Saturday, October 31, 2026

ଅତି ସୂକ୍ଷ୍ମାତି ସୂକ୍ଷ୍ମରେ

ଅତି ସୂକ୍ଷ୍ମାତି ସୂକ୍ଷ୍ମ ବ୍ରହ୍ମ ବୋଲି ଅନୁମାନ କରନ୍ତି ଜ୍ଞାନ ତତ୍ତ୍ୱ ଅଷ୍ଟ ଚକ୍ର ଘୁରି ଘୁରି ଯୋଗ ତପ ଠାବ କରନ୍ତି ସହସ୍ରାରେ କମଳା ସେବିତ କମଳ ଚରଣକୁ ଭକ୍ତ ଭ୍ରମର ଚୁମୁଥାଏ ନିଷ୍କାମ ପ୍ରେମ ଝୁଲୁଥାଏ ସଦା ଅଧାଗଢା ଭୁଜ ଆଶ୍ରାରେ

ସନ୍ଥ ତୁଳସୀ ପାଇଁକି

ସନ୍ଥ ତୁଳସୀ ପାଇଁକି ମହାବାହୁ ଲକ୍ଷ୍ମଣ ଜାନକୀ ଶ୍ରୀରାମ କାକଟପୁର ମାଆ ମଙ୍ଗଳା ପାଇଁକି ସହୋଦର ବ୍ରହ୍ମଦାରୁ ଭକ୍ତ ଜୟଦେବ ପାଇଁ ଶ୍ରୀଗୀତଗୋବିନ୍ଦ ଲେଖନୀ ମୁନ ଯବନ ସାଲବେଗ ପାଇଁ ସମଦର୍ଶୀ ଅଖିଳ ବ୍ରହ୍ମାଣ୍ଡ ଗୁରୁ

ମାତା ପିତାଙ୍କ ଧର୍ମରେ

ମାତା ପିତାଙ୍କ ଧର୍ମରେ ରାମ ବାଟ ଚାଲୁଥିଲା ଉଭୟ ଛାଡ଼ି ଚାଲିଗଲେ ସଂସାର ମଝି ହାଟ ଏଇଠୁ ରାମ ହାତ ଧର ଅଶରଣ ଶରଣ ହେ ଶ୍ରୀକ୍ଷେତ୍ରକୁ ବାଟ କଢ଼ା ତୁମ୍ଭେ ହିଁ ବଂଶୀବଟ

ଅନ୍ଧ ବୋଲେ ଛୋଟା ଭାଇ

ଅନ୍ଧ ବୋଲେ ପ୍ରିୟ ଛୋଟା ଭାଇ ଆସ ତୁମ୍ଭେ ମୋର କାନ୍ଧରେ ବସ ବାଟ କଢାଇ ନେବ ନୀଳକନ୍ଦରକୁ ଆମ୍ଭେ ଦୁହେଁ ଦେଖିବା ପୀତବାସ

ଜରା ବ୍ୟାଧି ଜଞ୍ଜାଳରେ

ଜରା ବ୍ୟାଧି ଜଞ୍ଜାଳରେ ଶରୀର ଅବଶ ପୂରଣ ନୋହିଲା ନର କଳେବର ଆଶା ଆତ୍ମା ମୋହର ନୀଳକନ୍ଦରରେ ରହନ୍ତି ଥରୁଟିଏ ନ ପଢିଲେ ମୋ ପ୍ରେମ ଭାଷା

ଅଖିଳ ବ୍ରହ୍ମାଣ୍ଡରେ

ଅଖିଳ ବ୍ରହ୍ମାଣ୍ଡରେ ଛପନ କୋଟି ଜୀବ ଛପନ କୋଟି ଜୀବଙ୍କର ଗୋଟିଏ ଦିଅଁ ଗୋଟିଏ ଦିଅଁ ନିମ୍ବଦାରୁରେ ଅଧାଗଢା ଅଧାଗଢା ମହାବାହୁ ଚକାଡୋଳା ମୁହଁ

ଏହି ଦେହ ଏକ ମାଟି ଘଟ

ଏହି ଦେହ ଏକ ମାଟି ଘଟ ମୋହ ବାଜିଲେ ଯିବ ଭାଙ୍ଗି ଚିର ସୁରକ୍ଷିତ ରହି ପାରିବୁ ହେବୁ ଯଦି ବୈଷ୍ଣବ ସଙ୍ଗୀ

ମୋର ବୁଦ୍ଧି ତୁମ୍ଭେ ସୃଷ୍ଟିର ଵିଧି ତୁମ୍ଭେ

ମୋର ବୁଦ୍ଧି ତୁମ୍ଭେ ସୃଷ୍ଟିର ଵିଧି ତୁମ୍ଭେ ଛନ୍ଦା ଚରଣରେ ଶରଣ ନ ଦିଅନ୍ତି କିମ୍ପା ଅଷ୍ଟ ସିଦ୍ଧି ତୁମ୍ଭେ ଆଉ ନବ ନିଧି ତୁମ୍ଭେ ଆସ କୃଷ୍ଣ ହୃଦୟ ମନ୍ଦିର କରୁଛି ସଫା

ଉମା ପତି ଦେବ ଦେବ

ଉମା ପତି ଦେବ ଦେବ ମହାଦେବ ମୋହ ଗଲେ ଦର୍ଶନ କରି କେବଳ ମାୟା ମୋହନୀ ରୂପ ଛଟା ଶୁଦ୍ର ରାମ ବୋଲେ ବଡ ଅସଞ୍ଜତ ମୋର ମାନସ ବେଳ ଥାଉ ଛନ୍ଦା ଚରଣେ ରଖ ନ କର ହଟ ହଟା

ସ୍ଥୁଳ ରୂପ ଅଖିଳ

ସ୍ଥୁଳ ରୂପ ଅଖିଳ ବ୍ରହ୍ମାଣ୍ଡ ସୁକ୍ଷ୍ମ ରୂପ ବ୍ରହ୍ମଦାରୁ ପତିତ ପାବନ ବାନା ଅର୍ଜୁନ ସଖା ଜ୍ଞାନ ଗୁରୁ ଶୁଦ୍ର ରାମ କହେ କାଳିଦଳା ମନ ମୋହିଲେ ପିଣ୍ଡରୁ ପ୍ରାଣ ଯାଉ ନନ୍ଦସୁତ ପାଦ ଧରୁ ଧରୁ

ଜଗନ୍ନାଥ ମୋହର ଆତ୍ମା

ଜଗନ୍ନାଥ ମୋହର ଆତ୍ମା ଶରୀର ମୋହର ଶ୍ରୀକ୍ଷେତ୍ର ହୃଦୟ ବଡଦାଣ୍ଡ ରଥ ଜୀବନ ମୋର ଶ୍ରୀଗୁଣ୍ଡିଚା ଜାତ ଆରାଧ୍ୟ ମୋହର ବାସୁଦେବ ବ୍ରହ୍ମଦାରୁ ଚତୃର୍ଦ୍ଧା ବିଗ୍ରହ ଆଲିଙ୍ଗନ ମୁଦ୍ରା ଅପଲକ ଦୃଷ୍ଟି ଆର୍ତ୍ତତ୍ରାଣ ପଦ୍ମ ନେତ୍ର

Friday, October 30, 2026

ଭକ୍ତ ଡରିଲେ ଦେଖି

ଭକ୍ତ ଡରିଲେ ଦେଖି ଘୋର ମାୟା ସଂସାରକୁ ଚକାଡୋଳା ଚାହିଁକି ବସିଥାଆନ୍ତି ଭକ୍ତ ଆଡକୁ ହରେ କୃଷ୍ଣ ହରେ ରାମ ଭକ୍ତ ଉଚେ ଡାକିଲେ ଭୁଜ ପ୍ରସାରି ଭକ୍ତକୁ ନିଅନ୍ତି ମହାବାହୁ ଭିଡକୁ

କଳା ଶ୍ରୀମୁଖ ଚକାଡ଼ୋଳାଙ୍କୁ

କଳା ଶ୍ରୀମୁଖ ଚକାଡ଼ୋଳାଙ୍କୁ ଯିଏ ଦେଖିଲା ପରାଣ ବିକିଲା ଝୁରି ଝୁରି ମଲା ଥରେ ଅଧାଗଢା ଛନ୍ଦା ଚରଣ ଛୁଇଁବା ପାଇଁ ବଳଭଦ୍ରଙ୍କ ଅନୁଜ ଶୁଭଦ୍ରା ସହୋଦର ମହାଲକ୍ଷ୍ମୀଙ୍କ ଜୀବନ ଦେଖିଣ ଭକ୍ତଙ୍କର ଆକୁଳ ରାମ ଆତ୍ମା ନିଶ୍ଚଳ ପାରୁନି ରହି

ଦୁଇ ଦୁଇଟା ଆଖି

ଦୁଇ ଦୁଇଟା ଆଖି ଥାଉଁ ଥାଉଁ ଅନ୍ଧ ହେଲି ଥରୁଟେ ନ ଦେଖିଲି ଶ୍ରୀରାଧା ଚିତ୍ତ ଚୋରା ଜିଭ ଥାଉଁ ନାମ ବ୍ରହ୍ମଙ୍କର ସ୍ୱାଦ ନ ଚାଖିଲି ହରେ କୃଷ୍ଣ ହରେ ରାମ ଅମୃତରେ ଭରା

ତୁଣ୍ଡ ଥାଉ ଥାଉ ମୁକ ହୋଇଲି

ତୁଣ୍ଡ ଥାଉ ଥାଉ ମୁକ ହୋଇଲି କାନ ଥାଉ ଥାଉ ହେଲି ବଧିର ସଂସାରେ ଥାଇ ସନ୍ୟାସୀ ହେଲି କୃଷ୍ଣ ବଂଶୀଧରା ପାଇଁକି ଅଧିର

ଆକାର ପଛରେ ଧାଇଁ ଧାଇଁ ଅହଙ୍କାର ଭିକାରୀ

ଆକାର ପଛରେ ଧାଇଁ ଧାଇଁ ଅହଙ୍କାର ଭିକାରୀ ଅଣୁ ରେଣୁରେ ନିରାକାର ରାମ କୋଦଣ୍ଡ ଧରା ବିକାରକୁ ଗଳା ମାଳା କରି ଅହଙ୍କାର ବେକାରୀ ପଞ୍ଚ ଭୂତରେ ପରମ ବ୍ରହ୍ମ କୃଷ୍ଣ ଶ୍ୟାମ ଗୋରା

ଚେତନା ପଶିଲା ଜୀବର ଚିନ୍ତାରେ

ଚେତନା ପଶିଲା ଜୀବର ଚିନ୍ତାରେ ନିରନ୍ତର ଚିନ୍ତା ହେଲେ ଚିନ୍ତାମଣୀ ଚିନ୍ତାମଣୀ ବଢ଼ାଇଲେ ଛନ୍ଦା ପାଦ ଆତ୍ମା ହୋଇ ରହିଲା ଚିର ୠଣୀ

ସତ୍ତ୍ୱ ଭଳି ରଜ ତମ

ସତ୍ତ୍ୱ ଭଳି ରଜ ତମ ଗୁଣ ତୁମ୍ଭ ଲୀଳା ପରିଧିରେ ଦୟା ଦୃଷ୍ଟି ରଖିବ ହେ ଲକ୍ଷ୍ମୀ ମାଧବ ଚକାଡୋଳା ଅଖିଳ ବ୍ରହ୍ମାଣ୍ଡ ସଚରାଚର ଶ୍ରୀକ୍ଷେତ୍ର ନୀଳକନ୍ଦର ପତିତପାବନ ନେତକୁ ଚାହିଁଦେଲେ ମୁକ୍ତି ବେଳା

ଅନାଥର ନାଥ ଦୀନବନ୍ଧୁ

ଅନାଥର ନାଥ ଦୀନବନ୍ଧୁ ଅଶରଣ ଶରଣ ଆର୍ତ୍ତବନ୍ଧୁ ମଙ୍ଗଳ ଦୃଷ୍ଟି ଚକାଡୋଳା ସକଳ ଜୀବେ ଆତ୍ମା ବିନ୍ଦୁ

ନୀଳକନ୍ଦର ରତ୍ନ ସିଂହାସନରେ ଚତୃର୍ଦ୍ଧା ମୂରତି

ନୀଳକନ୍ଦର ରତ୍ନ ସିଂହାସନରେ ଚତୃର୍ଦ୍ଧା ମୂରତି ଉଷାକାଳେ ଶ୍ରୀଜଗନ୍ନାଥଙ୍କୁ ବାଢେ ଭକ୍ତି ଆରତି ଶ୍ରୀମଧୁସୂଦନ ବ୍ରହ୍ମଦାରୁ ଅଧାଗଢା ଚକାଡୋଳା ନିଳାଚକ୍ରେ ପତିତପାବନ ଗାଏ ଜୀବ ବ୍ରହ୍ମ ପିରତି

Thursday, October 29, 2026

ସ୍ୱପ୍ନରେ ନୁହେଁ କଳ୍ପନାରେ

ସ୍ୱପ୍ନରେ ନୁହେଁ କଳ୍ପନାରେ ନୁହେଁ ବାସ୍ତବରେ କେବେ ହସ୍ତ ପ୍ରସାରି ଘେନିବ ତୁମ୍ଭରି ପ୍ରସାଦ କମଳା ସେବିତ ଚରଣକୁ ପଖାଳିବି ଲୁହରେ ହୃଦୟ ଭରିଦେଉ ତୁମ୍ଭରି ସୁଧା ବଂଶୀ ନାଦ

ଚକାଡୋଳାଙ୍କର

ଚକାଡୋଳାଙ୍କର ପ୍ରେମରେ ପାଗଳ ହୋଇଲେ ମନୁଷ୍ୟ ହୁଏ ଶିଶୁ ସରଳ ନିର୍ଭୀକ ସତ୍ୟବାଦୀ ପତିତପାବନ ବାନା ଡାକ କର୍ଣ୍ଣ ଶୁଣି ପାରିଲେ ମନୁଷ୍ୟ କରେ ନିଷ୍କାମ ବ୍ରତ ହୃଦ ହୁଏ ଦରଦୀ

ଭୁଜ ପ୍ରସାରୀ ଭକ୍ତକୁ ଉଦ୍ଧାର

ଭୁଜ ପ୍ରସାରୀ ଭକ୍ତକୁ ଉଦ୍ଧାର କର ହେ ମହାବାହୁ ଅଶେଷ ଭକ୍ତଙ୍କ ଅନୁଭୂତି ଦାଢ୍ୟତା ଭକ୍ତି ବିଶ୍ୱାସ ଅଧାଗଢା ଛନ୍ଦା ଚରଣରେ ଜାଗା ଟିକେ ଦେଲେ ଲକ୍ଷ୍ମୀକାନ୍ତ ହେ ମୁଢ ରାମର ଆତ୍ମା ହେବ ଉଶ୍ୱାସ

ବ୍ରହ୍ମ ଏକାକ୍ଷର

ବ୍ରହ୍ମ ଏକାକ୍ଷର ଶବଦ ଓଁକାର ରାମ ଦୁଇ ଅକ୍ଷର କୃଷ୍ଣ ରାଧା ତିନି ଅକ୍ଷର ସୁଭଦ୍ରା ଭଉଣୀ ଗରୁଡ ପଛରୁ ଅମୃତ ଚତୃର୍ଦ୍ଧା

ଦେହ ଭରପୁର କାମନା

ଦେହ ଭରପୁର କାମନା ବାସନାରେ ଜୀବନ ଧରିବା ପାଇଁକି ମୁଠାଏ ଭାତ ସୁଖ ସମୟରେ ମୁହିଁ ଆଉ ମୋହର ଦୁଃଖ ବେଳକୁ ତ୍ରାହି ତ୍ରାହି ଜଗନ୍ନାଥ

ଏକ ଅକ୍ଷର ବ୍ରହ୍ମ

ଏକ ଅକ୍ଷର ବ୍ରହ୍ମ ଓଁକାର ଶବଦ କୃଷ୍ଣ ଛନ୍ଦା ପାଦ ସବୁଠୁଁ ନିରାପଦ

ଯୁବତୀ ପାଇଁ ଚକାଡୋଳା ସଖୀଙ୍କର ମେଳ

ଯୁବତୀ ପାଇଁ ଚକାଡୋଳା ସଖୀଙ୍କର ମେଳ ବର କନିଆଁ ଲାଗି ବେଦି ଖଇ କଉଡି ଖେଳ ଛେଉଣ୍ଡ ରାମ ଲାଗି କୃଷ୍ଣ ଛନ୍ଦା ପାଦ ଆଶରା ଦର୍ଶନ ଦିଅନ୍ତୁ ଥରେ ରତ ରତ ହେଲା ବେଳ

ଆତ୍ମା ତୁମକୁ ନିଷ୍କାମ ପ୍ରେମ କରେ ବନମାଳୀ

ଆତ୍ମା ତୁମକୁ ନିଷ୍କାମ ପ୍ରେମ କରେ ବନମାଳୀ ଦେହ ବେନି ନୟନ ବିଛେଇ କରିଛି ଅପେକ୍ଷା ଥରୁଟିଏ ଆସି ଦରଶନ ଦେଇଦିଅ ଚିତ୍ତ ଚୋର ଛନ୍ଦା ପାଦରେ ଲୋଟିବି କରିବ ନାହିଁ ଉପେକ୍ଷା

ଆତ୍ମା ଶ୍ରୀରାଧା ପ୍ରେମ ପାଗଳିନୀ

ଆତ୍ମା ଶ୍ରୀରାଧା ପ୍ରେମ ପାଗଳିନୀ ଶରୀର ରୁକ୍ମଣୀ ହରଣକୁ ଡରେ ଅର୍ଜୁନ ସଖାର ବିନା କିଏ ସକ୍ଷମ ଅଥଳ ଭଵ ସାଗରୁ ପାରି କରେ

ଜଗନ୍ନାଥ ଚକାଡୋଳା

ଜଗନ୍ନାଥ ଚକାଡୋଳା କଳା ଜହ୍ନ ମୁଖକୁ ଚାହିଁ ଦେଲେ ଭକତ ହୃଦୟ କୁମୁଦ କଳିକାଟି ମୁରୁକି ମୁରୁକି ହସେ ବ୍ରହ୍ମଦାରୁ ଅଧାଗଢା ଅତି ଉଦାର ବକ୍ଷ କମଳା ଆଳୟ ଆଲିଙ୍ଗନ ସୁଖ ଚିନ୍ତିଲେ ଆତ୍ମା ଚନ୍ଦନ ଅର୍ଗଳୀ ବାସେ

ତୋହର ମୋହର ଭାବଟି

ତୋହର ମୋହର ଭାବଟି ଅତି ନିଆରାରେ ହେ ଚକାଡୋଳା ମୁହିଁ କୁମୁଦ କମଳ ତୁହି ସୂର୍ଯ୍ୟ ସୁଧାକର ଚକ୍ଷୁ ସଦା କୁଆଁରା ତୁହି ଶ୍ରୀମଦଭାଗବତ ଗୀତା ଶ୍ରୀମନ୍ଦିର ନୀଳଚକ୍ରରେ ନେତ ମୁହିଁ ଶ୍ରୀଗୀତଗୋବିନ୍ଦ ନାୟିକା ତୋ ବିନା ବଡ଼ ବେସାହାରା

Wednesday, October 28, 2026

ଯାହାକୁ ଏଡ଼େ ଝୁରି

ଯାହାକୁ ଏଡ଼େ ଝୁରି ମରୁଛୁ ଲୋ ମୋ ଆତ୍ମା ଶାରୀ ଧରିକି ରଖି ନ ପାରିଲେ କୁଳ ଲାଜକୁ ତେଜି ରାଧା ଗରୁଡ ପାଖକୁ ପହଞ୍ଚିବାକୁ ବାଇଶି ଗୋଟି ପାହାଚ ପାଇବୁ କିବା ଦର୍ଶନ ବାଟରେ ବିକାର ଦିଅନ୍ତି ବାଧା

ବ୍ରହ୍ମଦାରୁ ଚକାଡୋଳା

ବ୍ରହ୍ମଦାରୁ ଚକାଡୋଳା ପତିତପାବନ ବାନା ଚାହିଁ ଦେଲେ ଦ୍ଵନ୍ଦାତୀତ କମଳା ସେବିତ ଚରଣ ଦୃଶ୍ୟ ହୋଇବ ଭଲେ ଜଗନ୍ନାଥ ଅଧାଗଢା ଅନାଥ ଶରଣ କେବଳ ନିଷ୍କାମ ପ୍ରେମ ବାଇଶି ପାହାଚ ଓହ୍ଲାଇ ଆସନ୍ତି ବିକଳ ହୋଇଣ ଡାକିଲେ

ବ୍ରହ୍ମଦାରୁ ଅଧାଗଢା ପାଦରେ

ବ୍ରହ୍ମଦାରୁ ଅଧାଗଢା ପାଦରେ ଚାଲିଲେ ମୁହିଁ ଧରି ପାରନ୍ତି ଚକାଡୋଳା ମହାବାହୁ ବୁଲନ୍ତି ଭକତ ଭାବରେ ଉଡି ଉଡି ପଞ୍ଚ ଭୁତଠାରୁ ଶୁଦ୍ଧ ମୋହନ ଅଧର ମୁରଲୀ ଶବ୍ଦ ଓଁକାର କିପରି ଧରିବ ବା ରାମ ଖୋଜେ ପାପ ପଙ୍କରେ ବୁଡି ବୁଡି

ଶ୍ରୀପତି ଚକାଡୋଳା କେବେ

ଶ୍ରୀପତି ଚକାଡୋଳା କେବେ ଦିଶନ୍ତି ଦେବରାଜ ପରି କେବେ ଦିଶନ୍ତି ଭକ୍ତବନ୍ଧୁ ଜଗନ୍ନାଥ ସାଧାରଣ ପରଜା ନର ଶରୀର ବହି କିଏ କଳିବ ଅଧାଗଢା ମହାବାହୁଙ୍କୁ ଯାହାଙ୍କ ଅଗ୍ରଜ ପ୍ରଭୁ ବଳଭଦ୍ର ଭଉଣୀ ମାଆ ବିରଜା

କଖାରୁ ଲଟା ଲୋଟେ ଭୂଇଁରେ

କଖାରୁ ଲଟା ଲୋଟେ ଭୂଇଁରେ ବଡ ବଡ଼ ଫଳ ମୁଣ୍ଡାଏ ବସୁଧା ଚକାଡ଼ୋଳାଙ୍କୁ ଭରସା କଲେ ସବୁ ଅସୁବିଧାକୁ କରନ୍ତି ସୁବିଧା

ଦେହ ପଞ୍ଜୁରୀରେ ଆତ୍ମା ଶାର

ଦେହ ପଞ୍ଜୁରୀରେ ଆତ୍ମା ଶାରୀ ଦିବସ ନିଶି ଭଜଇ ରାମ ହରି ଇନ୍ଦ୍ରିୟଙ୍କ ସାଙ୍ଗ ହୋଇଣ ମନ ସଂସାର ଭ୍ରମଇ ବାଇଆ ପରି

ର ରେ ଆକାର

ର ରେ ଆକାର ଦିଅ ତୁ ମୋର ମନ ରା ଡାହାଣକୁ ଲେଖିଦିଅରେ ତୁ ମ ସେହି ଶବ୍ଦ କୃଷ୍ଣ ସେହି ଶବ୍ଦ ଆତ୍ମା ଓଁ ଗାୟତ୍ରୀ ଚକାଡୋଳା ଦାରୁବ୍ରହ୍ମ

ଦୁଗ୍ଧ ଭରା ପନା ଗାଈ

ଦୁଗ୍ଧ ଭରା ପନା ଗାଈ ତୁମ୍ଭେ ହେ ଅଶରଣ ଶରଣ ଜଗନ୍ନାଥ ମୁହିଁ ପାତକୀ ଗୁହାଳ ପଘାରେ ଝୁରି ମରୁଥିବା ତୃଷାର୍ତ୍ତ ବତ୍ସା ଇନ୍ଦ୍ରିୟ ବିକାର ମିଶି ଚରଣ ଆଶ୍ରିତକୁ ଯମ ଦଣ୍ଡରେ ପିଡ଼ନ୍ତି ଅପଲକ ନୟନ ବାହୁ ଭିଡକୁ ନେଇ ହେ କୃଷ୍ଣ ରାମକୁ ବଞ୍ଚା

ମୀନକୁ ଜାଲରେ

ମୀନକୁ ଜାଲରେ ଭିଡି ଭିଡି ସ୍ଥଳରେ ସ୍ଥାପିଲେ ପିଞ୍ଜରାରେ ରୁନ୍ଧିଦେଲେ ଉଡୁଥିବା ଆକାଶ ପକ୍ଷି ତେସନ ରାମ ଆତ୍ମା କୃଷ୍ଣ ଛନ୍ଦା ଚରଣକୁ ଆତୁର ଅଶରଣ ଶରଣ ଶରଣ ଦିଅ କଳା କମଳ ଆଖି

Tuesday, October 27, 2026

କିଏ ସେ କିବା ଦେଲା

କିଏ ସେ କିବା ଦେଲା ରାମ ନ ଦେଲା ତୁମ୍ଭଙ୍କୁ ହେ ଚକାଡୋଳା ଅଧାଗଢାଙ୍କ ଛନ୍ଦା ଚରଣରେ କିମ୍ପାଇଁ ନ ମିଳିଲା ମୋତେ ବସା ସବୁ କେବଳ ନେଇଛନ୍ତି ଆହୁରି ଅଧିକକୁ ସବୁ ହାତ ଯୋଡ଼ିଛନ୍ତି ହେ କୁନ୍ତୀ ସ୍ତୁତି ଜୟଦେବ ଗୀତଗୋବିନ୍ଦ କିମ୍ପା ନ ପୁରିଲା ଆଶା

ପୁଷ୍କରିଣୀ ଜଳ ଶୁଖିଗଲେ

ପୁଷ୍କରିଣୀ ଜଳ ଶୁଖିଗଲେ କେଉଁଠୁ ସାଇତି ରଖ କମଳ କୁମୁଦ ଜଳଜ ପ୍ରାଣୀକୁ ହେ ମୁରଲୀ ପାଣି ଘୋର ଝଡ଼ ବତାସରେ କେଉଁଠି ଲୁଚା ପକ୍ଷୀ କୁଳ କେଡେ ଦୟା ତୁମ୍ଭ ଚକାଡ଼ୋଳା ଅପଲକ ଚାହାଁଣି

ବୈକୁଣ୍ଠରେ କେବେ

ବୈକୁଣ୍ଠରେ କେବେ ଉଦୟ ହୁଏ ନାହିଁ ସୂର୍ଯ୍ୟ ଚନ୍ଦ୍ର ନନ୍ଦୀଘୋଷରେ ବୁଝାଇଲେ ଅର୍ଜୁନକୁ କୃଷ୍ଣ ସାରଥି ଘୋର ଅଜ୍ଞାନ ଅନ୍ଧାର ଦେଖିବାକୁ କଳା ଶ୍ରୀମୁଖଙ୍କୁ ରାମ ଶୁଦ୍ର ଝୁରି ମରେ ଦେଖିବାକୁ ମଙ୍ଗଳ ଆଳତି

ସଦା ନିରନ୍ତର ବୈଷ୍ଣବ

ସଦା ନିରନ୍ତର ବୈଷ୍ଣବ ଚିତ୍ତ ଚିନ୍ତା କର୍ମ ଆରାଧନା ସେଇଥି ଲାଗି ବ୍ରହ୍ମଦାରୁଙ୍କର ଭୁବନ ମୋହନ କାନ୍ତି ସତ୍ୟ ଧର୍ମ କ୍ଷମା ଅହିଂସା ପ୍ରେମ ପରିପୂର୍ଣ୍ଣ ହୃଦୟଟି ଜଗନ୍ନାଥ ଚକାଡ଼ୋଳାଙ୍କୁ ଚାହିଁଦେଲେ ପରମ ଶାନ୍ତି

ତୁମ୍ଭ ହୃଦୟ କମଳରେ

ତୁମ୍ଭ ହୃଦୟ କମଳରେ ସଦା ଚଞ୍ଚଳା ସୁସ୍ଥିର ଉଲ୍ଲସିତ ପାପୀ ଚକ୍ଷୁ ଲାଗି ବ୍ରହ୍ମଦାରୁ ଚକାଡୋଳା ଜ୍ଞାନ ଅଞ୍ଜନ ସକଳ ଭୁତ ଆତ୍ମା ଖେଳ କାଳୀୟ ଦଳନ ବନମାଳୀ ନୀଳକନ୍ଦର କୁମାର ପୂର୍ଣ୍ଣିମା ଜହ୍ନ କଳି କଳଷ୍ମ ନାଶନ

ସକଳ ଜୀବ ହୃଦୟ କମଳରେ

ସକଳ ଜୀବ ହୃଦୟ କମଳରେ ଦୟା କ୍ଷମା ଜଗନ୍ନାଥ ଜନନୀ ପିନ୍ଧା ଶାଢୀ ପଣତ କାନିରେ ବାତ୍ସଲ୍ୟ ମମତା ବିକାର ଶୁନ୍ୟ ପାଞ୍ଚ ଭୁତ ବ୍ରହ୍ମଦାରୁ ଚକାଡୋଳା ତୁମ୍ଭେ ଧର୍ମ ସଂସ୍ଥାପନେ ସଦା ତତ୍ପର ସନାତନ ସାରଥି ସମତା

ନିଷ୍ପାପ ଶିଶୁ ଅଧରରେ

ନିଷ୍ପାପ ଶିଶୁ ଅଧରରେ ନିଷ୍କାମ ପ୍ରେମର ଦରୋଟି ହସ ମଙ୍ଗଳ ବାରତା ଦେବା ପାଇଁକି କାଆ କାଆ କଳା କାଉ ନୀଳକନ୍ଦରେ ରାମ ଶୁଭଦ୍ରା ବନମାଳୀ ଉଦିଆ ଚନ୍ଦ୍ରମା ଚକାଡ଼ୋଳା କରୁଣା ସମୁଦ୍ର ସଦା ଜୁଆର ମାରେ ଢେଉ

ଚନ୍ଦନ ଅର୍ଗଳୀର କେବଳ ବାସନା ବାସୁଦେବ

ଚନ୍ଦନ ଅର୍ଗଳୀର କେବଳ ବାସନା ବାସୁଦେବ ବ୍ରହ୍ମଦାରୁ ବଳରାମ ସୁଭଦ୍ରା କୃଷ୍ଣ କଳା ତୁଳସୀ କଳା ତୁଳସୀର ବାସନା ଗରୁଡାସନ ବାସୁଦେବ ବାସୁଦେବ କମଳ ଚରଣରେ କମଳା ବିଳାସୀ

Monday, October 26, 2026

ଅଶେଷ ଯୋନି ଭ୍ରମି ଭ୍ରମି

ଅଶେଷ ଯୋନି ଭ୍ରମି ଭ୍ରମି ଓଡିଶା ଭୂମିରେ ଲଭିଲି ଜନମ ନୀଳକନ୍ଦରରେ ଦିଅଁ ବଳଭଦ୍ର ସୁଭଦ୍ରା ଲକ୍ଷ୍ମୀକାନ୍ତ ଜଗନ୍ନାଥ ଅଠର ନଳାଠାରୁ ପ୍ରାରବ୍ଧ ଧ୍ବଂସ ହେଲା ନୀଳଚକ୍ର ନେତ ଚାହିଁ ଗରୁଡ଼ ପଛରୁ ଚକାଡ଼ୋଳାଙ୍କୁ ଚାହିଁ ମୂଢ଼ ରାମ ଯୋଡ଼େ ହାତ

ବ୍ରହ୍ମଦାରୁ ଚକାଡ଼ୋଳାଙ୍କୁ ଚାହାଁନା

ବ୍ରହ୍ମଦାରୁ ଚକାଡ଼ୋଳାଙ୍କୁ ଚାହାଁନା ଚାହାଁନା ଲୋ ମୋ ପ୍ରାଣ ମିତଣୀ ଆଲୋ ଇଏ ପରା ସେହି କଦମ୍ବ ମୂଳେ ତ୍ରିଭଙ୍ଗ ଠିଆ ମୁରଲୀ ପାଣି ମେଘ ଶ୍ୟାମ ଶରୀର ପୀତବାସ ଶିରେ ଶିଖି ପୂଛ ରାଧା ଚିତ୍ତ ଚୋର ମଧୁର ବଂଶୀ ଧ୍ୱନିରେ ଆତ୍ମା ହରି ହୃଦ ଘର କରିବ ନ ପାରିବୁ ଜାଣି