Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Monday, August 31, 2026
ସନ୍ତାନ ସୁଖ ଲାଗି ସର୍ବସ୍ବ ତେଜୁ
ସନ୍ତାନ ସୁଖ ଲାଗି ସର୍ବସ୍ବ ତେଜୁ ମାଆ
ମାଆ ସନ୍ତାନ ସୁଖ ଲାଗି ଲୁହରେ ଭିଜୁ
ସନ୍ତାନ ସୁଖ ଲାଗି ତୁହି ମା ସାନ୍ୟାସିନୀ
ହୋଇଣ ହରେ କୃଷ୍ଣ ହରେ ରାମ ଭଜୁ
ଜଗନ୍ନାଥଙ୍କର ଗୋଟିଏ ଡୋଳା ମାଆ
ଜଗନ୍ନାଥଙ୍କର ଗୋଟିଏ ଡୋଳା ମାଆ
ଜଗନ୍ନାଥଙ୍କର ଗୋଟିଏ ଡୋଳା ବାପା
ଚକାଡୋଳାଙ୍କୁ ଚାହିଁଲେ ଆତ୍ମା ଭରେ
ଛନ୍ଦା ଚରଣର ସ୍ପର୍ଶ ରୋମାଞ୍ଚ ଅମପା
ଅନାଥିନି ରାଧିକାକୁ ସାଥିରେ ଦ୍ୱାରିକାକୁ ନେଇଥିଲେ
ଅନାଥିନି ରାଧିକାକୁ ସାଥିରେ ଦ୍ୱାରିକାକୁ ନେଇଥିଲେ
ରୁକ୍ମଣୀଙ୍କ ଚରଣ ଦାସୀ ହୋଇ ରାଧା କାଟିଥାନ୍ତି ଦିନ
କୃଷ୍ଣ ରାଧିକା ହୃଦୟ କମଳର ପ୍ରଥମ ଶେଷ ଭ୍ରମର
ଝୁରି ମଲା ରାଧା ଆତ୍ମା ଜଳ ବିହୁନେ ଯେସନେ ମୀନ
ହେ ଜଗନ୍ନାଥ ତୁମ୍ଭରି ଚକାଆଖିରେ ମନ ରହିଗଲା
ହେ ଜଗନ୍ନାଥ ତୁମ୍ଭରି ଚକାଆଖିରେ ମନ ରହିଗଲା
ହେ ବ୍ରହ୍ମଦାରୁ ଆତ୍ମା ରହିଗଲା ତୁମ୍ଭ ଛନ୍ଦା ପାଦରେ
ଅଶରଣ ଶରଣ ପଞ୍ଜର ପତିତପାବନ ଅର୍ଜୁନ ସଖା
ପ୍ରତ୍ୟକ୍ଷରେ ନ ହେଉ ଦର୍ଶନ ଦିଅ ଥରେ ନିଦରେ
ଭକ୍ତକୁ ବିପଦ ପଡିଲେ ଭୁଜ ବଢ଼ାଇ ଦିଅ
ଭକ୍ତକୁ ବିପଦ ପଡିଲେ ଭୁଜ ବଢ଼ାଇ ଦିଅ
ଶ୍ରୀକ୍ଷେତ୍ର ଗଲେ କଥା ପଦୁଟେ କୁହ ନାହିଁ
ମହାଲକ୍ଷ୍ମୀଙ୍କର ହାତ ରନ୍ଧାରେ ମନ ଶାନ୍ତି
ଆତ୍ମା କାନ୍ଦୁଛି ଛନ୍ଦା ପାଦକୁ ଥାଆନ୍ତା ଛୁଇଁ
ଯେତେ ଯାହା ସବୁ କୁକର୍ମ କଲା ଏହି ମହା ପାତକୀ
ଯେତେ ଯାହା ସବୁ କୁକର୍ମ କଲା ଏହି ମହା ପାତକୀ
ମୁକ୍ତି ଲାଗି ଅଧାଗଢା ଅପଲକ ଜଗା ସୁଭଦ୍ରା ବଳିଆ
ଗରୁଡ ପଛରେ ବେନି ଭୂଜ ଟେକି ହରି ବୋଲ ଦେଲି
ତ୍ରାହି ବଳଭଦ୍ର ତ୍ରାହି ସୁଭଦ୍ରା ତ୍ରାହି ମୋ ଗଳା ମାଳିଆ
ହେ ଜଗନ୍ନାଥ ତୁମ୍ଭରି
ହେ ଜଗନ୍ନାଥ ତୁମ୍ଭରି ଚକାଆଖିରେ ମନ ରହିଗଲା
ହେ ବ୍ରହ୍ମଦାରୁ ଆତ୍ମା ରହିଗଲା ତୁମ୍ଭ ଛନ୍ଦା ପାଦରେ
ଅଶରଣ ଶରଣ ପଞ୍ଜର ପତିତପାବନ ଅର୍ଜୁନ ସଖା
ପ୍ରତ୍ୟକ୍ଷରେ ନ ହେଉ ଦର୍ଶନ ଦିଅ ଥରେ ନିଦରେ
ମୋର ଦୁଇ ଆଖିରେ ପିନ୍ଧିଲି
ମୋର ଦୁଇ ଆଖିରେ ପିନ୍ଧିଲି ଦୁଇ ଚକାଡ଼ୋଳା ଚଷମା
ଯେଣେ ଚାହେଁ ତେଣେ କେବଳ ଦିଶଇ ବଡଦାଣ୍ଡ ବାଲି
ବାଇଶି ପାହାଚକୁ କଲି ମୋର ଶିରରେ ଶ୍ରୀରାମ କଠଉ
ଗରୁଡ ପଛରୁ ଉର୍ଦ୍ଧ୍ୱ ବାହୁ ଆତ୍ମା ଡାକେ ହରି ହରି ବୋଲି
ବ୍ରହ୍ମଦାରୁ ପ୍ରଭାତର ନିର୍ମଳ ସୁଶୀତଳ ବାୟୁ
ବ୍ରହ୍ମଦାରୁ ପ୍ରଭାତର ନିର୍ମଳ ସୁଶୀତଳ ବାୟୁ
ଶ୍ରୀଜଗନ୍ନାଥ ଉଷା ଆକାଶରେ ବାଳ ଅରୁଣ
ଚକାଡୋଳା ପ୍ରଭାତ କୂକୂଟର ଗାୟତ୍ରୀ ମନ୍ତ୍ର
ସିଂହଦ୍ୱାର ଫିଟା ନୀତି ପାଇଁ ଚଞ୍ଚଳ ଚରଣ
🪔🪔🪔
Sunday, August 30, 2026
ତୁମ୍ଭ ଚକାଡୋଳା ନିଷ୍କାମ ପ୍ରେମର ଅଥଳ ସାଗର
ତୁମ୍ଭ ଚକାଡୋଳା ନିଷ୍କାମ ପ୍ରେମର ଅଥଳ ସାଗର
ଭକତ ଜ୍ଞାନୀ ଯୋଗୀ ସନ୍ୟାସୀଙ୍କର ନ ପାଏ କାତ
ନାଵ ଛାଡ଼ି ସକଳେ ଦରିଆ କୂଳେ ଆରତି ବାଢ଼ନ୍ତି
ସ୍ୱୟଂ କମଳା ବକ୍ଷ ତେଜି ପାନକଲେ ଚରଣାମୃତ
ଯଦି ନ ଫେରିବାର ଜାଣିଥିଲ
ଯଦି ନ ଫେରିବାର ଜାଣିଥିଲ ହେ ତ୍ରିକାଳ ଦର୍ଶୀ ଯୋଗ ନିଦ୍ରା
ହେ ଗୋବିନ୍ଦ ଚରଣ ଦାସୀ ରାଧାକୁ ନ ନେଲ ଅକ୍ରୁର ରଥରେ
ଆତ୍ମାକୁ ତେଜିଲେ ଦେହ ଜଳ ବିହୁନେ ମୀନ ବାୟୁ ବିନା ପ୍ରାଣ
ନିରନ୍ତର ଖୋଜି ବୁଲୁଥାଏ ଛନ୍ଦା ଚରଣକୁ ଭାଗବତ ପୋଥିରେ
ଦଶାନନ ଅନ୍ତ ନିମନ୍ତେ ଶ୍ରୀରାଧା ଜାନକୀ
ଦଶାନନ ଅନ୍ତ ନିମନ୍ତେ ଶ୍ରୀରାଧା ଜାନକୀ
ଭୁଜଙ୍ଗ ଶୟନ ଶାନ୍ତକାର ବିଷ୍ଣୁ ଶ୍ରୀରାମ
ଷଢ଼ ବିକାର ଅନ୍ତ ନିମନ୍ତେ କୃଷ୍ଣ ବ୍ରହ୍ମଦାରୁ
ସୂର୍ଯ୍ୟ ଶଶୀ ଚକାଡୋଳା ନିଷ୍କାମ ପ୍ରେମ
ମୋର ଆତ୍ମା ଶାରୀ
ମୋର ଆତ୍ମା ଶାରୀ ଲୋ ଶ୍ୟାମସୁନ୍ଦରଙ୍କୁ ଏଡ଼େ ଝୁରି ମରୁ କାହିଁକି
ଜାନକୀ ତେଜିଲା ରାଧା ଝୁରିମଲା ଲକ୍ଷ୍ମୀଙ୍କୁ ତଡିଲା ଶୁଣି ନାହୁଁକି
ଇନ୍ଦ୍ରିୟ ବିକାରଙ୍କୁ ପରାଜୟ କରି ଚଢିକି ପାରିବୁ ବାଇଶି ପାହାଚ
ଚାରି ଯୁଗ ଅପେକ୍ଷା କରିଛନ୍ତି ବ୍ରହ୍ମା ଛନ୍ଦା ଚରଣ ପୂଜିବା ପାଇଁକି
ଜଗନ୍ନାଥଙ୍କର ଅପଲକ ଚକାଡୋଳା ଯୋଡିକ
ଜଗନ୍ନାଥଙ୍କର ଅପଲକ ଚକାଡୋଳା ଯୋଡିକ
ରାମର ହାତ ଯୋଡିକ ଆଉ ଗୋଡ଼ ଯୋଡିକ
ମହାବାହୁଙ୍କର ବାହୁତଳେ ବସିବାକୁ ମିଳିଲେ
ଆତ୍ମା ଗୁନ୍ଥି ପକାଏ ଚାରି ପାଖୁଡା ଭାବ ଗୁଡିକ
ବିଷ୍ଣୁଙ୍କର ହୃଦୟରେ ସଦା ସର୍ବଦା ମାଆ ମହାଲକ୍ଷ୍ମୀ
ବିଷ୍ଣୁଙ୍କର ହୃଦୟରେ ସଦା ସର୍ବଦା ମାଆ ମହାଲକ୍ଷ୍ମୀ
ଉଚ୍ଚ ହରି ବୋଲ ହୁଳ ହୁଳିରେ ଅତୁଟ ସାତ ଫେର
ଲକ୍ଷ୍ମୀ ନାରାୟଣ ଏକ ଅଙ୍ଗ ଅଭେଦ୍ୟ ଚକାଡୋଳା
ଇନ୍ଦ୍ରିୟ ବିକାର ତେଜିଲେ ଲାଗିବ ଶ୍ରୀକ୍ଷେତ୍ର ଡୋର
ତୁମ୍ଭ ବେନି ଚକାଡୋଳାର କି ଦେବି ଉପମା
ତୁମ୍ଭ ବେନି ଚକାଡୋଳାର କି ଦେବି ଉପମା
ଗୋଟିଏ ବାପା ହେଲେ ଆଉ ଗୋଟିଏ ମାଆ
ନବଧା ଭକ୍ତିରେ ଭିଡି ବାନ୍ଧିଛୁ ସାରା ସଂସାର
ରାମ ଶାରୀ କଣ୍ଠରେ କୃଷ୍ଣ କୃଷ୍ଣ ଭଜେ ଶୁଆ
🪔🪔🪔
ଜ୍ଞାନୀ ମାନୀଙ୍କର ସାଙ୍ଗରେ ବସିଲେ ହୋଇବୁ ଗୁଣିଆ
ଜ୍ଞାନୀ ମାନୀଙ୍କର ସାଙ୍ଗରେ ବସିଲେ ହୋଇବୁ ଗୁଣିଆ
ଶ୍ରୀଜଗନ୍ନାଥଙ୍କୁ ହୃଦୟରେ ଥୋଇଲେ ହୋଇବୁ ନିର୍ଗୁଣ
ଇନ୍ଦ୍ରିୟ ବିକାରଙ୍କର ସଙ୍ଗ ତେଜିଲେ ହୋଇବୁ ବୈଷ୍ଣବ
ଆତ୍ମା ଛୁଇଁବ ବାସୁଦେବ ବ୍ରହ୍ମଦାରୁଙ୍କର ଅଭୟ ଚରଣ
🪔🪔🪔
Saturday, August 29, 2026
ଚାରିଟି ଦ୍ୱାର ଶ୍ରୀପୁରୁଷୋତ୍ତମ
ଚାରିଟି ଦ୍ୱାର ଶ୍ରୀପୁରୁଷୋତ୍ତମ ରାମେଶ୍ୱର ବଦ୍ରୀନାଥ ଦ୍ୱାରିକା
ବ୍ରହ୍ମାଣ୍ଡ ଆଦି ଅନାଦି ଓଁକାର ନୀଳକନ୍ଦର ବାସୁଦେବ ବ୍ରହ୍ମଦାରୁ
ଅଶେଷ ଅବତାର ଜଗତ କଲ୍ୟାଣ ପରମ ପିତା ଶ୍ରୀଗୋବିନ୍ଦ
ସନ୍ତାପିତ ଉର୍ଦ୍ଧ୍ୱବାହୁ ଆତ୍ମାକୁ ଜନନୀ ପଣତ ଛାୟା ମହାମେରୁ
ବ୍ରହ୍ମଦାରୁ ଅଣାକାର ନିରାକାର ଆକାର
ବ୍ରହ୍ମଦାରୁ ଅଣାକାର ନିରାକାର ଆକାର
ଶୁକ୍ରାଚାର୍ଯ୍ୟକୁ ବିଷ୍ଣୁ ଆଉ ବଳୀକୁ ବାମନ
ଚକାଆଖି ଅକାର ଉକାର ମକାର ଓଁକାର
ଶ୍ରୀ ବଳଭଦ୍ର ସୁଭଦ୍ରା ଜଗନ୍ନାଥ ସୁଦର୍ଶନ
ବ୍ରହ୍ମଦାରୁ ଅଣାକାର ନିରାକାର ଆକାର
ଆପଣା ସୃଷ୍ଟିକୁ ସୁଚାରୁ ପାଳିବା ନିମେନ୍ତ
ଶ୍ରୀପତି ବ୍ରହ୍ମଦାରୁ ଚକାଡୋଳା ଅଧାଗଢା
ଦର୍ଶନରେ ଆତ୍ମା ଲଭେ ବୈକୁଣ୍ଠ ଚରଣ
ଜନ୍ମ ଜନ୍ମାନ୍ତର କ୍ଷୁଦା ବୁଝେ ଭୁଞ୍ଜି ଅବଢ଼ା
ଶରୀର ବୃକ୍ଷ ଡାଳରେ ଆତ୍ମା କଳା ଶାରୀ
ଶରୀର ବୃକ୍ଷ ଡାଳରେ ଆତ୍ମା କଳା ଶାରୀ
ସର୍ବଦା ରମୁଥାଏ ହରେ କୃଷ୍ଣ ହରେ ରାମ
ଦୁର୍ଲଭ ମନୁଷ୍ୟ ଲାଭ କରି ଜୀବ ଅଜ୍ଞାତ
ଅନାହତ ଘଣ୍ଟା ଧ୍ୱନୀ ସୋ ଅହଂ ସୋ ଅହଂ
Friday, August 28, 2026
ଗରୁଡ ପଛରେ ବିଶ୍ରାମ ମଶିଣା ପାରିଲେ
ଗରୁଡ ପଛରେ ବିଶ୍ରାମ ମଶିଣା ପାରିଲେ
କୃଷ୍ଣ ଲୀଳା କୀର୍ତ୍ତନରେ ହୃଦୟ ଉଛୁଳେ
ଜୀବନ ଯାତ୍ରାପଥରେ ଆତ୍ମା ଖୋଜୁଥାଏ
ପହଣ୍ଡି ବିଜୟ ବେଶ ଦେଖନ୍ତିକି ଡୋଳେ
ନବଧା ଭକ୍ତିରେ ଭକ୍ତମାନେ ଅତି ଭିଡିକି ବାନ୍ଧିଛନ୍ତି
ନବଧା ଭକ୍ତିରେ ଭକ୍ତମାନେ ଅତି ଭିଡିକି ବାନ୍ଧିଛନ୍ତି
ଭକ୍ତ ଯାହା କହିବେ ହେ ପ୍ରଭୁ ମାନିବାକୁ ବାଧ୍ୟ ପରା
ଗରୁଡ ପଛରୁ ମୋ ଦୁଇଟି ଯାକ ହାତ ଟେକିଦେଲି
ଭକ୍ତି ଶୁନ୍ୟ ହୃଦ କମଳରେ ପାଦ ରଖ ଚିତ୍ତ ଚୋରା
ତୁମ ହୃଦୟରେ ଏଡ଼େ ଦୟାପଣ ଦେଖି
ତୁମ ହୃଦୟରେ ଏଡ଼େ ଦୟାପଣ ଦେଖି
ମୋତେ ଡାକିବାକୁ ଇଛାହୁଏ ଭଗବାନ
କିପରି ଡା଼କଲେ ଅଧାଗଢାଙ୍କୁ ଶୁଣାଯିବ
ମୋତେ ଜଣା ନାହିଁ ମୁହିଁଟି ବଡ ଅଜ୍ଞାନ
Thursday, August 27, 2026
ଜୟ ଜୟ ହେ ବାସୁଦେବ ଜୟ ଜୟ ହେ ବଳରାମ
ଜୟ ଜୟ ହେ ବାସୁଦେବ ଜୟ ଜୟ ହେ ବଳରାମ
ଜୟ ଜୟ ନୀଳଚକ୍ର ଜୟ ଜୟ ପତିତ ପାବନବାନା
ଜୟ ଜୟ ମାଆ ଶୁଭଦ୍ରା ଜୟ ଜୟ ମାଆ ମହାଲକ୍ଷ୍ମୀ
ଜୟ ଜଗନ୍ନାଥ ଶରଣାଗତକୁ କରୁଣା ଦୃଷ୍ଟିରେ ଅନା
ଚକାଡୋଳାଙ୍କଠାରେ ଏଡ଼େ ଭାବ ଲଗାନା ତୁହି
ଚକାଡୋଳାଙ୍କଠାରେ ଏଡ଼େ ଭାବ ଲଗାନା ତୁହି
ଆତ୍ମା ଶାରୀ ଲୋ ତୋର ଦେହ ଦିଶିଲାଣି କଳା
ଆଜି ସେ ମନ ମାଗିବ କାଲି ମାଗିବି ସେ ଆତ୍ମା
ଶରଣ ମାଗିଲେ କହିବଟି ଅଧାଗଢା କାଳିଦଳା
ଭକ୍ତଙ୍କ ମୁଖରୁ ଶ୍ରବଣ କରି
ଭକ୍ତଙ୍କ ମୁଖରୁ ଶ୍ରବଣ କରି ପୁରୁଷୋତ୍ତମଙ୍କର ଲୀଳାମୃତ
ଆତ୍ମା ଭାବୁଛି ବ୍ରହ୍ମଦାରୁ ଜଗନ୍ନାଥ ସମଦର୍ଶୀ ଚକାଡୋଳା
ମହାଲକ୍ଷ୍ମୀ ହୃଦୟ କମଳ କେଶରରେ ଯୋଗନିଦ୍ରା ବିଷ୍ଣୁ
ଅଶରଣ ଶରଣ ତୁମ୍ଭରି ଗୋବିନ୍ଦ ନାମ ବ୍ରହ୍ମ ପଦ୍ମ ତୋଳା
ମନ ଉପବନରେ ଶରୀର ନିରନ୍ତର ଭ୍ରମୁଥାଏ
ମନ ଉପବନରେ ଶରୀର ନିରନ୍ତର ଭ୍ରମୁଥାଏ
ପାଇ ଇନ୍ଦ୍ରିୟମାନଙ୍କଠାରୁ ବହୁ ମମତା ଆଦର
ଵିକାର ହାବୁଡ଼ରେ ପଡିଗଲେ ଜୀବନ ଜଞ୍ଜାଳ
ଜୀବନ ହୁଏ ସୁଧା ଭେଟିଲେ ଶୁଭଦ୍ରା ସୋଦର
ବନ୍ଧୁ ବୋଲି ଯିଏ ସେ ପ୍ରଥମେ ସମ୍ବୋଧିଲା
ବନ୍ଧୁ ବୋଲି ଯିଏ ସେ ପ୍ରଥମେ ସମ୍ବୋଧିଲା
ଆଉଥରେ ସେ ଫେରି ନ ଚାହିଁଲା ମୋତେ
ଗରୁଡ଼ ପଛରୁ ଦୁଇଟି ଯାକ ହାତ ଟେକି ଦେଲି
ମୋ ଜୀବନ ଡଙ୍ଗାର କାତ କାଳିଆର ହାତେ
ଚକାଡ଼ୋଳାରେ ଯିଏ ବି ନଜର ମିଳେଇଲା
ଚକାଡ଼ୋଳାରେ ଯିଏ ବି ନଜର ମିଳେଇଲା
ଗାଇ ଗାଇ ବୁଲିଲା ବ୍ରହ୍ମଦାରୁଙ୍କ ଭାବ ମିଠା
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଯିଏ ଉଚ୍ଚରିଲା
କହି ବୁଲିଲା ଜଗନ୍ନାଥ ମୁକ୍ତି କୈବଲ୍ୟ ପିଠା
ନୀଳକନ୍ଦର ରତ୍ନ ବେଦିରେ
ନୀଳକନ୍ଦର ରତ୍ନ ବେଦିରେ ଶ୍ରୀଜଗନ୍ନାଥ ଭକ୍ତ ହୃଦୟ ମନ୍ଦାର
ମୁନୀଜନ କମଳ କେଶରରେ ମହାସତୀ କମଳା ମଥା ସିନ୍ଦୁର
ପ୍ରଭାତ ଗଗନରେ ବାଳ ଅରୁଣ ସନ୍ଧ୍ୟା ଗଗନ ପୂର୍ଣ୍ଣିମା ଚନ୍ଦ୍ରମା
ନୀଳଚକ୍ରରେ ପତିତପାବନ ବାନା ଦରିଆ କୂଳରେ ଶ୍ରୀମନ୍ଦିର
ଜଗନ୍ନାଥ ଜୀବ ଜୀବନ ଯାତ୍ରା ପଥରେ ଅନ୍ତରଙ୍ଗ ସାଥିଟିଏ
ଜଗନ୍ନାଥ ଜୀବ ଜୀବନ ଯାତ୍ରା ପଥରେ ଅନ୍ତରଙ୍ଗ ସାଥିଟିଏ
ଅପଲକ ଚକାଡୋଳା ଜଗତ ହିତରେ ସୁଭଦ୍ରାର ରାକ୍ଷୀଟିଏ
ସ୍ଥୁଳ ସୁକ୍ଷ୍ମ ଶରୀର ଅହଙ୍କାର ତେଜି ଚଢିଲେ ବାଇଶି ପାହାଚ
ମହାବାହୁ ପ୍ରସାରି ଯିଏ କୋଳ କରିବେ ଆତ୍ମା ସାକ୍ଷୀଟି ସିଏ
ମୁର୍ଗର ନାଭିରେ ସୁଗନ୍ଧ କସ୍ତୁରୀ ଥାଇ
ମୁର୍ଗର ନାଭିରେ ସୁଗନ୍ଧ କସ୍ତୁରୀ ଥାଇ
ଅଜ୍ଞାନ ମୁର୍ଗ ଘୋର ଅରଣ୍ୟ ଭ୍ରମୁଥାଇ
ମନୁଷ୍ୟ ହୃଦୟ କମଳ ବିଷ୍ଣୁଙ୍କ ନିବାସ
କେବଳ ଗୋବିନ୍ଦ କୃପା କଲେ ପାଇ
ଶୁଦ୍ର କୁଳରେ ଜନ୍ମ ଦେଲ ଏହି ମହା ପାତକୀକୁ
ଶୁଦ୍ର କୁଳରେ ଜନ୍ମ ଦେଲ ଏହି ମହା ପାତକୀକୁ
ବାମନ ବୋଲିଣ କହି ବ୍ରାହ୍ମଣ ନ କଲେ ଆଦର
ହେ ପଦ୍ମନାଭ ଅଖିଳ ଜୀବନ ବଲ୍ଲଵ ବ୍ରହ୍ମଦାରୁ
ମହାବାହୁ ସମଦର୍ଶୀ ଚକାଡୋଳା କର ଉଦ୍ଧାର
Wednesday, August 26, 2026
ପୂର୍ବ ଅଶେଷ ପାତକରୁ ଶୂଦ୍ର କୁଳରେ ଜନ୍ମ ଲାଭ କରି
ପୂର୍ବ ଅଶେଷ ପାତକରୁ ଶୂଦ୍ର କୁଳରେ ଜନ୍ମ ଲାଭ କରି
ହେ ବ୍ରହ୍ମଦାରୁ ତୁମ୍ଭ ବିଶାଳ ବାହୁ ଛାଇରୁ ହେଲି ବଞ୍ଚିତ
ତେଜି ନ ପାରଇ ମୂଢ଼ ଅଧାଗଢ଼ାଙ୍କ ଚରଣ ସ୍ପର୍ଶ ଲୋଭ
ହେ ଚକାଡୋଳା ମୋର ଭାବରୁ ଘେନିବ କିଛି ନିଶ୍ଚିତ
ଆହାଃ କେଡେ ଦୟାଳୁ ସେହି ଚକାଡୋଳା ଯୋଡିକ
ଆହାଃ କେଡେ ଦୟାଳୁ ସେହି ଚକାଡୋଳା ଯୋଡିକ
କେଡେ ପ୍ରଶାନ୍ତ କେଡେ ରୋମାଞ୍ଚକ ଶ୍ରୀଛନ୍ଦା ଚରଣ
ସଦା ନୟନ ପଥରେ ସଦା ହୃଦୟ ପଦ୍ମ କେଶରରେ
ହେ ବ୍ରହ୍ମଦାରୁ ପହଣ୍ଡି ବିଜୟ ବେଶ ଲକ୍ଷ୍ମୀ ନାରାୟଣ
ଆତ୍ମା କଳା ଶାରୀ ଲୋ ଆହାଃ କେତେ ଝୁରି ହେଉଅଛୁ
ଆତ୍ମା କଳା ଶାରୀ ଲୋ ଆହାଃ କେତେ ଝୁରି ହେଉଅଛୁ
କମଳିନୀ ହୃଦ ଜଗନ୍ନାଥ ଦେବେ କିବା ପାଦରେ ଶରଣ
ବୈଷ୍ଣବ ମେଳିରେ ଗଳିରେ ଓଳିରେ ବିତେ ଦିବସ ନିଶି
ସତେ କି ଶିରେ କି ହସ୍ତେ ରଖିବେ ଆର୍ତ୍ତତ୍ରାଣ ପରାୟଣ
ପ୍ରାଚୀ ଆକାଶରେ ଉଲ୍ଲସିତ
ପ୍ରାଚୀ ଆକାଶରେ ଉଲ୍ଲସିତ ଝୁଲଣ ପୂର୍ଣିମା ଶଶୀ ପ୍ରଣମେ
ପଶ୍ଚିମ ଆକାଶରେ ଆରତି ବାଢେ ଅତି ସମ୍ଭ୍ରମରେ ଭାସ୍କର
ଗରୁଡ ପଛରୁ ଭକ୍ତ ଆତ୍ମା ଉର୍ଦ୍ଧବାହୁ ହରି ବୋଲ ହୁଳହୁଳି
ମୁନିଜନ ମାନସ ସରୋବରରେ ଚକାଆଖି କୁମୁଦ ପୁଷ୍କର
ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ
ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ
ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ତୁମ୍ଭେ ଜୀବନ ରଥ ଚକ ଅଖ
ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ
ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ବିଶାଳ ବାହୁ ଛାୟାରେ ରଖ
ଗରୁଡ ପଛରେ ଇନ୍ଦ୍ରିୟ ମେଳରେ
ଗରୁଡ ପଛରେ ଇନ୍ଦ୍ରିୟ ମେଳରେ ଠିଆ ହୋଇଥିଲି
ଆହେ ଚକାଡୋଳା ତୁମେଟି ପ୍ରଥମେ ମାରିଲ ଆଖି
ସେହି ଦିନଠାରୁ ଆତ୍ମା ଝୁରି ମରୁଛି କଳା ଶ୍ରୀମୁଖକୁ
ଚରଣେ ଶରଣ ଦେଇ ଜୀବନ ରଖରେ ପ୍ରାଣ ପକ୍ଷି
ତାଙ୍କର ଚକାଡୋଳା ମଧୁର ବୃନ୍ଦାବନ ନିକୁଞ୍ଜ
ତାଙ୍କର ଚକାଡୋଳା ମଧୁର ବୃନ୍ଦାବନ ନିକୁଞ୍ଜ
ଇନ୍ଦ୍ରିୟ ପାଷୋରିଲେ ସଂସାର ଥରୁଟେ ଦେଖି
ଶରଧା ବାଲିରେ ହଜିଗଲେ କାମନା ବାସନା
ବିକାର ହେଲେ ବେକାର ଆତ୍ମା ବହୁତ ସୁଖୀ
ଯାହାର ପାବନ ଲୀଳା କୀର୍ତ୍ତି
ଯାହାର ପାବନ ଲୀଳା କୀର୍ତ୍ତି ଅଖିଳ ବ୍ରହ୍ମ ବ୍ରହ୍ମାଣ୍ଡ ଘୋଷୁଛି
ଶ୍ରୀଜଗନ୍ନାଥ କମଳାର ବର ଶ୍ରୀପୁରୁଷୋତ୍ତମ କଲେ ଅନାଥ
ଅଜ୍ଞାନ ଅନ୍ଧ ବାଇଶିପାହାଚ ଅଣ୍ଡାଳି ଚଢିଥିଲି ଶରଣ ପାଇଁ
ସ୍ମିତ ମଧୁର ମୁରଲୀ ଅଧରରେ କହିଲେ ନାହିଁ ଚରଣ ହାତ
Tuesday, August 25, 2026
ଯିଏ ଦେଖିଦେଲା ଶ୍ରୀପୁରୁଷୋତ୍ତମ ଚକାଡ଼ୋଳାଙ୍କୁ
ଯିଏ ଦେଖିଦେଲା ଶ୍ରୀପୁରୁଷୋତ୍ତମ ଚକାଡ଼ୋଳାଙ୍କୁ
ଉର୍ଦ୍ଧ୍ୱକୁ ବାହୁ ତୋଳି ବୋଲେ ଜୟ ଜଗନ୍ନାଥ ଜୟ
କିଏ କାଳେ ଭାବ ଭକତିରେ ବାନ୍ଧି ବୋହି ନେବ
ନିଆଶ୍ରା ହେବ ରାମ ହେ କୃଷ୍ଣ ରଖ ପାଦ ଅଭୟ
ରାମ ମହା ଅଜ୍ଞାନୀ ମୂଢ଼ ମହା ପାତକୀ
ରାମ ମହା ଅଜ୍ଞାନୀ ମୂଢ଼ ମହା ପାତକୀ
କୃଷ୍ଣ ଅଭୟ ଚରଣରେ ପଶିଲା ଶରଣ
ବିଷ୍ଣୁଙ୍କର ମାୟାକୁ ମୋତେ ଭାରୀ ଡର
ହେ ଚକାଡୋଳା ଅପଲକ କର କାରଣ
ମଣିଷ ଶରୀରରେ ରହି ମନକୁ ମନେଇଛି
ମଣିଷ ଶରୀରରେ ରହି ମନକୁ ମନେଇଛି
ଏଡ଼େ ସୌଭାଗ୍ୟବାନ କିଏ ସେ ସଂସାରେ
ଚକାଆଖିଙ୍କ ଅପଲକ କୃପା ଦୃଷ୍ଟି ପଡିଲେ
ପ୍ରାଣ ନ ଯାଏ ଷଢ଼ ବିକାର ସର୍ପ ଦଂଶାରେ
ସଂସାରରେ ଚକାଡୋଳା ସବୁଠାରୁ ସୁନ୍ଦର
ସଂସାରରେ ଚକାଡୋଳା ସବୁଠାରୁ ସୁନ୍ଦର
ହେଲେ ଥରୁଟିଏ ନ ବୁଝିଲେ ମନର କଥା
କେବଳ ସିରିଆ ସୁମତୀ ଭାବ ଆଉ ପ୍ରୀତି
ସମଦର୍ଶୀ ଦିଅଁ ନ ଦେଲେ କେଡେ ବ୍ୟଥା
Subscribe to:
Posts (Atom)

















































