Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Monday, March 31, 2025
ଏହି ସଂସାର
ଏହି ସଂସାର କରୁଣ ବ୍ୟଙ୍ଗ ହାସ୍ୟରସ
ଦେଖିବାର ନିହାତି ଆବଶ୍ୟକତା ନାହିଁ
ଦେଖୁଥିଲେ ବୟସ ଜମା ଜଣା ପଡ଼େନି
ରାମକୃଷ୍ଣ ବୋଲେ ମୋତେ ବେଳ କାହିଁ
କମଳ ପାଦ ସିନ୍ଧୁସୁତା ଶ୍ରୀଗୋବିନ୍ଦ ହୃଦୟ
କମଳ ପାଦ ସିନ୍ଧୁସୁତା ଶ୍ରୀଗୋବିନ୍ଦ ହୃଦୟ
ମା କମଳାକ୍ଷୀ ମହାଲକ୍ଷ୍ମୀ ଦାରିଦ୍ର୍ୟ ଭଞ୍ଜନୀ
ଶ୍ରୀକ୍ଷେତ୍ର ରାଜରାଜେଶ୍ୱରୀ ରବିଚନ୍ଦ୍ର କୁଣ୍ଡଳ
ମା ହୃଦପଦ୍ମବାସିନୀ ତ୍ରାହି ଅଖିଳ ରଞ୍ଜନୀ
Eid-Mubarak 31st March 2025
ଦିଅଁ ଆଉ ପୂଜାକୁ ପୂଜା ଘରେ ଛାଡି
କାର୍ଯ୍ୟାଳୟରେ ନିଭାଏ ବିହିତ କର୍ମ
ନିଷ୍କାମ ହିଁ ସବୁଠାରୁ ମହତ ସାଧନା
ମାନବିକତାଠାରୁ ନାହିଁ ମହାନ ଧର୍ମ
ଗୋବିନ୍ଦଙ୍କର ନାମ ସ୍ମରଣ କରୁଥିଲେ
ଗୋବିନ୍ଦଙ୍କର ନାମ ସ୍ମରଣ କରୁଥିଲେ
ପାଖକୁ ଲାଗି ଆସନ୍ତି ଖୋଳ କରତାଳ
ଗୋବିନ୍ଦ ଭେଟ ଲାଗି ଆତୁର ହେଲେ
ଭାବକୁ ଅତି ନିକଟ ହୁଅନ୍ତି ନନ୍ଦ ବାଳ
ମଲ୍ଲୀ ବୁଦାକୁ ବଡ ଶରଧା ଦେଲି
ମଲ୍ଲୀ ବୁଦାକୁ ବଡ ଶରଧା ଦେଲି
ଶ୍ୟାମଙ୍କ ଗଳା ପାଇଁ ହେଲା ମାଳ
ଫୁଲ ଚାଙ୍ଗୁଡ଼ିକୁ ବଡ଼ ଶରଧା ଦେଲି
ପୂଜା ଘରେ ହୋଇଲା ଭକତି ଥାଳ
ମୋ ନିଜ ବାଡି଼ରେ ଫୁଟିଲା ସୁଗନ୍ଧ ରାଜ
ମୋ ନିଜ ବାଡି଼ରେ ଫୁଟିଲା ସୁଗନ୍ଧ ରାଜ
ବାଡ଼ି ଅଗଣା ପୂଜାଘର ମହ ମହ ବାସୁଛି
ସତରେ ଗୋବିନ୍ଦ ଥରେ ଘରକୁ ଆସନ୍ତେ
ଛନ୍ଦା ପାଦ ଲାଗି ହୃଦୟ ସାଇତି ରଖିଛି
ଏହି ପତିତ ହୃଦୟ ସିଂହାସନରେ ସଦା ବସିଥା
ଏହି ପତିତ ହୃଦୟ ସିଂହାସନରେ ସଦା ବସିଥା
କମଳା କମଳା ସେବିତ ପାଦକୁ କରିଥିବି ଲୟ
ଏହି ପତିତର ତୁହି ହିଁ ସକଳ ସମ୍ପତି ସାଇରାମ
ନିଜ ବିକାର ଛାଡି ବାଞ୍ଛା ନାହିଁ କିଛି କରିବି ଜୟ
ପ୍ରଥମରେ ହରାଇଲା ସେ କପଟ ପାଶାରେ
ପ୍ରଥମରେ ହରାଇଲା ସେ କପଟ ପାଶାରେ
ଦ୍ୱିତୀୟରେ ବଢ଼ାଇ ଦେଲା ଅଶେଷ ବସନ
ତୃତୀୟ ପାଣ୍ଡବ ରଥରେ ସାରଥୀ ଗୋବିନ୍ଦ
ଚର୍ତ୍ତୁର୍ଦ୍ଧା ନୀଳାଚଳେ ସୁଧାନିଧି ଗରୁଡାସନ
ବଡ କଷଣ ଦେଲା ସେହି ବଡ ପାଷାଣ
ବଡ କଷଣ ଦେଲା ସେହି ବଡ ପାଷାଣ
ବିନା ପାଦରେ ଚାଲିଗଲା ଭଉଣୀ ଘର
ମନ ଦେଇଥିଲି ହୃଦୟରେ ଥୋଇଥିଲି
ଏଡ଼େ ବଡ ହୃଦ କେମିତି ମଣିଲା ପର
ଅଧା ଚାନ୍ଦ ବଢି ବଢି ହୁଏ ପୂର୍ଣ୍ଣିମାର ଚାନ୍ଦ
ଅଧା ଚାନ୍ଦ ବଢି ବଢି ହୁଏ ପୂର୍ଣ୍ଣିମା ଚାନ୍ଦ
ଭକ୍ତି ଶ୍ରଦ୍ଧା ବଢି ବଢି ହୁଏ ନିର୍ମଳ ଆନନ୍ଦ
ବାଳ ଅରୁଣ ଗଗନେ ଚଳିଲେ ଦିନମଣି
ପ୍ରେମରେ ବୁଡ଼ିଲେ ହୃଦୟରେ ଗୋବିନ୍ଦ
ମଳୟ ସ୍ପର୍ଶରେ ଯେସନେ ଅତି ବୃଦ୍ଧ ବଟ ବୃକ୍ଷ ଶାଖା ହୁଏ ପଲ୍ଲବିତ
ମଳୟ ସ୍ପର୍ଶରେ ଯେସନେ ଅତି ବୃଦ୍ଧ ବଟ ବୃକ୍ଷ ଶାଖା ହୁଏ ପଲ୍ଲବିତ
ତେଷନେ ହେ ଉଦାର ସ୍ରଷ୍ଟା ତୋ ଲୀଳା ଶ୍ରବଣରେ ପ୍ରାଣ ଉଲ୍ଲସିତ
ବାଳ ଅରୁଣକୁ ଲଭିଲେ ଯେସନେ ଉଷାର ଆକାଶ ହୁଏ ଉଦ୍ଭାସିତ
ତେଷନେ ହେ ସମଦର୍ଶୀ ସ୍ରଷ୍ଠା ଅପଲକରେ ହୃଦୟ କମଳ ବିକଶିତ
Sunday, March 30, 2025
ଜଗନ୍ନାଥ ସ୍ୱାମୀ ମୋର ନୟନ ପଥରେ ରୁହ
ଜଗନ୍ନାଥ ସ୍ୱାମୀ ମୋର ନୟନ ପଥରେ ରୁହ
ନ ଥିଲେ ନ ଥାଉ ତୋହର କାନ ହାତ ପାଦ
ହୃଦୟରେ ମୋର କିଛି ଭାବ ଭକ୍ତି ଭରିଦେ
ନିଜ ହାତରେ ଭୁଞ୍ଜାଇବି ମଣିବୁ ତୁହି ସ୍ୱାଦ
କୋଇଲି ପରି କୁହୁ କୁହୁ ରାବିଲେ କି ଶୁଣିବୁ
କୋଇଲି ପରି କୁହୁ କୁହୁ ରାବିଲେ କି ଶୁଣିବୁ
ଶାରୀ ପରି ମଧୁର ମଧୁର ଗାଇବି କି ଶୁଣିବୁ
ହେଲେ ତୋର କାନ ନାହିଁ ହେ ଚକାଡୋଳା
ମୋ ସମାନ ମହାପତିତକୁ କେମିତି ତାରିବୁ
ତୋତେ କେଉଁଠି ଭେଟିବି ହେ ଗୋବିନ୍ଦ
ତୋତେ କେଉଁଠି ଭେଟିବି ହେ ଗୋବିନ୍ଦ
ଗୋବିନ୍ଦ ହେ କିଏ ନେବ ମୋ ହାତ ଧରି
ନୀଳକନ୍ଦର ହୃଦୟ ମନ୍ଦିର ତୁହି କେଉଁଠି
ତୋ ଛନ୍ଦାପାଦରେ ଲୋଟନ୍ତି ଝୁରି ମରେ
ଭାଵ ଭକ୍ତିକୁ ଦୃଶ୍ୟ ମୁରଲୀ ମୋହନ
ଭାଵ ଭକ୍ତିକୁ ଦୃଶ୍ୟ ମୁରଲୀ ମୋହନ
ମୁରଲୀ ମୋହନ ଭାବ ଭକ୍ତି ଆକାର
ଅନାସକ୍ତ କର୍ମଫଳ ମୁରଲୀ ମୋହନ
ହେ ମୋହନ ଛନ୍ଦା ପାଦରେ ସ୍ୱୀକାର
ମୁହିଁ ଆଖି ଖୋଲିଦେଲେ ମାୟା ସଂସାର
ମୁହିଁ ଆଖି ଖୋଲିଦେଲେ ମାୟା ସଂସାର
ନ ଜାଣେ ଗୋବିନ୍ଦ କାହାକୁ ଦିଅଇ ଧରା
ସୁମତି ବୋଲେ ପାଖରେ ଅତି ପାଖରେ
ସିରିଆ ବୋଲେ ମୁହିଁ ତୋ ବାବା ପରା
Something from duty
Something from duty
Something from the right
That blossoms in heart
Always catch eyesight.
ଅନ୍ତରୀକ୍ଷର ସକଳ ନକ୍ଷତ୍ର ପୁଞ୍ଜ ଯାହା ପାଦ ପାଉଁଜିରେ
ଅନ୍ତରୀକ୍ଷର ସକଳ ନକ୍ଷତ୍ର ପୁଞ୍ଜ ଯାହା ପାଦ ପାଉଁଜିରେ
କୁମାର ପୂର୍ଣ୍ଣିମା ଚନ୍ଦ୍ର ମୁଖ ବାଳ ରବି ଯାହା କର୍ଣ୍ଣ କୁଣ୍ଡଳ
ମାନସ ଚିନ୍ତରେ ସେହି ଶ୍ୟାମାର ଅଳତା ବୋଳା ପାଦକୁ
ଭେଟି ପାରୁ ପାଦ ଚିହ୍ନ ଝାଡୁ କରୁଥା ସଂକୀର୍ତ୍ତନ ମଣ୍ଡଳ
ତୁହି କିବା ସେହି ସୁନ୍ଦର ବନମାଳୀ କୃଷ୍ଣ
ତୁହି କିବା ସେହି ସୁନ୍ଦର ବନମାଳୀ କୃଷ୍ଣ
ଶ୍ରୀ ଗୀତଗୋବିନ୍ଦରେ ଯୋଡ଼ିଥିଲୁ ଧାଡି
ତୁହି କିବା ସେହି ଅତି ଉଦାର ଗୋବିନ୍ଦ
ଧର୍ମ ରକ୍ଷା ଲାଗି ଗଧ ପାଦେ ଥିଲୁ ପଡି
ଅନ୍ତରୀକ୍ଷରେ ତୁହି ଅସୀମ ନକ୍ଷତ୍ର ପୁଞ୍ଜର ଜ୍ୟୋତି
ଅନ୍ତରୀକ୍ଷରେ ତୁହି ଅସୀମ ନକ୍ଷତ୍ର ପୁଞ୍ଜର ଜ୍ୟୋତି
ନୀଳକନ୍ଦରରେ ତୁହି ରବି ଶଶୀ ଚକ୍ଷୁ ଚକାଡୋଳା
ହୃଦୟ ପଦ୍ମରେ ତୁହି ହେ ମଧୁର ମୁରଲୀ ମୋହନ
ଶ୍ରବଣକୁ ସୁଧା ବଂଶୀ ଧ୍ୱନି ଭାବ ଆଖିକୁ କାଳିଦଳା
କଳା ତୁଳସୀ ହାତରେ ଯାହା ପଠେଇଲି
କଳା ତୁଳସୀ ହାତରେ ଯାହା ପଠେଇଲି
ଶ୍ରୀଗୋବିନ୍ଦ ମଣିଲେ ସବୁକୁ ମହାପ୍ରସାଦ
ବେଦ ବୈଷ୍ଣବ ବୋଲନ୍ତି ଗୋବିନ୍ଦ ଉଦାର
କାହିଁ ଦିନେ ଦେଖାଇଲେ ନାହିଁ ଛନ୍ଦାପାଦ
ଏକ କଣ୍ଟା ବଂଶୀ ଧ୍ୱନିରେ ଏଡିକି କୁହୁକ
ଏକ କଣ୍ଟା ବଂଶୀ ଧ୍ୱନିରେ ଏଡିକି କୁହୁକ
ଗୋପୀଙ୍କ ମନ ଯମୁନା କୂଳେ କଲା ଘର
ମିତଣି ଚାହାଁନା ମୋହନ ବଂଶୀ ଅଧରକୁ
ମୀରା ସମାନ ତୋତେ ହେବ ପ୍ରେମ ଜର
Saturday, March 29, 2025
ଶ୍ରୀଗୋବିନ୍ଦଙ୍କ ଭଉଣୀ ଶ୍ୟାମା ଅତି ଦୟାଳୁ
ଶ୍ରୀଗୋବିନ୍ଦଙ୍କ ଭଉଣୀ ଶ୍ୟାମା ଅତି ଦୟାଳୁ
ଦୟାମୟୀ କୃପାମୟୀ ପାଶକୁ ଡାକିନେଲା
ଓଁ ସାଇରାମ ଏହି ପତିତ ହୃଦୟରେ ଥୋଇ
ଅଳତା ବୋଳା ପାଦରେ ମନ ବାନ୍ଧିନେଲା
ପତିତ ଜନ ବିସ୍ମୃତ ହେଲେ ଅଶେଷ ଲୀଳା ବିଭୁତିରେ
ପତିତ ଜନ ବିସ୍ମୃତ ହେଲେ ଅଶେଷ ଲୀଳା ବିଭୁତିରେ
ନାମ ସଙ୍କୀର୍ତ୍ତନ ସୁଧା ବୈଷ୍ଣବ ଜନେ ହୋଇଲେ ବିସ୍ମୃତ
ଦେବାଧି ଦେବ ମହାଦେବ ଶିର କେଶ ଜଟା ହୋଇଲା
କୃଷ୍ଣାୟ ତୁଭ୍ୟମଂ ନମୋ ତୋ ଛନ୍ଦାପାଦରେ ଶିର ନତ
ଗୋବିନ୍ଦ ହରେ ଗୋପାଳ ହରେ କେଶବ ହରେ
ଗୋବିନ୍ଦ ହରେ ଗୋପାଳ ହରେ କେଶବ ହରେ
ଆଲୋ ଆତ୍ମା ଶାରୀ ଦେହ ପଞ୍ଜୁରୀରେ ଜପୁଥା
ଶ୍ୟାମଳ ତନୁ ଉଦାର ଚାହାଁଣି ଅଧରରେ ବଂଶୀ
ଶାରୀ ଲୋ ତ୍ରିଭଙ୍ଗ ଠାଣି ଛନ୍ଦାପାଦକୁ ଚିନ୍ତୁଥା
Friday, March 28, 2025
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ଆଲୋ ଦେହ ପଞ୍ଜୁରୀ ଶାରୀ ଜପୁଥା
ବନମାଳ ବଂଶୀ ଶିଖିପୂଛ ଛନ୍ଦାପାଦ
ତ୍ରିଭଙ୍ଗୀ ଠାଣି ଛନ୍ଦା ପାଦକୁ ଚିନ୍ତୁଥା
ମୋ ନିଜ ପିତା ମାତା ମୁହିଁ ସେବି ନାହିଁ
ମୋ ନିଜ ପିତା ମାତା ମୁହିଁ ସେବି ନାହିଁ
ପର ଘର ଝିଅ ଦୋଷ ଦେଇ କି ଲାଭ
ଅଷ୍ଟାଙ୍ଗ ଯୋଗ ପ୍ରଥମ କକ୍ଷରେ ବସିନି
ହେ ଗୋବିନ୍ଦ ତୋତେ ଭେଟିବା ଦୁର୍ଲଭ
ସହିବା ଶକତି ମୋତେ ଦିଅ ହେ ଗୋବିନ୍ଦ
ସହିବା ଶକତି ମୋତେ ଦିଅ ହେ ଗୋବିନ୍ଦ
ମୁହିଁ ସଂସାରେ ଅଢେଇ ଦିନ ଲାଗି କୁଣିଆ
ମୁହିଁ କିବା ତୋତେ ଖୋଜିବି ହେ ଗୋବିନ୍ଦ
ମୋତେ ରୁଚେ ବ୍ୟଞ୍ଜନ ହୋଇଲେ ଲୁଣିଆ
ମୋର ଦେହ କହିଲେ ତୁହି ମାଆ
ମୋର ଦେହ କହିଲେ ତୁହି ମାଆ
ମୋର ଗୁରୁଜି କହିଲେ ତୁହି ମାଆ
ବରାଭୟ ହସ୍ତା ପାଦରେ ଶରଣ
ମା ଫିଟା ଗଣ୍ଠି ନିଷ୍ଠୁର ଭଵ ମାୟା
ମୋହର ସ୍ୱରୂପ ଅର୍ଦ୍ଧ ନାରୀଶ୍ୱର
ମୋହର ସ୍ୱରୂପ ଅର୍ଦ୍ଧ ନାରୀଶ୍ୱର
ମୋହର ସ୍ୱରୂପ ଆତ୍ମା ହୃଷିକେଶ
ମୋତେ ଅମୃତ ମୃଦ୍ୟୁ ବଂଶୀ ଧ୍ୱନି
ମୋତେ କୃଷ୍ଣ ପାଦ ସୁଖ ଅଶେଷ
ଅହଂ ଭାବଇ ଦେହୀ କ୍ଷିତୀଶ
ଅହଂ ଭାବଇ ଦେହୀ କ୍ଷିତୀଶ
ବୁଦ୍ଧି ମୋର ଅତି ବିଶ୍ଵସ୍ଥ ଭୃତ୍ୟ
ଶୁମ୍ଭ ନିଶୁମ୍ଭ ସମାନ ନାଶ ଯାନ୍ତି
ମାୟା ଇଙ୍ଗିତେ ବିକାର ନୃତ୍ୟ
Thursday, March 27, 2025
କେବଳ ତୋତେ ମୋ ହୃଦ ଦେବି ବୋଲି
କେବଳ ତୋତେ ମୋ ହୃଦ ଦେବି ବୋଲି
ହେ ଗୋବିନ୍ଦ ଅଶେଷ ମୁଁ ଭାବିଥିଲି ମନେ
ବଡ ହରଷ ରହିଲୁ ଭଉଣୀର ପୂଜାଘରେ
ହେ ଅନ୍ତର୍ଯ୍ୟାମୀ ପତିତକୁ ନ ଚିନ୍ତିଲୁ ଦିନେ
ତୁହି ଯେବେଟି ମନୁଷ୍ୟ ଦେହରେ ଅବତରୁ
ତୁହି ଯେବେଟି ମନୁଷ୍ୟ ଦେହରେ ଅବତରୁ
ତୁହି ହେ ଗୋବିନ୍ଦ ଅଶେଷ ପତିତ ଉଦ୍ଧାରୁ
ବୈଷ୍ଣବମାନଙ୍କ ଦୁଆରେ ଦୁଆରେ ଭ୍ରମଇ
ମୋ ନାବ କୂଳରେ ଲଗାଅ ହେ ବ୍ରହ୍ମଦାରୁ
ନବ ଦ୍ୱାର ପାହାଚ ଉଚ୍ଚ ଝୁଣ୍ଟି ପଡ଼ିଲେ
ନବ ଦ୍ୱାର ପାହାଚ ଉଚ୍ଚ ଝୁଣ୍ଟି ପଡ଼ିଲେ
ହେ ସାଇ କୃଷ୍ଣ ତୋ ରୂପ ମନେ ପଡେ
କେଡେ ଦୟା ତୋର ହେ ସମ ଦରଶୀ
ନାମ ଉଚ୍ଚାରିଲେ ଆନନ୍ଦ ଉଛୁଳି ପଡେ
ମାଆ ମାଆ ମାଆ ଛୋଟ ଶିଶୁ ଭଳି ଖୋଜୁଛି
ମାଆ ମାଆ ମାଆ ଛୋଟ ଶିଶୁ ଭଳି ଖୋଜୁଛି
ମା ପରମ କରୁଣାମୟୀ କେତେ ଲୁଚିବୁ ଆଉ
ଶଶ୍ମାନ ଗର୍ତ୍ତରୁ କାଢି ପଞ୍ଚ ଭୁତ ଶବ ଭକ୍ଷିବେ
ଭୁବନେଶ୍ୱରୀ ତୋ ପଦ୍ମ ପାଦରେ ଆତ୍ମା ଥାଉ
ନବ ଦୁର୍ବାଦଳ ଆଭା ଶ୍ରୀଗୋବିନ୍ଦ ତନୁ
ନବ ଦୁର୍ବାଦଳ ଆଭା ଶ୍ରୀଗୋବିନ୍ଦ ତନୁ
ପଞ୍ଚ ବେଦ ବ୍ରହ୍ମା ଶିବ ମୁଖରେ ପ୍ରତିଭା
ଝୁଲି ଚଢେ ଚାର ମାଳ ଭକ୍ତ ମେଳରେ
ବୁଲି ଚାହିଁଲେ ଶୀତଳ ପ୍ରାଣ କି ଲୋଭା
Wednesday, March 26, 2025
ପ୍ରତିମା ପୂଜାରେ ମୋର ଚିତ୍ତ ଅଛି ଜଡି
ପ୍ରତିମା ପୂଜାରେ ମୋର ଚିତ୍ତ ଅଛି ଜଡି
ଜୀବଙ୍କୁ ସମାନ ସ୍ନେହଁ ନ ପାରେ ଯୋଡି
ତୁମ୍ଭେଟି ଯେ ସ୍ୱୟଂ ବିଷ୍ଣୁ ମୋହିନୀ ରୂପ
ହେ ଗୋବିନ୍ଦ ମୋତେ ସୁଧା ଦିଅ ବାଢି
ମାଆ ପରିବାର ନିମନ୍ତେ ଶକ୍ତ ସ୍ନେହଁର ଡୋରିଟିଏ
ମାଆ ପରିବାର ନିମନ୍ତେ ଶକ୍ତ ସ୍ନେହଁର ଡୋରିଟିଏ
ଅଶେଷ କଲ୍ୟାଣ ଅଶେଷ ସହିଷ୍ଣୁତାର ପରୀଟିଏ
ପିଲାମାନଙ୍କ ପାଇଁ ବାପାଙ୍କ ପାଖେ ବଡ ଅଳିଟିଏ
ମାଆ ରଜ ଚକୁଳି ଦୀପାବଳୀର ଫୁଲ ଝରିଟିଏ
Green black or red chilly
Green black or red chilly
All are seriously very hot
Relief or dismiss verdict
All the letters are in the dot
ଗ୍ରାହ ପୀଡିତ ଗଜ ଯେହ୍ନେଟି ହୋଇଥଲା ନିରେକ୍ଷ
ଗ୍ରାହ ପୀଡିତ ଗଜ ଯେହ୍ନେଟି ହୋଇଥଲା ନିରେକ୍ଷ
ସେହି ପ୍ରକାର ମହାଦୁଃଖୀ ହେଲି ହେ ପୁଣ୍ଡରୀକାକ୍ଷ
କରୁଣା ନିଧି ସୁଧାନିଧି ହେ ବଢ଼ା ବଢ଼ା ଛନ୍ଦା ଚରଣ
କେବଳ ଛୁଇଁଦେଲେ ତରିବି ହୁଅ ମୋ ସାହା ପକ୍ଷ
ହେ ଗୋବିନ୍ଦ ତୋ ମୋହନ ବଂଶୀ କାହିଁ ଗଲା
ହେ ଗୋବିନ୍ଦ ତୋ ମୋହନ ବଂଶୀ କାହିଁ ଗଲା
ଯିଏ ସକଳ ଗୋପୀ ଗୋପାଳ ଚିତ୍ତକୁ ହରିଲା
ଥରୁଟିଏ ଡାକ ଦେଲେ ଏହି ପତିତ ତରିଯାନ୍ତା
ହେ ବାସୁଦେବ ମୋତେ କେଡେ କପଟ କଲା
Tuesday, March 25, 2025
ହରି ନାରାୟଣ କୃଷ୍ଣ ନାରାୟଣ ଗୋବିନ୍ଦ ନାରାୟଣ
ହରି ନାରାୟଣ କୃଷ୍ଣ ନାରାୟଣ ଗୋବିନ୍ଦ ନାରାୟଣ
ହୃଦୟ କମଳୟରେ ମନ ଭଅଁରଟି ଗୁଣୁ ଗୁଣୁ କରେ
ଘନଶ୍ୟାମ ସୁନ୍ଦର ପିତ ବସନ ବନମାଳୀ ବଂଶୀଧର
ଚିତ୍ତ ଚୋର ମଧୁର ବଂଶୀ ବଜାଇ ଡାକିଦେବୁ ଥରେ
Subscribe to:
Posts (Atom)

















































