Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Saturday, May 31, 2025
ସୁସ୍ୱାଦୁ ପାଚିଲା ରସାଳ ଫଳ
ସୁସ୍ୱାଦୁ ପାଚିଲା ରସାଳ ଫଳ ରସଠାରୁ ବେଶୀ ମଧୁର
ଆଖୁ ରସଠାରୁ ଆହୁରି ମଧୁର ଆହୁରି ସେହି ମହୁଠାରୁ
ରସ ବୈ କୃଷ୍ଣ ରୂପ ସ୍ମରଣ ରସ ବୈ କୃଷ୍ଣ ରୂପ ସ୍ମରଣ
ଅଶେଷ ବ୍ରହ୍ମାଣ୍ଡରେ ଆଉ କିଏ ମଧୁର ଚକା ଆଖିଠାରୁ
ହରି ନାମ ହରି ଲୀଳା ସଂକୀର୍ତ୍ତନ ସଦା ବ୍ରହ୍ମାନନ୍ଦ
ହରି ନାମ ହରି ଲୀଳା ସଂକୀର୍ତ୍ତନ ସଦା ବ୍ରହ୍ମାନନ୍ଦ
ସତ୍ୟ ସତ୍ୟ ସତ୍ୟ ବୈଷ୍ଣବ ଭେଟ ମଙ୍ଗଳ ସଙ୍କେତ
ଗୋବିନ୍ଦ ଛନ୍ଦା ଚରଣ ସଂସାରରେ ପରମ ଆଶ୍ରୟ
ସଦା ସର୍ବଦା ନିଷ୍କାମ ବ୍ରତ ଧାରଣ କରିବା ଉଚିତ
ଓଁ ହରି ଓଁ ହରି ଓଁ ହରି ନିରନ୍ତର ସ୍ମରଣ କର
ଓଁ ହରି ଓଁ ହରି ଓଁ ହରି ନିରନ୍ତର ସ୍ମରଣ କର
ହୃଦୟ ପଦ୍ମରେ ଅଶେଷ ପ୍ରେମ ସଞ୍ଚୟ କର
ବିଷୟା ବିଷରେ ସଂସାରୀଟିଏ ମୋହ ଗଲେ
ଛନ୍ଦାପାଦ ମଣି ସେବାକର ଢାଳି ପ୍ରେମ ନିର
ଦାସ ଦୋଷ ନ ଧରିବ ହେ ଗୋବିନ୍ଦ
ଦାସ ଦୋଷ ନ ଧରିବ ହେ ଗୋବିନ୍ଦ
ଛନ୍ଦା ଚରଣରେ ଲୋଡ଼ିଲି ମୁଁ ଆଶ୍ରା
ତ୍ରାହି ତ୍ରାହି ତ୍ୱମ ଅଚ୍ୟୁତ ଜନାର୍ଦ୍ଦନ
ସକଳ ବିକାର କରନ୍ତି କ୍ରୋଧ ବର୍ଷା
କଷଣ ଦେଖିଣ କେବେ ପାଷାଣ ନ ହେବୁ
କଷଣ ଦେଖିଣ କେବେ ପାଷାଣ ନ ହେବୁ
ତୁହି ପରା ପାଣ୍ଡବଙ୍କ ଆତ୍ମା ସଖା ଶ୍ରୀହରି
ରବି ଶଶୀ ବେନି ଅପଲକ ଉଦାର ଡୋଳା
ଅତି ପାଶରେ ଛନ୍ଦା ପଦାକୁ ନ ପାରେ ଧରି
ଯାହାଙ୍କର ପତ୍ନୀ ତୁହି ମାଆ
ଯାହାଙ୍କର ପତ୍ନୀ ତୁହି ମାଆ ଗୋ ମହାଲକ୍ଷ୍ମୀ
ସେହି ମୋହର ଜୀବ ଜୀବନ ଓଁ ନାରାୟଣ
ଯେଉଁ ପାଦକୁ ସେବୁ ଅତିବ ସମ୍ଭମରେ ସଦା
ଥରୁଟେ ଛୁଆଁଇ ଦିଅନ୍ତୁ ପିଣ୍ଡ ଲଭନ୍ତା କାରଣ
କୋଣ ଅନୁକୋଣରେ କେବଳ ଓଁ ହରି ନାରାୟଣ
କୋଣ ଅନୁକୋଣରେ କେବଳ ଓଁ ହରି ନାରାୟଣ
ଚିନ୍ତିଣ ହୃଦୟ ପଦ୍ମରେ ମନ ଦେହ ବଚନ ଉନ୍ମାଦ
ଚକାଡୋଳାରେ ଠାରିଦେଲେ ସରୋଜ ଲୋଚନ
ଲାଭ କରି ସ୍ବପ୍ନ ଦର୍ଶନ ଉପଶମ ସକଳ ବିଷାଦ
ତୁହି ଚାରିବେଦ ଉଦ୍ଧାରନ୍ତା ହେ ଦାରୁବ୍ରହ୍ମ
ତୁହି ଚାରିବେଦ ଉଦ୍ଧାରନ୍ତା ହେ ଦାରୁବ୍ରହ୍ମ
ତୋହରି କୃପା ମୋହର ସକଳ ପୌରୁଷ
ତୁହି କୃଷ୍ଣ ଛନ୍ଦାପାଦରେ ଦିଅ ହେ ଶରଣ
ବୈଷ୍ଣବ ଜନ ପାଦ ସେବିଣ ସରୁ ଆୟୁଷ
Friday, May 30, 2025
ମୋର ବେନି ଦୁଇ ଖୋଲିଲେ ଘୋର ମାୟା
ମୋର ବେନି ଦୁଇ ଖୋଲିଲେ ଘୋର ମାୟା
ଅନବରତ କର୍ଣ୍ଣରେ କେବଳ ମିଥ୍ୟା ପ୍ରତିଶ୍ରୁତି
ମୋର ମନ ମଜିଅଛି ଦେହ ଇନ୍ଦ୍ରିୟ ସାଙ୍ଗରେ
ଛନ୍ଦା ପୟରେ ଶରଣ ଦିଅ ହେ କମଳା ପତି
ହୋଇଥାଉ ଉଗ୍ରସେନ ପୁତ୍ର କଂସ
ହୋଇଥାଉ ଉଗ୍ରସେନ ପୁତ୍ର କଂସ
ହେଉ ବିଭୀଷଣର ଭ୍ରାତା ରାବଣ
ହେଉଥାଉ ହିରଣ୍ୟକଶିପୁ ନିର୍ଦ୍ଦୟ
ବୈଷ୍ଣବର କି କରେ କାଳ ସଞ୍ଚାଣ
ଯାହା ଅନ୍ତରେ ଭକ୍ତି ଦେଇଛୁ ମାଆ ଗୋ
ଯାହା ଅନ୍ତରେ ଭକ୍ତି ଦେଇଛୁ ମାଆ ଗୋ
ତୋ ପଦ୍ମ ପାଦରେ ମାଆ ପିନ୍ଧାଏ ପାଉଁଜି
ମୁହିଁ ମହା ପାପୀ ଭକ୍ତିରେ ଅତି ଅରକ୍ଷିତ
ପଣତ ଛାଇ ଲାଗି ଯାଏ ଚରଣେ ଆଉଜି
ନୟନ ବୁଜିଲେ ମୁନୀ ମାନସ
ନୟନ ବୁଜିଲେ ମୁନୀ ମାନସ ସୁନ୍ଦର ମଧୁର ମୋହନ ମୁରଲୀ
ନୟନ ଖୋଲିଲେ ରବି ସୁଧାକର ସରୋଜ ବଦନ ଚକାଡୋଳା
ହୃଦୟ ପଦ୍ମ କେଶର ପରେ ସୁସ୍ଥିର କମଳା ସେବିତ ଛନ୍ଦାପାଦ
ଘନଶ୍ୟାମ ପୀତବସନ ବନମାଳୀ ଶିରେ ଶିଖି ପୂଛ କାଳିଦଳା
Thursday, May 29, 2025
କିବା ଆଉ ଶରଣ ଯିବି ତୋର ହେ ଗୋବିନ୍ଦ
କିବା ଆଉ ଶରଣ ଯିବି ତୋର ହେ ଗୋବିନ୍ଦ
ପିଣ୍ଡ ଆଉ ପିଣ୍ଡରେ ପରାଣ ଦୁଇଟି ତୋହର
ଜୀବନ ଥାଉଁ ଥାଉଁ ଥରେ ଆଖିରେ ଦେଖନ୍ତି
ପତିତପାବନଙ୍କ ଲାଗନ୍ତାକି କରୁଣା ମୋହର
ବୈଷ୍ଣବ ପ୍ରହଲ୍ଲାଦ କହେ ବିଷ୍ଣୁ ସବୁଠି
ବୈଷ୍ଣବ ପ୍ରହଲ୍ଲାଦ କହେ ବିଷ୍ଣୁ ସବୁଠି
ମୁହିଁ ମୁଢ ଅଜ୍ଞାନୀ କାହିଁ ଦେଖିଲି ନାହିଁ
ଅପଲକ ଆଖି ଠାରି ଥରେ ନ ଡାକିଲା
ମୁହିଁ ହେତୁ ହେବା ଦିନରୁ ରହିଛି ଚାହିଁ
ତୋର ଉଦାର ପଣ କାହାକୁ ଅଜଣା
ତୋର ଉଦାର ପଣ କାହାକୁ ଅଜଣା
ହେ ଗୋବିନ୍ଦ କରୁ ଯାହା ଉଠା ପକା
ପାର୍ଥ ରଥ ସାରଥୀ ତୁହି ହୋଇଥିଲୁ
ଆହାଃ କିଏ ନ ଜାଣେ ତୁ ଗିରିଟେକା
ସଭିଁଙ୍କ ସାଥିରେ ମୁହିଁ ବି ଚାଲୁଅଛି
ସଭିଁଙ୍କ ସାଥିରେ ମୁହିଁ ବି ଚାଲୁଅଛି
ହୃଦୟ ରହିଗଲା ତୋହରି ଠାରେ
ସତେ କି ମୋ ଏଡ଼େ ଭାଗ୍ୟ ହେବ
ମୋହନ ବଂଶୀ ଡାକିଦେବ ଥରେ
ମୋତେ କରିଲେ ମାୟାରେ ଆଚ୍ଛନ୍ନ
ମୋତେ କରିଲେ ମାୟାରେ ଆଚ୍ଛନ୍ନ
ହେ ଗୋବିନ୍ଦ ସେବକ କାହୁଁ ପାଇବୁ
ମୁହିଁ ହେଲେ ଇନ୍ଦ୍ରିୟମାନଙ୍କର ଦାସ
ହେ ଅଧାଗଢ଼ା ତୁ ଉପାସରେ ରହିବୁ
ଯିଏ ସଦା ଚିନ୍ତା କରେ ବଂଶୀ ବଦନଙ୍କୁ
ଯିଏ ସଦା ଚିନ୍ତା କରେ ବଂଶୀ ବଦନଙ୍କୁ
ତାକୁ ଏହି ସଂସାର ବୋଝ ଭାରି ହାଲୁକା
କୃଷ୍ଣ ନାମ କୃଷ୍ଣ ଲୀଳା କୃଷ୍ଣ ରୂପ ଅମୃତ
ବିନା ପରିଶ୍ରମର ଧନକୁ ମଣେ ବାଲୁକା
ଏଡିକି ଦୁର୍ବୋଧ ତୋର ମାୟା ହେ ଗୋବିନ୍ଦ
ଏଡିକି ଦୁର୍ବୋଧ ତୋର ମାୟା ହେ ଗୋବିନ୍ଦ
ଏହି ସଂସାରେ ବୁଝିବାକୁ ଅଛଇ କିଏ ସମର୍ଥ
ତୋର ନାମ ରୂପ ଲୀଳା ସ୍ମରଣେ ଦିନ ଯାଉ
ଏହି ମହାପତିତ ବୁଝେ ଏହି ଜୀବନର ଅର୍ଥ
କଦମ୍ବ ମୂଳକୁ ତୁହି ଚାହାଁନାରେ
କଦମ୍ବ ମୂଳକୁ ତୁହି ଚାହାଁନାରେ କଦମ୍ବ ମୂଳକୁ ତୁହି ଚାହାଁନାରେ
ଆହାଃ କିଵା ସେହି ଅପୂର୍ବ ମାଧୁରୀ ଶ୍ୟାମସୁନ୍ଦର ମୋହନ ବଂଶୀ
ଧର୍ମ ଅର୍ଥ କାମ ମୋକ୍ଷ ତୋ ସକଳ ଅର୍ଜନ ହୋଇବଟି ଅକାରଣ
ଚିତ୍ତ କିଣିବ କମଳା ସେବିତ ପାଦକୁ ହୃଦୟକୁ ବିକି ପ୍ରାଣ ହଂସୀ
ସୁଭଦ୍ରା ପତି ହସ୍ତରେ ଅର୍ପଣ କଲ
ସୁଭଦ୍ରା ପତି ହସ୍ତରେ ଅର୍ପଣ କଲ ହେ ଶ୍ରୀହରି ଶ୍ରୀମଦଭାଗବତ
ପଦ୍ମାବତୀ ପତି ହସ୍ତରେ ସମର୍ପିଲ ହେ ଶ୍ରୀହରି ଶ୍ରୀଗୀତଗୋବିନ୍ଦ
ପରୀକ୍ଷିତ ସୁତ ହସ୍ତରେ ଅର୍ପଣକଲ ହେ ଶ୍ରୀହରି ଜୈମିନି ଭାରତ
ଏହି ପତିତ ହୃଦୟ ପଦ୍ମରେ ଥୋଇଲ କମଳା ସେବିତ ଛନ୍ଦାପାଦ
ପ୍ରାଚୀ ଆକାଶରେ ବାଳ ଅରୁଣ ଅତିବ ପ୍ରସନ୍ନ
ପ୍ରାଚୀ ଆକାଶରେ ବାଳ ଅରୁଣ ଅତିବ ପ୍ରସନ୍ନ
ଏହା ବ୍ରହ୍ମ ମୁହୂର୍ତ୍ତ ମହା ମଙ୍ଗଳ ଉତ୍ସବ ବେଳା
ଧରାରେ ଯୋନିରେ ମଣିଷ ଜନ୍ମ ଅତି ଦୁର୍ଲଭ
ଚିନ୍ତେ ହୃଦ ପଦ୍ମରେ ଚତୁର୍ଦ୍ଧା ପୃଥ୍ୱୀ ପୁଣ୍ୟଖଳା
ବାମରେ ଦୁଗ୍ଧ ଧବଳ ହଳଧର ବଳଦେବ
ବାମରେ ଦୁଗ୍ଧ ଧବଳ ହଳଧର ବଳଦେବ
ଦକ୍ଷିଣରେ ଘନ ଶ୍ୟାମ ଚକ୍ରଧର ଗୋବିନ୍ଦ
ଉଭୟ ମଧ୍ୟେ ହଳଦୀ ମୁଖି ମଙ୍ଗଳା ଭଦ୍ରା
ଏ ସୁପ୍ରଭାତରେ ସ୍ମରାମି ଚତୁର୍ଦ୍ଧା ବ୍ରହ୍ମାନନ୍ଦ
Wednesday, May 28, 2025
ଓଁ ଶ୍ରୀ ସାଇରାମ ତୁମ୍ଭର
ଓଁ ଶ୍ରୀ ସାଇରାମ ତୁମ୍ଭର ବଚନ ଅମୃତ ଓଁ ଶ୍ରୀ ସାଇରାମ
ଅମୃତେ ଉଚ୍ଛୁଳେ ହୃଦ ଯେବେ ତୁମ୍ଭେ ଉଚ୍ଚାର ରାମ ରାମ
ଓଁ ଶ୍ରୀ ସାଇରାମ ତୁମ୍ଭର ବଚନ ଅମୃତ ଓଁ ଶ୍ରୀ ସାଇରାମ
ଯେ ଶୁଣିଛି ଅବଶ୍ୟ କହିବ ସନ୍ତାପିତକୁ କେଡେ ଆରାମ
ମୋର ମନ ଭ୍ରମର ଥରେ ପ୍ରାଣଭରି ଚୂମ
ମୋର ମନ ଭ୍ରମର ଥରେ ପ୍ରାଣଭରି ଚୂମ
ଗୋବିନ୍ଦ ଛନ୍ଦା ଚରଣ ପ୍ରସ୍ପୁଟିତ ସରୋଜ
ଆହାଃ ତୁହି କିମ୍ପାଇଁ ଘୁରୁ ଅଖିଳ ସଂସାର
ସଦା ହୃଦୟ କମଳ କେଶରରେ ବିରାଜ
ଭୁତ ସାଥିରେ ବାସ ଭୁତ ସାଥିରେ ରାସ
ଭୁତ ସାଥିରେ ବାସ ଭୁତ ସାଥିରେ ରାସ
ଅନ୍ତ ନିବାସ ମୋର ପାଞ୍ଚ ଭୁତଙ୍କ ସଦନ
ନିସ୍କାମ ଫଳ କେଉଁଠୁ ପାଇବ ଏ ପତିତ
ଭୁଞ୍ଜି ପୂତ ହେବ ଦେଖିବ ବଂଶୀ ବଦନ
ଯେମନ୍ତ ଆଚରଣରେ ତୁହି ସନ୍ତୋଷ
ଯେମନ୍ତ ଆଚରଣରେ ତୁହି ସନ୍ତୋଷ ହେ ମାଧବ
କୋଟିଏ ଜନ୍ମରେ ସାଧି ନ ପାରିବି ହେ ଗୋବିନ୍ଦ
ଏମନ୍ତ ଏହି ପତିତକୁ କୃପାକର ହେ ଚକାଡୋଳା
କୋଟି ଆନନ୍ଦ ଲଭୁଥିବି ଚିନ୍ତିଣ ତୁମ୍ଭ ଛନ୍ଦାପାଦ
ଆତ୍ମାନନ୍ଦ ବ୍ରହ୍ମାନନ୍ଦ ସଦାନନ୍ଦ ତୁମ୍ଭ ସ୍ଵଭାଵ
ଆତ୍ମାନନ୍ଦ ବ୍ରହ୍ମାନନ୍ଦ ସଦାନନ୍ଦ ତୁମ୍ଭ ସ୍ଵଭାଵ
କମଳାର ହସ୍ତ ପ୍ରସ୍ତୁତ ଅନ୍ନ ବ୍ୟଞ୍ଜନ ଅବଢ଼ା
ସତ୍ୟ ଧର୍ମ ଶାନ୍ତି ଦୟା କ୍ଷମା ପ୍ରେମ ଅହିଂସା
ଯେଉଁ ହୃଦରେ ସଦା ଶାନ୍ତାକାର ଅଧାଗଢା
Tuesday, May 27, 2025
ବୈଷ୍ଣବମାନଙ୍କର ଦୁଆରେ ପଡି ପଡି
ବୈଷ୍ଣବମାନଙ୍କର ଦୁଆରେ ପଡି ପଡି
ହେ ଗୋବିନ୍ଦ ମୋର ବାକି ଦିନ ଯାଉ
ତୋ ଲୀଳା ଶ୍ରବଣ ମୋତେଟି ଅମୃତ
ଆରତୀ ବେଳରେ ଶ୍ରୀମୁଖ ଦିଶୁଥାଉ
ସକାଳର ସମର୍ପିତ ସକଳ ପୂଜା ନୈବେଦ୍ୟ
ସକାଳର ସମର୍ପିତ ସକଳ ପୂଜା ନୈବେଦ୍ୟ
ସଞ୍ଜ ନଇଁଲେ ଅଗଣା ଅଳିଆ ଗଦାକୁ ଯାଏ
ଅଷ୍ଟାଙ୍ଗ ଯୋଗ କକ୍ଷରେ ନାମ ଲେଖି ନାହିଁ
ନିଷ୍କାମ ଫଳ ବିନା କୃଷ୍ଣଙ୍କ ମନକୁ ନ ପାଏ
ଯଦି ଏହି ଦୁଇ ଚକ୍ଷୁ ଦେଖିଥାନ୍ତେ
ଯଦି ଏହି ଦୁଇ ଚକ୍ଷୁ ଦେଖିଥାନ୍ତେ ମୁରଲୀ ମୋହନ
ମୋତେ କେବେ ବାନ୍ଧି ପାରନ୍ତା ନାହିଁ ସଂସାର ମାୟା
ଯଦି ଏହି ଦୁଇ କର୍ଣ୍ଣ ଶୁଣିଥାନ୍ତେ ସୁଧା ମୁରଲୀ ସ୍ବନ
ଥଟ୍ଟା ତମାସାରେ ମଜ୍ଜି ନ ରୁହନ୍ତା ମୋ ଏହି କାୟା
ଯଦି ମୋର ମନ ସ୍ଥିର ରହୁଥାନ୍ତା ଛନ୍ଦା ପାଦରେ
ମୋର ଏହି ଶରୀର କାହିଁକି ଧାଆନ୍ତା ଗଙ୍ଗା ଗୟା
ଯଦି ମୋର ହୃଦୟ ପଦ୍ମରେ ବସିଥାନ୍ତେ ଗୋବିନ୍ଦ
ଚରଣରେ ସ୍ଥାନ ଦେଇଥାନ୍ତେ ଅବଶ୍ୟ ମହାମାୟା
ମୁହିଁ ସ୍ୱାଧୀନ ନୁହେଁ ମୋହର ସାଧନା ନାହିଁ
ମୁହିଁ ସ୍ୱାଧୀନ ନୁହେଁ ମୋହର ସାଧନା ନାହିଁ
ହେ ଗୋବିନ୍ଦ ପାଇବାକୁ ଆପଣା ପରିଚୟ
ଟିକେ ପଥ କହିଥିଲେ ତୁମକୁ ଭେଟିଥାନ୍ତି
ହେ କୃପାନିଧି ଜୀବନ ହୋଇଲା ଅପଚୟ
ଆଖି ବନ୍ଦ କରି ଦେବ ଦେବ ମହାଦେବ ସଦା ଜପନ୍ତି
ଆଖି ବନ୍ଦ କରି ଦେବ ଦେବ ମହାଦେବ ସଦା ଜପନ୍ତି
ଓଁ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ
ଅଶୋକ ତରୁ ଡାଳରେ ଶ୍ରୀରାମ ଦାସ ମାରୁତି ଜପେ
ଆହାଃ ଜାନକୀ ନାଥ ତୋ ନାମ ଜପ କେଡେ ଆରାମ
ଅତି ପ୍ରାଣସ୍ପର୍ଶୀ କଳା ମୁଗୁନି ପ୍ରସ୍ତର ଶ୍ରୀଗୋବିନ୍ଦ ବିଗ୍ରହ
ଅତି ପ୍ରାଣସ୍ପର୍ଶୀ କଳା ମୁଗୁନି ପ୍ରସ୍ତର ଶ୍ରୀଗୋବିନ୍ଦ ବିଗ୍ରହ
ଅଧରରେ ମୋହନ ବଂଶୀ ଶିରେ ଶିଖି ପୂଛ ପୀତବାସ
ଅତି ପ୍ରାଣସ୍ପର୍ଶୀ କୃଷ୍ଣ ନାମ କୃଷ୍ଣ ଲୀଳା କୃଷ୍ଣ ସଙ୍କୀର୍ତ୍ତନ
ଛନ୍ଦା ପାଦରେ ତ୍ରିବେଣୀ ଗଳାରେ ବନମାଳା ସ୍ମିତହସ
Monday, May 26, 2025
ତୁମେ ବନ୍ଧୁ ସାଇ ତୁମେ ସଖା
ତୁମେ ବନ୍ଧୁ ସାଇ ତୁମେ ସଖା
ଓଁ ଶ୍ରୀ ସାଇରାମ ଶୁଭ ବାର୍ତ୍ତା
ତୁମେ ପିତା ସାଇ ତୁମେ ମାତା
ଓଁ ଶ୍ରୀ ସାଇରାମ ବିପଦ ହର୍ତ୍ତା
ହରି ହରି ହରି ବୋଲ ମୋର ମନରେ
ହରି ହରି ହରି ବୋଲ ମୋର ମନରେ
ହରି ନାମ ସୁଧା ବୋଲ ବୋଲ ବୋଲ
ଗରୁଡ ପଛେ ଦେଖିବା କଳା ଗୋବିନ୍ଦ
ସଂସାର ଚିନ୍ତା ଏଡି ସହଳ ସହଳ ଚାଲ
ନାରାୟଣ ଅଣାକ୍ଷର ବିନ୍ଦୁ
ନାରାୟଣ ଅଣାକ୍ଷର ବିନ୍ଦୁ ରେଖା ଅକ୍ଷର ଅଣଚାଷ
ଅନୁସାର ବିସର୍ଗ ଚନ୍ଦ୍ର ବିନ୍ଦୁ ହଳନ୍ତ ଶବ୍ଦ ନାରାୟଣ
ନାରୟଣ ଛାନ୍ଦ ରାଗ ତାଳ ଲୟ ସ୍ୱର ଗଦ୍ୟ ପଦ୍ୟ
ଚାରି ବେଦ ବୀଣା ଧ୍ୱନି ମୁରଲୀ ସ୍ଵନ ଛନ୍ଦା ଚରଣ
ତୁମ୍ଭେ ବିଶ୍ୱ ଜମିଦାର ହେ ଚକାଡୋଳା
ତୁମ୍ଭେ ବିଶ୍ୱ ଜମିଦାର ହେ ଚକାଡୋଳା
ଏହି ଦୀନ ହୀନ ତୋ କ୍ଷେତ ମଜୁରିଆ
ତୁମ୍ଭ ପଦ୍ମ କର ଉପରେ ହେ ମହାବାହୁ
ଛନ୍ଦାପାଦରେ ହାତ ପାତିଛି ନିଜୋରିଆ
ଯେତେ ଅତିଥି ମୋ ଗୃହକୁ ଆସିଲେ
ଯେତେ ଅତିଥି ମୋ ଗୃହକୁ ଆସିଲେ
ହୃଦୟ ଭାବେ ଦାତା ଏକା ନାରାୟଣ
ସବୁ ଦାତାମାନେ ସମୂଳ ସୁଧ ଚାହାଁନ୍ତି
ନାରାୟଣଙ୍କୁ ଶୁଝିବାକୁ ପଡ଼େନି ଋଣ
ହୃଦୟକୁ ଗୋବିନ୍ଦଙ୍କୁ ବିକିଦେଲେ
ହୃଦୟକୁ ସମ୍ପୂର୍ଣ୍ଣ ଗୋବିନ୍ଦଙ୍କୁ ବିକିଦେଲେ
କରନ୍ତି ବହୁ ପରୀକ୍ଷା ଦିଅନ୍ତି ବହୁତ ଦୁଃଖ
ହେଲେ ଅତିଶୟ ଆକୁଳ ବିକଳ ଅନ୍ତର
ମୃଦ୍ୟୁ ମୃଦ୍ୟୁ ହସି ଦିଅନ୍ତି ବ୍ରହ୍ମାନନ୍ଦ ସୁଖ
ସିଂହାସନରେ ଏମିତି ପୁଷ୍ପ ସବୁ ରଖିଲେ
ସିଂହାସନରେ ଏମିତି ପୁଷ୍ପ ସବୁ ରଖିଲେ
ଜଗତଜୀବନ ଗୋବିନ୍ଦ ବସିବେ କେଉଁଠି
ଆଉ ଏମିତି ମନ ଦେଲେ ଜଗତ ନାଥଙ୍କୁ
କେମିତି ସମ୍ପୂର୍ଣ୍ଣ ହେବ ସକଳ ଘର ପାଇଟି
ଆହାଃ ମୁହିଁ କେଡେ ମୂଢ଼ ସଂସାରୀ
ଆହାଃ ମୁହିଁ କେଡେ ମୂଢ଼ ସଂସାରୀ ଫେରି କରେ ଷଡ ବିକାର
ବିଷ୍ଣୁ କୃପାରେ ମୂଢ଼ ବୈଷ୍ଣବ ଓଳିରେ ଆଶା ଗଣ୍ଠୁଲି ଥୋଇଲା
ଜୀବନ ସଞ୍ଜରେ ମୂଢ଼େ ଗୋବିନ୍ଦ ଆରତି ଦର୍ଶନ କୃପା କଲେ
ଛନ୍ଦାପାଦ ପୀତବାସ ବନମାଳୀ ବଂଶୀ ବଦନ ଚିତ୍ତ ମୋହିଲା
Subscribe to:
Posts (Atom)
















































