Saturday, August 31, 2024

ବସନ୍ତ ଆଉ କୋକିଳ କି କଥା ହୁଅନ୍ତି

ବସନ୍ତ ଆଉ କୋକିଳ କିବା ବାର୍ତ୍ତାଳାପ କରନ୍ତି କି ବାର୍ତ୍ତାଳାପ କରନ୍ତି ଫୁଲ କେଶର ମଧୁମକ୍ଷି ବୈଷ୍ଣବ ଚକାଡୋଳା କିବା ବାର୍ତ୍ତାଳାପ କରନ୍ତି ଗରୁଡ ପଛରେ ଯେବେ ଭକତ ମିଳାଏ ଆକ୍ଷି

ବାମନ ହୋଇ ଚନ୍ଦ୍ର ସୂର୍ଯ୍ୟ ବଦନକୁ ଭାବ ଲଗେଇଲି

ବାମନ ହୋଇ ଚନ୍ଦ୍ର ସୂର୍ଯ୍ୟ ବଦନକୁ ଭାବ ଲଗେଇଲି ନଦୀଟେ ହୋଇ ମହୋଦଧି ମହାମିଳନକୁ କଲି ଇଛା ମୋ ଭାବର ଲୁହ ମୋ ଆଖିପତା ବନ୍ଧନକୁ ମାନେନା ହେ ଉଦାର ହୃଦୟ ତୋ ବଳିଆର ଭୁଜ ତଳେ ଲୁଚା

କାହାର ହୃଦୟ କମଳ କେଶରରେ ଇଷ୍ଟଦେବୀ ମାଆ

କାହାର ହୃଦୟ କମଳ କେଶରରେ ଇଷ୍ଟଦେବୀ ମାଆ ସୁଭଦ୍ରା ଗୋ ତୋ ପାଦ ପଙ୍କଜରେ ମନ ପଡିଲା ବନ୍ଧା କେଉଁ ମହାଜନକୁ କଲୁ ଏଡିକି ବଡ କୃପା ମାଆ ଗୋ ସୁଲକ୍ଷଣୀ ମା ବଡ ତୃଷା ତୋତେ ଭୁଞ୍ଜାନ୍ତି ଘର ରନ୍ଧା

ପୂଜାଘର ଓଲେଇ ଦେଇଛି ବାସନ ମାଜି ଦେଇଛି

ପୂଜାଘର ଓଲେଇ ଦେଇଛି ବାସନ ମାଜି ଦେଇଛି ତୋଳିକି ମଲ୍ଲି ତୁଳସୀ ଘୋରି ଦେଇଛି ବାସ ଚନ୍ଦନ ଶ୍ରୀଜୟଦେବଙ୍କ ମଙ୍ଗଳଗୀତମ ଗାଆରେ ମୋ ସହି ଦେଖିବାକୁ ଭାରି ଇଚ୍ଛା ବନମାଳୀ ମୁରଲୀ ମୋହନ

ମୁହିଁ ଅତି ଦୀନ ହୀନ ଦୁଃଖି ଛାର ଗାଈଆଳଟିଏ

ମୁହିଁ ଅତି ଦୀନ ହୀନ ଦୁଃଖି ଛାର ଗାଈଆଳଟିଏ କାହୁଁ ତୁମ୍ଭରି ସମକକ୍ଷ ହେବି ହେ ଯଶୋଦା ବାଳ ମନକୁ ମିଶାଇ ଏଗାରଟି ବଡ ଓଲେଇ ପଲରେ ଦିନ ରାତି ଦୌଡେ ବୁଦ୍ଧିବଣା ହଟିଲା ଆୟୁ ବଳ

ପ୍ରଥମ ଅକ୍ଷର ପ୍ରଣବ ଓଁକାର ଓଁକାର ଓଁକାର ଓଁକାର

ପ୍ରଥମ ଅକ୍ଷର ପ୍ରଣବ ଓଁକାର ଓଁକାର ଓଁକାର ଓଁକାର ଚନ୍ଦନ କାଠରେ ଜପି ଜପି ହୋଇଯାଉଥାଏ ଘୋରି ଗୋବିନ୍ଦ ପ୍ରେମ ଚନ୍ଦନଠାରୁ ଆହୁରି ଶୀତଳ ସୁଗନ୍ଧ ଲଭିବୁ ମାନସ ହଂସରେ ବ୍ରହ୍ମଦାରୁରେ ବାନ୍ଧଡୋରି

Friday, August 30, 2024

ରବି ସୁଧାକର ନୀଳ ଆକାଶରେ ଦୀପ ହେଲେ

ରବି ସୁଧାକର ନୀଳ ଆକାଶରେ ଦୀପ ହେଲେ ସୁଷୁମ୍ନା ଇଡା ପିଙ୍ଗଳା ଅଷ୍ଟଚକ୍ରରେ କଲେ ଧ୍ୟାନ ଶ୍ରୀ ଶ୍ରୀ ଚୈତନ୍ୟ ଶ୍ରୀ ଜୟଦେବ ଶ୍ରୀ ସାଲବେଗ ଥରୁଟେ ଦେଇ ଆଉ ଫେରି ନ ପାଇଲେ ମନ

ଜନକ ଜନନୀ ମୋ ପରଲୋକ ଗଲେ

ଜନକ ଜନନୀ ମୋ ପରଲୋକ ଗଲେ ମା ଭୁବନେଶ୍ୱରୀ ଶରଣ ଗଲି ଚରଣେ ଏ ଛେଣ୍ଡଟାକୁ ପଣତରେ ଢାଙ୍କି ଦେ ମା ମା ପ୍ରାଣଯାଉ ତୋ ନାମ ଜପ କରଣେ

ବିତାଇଲି ମୋ ଆୟୁଷ ବୈଷ୍ଣବ କୁଡିଆରେ

ବିତାଇଲି ମୋ ଆୟୁଷ ବୈଷ୍ଣବ କୁଡିଆରେ ମୋ ଉଦର ପୁରାଇଲି ଅବଢ଼ା କୁଡୁଆରେ କୃଷ୍ଣ କୃଷ୍ଣ କୃଷ୍ଣ ନିତି ମୁଁ ଲେଖେ ଓଡ଼ିଆରେ ଚକାଆଖି ଚାହିଁଦେଲେ ଲାଗେ ବଢିଆରେ

ବିମଳ ନିର୍ମଳ ଦିବ୍ୟ ସୁପ୍ରଭାତ ବେଳା

ବିମଳ ନିର୍ମଳ ଦିବ୍ୟ ସୁପ୍ରଭାତ ବେଳା ଉତିଷ୍ଟ ଉତିଷ୍ଟ ଉତିଷ୍ଟ ହେ ଗୋବିନ୍ଦ ପାଦ ଦୁଇ ସଦ୍ୟ ପ୍ରସ୍ଫୁଟିତ କମଳ ବେଣୁଧର ଚିନ୍ତା କୋଟିନିଧି ଆନନ୍ଦ

Thursday, August 29, 2024

କୋଇଲି ଭାଷାରେ ତୋର ନାମ କୁହୁ କୁହୁ କୁହୁ

କୋଇଲି ବାହୁନେ ତୋତେ କୁହୁ କୁହୁ କୁହୁ କରି କାଉ ଭାଷାରେ ତୋର ନାମ କାଆ କାଆ କାଆ ମୁହିଁ ହୀନପାମର ଅତି ବିକଳେ ଡାକୁଛି ତୋତେ ହେ ପାଷାଣୀ ରାମ ଚଣ୍ଡୀ ମାଆ ମାଆ ମାଆ ମା

ନିଜେ ଦେଇଥିବା ବଚନ ଅଛିକି ତୁମ ମନରେ

ନିଜେ ଦେଇଥିବା ବଚନ ଅଛିକି ତୁମ ମନରେ ଦୁଃଖହାରୀ ହେ ଭକ୍ତ ଗହଳରେ ଗଲକି ଭୁଲି ଅନନ୍ୟ ଉପାୟ ତୁମକୁ ହୃଦୟରେ ଚିନ୍ତା କଲି ସୁଖ ଦେଖିବାକୁ ଥରୁଟିଏ ନ ଆସନ୍ତ କି ବୁଲି

ହେ ଅପଲକ ତୁମ ଅଦୃଶ୍ୟ ପାଦ ବେନି ବଢ଼ାଇଦିଅ

ହେ ଅପଲକ ତୁମ ଅଦୃଶ୍ୟ ପାଦ ବେନି ବଢ଼ାଇଦିଅ ମୋର କୋଳରେ ଥୋଇ ଧୀରେ ଧୀରେ ଚିପିଦେବି ହେ ଅପଲକ କେଉଁ କଥା ପାଇଁକି ତୁମ୍ଭେ ଉଜାଗର ପ୍ରାଣ ପ୍ରତିମା ନିଦ୍ରା ଯାଅ ମୁହିଁ କ୍ଷେତ ବାଡ଼ି ବୁଝୁଥିବି

Wednesday, August 28, 2024

ନମୋ ନମୋ ନମୋ ହେ କାର୍ତ୍ତିକେୟ ବଡ ଭାଇ

ନମୋ ନମୋ ନମୋ ହେ କାର୍ତ୍ତିକେୟ ବଡ ଭାଇ ଦୂର କର ସର୍ବ ବିଘ୍ନ ମୋ ଶ୍ରୀକ୍ଷେତ୍ର ଯାତ୍ରା ପଥରୁ ଯାଉଅଛି ତୁମ୍ଭରି ମାଆ ମାମୁଙ୍କୁ ଦର୍ଶନ ଆଶାରେ ସତେ କଣ ପତିତ ପାଇଁ ଓହ୍ଲାଇ ଆସିବେ ରଥରୁ

ପାହାଡ ଜଙ୍ଗଲ କୋମଳ ବନ୍ଧୁର ପଥରେ ଭ୍ରମି ଭ୍ରମି

ପାହାଡ ଜଙ୍ଗଲ କୋମଳ ବନ୍ଧୁର ପଥରେ ଭ୍ରମି ଭ୍ରମି ଓଁ ନମୋ ନାରାୟଣ ନୀଳ ସମୁଦ୍ରରେ ଦେଲି ଯୋଗ ଆଞ୍ଜୁଳାଏ ଜଳରେ ମୋହର ସବୁ ଶୋଷ ମେଣ୍ଟିଲା ଏ ସଂସାର ଭୋଗରେ କେତେ ଭୋଗୁଥିଲି ରୋଗ

ତାଙ୍କୁ ତାଙ୍କୁ ସଭିଏଁ ହୁଅନ୍ତି ଝୁରନ୍ତି

ତାଙ୍କୁ ତାଙ୍କୁ ସଭିଏଁ ହୁଅନ୍ତି ଝୁରନ୍ତି ସେହି ମାର୍ଗଶିର ମାଣବସା କ୍ଷୀରି ତାକୁ ନରଦେହ କିଏ ସେ ଧରିବ ନିଜେ ହସ୍ତେ ନ ବାନ୍ଧିଲେ ଡୋରି

ମୋର ଘର ବାହୁଡା ପଥରେ କେତେ ଆଖି ଦେଖିଲି

ମୋର ଘର ବାହୁଡା ପଥରେ କେତେ ଆଖି ଦେଖିଲି ଚକାଆଖି ହେ ତୋ ରବି ଶଶୀ ଆଖି ସବୁଠୁଁ ନିଆରା କାଳ ଦଉଡିରେ ଯମ ଭିଡି ନେଉଥିଲା ମୋର ପ୍ରାଣ ତୋ ଚକାଡୋଳାରେ ଆଖିଥୋଇ ହୋଇଲି କୁଆଁରା

ଶୁଆ ବୋଲେ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ

ଶୁଆ ବୋଲେ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ଶାରୀ ବୋଲେ ରାମ ରାମ ରାମ ରାମ ଧନ୍ୟ ହେଲି ବୋଲି ସଂସାରି ବୋଲେ ନାମ କର୍ଣ୍ଣ ହୃଦୟକୁ କି ମଧୁର ଆରାମ

ମୋର ଦୁଇ ଭାଇ ଅତି ଉଦାର

ମୋର ଦୁଇ ଭାଇ ଅତି ଉଦାର ଏକ ମୋର ଆତ୍ମା ଅନ୍ୟଟି ବଳ ଏ ସୁଭଦ୍ରାର ସୁରକ୍ଷା ଅପରିମିତ ଉଶ୍ୱାସ ହୁଅ ବିଶ୍ୱାସ କରି ମୂଳ

ଭୂମିପୁତ୍ରୀ ସୁପୁତ୍ରୀ ଗାୟତ୍ରୀ ତୁହି ମାଆ ଗୋ

ଭୂମିପୁତ୍ରୀ ସୁପୁତ୍ରୀ ଗାୟତ୍ରୀ ତୁହି ମାଆ ଗୋ ଦଶ ମହାବିଦ୍ୟା ଜ୍ଞାନ ବିଜ୍ଞାନ ସକଳ ବିଦ୍ୟା ସୁଭଦ୍ରା ସୁଲଗ୍ନା କଲ୍ୟାଣୀ କୃଷ୍ଣ ସହୋଦରୀ ବିନ୍ଧୁ ଅର୍ଦ୍ଧମାତ୍ରା ଅକ୍ଷର ସର୍ବ ସଜନୀ ଆଦ୍ୟା

Tuesday, August 27, 2024

ହେ ଚିନ୍ମୟ ଆକାର ନିରାକାର ସକଳ ଆକାର

ହେ ଚିନ୍ମୟ ଆକାର ନିରାକାର ସକଳ ଆକାର ଦ୍ୱାରେ ଅବିଭାର୍ବ ହେଲୁ ହୋଇ ବୃହତ ଵାସୁଆ ବାହାରେ ବାହାରେ ଶୁଭ ବାର୍ତ୍ତା ଦେଇଣ ଗଲୁ ଇଏକି ଛଳନା ମୁହିଁ ଅରକ୍ଷିତ ପାପୀ କାଶୁଆ

ବିଜୁଳି ଘଡ ଘଡି ମାରିଲେ ହେ ଗୋବିନ୍ଦ

ବିଜୁଳି ଘଡ ଘଡି ମାରିଲେ ହେ ଗୋବିନ୍ଦ ଯୁପ କାଷ୍ଠରେ ଛାଗଳ ସମ ଥରେ ଛାତି ସନ୍ୟାସ ଯୋଗ କାହୁଁ ସାଧିବି ଗୋବିନ୍ଦ ବୈଷ୍ଣବ ପିଣ୍ଢାରେ ବିତାଇଲି ସବୁରାତି

ଚିନ୍ମୟୀ ସକଳ ଜୀବରେ ଚେତନା

ଚିନ୍ମୟୀ ସକଳ ଜୀବରେ ଚେତନା ଶରଣ ତୋହରି ପଙ୍କଜ ଚରଣେ ସକଳ ପୂଜା ବେଦିରେ ପାଷାଣୀ ମର୍ତ୍ତ୍ୟରେ ଜନ୍ମଦେଲୁ ଅକାରଣେ

ସ୍ମୃତି ଚିନ୍ତାମଣି ଭଣିଲେ ଭୀମ କନ୍ଧ ଓଡ଼ିଆରେ

ସ୍ମୃତି ଚିନ୍ତାମଣି ଭଣିଲେ ଭୀମ କନ୍ଧ ଓଡ଼ିଆରେ ପଢି ପାରିଲେ ଭେଦି ନ ପାରେ ମୁହିଁ ଏତେ ପଢି ଶ୍ରୀଗୋବିନ୍ଦଙ୍କର ଘର ଠିକଣା କେଉଁଠୁ ପାଇବି ଆଉ ଦିନ କେତୁଟା ଏହି ଦେହ ଯିବ ପଚି ସଢ଼ି

ଗଙ୍ଗା ଝରିଆସେ ମହାଦେବଙ୍କ ଜଟାରୁ

ଗଙ୍ଗା ଝରିଆସେ ମହାଦେବଙ୍କ ଜଟାରୁ ଅରୁଣ ସୁଧାକର ଉଦୟ ଅନ୍ତରୀକ୍ଷରେ କାହୁଁ ଆସି କାହୁଁ ଯାଏ ଜୀବ ଚେତନା କେବଳ ଜାଣୁ ଏକା ପୁଣ୍ଡରୀକାକ୍ଷରେ

ଗୋବିନ୍ଦଙ୍କ ଭେଟ ପାଇବାର ଥିଲେ

ଗୋବିନ୍ଦ ଭେଟକୁ କେବଳ ତୃଷା ଜନମିଲେ ମନ ଶିବଙ୍କ ବେଢାରେ ଯାଇକରି ଶୋଇବୁ ଦୟାମୟୀ ଶିବାନୀ ନିଶ୍ଚୟ ଶିବଙ୍କୁ କହିବେ ବୈଷ୍ଣବ ଶ୍ରେଷ୍ଠ ଶିବଙ୍କ ଇଷ୍ଟ ଦିଅଁଙ୍କୁ ଲଭିବୁ

ପିତା ଶୟନ ଶେଷନାଗ ଫଣା ଛାୟାରେ

ପିତା ଶୟନ ଶେଷନାଗ ଫଣା ଛାୟାରେ ମାତା ମୋର ସେବୁଥିଲେ କମଳ ଚରଣ ସେ ଅପୂର୍ବ ଦର୍ଶନରେ ଚିତ୍ତ ସ୍ଥିର ହେଲା ଦେହ ଭୁଲିଗଲା କେବେ ଛୁଇଁଲା ମରଣ

ଯୋଗୀ ଲଭେ ଯୋଗର ଉପଯୁକ୍ତ ପାଉଣା

ଯୋଗୀ ଲଭେ ଯୋଗର ଉପଯୁକ୍ତ ପାଉଣା ବିମଳା ବର ଉଦାର ବିମଳ ଆନନ୍ଦ ସଦନ ଯୋଗ ଯୋଗେଶ୍ୱର ମସ୍ତକରେ ବାଳ ଜଟା ଏଡିକି ମଧୁର ସେ ମୋହନ ବଂଶୀ ବଦନ

ଶ୍ରୀଜଗନ୍ନାଥଙ୍କ ନୀଳଚକ୍ରରେ ଉଡୁଥାଉ ପତିତପାବନ

ଶ୍ରୀଜଗନ୍ନାଥଙ୍କ ନୀଳଚକ୍ରରେ ଉଡୁଥାଉ ପତିତପାବନ ପତିତପାବନଙ୍କଠାରେ ଲାଖି ରହିଥାଉ ବେନି ନୟନ ବଳିୟାର ବେନି ଭୁଜତଳ ହେଇଥାଉ ପ୍ରଶାନ୍ତି ନିଳୟ ଶ୍ରୀମଦଭାଗବତରେ ଉଲ୍ଲାସିତ ହେଉଥାଉ ଜନ ମନ

Monday, August 26, 2024

ବୋଲ ମୋର ମନରେ କୃଷ୍ଣ କୃଷ୍ଣ କୃଷ୍ଣ

ବୋଲ ମୋର ମନରେ କୃଷ୍ଣ କୃଷ୍ଣ କୃଷ୍ଣ ରାମ ରାମ ରାମ ବୋଲ ମୋ ମନରେ ବାଟ ଚାଲୁଥିବୁ ନାମ ଜପୁଥିବୁ ନାମକୁ ଏ ନର ଜନମ ହରି ଭେଟକୁ ଧନରେ

ତୁହି ରାମ ରାମ ବୋଲିଲେ ମୁହିଁ କୃଷ୍ଣ କୃଷ୍ଣ ବୋଲୁଥିବି

ତୁହି ରାମ ରାମ ବୋଲିଲେ ମୁହିଁ କୃଷ୍ଣ କୃଷ୍ଣ ବୋଲୁଥିବି ତୁହି କୃଷ୍ଣ କୃଷ୍ଣ ବୋଲିଲେ ମୁଁ ବୋଲୁଥିବି ରାଧା ରାଧା ରାମ ରାମ କୃଷ୍ଣ କୃଷ୍ଣ ଜପରୁ ଅମୀୟ ରସ ଝରିପଡେ ଚୈତନ୍ୟ ବୋଲଇ ମନରେ ବାଣ୍ଟି ନେବା ଅଧା ଅଧା

ଯୋଗ ଯୋଗେଶ୍ୱର ଦେବ ମହାଦେବ ଅତି ଶାନ୍ତକାର

ଯୋଗ ଯୋଗେଶ୍ୱର ଦେବ ମହାଦେବ ଅତି ଶାନ୍ତକାର ହୃଦୟ କମଳ କେଶରରେ ଲଭି ଦେବକୀ ନନ୍ଦନ କୃଷ୍ଣ କାଳିଦଳି ଶ୍ରୀଅଙ୍ଗରେ ଶ୍ରମଝାଳ ଟୋପା ଟୋପା ଦେଖି ଯୋଗେଶ୍ୱର ଏଡିକି ଉଲ୍ଲସିତ ନ ଜାଣିଲେ ଶୀତ ଉଷ୍ମ

କେଉଁ ସାଧକର ହୃଦୟର ମମତାମୟୀ ମାଆ

କେଉଁ ସାଧକର ହୃଦୟର ମମତାମୟୀ ମାଆ ଏହି ପିତା ମାତା ଛେଉଣ୍ଡକୁ କର ଧରମ ପୁଅ ଜବା ଗଛମୂଳରେ ନିତି ପାଣି ଢାଲୁଥିବି ମାଆ ଏହି ଛେଉଣ୍ଡକୁ ଦେଖାଅ ତୋ ଅଳାରେ କୂଅ

ସୁସ୍ୱାଗତମ କୃଷ୍ଣ ସୁସ୍ୱାଗତମ କୃଷ୍ଣ ସୁସ୍ୱାଗତମ କୃଷ୍ଣ ତୁମ୍ଭଙ୍କୁ

ସୁସ୍ୱାଗତମ କୃଷ୍ଣ ସୁସ୍ୱାଗତମ କୃଷ୍ଣ ସୁସ୍ୱାଗତମ କୃଷ୍ଣ ତୁମ୍ଭଙ୍କୁ ଏକ ଶତ କମଳ ପାଖୁଡା ମୋହର ହୃଦୟ କରେ ଅପେକ୍ଷା ଏ ଯୋନି ସେ ଯୋନି ପାପ ପୁଣ୍ୟରେ ବୁଡି ପ୍ରାଣ ବ୍ୟାକୁଳ କେଡେ ସୌଭାଗ୍ୟ ନର କଳେବର ଆଉ ନକର ଉପେକ୍ଷା

ସିରିଆ ପୂଜା ବେଦୀରୁ ଟିକେ ଆସ

ସିରିଆ ପୂଜା ବେଦୀରୁ ଟିକେ ଆସ ମୋ ପାଖକୁ ଗରୁଡ ପୃଷ୍ଠରେ ଆସ ସୁମତି ପୂଜା ବେଦୀରୁ ଟିକେ ଆସ ମୋ ପାଖରେ ବଂଶି ହସ୍ତରେ ହସ

ତୁହି କେବେ ରହିଲୁ ଦେବକୀ ଉଦରରେ

ତୁହି କେବେ ରହିଲୁ ଦେବକୀ ଉଦରରେ ଆଉ କେବେ ତୁ ରହିଲୁ ଭକ୍ତ ମେଳରେ ସର୍ବଦା ବ୍ୟସ୍ତ ରହିଲୁ ଧର୍ମ ସଂସ୍ଥାପନରେ ତେଣୁ ମନକୁ ଥୋଇଲି ଚକାଡ଼ୋଳାରେ

ଶ୍ରୀକୃଷ୍ନ ଜନ୍ମାଷ୍ଟମୀ

କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ଭକ୍ତି ନବଧା କେଉଁ ଗୋଟିକ ହେ କୃଷ୍ଣ ଉତ୍ତମ ନ କହିବା ଯାଏ ଜପୁଥିବି କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କେବଳ ତୋତେଟି ଲଭିବା ବାକି ପ୍ରାଣ ପ୍ରତିମ

ତିନି ନୟନରୁ ତୋର ମଙ୍ଗଳ ବିଛୁରିତ ହୁଏ

ତିନି ନୟନରୁ ତୋର ମଙ୍ଗଳ ବିଛୁରିତ ହୁଏ ତେଣୁ ମା ବିଶ୍ୱକଲ୍ୟାଣୀ ମଙ୍ଗଳା ତୋ ନାମ ମନ ବୁଦ୍ଧି ଇନ୍ଦ୍ରିୟ ହରିଲେ ମୋର ବିବେକ ତ୍ରାହି ତ୍ରାହି ମା ଗୋବିନ୍ଦା ଆତୁର ଶିଶୁ ରାମ

ସ୍ଥଳ ଜଳ ତେଜିଣ ପଶିଲି ଆକାଶରେ

ସ୍ଥଳ ଜଳ ତେଜିଣ ପଶିଲି ଆକାଶରେ ଆକାଶରେ ମାଳ ମାଳ ଭସା ନବଘନ ନବଘନ ନିବାସ ନୀଳ ଶୁଦ୍ଧ ଅନ୍ତରୀକ୍ଷ ଅନ୍ତରୀକ୍ଷରେ ଯୋଗେଶ୍ୱର କୃଷ୍ଣ ଧ୍ୟାନ

Sunday, August 25, 2024

ମଙ୍ଗଳା ତୋହର

ମଙ୍ଗଳା ତୋହର ଭଉଣୀ ହେ ଗୋବିନ୍ଦ ମୋହର ଭଉଣୀ ଅତି ଦୁଃଖି ହିନୀମାନୀ ନୀଳକନ୍ଦରରେ ତୋ କିଛି ଅଭାବ ନାହିଁ ତୋର ଭଉଣୀ ବଢ଼ାନ୍ତାନି ପଣତକାନି

କେବଳ ଆଉ ଥରୁଟିଏ କେବଳ ଆଉ ଥରୁଟିଏ

କେବଳ ଆଉ ଥରୁଟିଏ କେବଳ ଆଉ ଥରୁଟିଏ ଦୟାନିଧି ସ୍ୱାମୀ ହେ ପଦ୍ମପାଦରେ ଯିବକି ଚାଲି ଆଖି ହୃଦୟ ମୋ ହୁଅନ୍ତି ବଡ଼ ଆକୁଳ ବ୍ୟାକୁଳ ପ୍ରଭୁ ହେ ତୁମ୍ଭ ଅତି ମଧୁର ରୁପ ଯାଉଛି ଭୁଲି

ହୃଦୟ କମଳ କେଶରରେ ତୁମ୍ଭକୁ ମୁଁ ନିରତେ ଚିନ୍ତେ

ହୃଦୟ କମଳ କେଶରରେ ତୁମ୍ଭକୁ ମୁଁ ନିରତେ ଚିନ୍ତେ ସୁଧାନିଧି ଗୋବିନ୍ଦ ହେ ସଦାଥାଅ ଏ ନୟନ ପଥରେ ଡୋଳା ଦର୍ଶନ କରୁଥାଉ ତୁମ୍ଭ ମୃଦ୍ୟୁ ମୃଦ୍ୟୁ ପଦ୍ମ ଚାଲି ହେ ଆର୍ତ୍ତି ଆର୍ତ୍ତହରା ତୁମ୍ଭେ କେଡେ ଉଦାର ସତରେ

କିଏ ସେ ହୋଇବ କି ତୁମ୍ଭ ସମକକ୍ଷ

କିଏ ସେ ହୋଇବ କି ତୁମ୍ଭ ସମକକ୍ଷ ଉଦାର ପଣରେ ଯାହାର ଅନନ୍ତ ଶୟନ ଆର୍ତ୍ତିଟିଏ ଲୁହରେ ଯାଏ ଭିଜି ରଘୁ ଅରକ୍ଷିତ ସାଲବେଗ ଦାସିଆ ଜୟଦେବ ଉଦ୍ଧାର ଏହି ମହାପତିତ ସ୍ମରଣ କରି ବ୍ରହ୍ମାନନ୍ଦରେ ଯାଏ ହଜି

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ସାଧୁ ସନ୍ଥଟିଏ ଆସିଲେ ମାନବ ଶରୀରରେ ସନ୍ତାପିତ ହୃଦୟରେ ଲାଗେ ଚନ୍ଦନ ଟୋପା ଉଦାର ମୁରଲୀ ମୋହନଙ୍କ ଖୁସି କିଏ କହୁ ଅଖିଳ କୋଟି ଜୀବ ଜନ୍ତୁଙ୍କର ମାଆ ବାପା

କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ମାଆ ଗୋ ଭୁବନେଶ୍ୱରୀ

କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ମାଆ ଗୋ ଭୁବନେଶ୍ୱରୀ ପଦ୍ମ ଆଖି ଅମୃତ ମୁଖି ରବି ଶଶୀ ନାକରେ ଗୁଣା ସାଧକ ହୃଦୟ ପଦ୍ମରେ ସଦା ବରା ଅଭୟ ହସ୍ତା ସ୍ମିତଅଧରା ମାଆ ଶୁଭ ଦର୍ଶନ ପାଇଁ ହେଲି ବଣା

ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ

ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ ଥଳକୂଳ ହିନ ସଂସାର ସାଗର ବୁଡି ଉଠି ବୁଡି ଉଠି ପିଏ ପାଣି ତୋ ଶରଣ ଗଲିରେ କଠଉ ଫଣା ନୀଳକନ୍ଦରକୁ ପଥ ଦେଖା ସନ୍ତରଣରେ ଅତି ନିପୁଣ ଗୋବିନ୍ଦ କୂଳକୁ ଆଣି ପାରିବେ ଟାଣି

ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ

ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ ଥଳକୂଳ ହିନ ସଂସାର ସାଗର ବୁଡି ଉଠି ବୁଡି ଉଠି ପିଏ ପାଣି ପାଦ ଧରୁଛି ହେ ଖଗପତି ନୀଳକନ୍ଦର ବାସୀଙ୍କୁ ଏ ବାର୍ତ୍ତା ଦିଅ ସନ୍ତରଣରେ ଅତି ନିପୁଣ ଗୋବିନ୍ଦ କୂଳକୁ ଆଣି ପାରିବେ ଟାଣି

Saturday, August 24, 2024

ପଙ୍କରେ ମୁହିଁ ପଶିଲି ପଦ୍ମ ତୋଳିବାକୁ

ପଙ୍କରେ ମୁହିଁ ପଶିଲି ପଦ୍ମ ତୋଳିବାକୁ ମନରୁ କାଢ଼ିଲି ସକଳ ଆକାର ବିକାର ବିପଦେ ମୁହିଁ ନାରାୟଣ ଶରଣ ଗଲି ହୃଦୟରେ ଥୋଇଲି କମଳ ପୟର

ପ୍ରଫୁଲ୍ଲିତ ପ୍ରଫୁଲ୍ଲିତ ପ୍ରଫୁଲ୍ଲିତ ଭଵ ତୁହି ଗୋବିନ୍ଦେ

ପ୍ରଫୁଲ୍ଲିତ ପ୍ରଫୁଲ୍ଲିତ ପ୍ରଫୁଲ୍ଲିତ ଭଵ ତୁହି ଗୋବିନ୍ଦେ ସଦା ଚିନ୍ତେ ତୋ ପାଦ ହୃଦୟ କମଳ କେଶରରେ ଅହଲ୍ୟା ପାଞ୍ଚାଳୀ ଗଜ ମୃଗ ଉଦ୍ଧାର ଗାଢ଼ ନିଦ୍ରିତ ରାମ ଆସିଛି ଜଣା ବଞ୍ଚିଛି କୃଷ୍ଣ ଜପ ଆସରାରେ

ଯାହା ଘରେ ନାହିଁ ଉଷୁନା ଅରୁଆ

ଯାହା ଘରେ ନାହିଁ ଉଷୁନା ଅରୁଆ ସେହି ସୁମତିକୁ ଦେଲୁ ତୋର ମନ ଅତି ଦୁଃଖରେ ମହାପ୍ରଫୁଲ୍ଲିତ ତନୁ କେଡେ ଉଦାରରେ ନନ୍ଦର ନନ୍ଦନ

ଭୁବନେଶ୍ୱରୀ ଅଖିଳ କଲ୍ୟାଣୀ ବାଳା

ଭୁବନେଶ୍ୱରୀ ଅଖିଳ କଲ୍ୟାଣୀ ବାଳା କୃପା ଆଖି କାହିଁକି ନ ହେବୁ ସଜେଇ ନିରତେ ଯୋଗୀ ହୃଦୟ କମଳ ବାସା ଶୁଭ ଦର୍ଶନକୁ ବସିଛି ମନକୁ ମଜେଇ