Sunday, November 8, 2026

ହୃଦୟ ଚାରି କୋଠରୀ ଅତି ନିର୍ମଳ କରିଅଛି ଆସ ବ୍ରହ୍ମଦାରୁ ଚତୃର୍ଦ୍ଧା ମାଆ ଲକ୍ଷ୍ମୀଙ୍କ ସହିତ ସନ୍ଧ୍ୟା ଆଳତି ଦର୍ଶନ କରି ମୋ ଆତ୍ମା କହୁଛି ଜୀବନ ଆତ୍ମାର ସେବାରେ କରିବ ଅତି ବାହିତ
ଜୀବଟିଏକୁ କୌଣସି ଦୁର୍ଗତିରେ ଦେଖିଲେ କିଏ ସେ କହେ ଉହୁ ଆଉ କିଏ କହେ ଆହା ହେଉ ସେ ଜଳନ୍ତା ଅଗ୍ନି ଅଥବା ଉଛୁଳା ନଦୀ ଡେଇଁ ପଡନ୍ତି ବାପ ମାଆ ଏମିତି କୃଷ୍ଣ ଦୟା 🙏🙏🙏
ସଂସାର ବହି ଯାଉଅଛି ଭୋଗ ପଥରେ ଜୀବ କୋକେଇ ବାନ୍ଧୁଛି ଶଶ୍ମାନ ଗାଢ଼କୁ ଉଦାସୀ ଆତ୍ମା ଚାହିଁଛି ନୀଳଚକ୍ର ନେତକୁ କେବେ ଫେରିବ ବ୍ରହ୍ମଦାରୁ ବାହୁ ନୀଡ଼କୁ
ମଲା ଗଲା ଶରୀର ଯଦିବା ଜିଇଁ ଉଠିବ କେବଳ କୃପା ହେଲେ ଅର୍ଜୁନଙ୍କର ସଖା କାଠ ପଥର ମୂର୍ତ୍ତି କି ମୋ ଗୁହାରି ଶୁଣିବ ଚକାଡୋଳା ତୁମ୍ଭେ କର ମୋତେ ରକ୍ଷା
ଅଷ୍ଟ ସିଦ୍ଧି ନବ ନିଧି ପ୍ରଦାତା ହେ ଶ୍ରୀରାମ ଦୂତ ହାତ ଧରି ସୀତା ପତି ଚରଣରେ ମୋତେ ଥୁଅ ଇନ୍ଦ୍ରିୟ ବିକାର ଅଳ୍ପ ବୁଦ୍ଧି କ୍ଷୀଣ ସ୍ମୃତି ମୁହିଁ ଦୀନ ପିଣ୍ଡେ ପ୍ରାଣଥିବା ଯାଏ ମୋ ପାଖେ ପାଖେ ଥାଅ
ବ୍ରହ୍ମଦାରୁ ମହାବାହୁ ଭାବର ବଡ଼ ଦିଅଁ ଶୁଦ୍ର ରାମ ମହା ପାତକୀ ଅଭାବୀ ଜନ କମଳା ହୃଦୟ ଅଧାଗଢା ଚକାଡୋଳା ଛନ୍ଦା ଚରଣରେ ରହୁ ମୋ ଆତ୍ମା ମନ
ଅନାଥ ଜୀବର ଜୀବନ ଜୀବିକା ନିଷ୍କାମ ପ୍ରେମର କୃଷ୍ଣର ରାଧିକା ଛେଉଣ୍ଡ ରାମ ଚାରି ଦଉଡ଼ି ଛିଡା ଚକାଆଖି ନଜର ରଖିବ ଅଧିକା
ଶରୀର ରଥରେ ନିର୍ଭର ଆତ୍ମା କନିଆଁ ଇନ୍ଦ୍ରିୟ ବିକାର ଗୋଳ ଭାରି ଛାନିଆ ସ୍ୱତ୍ତ୍ୱ ବୁଦ୍ଧି କାନ୍ଦେ ଫେରିଯିବ ବୈକୁଣ୍ଠ ରଜ ତମ ବେନି ଅଶ୍ୱ ବଡ଼ ଅମାନିଆ

କୃଷ୍ଣ ନାମ ରାମ ନାମ

କୃଷ୍ଣ ନାମ ରାମ ନାମ ଶ୍ରାବଣ ଅମୃତ ଧାରା ନାମ ବ୍ରହ୍ମ ରସରେ ଭିଜିଲେ ନ ଶୁଖେ ଦେହ ନିଷ୍କାମ ପ୍ରେମ ସାଗରରେ ଭାସିଯାଉ ଥିଲେ ବୈକୁଣ୍ଠକୁ ପଥ କଢାଇବେ ସୂର୍ଯ୍ୟ ଚନ୍ଦ୍ର ମୁହଁ

ଯେଉଁ କମଳ ମଉଳେ ନାହିଁ

ଯେଉଁ କମଳ ମଉଳେ ନାହିଁ ତାକୁ ସେବନ୍ତି ମାଆ କମଳା ସ୍ପର୍ଶ ପାଇଲେ ଅମର ହେବୁ ଛନ୍ଦା ଚରଣ କାଳୀୟ ଦଳା

ରାମ ରାମ କୃଷ୍ଣ କୃଷ୍ଣ

ରାମ ରାମ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ରାମ ରାମ ଘଣ୍ଟା ନାଦ କର୍ଣ୍ଣ ସୁଧା ନୟନାମୃତ ଦାରୁବ୍ରହ୍ମ

ନୟନ ସୂର୍ଯ୍ୟ ଶସୀ ଉଜ୍ଜଳ

ନୟନ ସୂର୍ଯ୍ୟ ଶସୀ ଉଜ୍ଜଳ ହୃଦୟ ଜାହ୍ନବୀ ଝର ନିର୍ମଳ ଚରଣରେ ରାମ ମା କମଳା ବଚନ ଗୀତା ଆତ୍ମା ଶୀତଳ

ମହାଲକ୍ଷ୍ମୀ ସଦା ସେବିତ

ମହାଲକ୍ଷ୍ମୀ ସଦା ସେବିତ ପାଦ ଧରା ପୃଷ୍ଠରେ ପଡିଲେ ହୃଦୟ କମଳ ଆଲିଙ୍ଗନ କରେ ଖୋଲି ସକଳ ପାଖୁଡା ନାମ ବ୍ରହ୍ମ ହୁଅନ୍ତି ବ୍ରହ୍ମଦାରୁ ଚକାଡୋଳା ପତିତପାବନ ବାର ମାସ ତେର ଜାତ ବଡ଼ଦାଣ୍ଡରେ ଭକ୍ତଙ୍କ ଆଖଡ଼ା

ମୋ ମନ ଶାରୀ ଲୋ

ମୋ ମନ ଶାରୀ ଲୋ ତୋ ମଧୁର କଣ୍ଠରେ ଗାଆ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ଭଜ ରାମ ରାମ ରାମ ରାମ ମୋର ଆତ୍ମା ଅଧିର ପିଇବାକୁ ନାମ ବ୍ରହ୍ମ ପିୟୁଷ ଦର୍ଶନ କରିବାକୁ କମଳାକାନ୍ତ ଜଗନ୍ନାଥ ଦାରୁବ୍ରହ୍ମ

ପୂର୍ଣ୍ଣ ବ୍ରହ୍ମ ନାଭି କମଳରେ

ପୂର୍ଣ୍ଣ ବ୍ରହ୍ମ ନାଭି କମଳରେ ଲକ୍ଷ୍ମୀ ବେଲ ବୃକ୍ଷ ଶାଖା ପ୍ରଶାଖାରେ ଏକ ଡ଼େମ୍ଫରେ ତିନି ଶାଖା ତିନି ଶାଖା ବ୍ରହ୍ମା ବିଷ୍ଣୁ ମହେଶ ମଧୁମୟ ସୃଷ୍ଟି ମଧୁମୟ ସୃଷ୍ଟି ବ୍ରହ୍ମଦାରୁ ଜଗନ୍ନାଥ ପାର୍ଥ ସଖା

Oh’ Krushna,

Oh’ Krushna, neither asking for long-life, Nor asking any kind of sensual pleasure I wish to see, touch and talk to Krushna Oh’ Rukmani heart the only love treasure

କୃଷ୍ଣ ଉଷାକାଳ

କୃଷ୍ଣ ଉଷାକାଳ ଏକାକ୍ଷର ବ୍ରହ୍ମ ଓଁକାର ପୂର୍ଣ୍ଣବ୍ରହ୍ମ ଦାରୁବ୍ରହ୍ମ କୃଷ୍ଣ ସୁଭଦ୍ରା ରାମ କୃଷ୍ଣ ସନ୍ଧ୍ୟା ଗାୟତ୍ରୀ ଶ୍ରୀପୁରୁଷୋତ୍ତମ କୃଷ୍ଣ ବ୍ରହ୍ମା ବିଷ୍ଣୁ ଶିବ ସଚ୍ଚିଦାନନ୍ଦ ଧାମ

ବନମାଳୀ ବାସୁଦେବ ଦାରୁବ୍ରହ୍ମ

ବନମାଳୀ ବାସୁଦେବ ଦାରୁବ୍ରହ୍ମ ବଂଶୀଧର ଛନ୍ଦା ଚରଣ କେଶବ ପ୍ରଭାତ ଓଁକାର ଗାୟତ୍ରୀ ବେଦ ପ୍ରଭାତେ ପ୍ରଦକ୍ଷିଣ ଆତ୍ମା ଭାବ

ସ୍ଥୁଳ ସୁକ୍ଷ୍ମ ଆତ୍ମା

ସ୍ଥୁଳ ସୁକ୍ଷ୍ମ ଆତ୍ମା ତିନି ଜଣଙ୍କର ବୈକୁଣ୍ଠ ଇନ୍ଦ୍ରିୟ ବିକାର ପଞ୍ଚ ଭୁତ ମେଳା ଦେହ ସ୍ଥୁଳ ସୂକ୍ଷ୍ମ ଦେହ ବାଲି ଘର କାଳ ଜୁଆର ଆତ୍ମା ଚିରନ୍ତନ ନିଷ୍କାମ ସଚ୍ଚିଦାନନ୍ଦମୟ

Saturday, November 7, 2026

ନିରାକାର ହେଲେ

ନିରାକାର ନିରଞ୍ଜନ ହେଲେ ବ୍ରହ୍ମଦାରୁ ବ୍ରହ୍ମଦାରୁ ହେଲେ ଅଧାଗଢା ସାକାର ଗରୁଡ ପଛରୁ ବାହୁ ଉର୍ଦ୍ଧକୁ ତୋଳିଲି ଖସି ପଡିଲା ପାତକ ସକଳ ବିକାର

ମୋ ଦୁଇ କର୍ଣ୍ଣ ସଦା

ମୋ ଦୁଇ କର୍ଣ୍ଣ ସଦା ପାନ କରରେ ଶ୍ରୀଗୀତଗୋବିନ୍ଦ ମୋ ଦୁଇ ଚକ୍ଷୁ ସଦା ପାନ କରରେ ଚକାଡୋଳା ସୁଧା ଜୀବନ ବେଳା ଭୂମିରେ ନିଷ୍କାମ ପ୍ରେମ ଜୁଆର ଉଠିବ ପାଷୋରିବୁ ଦେହ ବିକାର ଭାସିଯିବ ସର୍ବ ଭଵ ବାଧା

ଦିବସ ଚମ୍ପକ ଗୋରୀ

ଦିବସ ଚମ୍ପକ ଗୋରୀ ଶ୍ରୀରାଧାଙ୍କ ତନୁ ରଜନୀ କଳା ବନମାଳୀ ବଂଶୀ ବଦନ ବ୍ରହ୍ମଦାରୁଙ୍କ ବାହୁ ତଳେ କୋଟି ବସନ୍ତ ସର୍ବ ଭଵ ଥକା ଉପଶମ ହରି ଚନ୍ଦନ

ଅପଲକ ଚକାଡୋଳାରେ

ଅପଲକ ଚକାଡୋଳାରେ କରୁଣା ଜୁଆର ଭିଜାଏ ଭକ୍ତର ସର୍ବାଙ୍ଗ ହୃଦୟ ଆତ୍ମା ମନ ଭିଜୁଥିବା ଜୀବ ଅଧାଗଢା ଚରଣ ଲଭିବ ଲଭିବ ସଦା କମଳା ସେବିତ ଗରୁଡାସନ

ସଂସାରେ ସବୁଠୁଁ ବଡ଼

ସଂସାରେ ସବୁଠୁଁ ବଡ଼ ପାପୀ ଶୁଦ୍ର ରାମ କାହିଁ ଝୁଣ୍ଟି ପଡିଲେ ଶ୍ରୀରାଧା ଚିତ୍ତ ଚୋରଙ୍କର ତୁଣ୍ଡ ହୃଦୟ ଆତ୍ମା ବୋଲେ ଆହାଃ ଅପଲକ ଚକାଡୋଳାଙ୍କର ମୂଢ଼ ଛାର ଜୀବରେ କେଡେ ଦୟା କମଳା ସେବିତ ଚରଣରେ ନିରନ୍ତର ଚିତ୍ତ ରହୁ ହେ ଚାଉବାହା

ତୁମ୍ଭ ସେବକ ଦଶ ଇନ୍ଦ୍ରିୟ

ତୁମ୍ଭ ସେବକ ଦଶ ଇନ୍ଦ୍ରିୟ ଗିର ଶୁଣ ହେ ମନ ମହାରାଜା ଵେଗେ ଚଳ ଚଳ ନୀଳାଚଳ ଧାମ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ତୁମ୍ଭ ଚିର ଅରି ଷଡ଼ ବିକାର ନିରନ୍ତର କଳା କୃଷ୍ଣ ଅଙ୍ଗ ଭଜ କମଳା ହୃଦୟ ଅନାଥର ନାଥ ଚକାଡୋଳା କରୁଣା ନେତ୍ର

ପଞ୍ଚ ଭୁତ ସପ୍ତ ଧାତୁ

ପଞ୍ଚ ଭୁତ ସପ୍ତ ଧାତୁ ଚର୍ମ ଅସ୍ତିର ଶରୀର ଇନ୍ଦ୍ରିୟ ବିକାରମାନଙ୍କ ସଜାଇଲୁ ସେବକ ନିଦ୍ରା ତୃଷା କ୍ଷୁଦା ମୈଥୁନ ଆଶା ଫାସରେ ବନ୍ଧା ଆତ୍ମା ପାଳେ ପରମ ହଂସ ଶାବକ

ଅଜ୍ଞାନ ଅନ୍ଧାରରେ

ଅଜ୍ଞାନ ଅନ୍ଧାରରେ ମୁହିଁ ଆପଣଙ୍କୁ ହିଁ ଖୋଜୁଛି ହେ ଚକାଡୋଳା ତୁମ୍ଭରି ଚକ୍ଷୁ ଦୁଇ ଚନ୍ଦ୍ର ସୂର୍ଯ୍ୟ ସ୍ୱକୃପାରେ ଥରେ ଦର୍ଶନ ଦିଅନ୍ତୁ ହେ ବ୍ରହ୍ମଦାରୁ ଆତ୍ମାର ମଙ୍ଗଳ ହେବ ସଂକଳ୍ପ ମହାନ କାର୍ଯ୍ୟ

ଇନ୍ଦ୍ରିୟ ଯାହା କିଛି ଖୋଜି ପାଇଲେ

ଇନ୍ଦ୍ରିୟ ଯାହା କିଛି ଖୋଜି ପାଇଲେ ସମର୍ଥ ଦେବାକୁ ଚକ୍ର ଜନମ ମରଣ ନର ଦେହ କିବା କାର୍ଯ୍ୟରେ ଲାଗିଲା ଶିର ମୋର ନ ଛୁଇଁଲା ଛନ୍ଦା ଚରଣ

ତୁମ୍ଭ କଳା ଶ୍ରୀମୁଖକୁ

ତୁମ୍ଭ କଳା ଶ୍ରୀମୁଖକୁ ଚାହିଁଦେଲେ ମୋର ଭାଵ ଲମ୍ବିଯାଏ ମୋ ପାଦ ଦୁଇ ଚଞ୍ଚଳ ହୁଏ ନୀଳକନ୍ଦର ରତ୍ନବେଦି ଆଡକୁ ତୁମ୍ଭ ଲୀଳା କୀର୍ତ୍ତନ କର୍ଣ୍ଣ ଶୁଣିଲେ ମୋ ଆତ୍ମା ନୃତ୍ୟ କରେ ମୋ ହୃଦୟ ପଦ୍ମରେ ସଦା ବସ ମୋତେ ଡର ଭକ୍ତ ଭିଡକୁ

କଳା ସାଆନ୍ତେ ଦିନକୁ ଦିନ

କଳା ସାଆନ୍ତେ ଦିନକୁ ଦିନ ଶୁଖି ଯାଉଛନ୍ତି ପୁରୁଷୋତ୍ତମ ପୂଜା ପଣ୍ଡାଏ ରଖିଥବ ନିଘା ଆତ୍ମା ମଣି ଭୁଞ୍ଜାଉଥିବ କମଳା ହସ୍ତ ରନ୍ଧା ମୋ ଅଜ୍ଞାନ ଚକ୍ଷୁ ବେକରେ ମାୟାର ପଘା

ଆଷାଢ଼ ନୂଆ ମେଘ ଶିରେ

ଆଷାଢ଼ ନୂଆ ମେଘ ଶିରେ ଶିଖି ପୂଛ ବଂଶୀଧର ଶ୍ରୀରାଧିକା ଚିତ୍ତ ଚୋର ଜୟ ଜଗନ୍ନାଥ ଜୟ ବ୍ରହ୍ମଦାରୁ ସକାଳ ସୂର୍ଯ୍ୟ ସନ୍ଧ୍ୟା ସୁଧାକର ତୁମ୍ଭେ ଆତ୍ମା ଚକାଡୋଳା ସର୍ବ ଜୀବଙ୍କର ପୀତବସନ କମଳନାଭ ଶେଷ ନାଗ ଶୟନ ଶାନ୍ତାକାର କମଳିନୀ ସୁଖ ଜୟ ଅଧାଗଢା ବନମାଳୀ ବାସୁଦେବ ମନ ମୋହନ ଜାନକୀ ଶ୍ରୀରାମ କୋଦଣ୍ଡ ଟଙ୍କାର ଗାୟତ୍ରୀ ଓଁକାର

ତୋର ଦୃଷ୍ଟି ଲାଗି ପୃଥିବୀରେ

ତୋର ଦୃଷ୍ଟି ଲାଗି ପୃଥିବୀରେ ଦିନ ରାତି କାଳିଆରେ ମୋର କର୍ମ ଫଳ ଲାଗି ଜୀବନର ଯେତେ ସୁଖ ଦୁଃଖ ତୁହି ଉଷା ଆକାଶର ବାଳ ରବି ଗୋଧୂଳି ଲଗ୍ନ ଚନ୍ଦ୍ରମା ତୋ ଲାଗି କାଳିଆରେ ମୋ ପଦ୍ମ କଇଁ ହସ ହସ ମୁଖ

Friday, November 6, 2026

ମୋର ମନ ଶାରୀ

ମୋର ମନ ଶାରୀ ଲୋ ନିରନ୍ତର ଭଜ ତୁ ରାମ ଗୋବିନ୍ଦ ରାମ ଗୋବିନ୍ଦ ସୀତା ରାମ ଅଭୟ କୋଦଣ୍ଡଧାରୀ ରାଧା ଗୋବିନ୍ଦ ଅଭୟ ଛନ୍ଦା ଚରଣ ରାମ ଗୋବିନ୍ଦ ହରି ଗୋପାଳ ରାମ ଗୋବିନ୍ଦ ହରି ଗୋପାଳ ଭଜ ମନ ଶ୍ରୀଗୀତଗୋବିନ୍ଦ ଲେଖନୀ ବିକଳ ଗଜରାଜ ପାଇଁ ପ୍ରବଳ ମତ୍ତ ବାରଣ

ତୁମ୍ଭେ ତ୍ରେତୟାର ସୀତାପତି

ତୁମ୍ଭେ ତ୍ରେତୟାର ସୀତାପତି ପତିତପାବନ ଶ୍ରୀରାମ ମୁହିଁ ଅଭିଶପ୍ତ ମହା ପାତକିନୀ ଗୌତମ ଧର୍ମ ପତ୍ନୀ ବ୍ରହ୍ମଦାରୁଙ୍କୁ ଅଭୟ ଚରଣ ଧୂଳି ପଡୁ ମୋ ମଥାରେ ଜନମ ଜନମକୁ ସେବା ଦାସୀ ନ ପାରୁଛ କିବା ଚିହ୍ନି

ଚକାଡୋଳା ହେ ତୁମ୍ଭେ

ଚକାଡୋଳା ହେ ତୁମ୍ଭେ ଦ୍ୱାପର ଶ୍ୟାମ ସୁନ୍ଦର ମୋର ପ୍ରାରବ୍ଧ କର୍ମ ଫଳ ଭୁଞ୍ଜିଣ ମୁହିଁ କୁବୁଜା କୃଷ୍ଣ ଛନ୍ଦା ଚରଣ ଛୁଇଁଦେଲେ ରାମ ତରିଯିବ ଜନମ ଜନମକୁ ରହିବ ତୁମ୍ଭରି ଋଣ ଅଶୁଝା

ରସଗୋଲାରୁ ଗୋଟାଏ କି

ରସଗୋଲାରୁ ଗୋଟାଏ କି ଦୁଇଟା ଖାଇଲେ ମୁହିଁ ବାନ୍ଧି ପକାଏ ଇନ୍ଦ୍ରିୟ ଭୋଗ ଯେତେ ବଢିଯାଏ ସେତେ ବଢଇ ଶରୀର ରୋଗ ବ୍ରହ୍ମଦାରୁ ଜଗନ୍ନାଥ ମହାବାହୁ ଚକାଡୋଳାଙ୍କୁ ଚାହିଁଥିଲେ ଚାହିଁଥିବୁ ପଦ୍ମ କଢି ସମ ଦିନୁକୁ ଦିନ ଅଧାଗଢା ଚରଣରେ ବଢେ ଅନୁରାଗ

ମୋତେ ଯେମିତି କୃପାରେ

ମୋତେ ଯେମିତି କୃପାରେ ଚାହିଁଛ ହେ ଚକାଡୋଳା ସେମିତି ଥରୁଟିଏ ଚାହିଁଦିଅ ମୋର ସମର୍ପଣ ଥାଳକୁ ଯାହା ଦେଇଛ ଯଥେଷ୍ଟ ଯଥେଷ୍ଟ ଆହେ ମହାବାହୁ ହାତ ବଢ଼ାଇ ଥରେ ଘେନ ମୋ ହାତ ଗୁନ୍ଥା ମାଳକୁ

କମଳିନୀ ଯାହାଙ୍କର ଘରଣୀ

କମଳିନୀ ଯାହାଙ୍କର ଘରଣୀ ହୃଦ ଉଛୁଳା କରୁଣା ଭଣ୍ଡାର ସୂର୍ଯ୍ୟ ସୁଧାକର ଚକାଡୋଳା ନିଘା ସର୍ବଭୁତ ଆତ୍ମା ପିଣ୍ଡର

ସୂର୍ଯ୍ୟ ଶସୀ ଯାହାଙ୍କର ନୟନ

ସୂର୍ଯ୍ୟ ଶସୀ ଯାହାଙ୍କର ନୟନ ପଞ୍ଚ ତନ୍ମାତ୍ର ଯାହାଙ୍କର ଅବଢ଼ା ତାଙ୍କରି ଚରଣରେ ମୋ ଆତ୍ମା ବ୍ରହ୍ମଦାରୁ ମହାବାହୁ ଅଧାଗଢା

ଦେଖି ଶୁଣିକି କର୍ମଚାରୀଟିଏ

ଦେଖି ଶୁଣିକି କର୍ମଚାରୀଟିଏ ଅବହେଳା କରିପାରେ ହେଲେ ଅବଶ୍ୟ ଶୁଣିବ ନିଶ୍ଚୟ ଶୁଣିବ ନ୍ୟାୟ ବ୍ୟବସ୍ଥା ନର ନାରୀ ଦେଖିକି ଶୁଣିକି ବି ଉପେକ୍ଷା କରି ପାରନ୍ତି ସେଥିଲାଗି ନାରାୟଣଙ୍କ ପାଦ ପଦ୍ମରେ ଜୀବର ଆସ୍ଥା

ଯିଏ ଯେଉଁଠି ଥାଇ ଡାକୁ ଜଗନ୍ନାଥଙ୍କୁ

ଯିଏ ଯେଉଁଠି ଥାଇ ଡାକୁ ଜଗନ୍ନାଥଙ୍କୁ ଘୋଷ ଯାତ୍ରା ହରି ବୋଲ ଘଣ୍ଟା ନାଦ ଅଶରଣ ଶରଣ ସକଳ ଭୂତସ୍ଥ ଆତ୍ମା ଆର୍ତ୍ତତ୍ରାଣ ପରାୟଣ ଅଧାଗଢା ପାଦ

ନିଷ୍କାମ ସେବା ଫଳରୁ

ନିଷ୍କାମ ସେବା ଫଳରୁ ଗୋଟିଏ ଚକାଡୋଳାଙ୍କୁ ଦିଅନ୍ତି ହେ ଅଧାଗଢା ସଂପୂର୍ଣ୍ଣ ଶୁନ୍ୟ ପଡିଛି ମୋର କର୍ମ ପେଡ଼ି ଅଶରଣ ଶରଣ ଅନାଥ ନାଥ ଅକର୍ମ ଦାନୀ ତ୍ରାହି ତ୍ରାହି ସଦା କୁପଥେ ନେଲେ ଇନ୍ଦ୍ରିୟ ବିକାର ନ ପାରିଲି ଏଡି

Thursday, November 5, 2026

କିମ୍ପାଇଁ ଆଗରୁ ଦେଖା

କିମ୍ପାଇଁ ଆଗରୁ ଦେଖା ନ ହୋଇଲା ତୁମ୍ଭରି ସହିତ ହେ ପତିତପାବନ ମୁଁ କରିଥିଲି କେଡେ ବଡ଼ ପାପ ଚକାଡୋଳା ଥରେ ଚାଁହିଥିଲେ ନିର୍ମଳ ହୋଇଥାନ୍ତି ତୁମ୍ଭେ ପରା ଏହି ଚାରି ଦଉଡି କଟାର ମାଆ ବାପ

କେବଳ କର୍ଣ୍ଣରେ

କେବଳ କର୍ଣ୍ଣରେ ଶୁଣି ମଧୁସୂଦନଙ୍କର ଶୋଭା ଯଶ ରୁକ୍ମଣୀ ସମର୍ପିଲେ ଦେହ ମନ ଆତ୍ମା ତୁମ୍ଭ ପାଦରେ ଜନମ କାଳରୁ ଚାହିଁ ରହିଛି ଶ୍ୱେତ କମଳ ଡୋଳାକୁ କିମ୍ପା ମୋ ମନ ଧିର ନ ହୁଏ କୃଷ୍ଣ ମୁରଲୀ ନାଦରେ

ଚନ୍ଦ୍ର ଆଲୋକରେ ଦେଖିଲେ

ଚନ୍ଦ୍ର ଆଲୋକରେ ଦେଖିଲେ ରାତ୍ରିର ଶୋଭା କୃଷ୍ଣ ସୂର୍ଯ୍ୟ ଆଲୋକରେ ଦେଖିଲେ ମହି ଶୋଭା ରାଧା ଗରୁଡ ପଛରୁ ଚାହିଁଲେ ଚକାଡୋଳା ରାଧିକା କୃଷ୍ଣ ରାଧିକା କୃଷ୍ଣ ବ୍ରହ୍ମଦାରୁ ଦର୍ଶନେ ଖଣ୍ଡେ ଭଵ ବାଧା

କୁପଥରେ ଚାଲିଲେ

କୁପଥରେ ଚାଲିଲେ ଜୀବର ଷଢ ବିକାର ହୁଅନ୍ତି ଅତି ଉଚ୍ଚାଟ ନବଦ୍ୱାର ଦେହରେ ଦିବସ ରଜନୀ ଏଗାର ଇନ୍ଦ୍ରିୟଙ୍କର ହାଟ କମଳା ହୃଦ ଅଧାଗଢା ହାତ ଧରିଲେ ବାଇଶି ପାହାଚ ଚଢ଼ିବି ଚକାଆଖିରେ ଚାହିଁଦେଲେ ଫିଟିବ ଅମୁଁହା ଦେଉଳ କବାଟ

ଆତ୍ମା ଜ୍ୟୋତି ଦୀପ

ଆତ୍ମା ଜ୍ୟୋତି ଦୀପ ଆଲୋକ ଦୂର କରେ ଅଜ୍ଞାନ ଅନ୍ଧାର ବ୍ରହ୍ମନାଦ ଓଁକାର ଘଣ୍ଟା ଶବ୍ଦ ହରେ ଜୀବର ସକଳ ବିକାର ହରେ କୃଷ୍ଣ ହରେ ରାମ ଉଚ୍ଚାରଣ ପତିତକୁ ପାବନ କରେ ଷୋଳ କଳା ଜଗନ୍ନାଥ ପ୍ରଶାନ୍ତି ନିଳୟ ଚକାଆଖି ଆକାର

ବେଶି ଭାରି ଦାୟିତ୍ୱ

ବେଶି ଭାରି ଦାୟିତ୍ୱ ଦେବନି ହେ ମହାବାହୁ ଆପଣ ମୋର ଏକ ମାତ୍ର ସମ୍ବଳ ଅଧାଗଢା ଇନ୍ଦ୍ରିୟ ଭୋଗଠାରୁ ବହୁତ ଦୂରରେ ରଖିବ ମୋର ଜୀବନ ଶ୍ରୀପୁରୁଷୋତ୍ତମଙ୍କର ଅବଢ଼ା

ହେ ଇନ୍ଦ୍ରିୟ ତୁମେ ସବୁ

ହେ ଇନ୍ଦ୍ରିୟ ତୁମେ ସବୁ ସଂସାର ଭୋଗ କର ନୀଳକନ୍ଦରରେ ଆତ୍ମାକୁ ଦର୍ଶନ କରି ଆସୁଛି ତୁମ୍ଭେମାନେ ସବୁ ଆଇଁଷ ଆଇଁଷ ଗନ୍ଧଉଛ ଆତ୍ମା ମୋର ସର୍ବଦା ତୁଳସୀ ତୁଳସୀ ବାସୁଛି

କୃଷ୍ଣ ପ୍ରେମରେ ପାଗଳା

କୃଷ୍ଣ ପ୍ରେମରେ ପାଗଳା ହୋଇଗଲେ ଜୀବ ଜୀବନ ଦେହରୁ ଖସିପଡ଼େ ଷଢ଼ ବିକାର ହୁଏ ସମ୍ପୂର୍ଣ୍ଣ ନିର୍ଲଜ ହରି ବୋଲ ହରି ବୋଲ ଗାଇ ନାଚି ନାଚି ବୁଲୁଥାଏ ସତେ ଅବା ଶୁଝି ଦେଇଛିକି ସଂସାରର ସବୁ କରଜ

ହେ ଦେଵାଧି ଦେବ

ହେ ଦେଵାଧି ଦେବ ବାସୁଦେବ ବ୍ରହ୍ମଦାରୁ ଶ୍ରୀଜଗନ୍ନାଥ କମଳା ହୃଦୟ ଭକତ ହରି ଚନ୍ଦନ ହେ ଅନାଥର ନାଥ ହେ ଅଧାଗଢା ଚକାଡୋଳା ସୂର୍ଯ୍ୟ ଚନ୍ଦ୍ର ଅପଲକ କୃପା ଛନ୍ଦା ଚରଣରେ ରଖ ନୀଳଚକ୍ର ପତିତ ପାବନ ନେତ

ହେ ଚକାଡୋଳା ସତରେ

ହେ ଚକାଡୋଳା ସତରେ ରାମକୁ କଣ ଚିହ୍ନି ପାରୁ ନାହିଁ ଏଡ଼େ ବଡ଼ ବଡ଼ ଚକାଆଖିରେ କଣ ପାଇଁକି ଚାହିଁଅଛ ହେ ବ୍ରହ୍ମଦାରୁ ଅଧାଗଢା ଚରଣରେ ରାମ ଚିର ବାସିନ୍ଦା ଲକ୍ଷ୍ମୀ ହୃଦୟ ଆଲିଙ୍ଗନରୁ ବଞ୍ଚିତ କରି କି ସୁଖ ପାଉଛ

Wednesday, November 4, 2026

ନ ଦେଖିଲା

ନ ଦେଖିଲା ଭଳିଆ କଳା ଠାକୁରଙ୍କର ଚାହାଁଣୀ ଚକ୍ଷୁ ମିଳିଲେ ମନେ ପଡେ ସବୁ ଜନ୍ମ କାହାଣୀ କଥାରେ ନୁହେଁ ଚାହାଁଣିରେ ହୃଦୟ କିଣି ନିଅନ୍ତି ଆଲୋ ବଉଳ ଏଡ଼େ ସଦୟ ସେ ବେଣୁ ପାଣୀ

ଆଉ କାହା ଉପରେ

ଆଉ କାହା ଉପରେ ଅଭିମାନ କରିବି ତୁମ୍ଭେ ମୋର ଆତ୍ମା ଆହେ ଚକାଆଖି ଆଉ କେତେ କରିବି ଅପେକ୍ଷା ତୁମ୍ଭଙ୍କୁ କାନ୍ଦି କାନ୍ଦିକି ଆଖି ଲୁହ ଗଲାଣି ଶୁଖି

ହେ ହରି ହେ ହରି

ହେ ହରି ହେ ହରି ହେ ହରି ମୋ ବାପ ଡାକି ଗଲା ହାତ ଯୋଡି ପାଦେ ପଡି ପଡି ମାଆ ମୋର ମଲା ଚକାଡୋଳା ଅପଲକ ଆହେ ପତିତପାବନ ବାନା ବ୍ରହ୍ମଦାରୁ ମହାବାହୁଙ୍କୁ ଏ ରାମ ଛେଉଣ୍ଡ ଲାଗିଲା

ବାନ୍ଧିପକା ଛନ୍ଦି ପକା

ବାନ୍ଧିପକା ଛନ୍ଦି ପକା ତୋ ପଣତରେ ଯଶୋଦା ରାଣୀ ଗୋ ତୋ କାହ୍ନୁକୁ ଗୋପୀଙ୍କର ଘରେ ଘରେ ପଶି ନିଇତି ଚୋରି କରେ କ୍ଷୀର ସର ଲହୁଣୀ ଗରୁଡ ପଛରେ ବେନି ବାହୁ ଉର୍ଦ୍ଧ୍ୱକୁ ତୋଳି ସର୍ବସ୍ବ ସମର୍ପଣ କରିଦେଲେ ଚକା ଚକାଡ଼ୋଳାରେ ଗୋପୀଙ୍କୁ ବ୍ରହ୍ମାନନ୍ଦରେ ଚାହିଁଥାଏ ମୁରଲୀ ପାଣୀ

ଅଭୟ ଚରଣ କୃଷ୍ଣ

ଅଭୟ ଚରଣ କୃଷ୍ଣ ନୀଳକନ୍ଦରରେ ଚତୃର୍ଦ୍ଧା ଗରୁଡ ପଛରୁ ଦର୍ଶନ ଖଣ୍ଡେ ସର୍ବ ଭଵ ବାଧା ଅମୃତଠାରୁ ମଧୁର କୃଷ୍ଣ ଅଧରରେ ମୁରଲୀ ହରେ କୃଷ୍ଣ ହରେ ରାମ ଭଜ ଆତ୍ମା ଶ୍ରୀରାଧା