Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Tuesday, January 31, 2023
ଜୀବ ମାତ୍ରେ ତ୍ରିଗୁଣ ରଜୁରେ ବନ୍ଧା
ଜୀବ ମାତ୍ରେ ତ୍ରିଗୁଣ ରଜୁରେ ବନ୍ଧା
ସେ ତୋ ପାଖେ ପହଞ୍ଚିବ କେମିତି
ସେଥି ଲାଗି ହେଲୁ ଭାବର ଠାକୁର
ଯିଏ ଯାହା ଭାବେ ହେଉ ସେମିତି
Monday, January 30, 2023
ଏକଇ ଶରୀରେ ବିରୋଧ ଭାବ
ଏକଇ ଶରୀରେ ବିରୋଧ ଭାବ
ଦେହ ବନ ପଶୁ ମନ ମୁକ୍ତ ପକ୍ଷୀ
ଶ୍ରୀକ୍ଷେତ୍ର ନେଲି ବୁଝାଇ ସୁଝାଇ
ଦୂରୁ ଦେଖି ହସିଦେଲେ ପଦ୍ମଆଖି
Sunday, January 29, 2023
Saturday, January 28, 2023
ପାଞ୍ଚ ଅବତାର
ଅଗ୍ନି ରୂପରେ ଥାଉ ଜଠରେ
ନାହିଁ ତୋ ନିରାମିଷ ଆମିଷ
ଯାହା ଦେଲେ ବି ଭକ୍ଷୀ ଥାଉ
ସବୁ ପୋଡି କରୁ ତୁ ପାଉଁଶ [୧]
ଆକାଶ ରୂପରେ ଥାଉ ଉର୍ଦ୍ଧ୍ୱେ
ତୁ ସକଳ ମଥା ଉପରେ ଛାତ
ଯିଏ ଯେତେ ବି ହେଉ ଉଚ୍ଚ
ତୋତେ ନ ପାଏ ତାର ହାତ [୨]
ଜଳ ରୂପରେ ଥାଉ ମେଘରେ
ନାହିଁ ତୋର ସଫା କି ମଳିଆ
ଜଳ ହିଁ ଏ ସଂସାର ଜୀବନ
ନଦୀ ରୂପେ ବହୁ ସବୁ ଅଳିଆ [୩]
ମାଟି ରୂପରେ ଥାଉ ଘଟେ
ନାହିଁ ତୋ ରାଜା କି ପ୍ରଜା
ସକଳ ଚେର କୋଳେ ଧରୁ
ହେଉ ଯେଉଁ ମଞ୍ଜିରୁ ଗଜା [୪]
ବାୟୁ ରୂପରେ ଥାଉ ନିଶ୍ୱାସେ
ନାହିଁ ତୋ ସୁଗନ୍ଧ କି ଦୁର୍ଗନ୍ଧ
ସକଳ ଜୀବର ତୁହି ଆୟୁଷ
ମଳୟ ରୂପେ ବହୁ ମନ୍ଦ ମନ୍ଦ [୫]
ଦେଖି ପାରୁଥିଲି ଦେଖିଲି ଚକାଆଖି
ଚାଲି ପାରୁଥିଲି ଚାଲିଲି ଶୀରିକ୍ଷେତ୍ର
ଦେଖି ପାରୁଥିଲି ଦେଖିଲି ଚକାଆଖି
ଖାଇ ପାରୁଥିଲି ଖାଇଲି ମହାପ୍ରସାଦ
ଭାବି ପାରୁଥିଲି ଭାବିଲି ଧରନ୍ତି ଜାକି
Thursday, January 26, 2023
ସନ୍ତାନର ପାଦେ କଣ୍ଟା ପଶିଗଲେ
ସନ୍ତାନର ପାଦେ କଣ୍ଟା ପଶିଗଲେ
ମାଆର ଛାତିରେ ପଶିଯାଏ ଛୁରୀ
ପିଲାଏ କାହିଁ କେତେ ବଡ଼ ହୁଅନ୍ତୁ
ମାଆର ମନ ସଦା ମରୁଥାଏ ଝୁରି
ରାତିରେ ଗୋଟେ ଖରାପ ସପନ ଦେଖିଲି
ରାତିରେ ଗୋଟେ ଖରାପ ସପନ ଦେଖିଲି
କଣ ତୋର ଭଲ ଅଛି କିରେ ଧନ ଦେହ
ବଢି ଭୋଅରୁ ଯିଏ ଏମିତି ଫୋନ କରେ
ସିଏ ବୋଉକୁ ଛାଡି ଆଉ କିଏ ହେବ କୁହ
Wednesday, January 25, 2023
Tuesday, January 24, 2023
Sunday, January 22, 2023
ସଂସାରରେ ପାଦ ରଖିବା ଦିନଠୁଁ
ସଂସାରରେ ପାଦ ରଖିବା ଦିନଠୁଁ
ଦଣ୍ଡେ ନ ଛାଡ଼ନ୍ତି ସତ୍ଵ ରଜ ତମ
ଭଲ ମନ୍ଦ ବାଛୁ ବାଛୁ ଦିନ ଗଲା
ଶରଣ ଜଗନ୍ନାଥ ପୁରୁଷ ଉତ୍ତମ
Saturday, January 21, 2023
Friday, January 20, 2023
ଦୁଷ୍ଟକୁ ଉଦ୍ଧରି ସନ୍ଥକୁ ଆବୋରି
ଦୁଷ୍ଟକୁ ଉଦ୍ଧରି ସନ୍ଥକୁ ଆବୋରି
ହରି ସୃଷ୍ଟି ସ୍ଥିତି ଲୟ କରୁ ମହୀ
କେଡେ କୃପା ତୋ କେଡେ କୃପା
ରଥରେ ବାମନ ଦେଖିଲି ମୁଁହି
Thursday, January 19, 2023
ପୃଥବୀ ଅତି ପୁରୁଣା ହେଲାଣି
ପୃଥବୀ ଅତି ପୁରୁଣା ହେଲାଣି
ପଦ୍ମ ଫୁଟିଲେ ଝରେ ସୌରଭ
ତୁମେ ପାଣ୍ଡଵ ମଧ୍ୟରେ ଉତ୍ତମ
ତେଣୁ ତୁମେ ଆମର ଗୌରବ
ପାପୀ ତରିଯାଏ
ପାପୀ ତରିଯାଏ ତପୀ ହାରିଯାଏ
ତୋ ଲୀଳା ବୁଝିବା ସହଜ ନୁହେଁ
ମୁଁ ନୁହେଁ ପ୍ରଭୁ କେଉଁ କୁଳର ବି
ମୋତେ ବାଟ ଦେଖାଇବ କିଏ
ଅର୍ଜୁନ ସଖା କୃପା କଲେ
ଅର୍ଜୁନ ସଖା କୃପା କଲେ
ଶ୍ରୀଗୁରୁଙ୍କ ମିଳଇ ଦେଖା
ଶ୍ରୀଗୁରୁ ଦେଖାଇଲେ ପଥ
ପଥେ ମିଳନ୍ତି ଅର୍ଜୁନ ସଖା
Wednesday, January 18, 2023
Tuesday, January 17, 2023
ପରହିତ ଲାଗି ଜୀବନ ବଞ୍ଚିଲେ
ଭାଗ୍ୟରେ ଥିଲେ ମିଳେ ଅବଢ଼ା
ଶ୍ରୀକ୍ଷେତ୍ର ଶ୍ରୀହରି ଶ୍ରୀମୁଖ ଉଚ୍ଚିଷ୍ଠ
ପରହିତ ଲାଗି ଜୀବନ ବଞ୍ଚିଲେ
ଦଣ୍ଡେ ଓଳିଏ ଜିଇଁଲେ ଯଥେଷ୍ଠ
No one has ever got the right answer
No one has ever got the right answer
If the very question is what is the next
One who has the patience to pursue
Would reach a beach which is the best
Monday, January 16, 2023
ମଞ୍ଜି ଉପରେ ପାଣି ଛିଞ୍ଛିଦେଲେ
ମଞ୍ଜି ଉପରେ ପାଣି ଛିଞ୍ଛିଦେଲେ
ଭୃଣର ଗଭୀର ନିଦ୍ରା ଯାଏ ହଜି
ଓଦାମାଟି ଖରା ପବନ ଛୁଇଁଲେ
ମଞ୍ଜିର ବୃକ୍ଷ ଆକାଶକୁ ଦିଏ ବାଜି
Sunday, January 15, 2023
Saturday, January 14, 2023
କେତେ ମଧୁର କୃଷ୍ଣ ଲୀଳା
କେତେ ମଧୁର କୃଷ୍ଣ ଲୀଳା
ତୁ ନିଜେ ଶୁଣିଲେ ଜାଣିବୁ
କେତେ ସୁନ୍ଦର କୃଷ୍ଣ ରୂପ
ତୁ ନିଜେ ଦେଖିଲେ ଜାଣିବୁ
ଯେଉଁ ଦିନ ଛୁଇଁଲି ବାଇଶିପାହାଚ
ଯେଉଁ ଦିନ ଛୁଇଁଲି ବାଇଶିପାହାଚ
ମୋ ସରିଗଲା ସବୁ ଚାଲିବା ବାଟ
ଯେଉଁ ମୁଁ ଦିନ ଚାଖିଲି ମହାପ୍ରସାଦ
ମୋ ସବୁଦିନ ଲାଗି ପୁରିଲା ପେଟ
Friday, January 13, 2023
Thursday, January 12, 2023
ଛପନ କୋଟି ଜୀବଜନ୍ତୁ ଗଢି
ଛପନ କୋଟି ଜୀବଜନ୍ତୁ ଗଢି
ପ୍ରଭୁ ଶୋଇ ନ ପାରୁଛ କ୍ଷଣିକ
କମଳା ଚିପଇ ପାଦ ଯୋଡିକ
ଚକାଡ଼ୋଳାରେ ପଡୁ ପଲକ
Wednesday, January 11, 2023
Let all the buds open petals
Let all the buds open petals
Let all the drums drum beat
Let all hearts chants His glory
Let all have the desire to meet
ଶରୀର ନିର୍ମଳ ସ୍ନାନଜଳରେ
ଶରୀର ନିର୍ମଳ ସ୍ନାନଜଳରେ
ଅନାବିଳ ସେବାରେ ହୃଦୟ
ଅଜ୍ଞାନ ନିର୍ମୁଳ ଗୁରୁକୃପାରେ
ଗୋବିନ୍ଦ ଭଜନ ସଦୟ
Tuesday, January 10, 2023
Let all the flowers become garland
Let all the buds open petals
Let all the drums drum beat
Let all hearts chants His glory
Let all have the desire to meet
Monday, January 9, 2023
ଓଁ ଜଗନାଥାୟ ଧୀମହୀ
ତୁହି ପିତାର ସାହସ ତୁହି ମାଆର ସ୍ନେହଁ
ତୁହି ରବିର ତେଜ ତୁହି ଚନ୍ଦ୍ରର ଜୋସ୍ନା
ତୁହି ଗୀତର ସ୍ୱର ତୁହି ବିପଦର ବନ୍ଧୁ
ତୁହି ବଂଶୀର ଧ୍ୱନି ତୁହି ଫୁଲର ବାସ୍ନା
Sunday, January 8, 2023
Saturday, January 7, 2023
ପାଖୁଡା ପାଖୁଡାରେ ଅପୂର୍ବ ଶୋଭା
ପାଖୁଡା ପାଖୁଡାରେ ଅପୂର୍ବ ଶୋଭା
ଆଲୋ ତୋ ଦେହରେ ଏତେ ବାସ
କି ଖୁସିରେ ଏତେ ହସ ଲୋ ଫୁଲ
ଆଲୋ ତୁ କି ଦେଖିଲୁ କୁଞ୍ଜେ ରାସ
Friday, January 6, 2023
Subscribe to:
Posts (Atom)

















































