ପାଦକୁ କିବା ଲୁଚାଇଲେ ବ୍ରହ୍ମା ରୁଦ୍ର ଗଣେଶ ଲକ୍ଷ୍ମୀ
ଅପଲକ ଉଦାରଙ୍କ କୃପା ବିନା କିଏ ଲଭିବ ଅଛି ତାକତ
ହଲି ଦୋହଲି ଦୋହଲି ହଲି ହଲିକି ଦୋହଲି
ହଲି ଦୋହଲି ଦୋହଲି ହଲି ହଲିକି ଦୋହଲି
ଚାରମାଳରେ ନନ୍ଦୀଘୋଷକୁ ଚଢ଼ନ୍ତି ଚକାଆକ୍ଷି
ଢଳି ଢଳି ଉର୍ଦ୍ଧକୁ ବାହୁ ତୋଳି ନୃତ୍ୟନ୍ତି ଭକତ
ବ୍ରହ୍ମାନନ୍ଦଙ୍କୁ ଆଖିରେ ଦେଖି ତରିଯା ପ୍ରାଣପକ୍ଷୀ
ଭକତ ପ୍ରହଲ୍ଲାଦ ଲାଗି ହେଲ ବ୍ରଜ ନଖ ନରସିଂହ
ଭକତ ପ୍ରହଲ୍ଲାଦ ଲାଗି ହେଲ ବ୍ରଜ ନଖ ନରସିଂହ
ମାନିନୀ ରାଧିକା ପାଇଁକି ହୋଇଲ ମୋହନ ବଂଶୀ
ଭକ୍ତ ତୁଳସୀ ପାଇଁ ହେଲା ନବ ଦୁର୍ବାଦଳ ଶ୍ରୀରାମ
ଅହୋ ଭାଗ୍ୟ କଳି ପାଇଁକି ହେଲ ମୁଖ ରବି ଶଶୀ
ରଥଯାତ୍ରା
ଅଧାଗଢା ଚକାଡୋଳା ଯାହାଙ୍କ ଆଖିରେ ଆଖି ମିଳି ଚାରି ହେଲେ
ଦେହ ମାନସ ହୃଦୟ ଚିତ୍ତ ଚାରି ଚାରି ଜଣ ହୁଅନ୍ତି ଧ୍ୟାନ ମଗ୍ନ ବକ
ପୂର୍ଣ୍ଣବ୍ରହ୍ମ ବ୍ରହ୍ମଦାରୁ ଯାହାଙ୍କ ପାଦ ପଦ୍ମକୁ ନିଷ୍କାମରେ ଚୁମିଦେଲେ
ଯୋଗ ଜ୍ଞାନ ଭାବ ଭକତି ଚାରି ଚାରିଜଣ ବ୍ରହ୍ମାନନ୍ଦେ ହୁଅନ୍ତି ମୁକ
ରଥ ଯାତ୍ରା 27-06-2025
ପୁରୀ ରଥ ଯାତ୍ରା 2025
ନୟନ ଖୋଲିଦେଲେ ଜଗନ୍ନାଥ ଚକାଡୋଳା
ନୟନ ବୁଜିଦେଲେ ଜଗନ୍ନାଥ ଅନନ୍ତ ଶୟନ
କର୍ଣ୍ଣ ଡେରି ଶୁଣିଲେ ଜଗନ୍ନାଥ ମୁରଲୀ ସ୍ଵନ
କର୍ଣ୍ଣ ବଧିରକୁ ଜଗନ୍ନାଥ ସୂର୍ଯ୍ୟ ଚନ୍ଦ୍ର ନୟନ [1]
ଜିଭରେ ଚାଖିଲେ ଜଗନ୍ନାଥ ନାମ ଅମୃତ
ଜିଭ ନ ଲାଗିଲେ ଜଗନ୍ନାଥ ଜପ ଅଜପା
ସ୍ପର୍ଶ କଲେ ଜଗନ୍ନାଥ ତ୍ରିବେଣୀ ସଙ୍ଗମ
ଅସ୍ପୁଶ୍ୟ ଜାତିକୁ ଜଗନ୍ନାଥ ମାଆ ବାପା [2]
ମନନ କଲେ ଜଗନ୍ନାଥ ମୋହନ ବଂଶୀ
ମନ ମାରିଦେଲେ ଜଗନ୍ନାଥ ପୂଣ୍ୟ ତୀର୍ଥ
ପାଦ ଚଳିଲେ ଜଗନ୍ନାଥ ବାଇଶି ପାହାଚ
ଅଚଳ ହୋଇଲେ ଜଗନ୍ନାଥ ହୃଦୟ ରଥ [3]
ଭାବରେ ଚିନ୍ତିଲେ ଜଗନ୍ନାଥ କାଳି ଦଳା
ଅଭାବରେ ଥିଲେ ଜଗନ୍ନାଥ କାଠ ଗଣ୍ଡି
ଦେବତାଙ୍କୁ ଶ୍ରୀଜଗନ୍ନାଥ ଅତ୍ୟନ୍ତ ଦୁର୍ଲଭ
ନର ଲଭେ ଜଗନ୍ନାଥ କୃପା କଲେ ଚଣ୍ଡୀ [4]
ଅଜ୍ଞାନ ଅନ୍ଧାରରେ ଜଗନ୍ନାଥ ସଂସାର
ଜ୍ଞାନ ଆଲୋକରେ ଜଗନ୍ନାଥ ପଦ୍ମନାଭ
ଯୋଗୀ ଚିତ୍ତରେ ଜଗନ୍ନାଥ ବନମାଳୀ
ଅଯୋଗା ଉଦ୍ୟମକୁ ଜଗନ୍ନାଥ ଦୁର୍ଲଭ [5]
ଭକ୍ତ ବିଚାରେ ଜଗନ୍ନାଥ ଗୀତଗୋବିନ୍ଦ
ନାସ୍ତିକ ବିଚାରଇ ଜଗନ୍ନାଥ ଅଧାଗଢା
ଜଟିଳ ବିଚାରେ ଜଗନ୍ନାଥ ଅପଲକ
ସରଳ ବିଚାରେ ଜଗନ୍ନାଥ ସେବତୀ ଚୁଡା [6]
Thursday, June 26, 2025
ମୋ ଅଭାବ ଯେତେ ଯେତେ ବଢିଯାଏ ହେ ଚକାଡୋଳା
ମୋ ଅଭାବ ଯେତେ ଯେତେ ବଢିଯାଏ ହେ ଚକାଡୋଳା
ଶ୍ରୀହରି ଭାବରେ ମୋର ହୃଦୟ ସେତେ ଅଧିକ ବୁଡ଼ିଯାଏ
ମୋ ଦୁର୍ବଳତା ଯେତେ ଯେତେ ବଢିଯାଏ ହେ ବନମାଳୀ
ଅପଲକ ଉଦାର ଦୁଷ୍ଟିରେ ମୋର ବଳ ସେତେ ବଢିଯାଏ
ଦିଅ ଦିଅ ଭିକ୍ଷା ଦିଅ ମାଆ ଗୋ କ୍ଷୀର ସାଗର ତନୟା
ଦିଅ ଦିଅ ଭିକ୍ଷା ଦିଅ ମାଆ ଗୋ କ୍ଷୀର ସାଗର ତନୟା
ଝୁଲିରେ ମୋର କମଳା ସେବିତ ପାଦ ଧୂଳି ଝାଡ଼ି ଦିଅ
ଡାକ ଡାକ ନାମ ଧରି ଥରେ ମାଆ ଗୋ ଗୋବିନ୍ଦ ହୃଦ
କମଳ ହସ୍ତ ବଢ଼ାଇ ପୋଛିଦିଅ ଚକ୍ଷୁରେ ଅସରନ୍ତି ଲୁହ
ଅର୍ଜୁନ ରଥ ସାରଥୀ ଶିଆଳି ଲତାରେ
ଅର୍ଜୁନ ରଥ ସାରଥୀ ଶିଆଳି ଲତାରେ ଶୟନ କଲେ
କାଳୀୟ ଗଞ୍ଜନ ବନମାଳୀ ଶେଷକରି ଦ୍ୱାପର ପାଇଟି
ବ୍ରହ୍ମରାଶି ହେଲେ ବ୍ରହ୍ମଦାରୁ ନୀଳକନ୍ଦରରେ ଅଧାଗଢା
ରବି ସୁଧାକର ନୟନ ଅଖିଳ ଜନ ଜୀବନ ହିତ ପାଇଁଟି
Wednesday, June 25, 2025
ବ୍ରହ୍ମଋଷି ବ୍ରହ୍ମରାଶି ବ୍ରହ୍ମଦାରୁ ବେଦ
ଶୁବ୍ରହ୍ମଋଷି ବ୍ରହ୍ମରାଶି ବ୍ରହ୍ମଦାରୁ ବେଦ
ବ୍ରାହ୍ମଣ ବୈଷ୍ଣବ ବିଶ୍ଵରୂପ ଵିଶ୍ଵାନନ୍ଦ
ବାମନ ବଳରାମ ବସୁଦେବ ବାଳକ
ବିଷ୍ଣୁପ୍ରିୟା ବନ୍ଦନ ବୃହତ ବ୍ରହ୍ମାନନ୍ଦ
ଆଉ କିବା ମାଗିବି ତୁମ୍ଭଙ୍କୁ ହେ ମହାବାହୁ
ଆଉ କିବା ମାଗିବି ତୁମ୍ଭଙ୍କୁ ହେ ମହାବାହୁ
ଚିନ୍ତିଲେ ଚିନ୍ତାମଣିଙ୍କୁ ଛନ୍ଦାପାଦ ଦିଶୁଥାଉ
ଧର୍ମ ଅର୍ଥ କାମ ମୋକ୍ଷ ସାଥିରେ ନ ଯିବେ
ଦାଣ୍ଡଦ୍ୱାରରେ କାଳଯମ ତର ନାହିଁ ଆଉ
ଉଠ ଉଠ ହେ ଯୋଗୀ ମୁନୀ ଜନ ମନ ହୃଦୟ ଚନ୍ଦନ
ଉଠ ଉଠ ହେ ଯୋଗୀ ମୁନୀ ଜନ ମନ ହୃଦୟ ଚନ୍ଦନ
ହେ ନୀଳ ମଣି ପ୍ରଭାତ ହେଲା ନିଦ୍ରା ତେଜି ଉଠ ଉଠ
ଅନନ୍ତ ଶୟନଙ୍କୁ କି ସ୍ତବ କରିବି ପଦ୍ମପାଦକୁ କି ଲଭିବି
ହେ ନାରାୟଣ ଏହି ମୂଢ଼ ଶୁଦ୍ର ନ ଜାଣଇ ବେଦ ପାଠ
ଆଉ କିଏ ସେ ହୋଇବ ଶ୍ୟାମ ସମ ଏଡ଼େ କମନୀୟ
ଆଉ କିଏ ସେ ହୋଇବ ଶ୍ୟାମ ସମ ଏଡ଼େ କମନୀୟ
ଆହାଃ ବାଳ ଗୋପାଳଙ୍କ ବଂଶୀ ଧ୍ୱନିର ଉପମା କାହିଁ
ଆଉ କିଏ ସମ ହେବ ପାଣ୍ଡବ ସଖାକୁ ଉଦାର ଆଖିକୁ
ତାଙ୍କ କାଳି ଦଳା ଛନ୍ଦା ପାଦକୁ ଅପଲକେ ଅଛି ଚାହିଁ
ହେ କୃଷ୍ଣ ହେ ରଙ୍ଗା
ଶୁଣିଣ ତୁମର ମୋହନ ମଧୁର ବଂଶୀ
ମନ ପାଶୋରୁ ସକଳ ସଂସାର ବିଷୟ
ହେ କୃଷ୍ଣ ହେ ରଙ୍ଗା ତୋ ଛନ୍ଦା ଚରଣ
ହେଉ ମୋର କେବଳ ପରମ ଆଶ୍ରୟ
Tuesday, June 24, 2025
କାନ ଶୁଣିଦେଲେ କୋଇଲି ମିଠା ମିଠା ରାବ
କାନ ଶୁଣିଦେଲେ କୋଇଲି ମିଠା ମିଠା ରାବ
ମୋର ଆଖି ବେନି ଖୋଜୁଥାଏ ବେଣୁ ପାଣିକି
ଚକାଆଖିକୁ ଚାହିଁଦେଲେ ମୁହିଁ ଭାବରେ ବୁଡ଼େ
ସତେ କି ବଂଶୀବଦନ ପାଶକୁ ନିଅନ୍ତି ଟାଣିକି
ହେ ମହାବାହୁ ଦୟାଵନ୍ତ ଚକାଡୋଳା
ହେ ମହାବାହୁ ଦୟାଵନ୍ତ ଚକାଡୋଳା
ମୋତେ ରଖ ତୁମ୍ଭରି ଛନ୍ଦା ପାଦରେ
ଜ୍ଞାନ ଭକ୍ତି ଟିକିଏ ନାହିଁ ହୃଦୟରେ
ମୁହିଁ କେବଳ ଚିନ୍ତେ ଅତି ଶ୍ରଦ୍ଧାରେ
କେବଳ କୃଷ୍ଣ ନାମରେ ଗୁନ୍ଥିଲି ମାଳା
କେବଳ କୃଷ୍ଣ ନାମରେ ଗୁନ୍ଥିଲି ମାଳା
ଆହାଃ ସତରେ ପିନ୍ଧିବେ କି ନନ୍ଦବଳା
କେମିତି ମାନିବ କେଜାଣି ବାସୁଦେବଙ୍କୁ
କମଳ ଆଖି ଚକାଡୋଳା ଷୋଳକଳା
ଏହି ମର ଶରୀରରେ ନବ ଗୋଟି ଦ୍ୱାର
ଏହି ମର ଶରୀରରେ ନବ ଗୋଟି ଦ୍ୱାର
ସଦା ସର୍ବଦା ବେକାରି ବିକାରଙ୍କର ଭିଡ
ଭୋଗ ଲାଗି ଅହଂକାର ଧସେଇ ପଶେ
କେବେ ନ ଶୁଣେ ଧରିଲେ ତାର ଗୋଡ
ବୈଷ୍ଣବ ହୃଦୟ ଚନ୍ଦନଠାରୁ
ବୈଷ୍ଣବ ହୃଦୟ ଚନ୍ଦନଠାରୁ ସୁଶୀତଳ
ସୁଶୀତଳ ଯେହ୍ନେ ଗଭୀର କୂପର ଜଳ
କ୍ରୋଧଟି ଲହ ଲହ ଅଗ୍ନିର ଶିଖା ସଦୃଶ
ବୈଷ୍ଣବ ସଂସ୍ପର୍ଶରେ ସମ୍ପୂର୍ଣ ହୁଏ ନିର୍ମୁଳ
ପାଣି କାଦୁଅ ଗଢା ଜୀବ
ପାଣି କାଦୁଅ ଗଢା ଜୀବ ଶରୀର
ପବନ ପଶିଲେ ପୁଡାରେ ଜୀବନ
ସୂର୍ଯ୍ୟ ଚନ୍ଦ୍ର ବାଟ କଢ଼ାନ୍ତି ଘରକୁ
ମୁଣ୍ଡକୁ ଛତା ନୀଳ ନିର୍ମଳ ଗଗନ
Monday, June 23, 2025
ହେ ଜୀବ ଜୀବନ ହେ ଦୁଃଖ ନାଶନ ଗରୁଡାସନ
ହେ ଜୀବ ଜୀବନ ହେ ଦୁଃଖ ନାଶନ ଗରୁଡାସନ
ମୋତେ ସମ୍ପଦରେ ଥୋଇଣ ଚାଲିଗଲ କେଣେ
କୃଷ୍ଣ କୃଷ୍ଣ କୃଷ୍ଣ ବୋଲି ମୁହିଁ ଝୁରି ଝୁରି ମରୁଅଛି
ଆହାଃ ଏକା ଭୁଞ୍ଜିବାକୁ ଅମୃତକୁ ବି ବିଷ ମଣେ
Subscribe to:
Posts (Atom)

















































