Saturday, July 30, 2022

ପାଖରେ ନ ଥିଲେ ଧନ

ପାଖରେ ନ ଥିଲେ ଧନ ଧନହୀନ କରେ ଚାକିରୀ ପାଖରେ ନ ଥିଲେ ମନ ମନହୀନ ସାଜେ ଭିକାରି ପାଖରେ ନ ଥିଲେ ବୁଦ୍ଧି ବୁଦ୍ଧିହୀନ ହୁଏ ବେକାରୀ ପାଖରେ ନ ଥିଲେ ବିବେକ ଅଵିଵେକୀ ହୁଏ ଅହଙ୍କାରୀ

Friday, July 22, 2022

After joining a new ED

After joining a new ED Some became emotional Past Injuries are so deep ! It is no more my personal

Sunday, July 17, 2022

Saturday, July 16, 2022

ଶୃଙ୍ଖଳାର ପ୍ରସାଦ ଆସନ

ଶୃଙ୍ଖଳାର ପ୍ରସାଦ ଆସନ ଆସନର ପ୍ରସାଦ କ୍ଷମତା କ୍ଷମତାର ପ୍ରସାଦ ଶାସନ ଶାସନର ପ୍ରସାଦ ସମତା

Sunday, July 10, 2022

ମନ ହୁଏ ସଫା କହି ଦେଲେ

ମନ ହୁଏ ସଫା କହି ଦେଲେ ବଋଷି ଗଲେ ସଫା ଆକାଶ ଲୁହ ବହି ଗଲେ ଆଖି ସଫା ଜୀବ ଲଭିଲେ ସାଧୁ ପରଶ

Saturday, July 9, 2022

ଛାତରେ ଲଗେଇଲି କଖାରୁ ଗଛ

ପାଠ ପଢ଼ିଲି ଚାକିରିଆ ହେଲି ନିଜ ସ୍ୱାଧୀନତା ହରାଇଲି ମୁଁହି ଛାତରେ ଲଗେଇଲି କଖାରୁ ଗଛ ମାଡିବାକୁ ଜାଗା ହେଲା ନାହିଁ

Friday, July 8, 2022

ଫୁଲରୁ ଫୁଲକୁ ଉଡି ମହୁ ମାଛି

ଫୁଲରୁ ଫୁଲକୁ ଉଡି ମହୁ ମାଛି ଅତି ଆତୁରେ ଖୋଜୁଥିଲା ମହୁ କଖାରୁ ଫୁଲ ଯେମିତି ଦେଖିଛି ତା ଖୁସିର ସୀମା ରହିଲାନି ଆଉ

Thursday, July 7, 2022

ମତଦାତା ତା ମତଦେବା ଆଗରୁ

ମତଦାତା ତା ମତଦେବା ଆଗରୁ ତୁମ୍ଭେମାନେ କାହିଁକି ଗଢ଼ିଲ ଦଳ ମତଦାତା ତା ଦ୍ବନ୍ଦରେ ପଡି ମଲା ଯୋଗ୍ୟପ୍ରାଥୀଙ୍କୁ କିଏ କରିବ ଠୁଳ

Sunday, July 3, 2022

ଚଲାପଥ ଧାରେ ଚମ୍ପା ଯେବେ ଫୁଟେ

ଚଲାପଥ ଧାରେ ଚମ୍ପା ଯେବେ ଫୁଟେ ପଥପ୍ରାନ୍ତ ମନ ସବୁ କିଛି ମହକି ଯାଏ ଆଖି ବୁଜି ଶୀତଳ ପବନକୁ ଛୁଇଁଲେ ଦେଉଳ ଦିଅଁ ଚମ୍ପାମୟ ଶୋଭା ପାଏ

That is called an image

That is called an image Makes imagination an image It is one stop for answer Saves reading 100 pages

Saturday, July 2, 2022

ଆଜି ଭାରି କାହିଁ ମନ ପଡ଼

ଖଣ୍ଡି ମୋ ପ୍ରାରବ୍ଧ ସହି ମୋ ଅପ୍ରାଧ ଦେଲ ସଦା ସାଥେ ରହିବାର ପ୍ରତିଶୃତି କୃପା ଦେଲ ସିଞ୍ଚି ଭୟ ଗଲା ଘୁଞ୍ଚି ଶରଣ ଶରଣ ଶରଣ ହେ ଗୁରୁମୂର୍ତ୍ତି

ବୃକ୍ଷକୁ ସଜାଇ ଫୁଲେ

ବୃକ୍ଷକୁ ସଜାଇ ଫୁଲେ ଫୁଲରେ ଭରିଲ ମହୁ ମହୁକୁ କଲ ଅମୃତ ତୁମ୍ଭ ଦୟା କିଏ କହୁ

Friday, July 1, 2022

ପବିତ୍ର ରଥ ଯାତ୍ରା ୦୧-୦୭-୨୦୨୨

ଦୋଷ କ୍ଷମା କରି ଉଦ୍ଧରିଲ ହରି ପାପପଙ୍କେ ବୁଡି ମରୁଥିଲି କାନ୍ଦି ସିଞ୍ଚି କୃପାବାରି ହୃଦେ ଭକ୍ତି ଭରି ସ୍ୱୟଂ ସେ ଭକ୍ତିରେ ହେଲ ବାନ୍ଧି