Sunday, November 8, 2026

ହୃଦୟ ଚାରି କୋଠରୀ ଅତି ନିର୍ମଳ କରିଅଛି ଆସ ବ୍ରହ୍ମଦାରୁ ଚତୃର୍ଦ୍ଧା ମାଆ ଲକ୍ଷ୍ମୀଙ୍କ ସହିତ ସନ୍ଧ୍ୟା ଆଳତି ଦର୍ଶନ କରି ମୋ ଆତ୍ମା କହୁଛି ଜୀବନ ଆତ୍ମାର ସେବାରେ କରିବ ଅତି ବାହିତ
ଜୀବଟିଏକୁ କୌଣସି ଦୁର୍ଗତିରେ ଦେଖିଲେ କିଏ ସେ କହେ ଉହୁ ଆଉ କିଏ କହେ ଆହା ହେଉ ସେ ଜଳନ୍ତା ଅଗ୍ନି ଅଥବା ଉଛୁଳା ନଦୀ ଡେଇଁ ପଡନ୍ତି ବାପ ମାଆ ଏମିତି କୃଷ୍ଣ ଦୟା 🙏🙏🙏
ସଂସାର ବହି ଯାଉଅଛି ଭୋଗ ପଥରେ ଜୀବ କୋକେଇ ବାନ୍ଧୁଛି ଶଶ୍ମାନ ଗାଢ଼କୁ ଉଦାସୀ ଆତ୍ମା ଚାହିଁଛି ନୀଳଚକ୍ର ନେତକୁ କେବେ ଫେରିବ ବ୍ରହ୍ମଦାରୁ ବାହୁ ନୀଡ଼କୁ
ମଲା ଗଲା ଶରୀର ଯଦିବା ଜିଇଁ ଉଠିବ କେବଳ କୃପା ହେଲେ ଅର୍ଜୁନଙ୍କର ସଖା କାଠ ପଥର ମୂର୍ତ୍ତି କି ମୋ ଗୁହାରି ଶୁଣିବ ଚକାଡୋଳା ତୁମ୍ଭେ କର ମୋତେ ରକ୍ଷା
ଅଷ୍ଟ ସିଦ୍ଧି ନବ ନିଧି ପ୍ରଦାତା ହେ ଶ୍ରୀରାମ ଦୂତ ହାତ ଧରି ସୀତା ପତି ଚରଣରେ ମୋତେ ଥୁଅ ଇନ୍ଦ୍ରିୟ ବିକାର ଅଳ୍ପ ବୁଦ୍ଧି କ୍ଷୀଣ ସ୍ମୃତି ମୁହିଁ ଦୀନ ପିଣ୍ଡେ ପ୍ରାଣଥିବା ଯାଏ ମୋ ପାଖେ ପାଖେ ଥାଅ
ବ୍ରହ୍ମଦାରୁ ମହାବାହୁ ଭାବର ବଡ଼ ଦିଅଁ ଶୁଦ୍ର ରାମ ମହା ପାତକୀ ଅଭାବୀ ଜନ କମଳା ହୃଦୟ ଅଧାଗଢା ଚକାଡୋଳା ଛନ୍ଦା ଚରଣରେ ରହୁ ମୋ ଆତ୍ମା ମନ
ଅନାଥ ଜୀବର ଜୀବନ ଜୀବିକା ନିଷ୍କାମ ପ୍ରେମର କୃଷ୍ଣର ରାଧିକା ଛେଉଣ୍ଡ ରାମ ଚାରି ଦଉଡ଼ି ଛିଡା ଚକାଆଖି ନଜର ରଖିବ ଅଧିକା