Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Saturday, February 28, 2026
ଶ୍ରୀଗୋବିନ୍ଦଙ୍କ ଦର୍ଶନ ସ୍ପର୍ଶ ସମ୍ଭାଷଣ
ଶ୍ରୀଗୋବିନ୍ଦଙ୍କ ଦର୍ଶନ ସ୍ପର୍ଶ ସମ୍ଭାଷଣ
ତିନିହେଁ ହେଲେ ମୋତେ ସାତ ସପନ
ଚକାଡ଼ୋଳାରେ ମୋ ଆତ୍ମାକୁ ଥୋଇଛି
ପାଦେ ଶରଣ ଦେବେ ଦେବକୀ ନନ୍ଦନ
ସେହି ବୈଷ୍ଣବ ପାଦରେ କୋଟିଏ ପ୍ରଣାମ
ସେହି ବୈଷ୍ଣବ ପାଦରେ କୋଟିଏ ପ୍ରଣାମ
ଯାହାକୁ ପୂଜା ବେଦିରେ ଭେଟ କମଳା ପତି
ନାମ ରୂପ ଲୀଳା ହୃଦୟରେ ମୋ ନିରନ୍ତର
ସତେ ଏହି ଜୀବନ ଲଭିବ କି ଶରଣାଗତି
ତୁମ୍ଭେ ଅବତରିଲେ ନର ନାରାୟଣ ହୋଇ
ତୁମ୍ଭେ ଅବତରିଲେ ନର ନାରାୟଣ ହୋଇ
ବସୁଧା ହୁଏ ଚନ୍ଦନ ଅର୍ଗଳୀ ପ୍ରଶାନ୍ତି ନିଳୟ
ଯେଣେ ଚାହିଁଲେ ତେଣେ କୃଷ୍ଣ ବାସୁଦେବ
ପ୍ରତି ଭକ୍ତର ହୁଦୟ କମଳ କମଳା ଆଳୟ
ଚକ୍ଷୁକୁ ଦିଶେନା ଭକ୍ତର ଭକ୍ତି
ଚକ୍ଷୁକୁ ଦିଶେନା ଭକ୍ତର ଭକ୍ତି
ପ୍ରେମ ଅନ୍ତକରଣରୁ ସମର୍ପିତ
ନିର୍ମଳ ହୃଦୟ ଚନ୍ଦନ ଅର୍ଗଳୀ
ନିତ୍ୟ ବାସ ଶ୍ରୀପତି ଜଗନ୍ନାଥ
ଶଙ୍କର ଉନ୍ମତ ହେଲେ ରାମ ନାମ ମଦ ପିଇ
ଶଙ୍କର ଉନ୍ମତ ହେଲେ ରାମ ନାମ ମଦ ପିଇ
ପବନ ସୁତ ସମାନ ରାମ ରୂପକୁ ହୃଦେ ଧ୍ୟାୟି
ଶଶ୍ମାନରେ ନିରନ୍ତର ପିଇଲେ ରାମ ନାମ ସୁଧା
ବାମ ଜାନୁ ଉପରେ ମାଆ ପାର୍ବତୀଙ୍କୁ ଥୋଇ
ଶ୍ରୀରାମ ସୀତା ଲୀଳା କଥା ଅମୃତ ସମୁଦ୍ର
ଶ୍ରୀରାମ ସୀତା ଲୀଳା କଥା ଅମୃତ ସମୁଦ୍ର
ଗଭୀରତା ମାପିବାକୁ ଗରୁଡ ହେଲେ ବାଇ
ଶିବ କହନ୍ତି ଗରୁଡ କାକ ଭୂଷଣ୍ଡ ସଙ୍ଗ ହୁଅ
ଶ୍ରୀରାମ ସୀତା ହିଁ ପରବ୍ରହ୍ମ ଦାରୁବ୍ରହ୍ମ ଛାଇ
ତୁହି ଚୈତ୍ର ମାସ ମଲ୍ଲି ମାଳା ହେ ରାମ
ତୁହି ଚୈତ୍ର ମାସ ମଲ୍ଲି ମାଳା ହେ ରାମ
ବୈଶାଖ ରୋଦ୍ରରେ ପକ୍ଵ ରସାଳ ଆମ୍ବ
ତୁହି ଆଷାଢ ଦ୍ଵିତୀୟା ନନ୍ଦୀଘୋଷ ରଥ
ବ୍ରହ୍ମଦାରୁ କୋରଡରେ ପରମ ହଂସ ଡିମ୍ବ
ଉଷା କାଳରେ ଚିନ୍ତିବୁ ବିଷ୍ଣୁ ସହିତ କମଳା
ଉଷା କାଳରେ ଚିନ୍ତିବୁ ବିଷ୍ଣୁ ସହିତ କମଳା
ପରିକ୍ରମା କରିବୁ ଶାନ୍ତାକାର ଅନନ୍ତ ଶୟନ
ଅଭୟ ଚରଣ ସେବାରେ ଉଲ୍ଲସିତ ବସୁଧା
ହୃଦୟ ପଦ୍ମରେ ଗାୟତ୍ରୀ କରୁଥିବୁ ଗାୟନ
ଚର୍ମ ନୟନକୁ ବ୍ରହ୍ମ ଚତୃର୍ଦ୍ଧା ଚକାଆଖି
ଚର୍ମ ନୟନକୁ ବ୍ରହ୍ମ ଚତୃର୍ଦ୍ଧା ଚକାଆଖି
ଯୋଗ ନିଦ୍ରାକୁ ସ୍ବପ୍ନରେ ବ୍ରହ୍ମ ଗୋବିନ୍ଦ
ଭକ୍ତ ଜୟଦେବଙ୍କୁ ବ୍ରହ୍ମ ଗୀତଗୋବିନ୍ଦ
ଅଚିନ୍ତ୍ୟ ଅରୂପ ବ୍ରହ୍ମ ଶ୍ରୀରାଧା ବ୍ରହ୍ମାନନ୍ଦ
ଗୋବିନ୍ଦ ଆସନ୍ତି ଗୁରୁ ରୂପରେ
ଗୋବିନ୍ଦ ଆସନ୍ତି ଗୁରୁ ରୂପରେ
ବତାଇ ଦେବାକୁ ଅନ୍ଧାରେ ବାଟ
ମାତା ପିତା କୃଷ୍ଣ ଅଖିଳ ସୃଷ୍ଟିର
ଚିକିତ୍ସା କରନ୍ତି ଲାଗିଲେ ଚୋଟ
Friday, February 27, 2026
କାଳାତୀତ ଦ୍ଵନ୍ଦାତିତ ଗଗନ ସଦୃଶ
କାଳାତୀତ ଦ୍ଵନ୍ଦାତିତ ଗଗନ ସଦୃଶ
ନାରାୟଣ ଗୋବିନ୍ଦ ରାମ ଅବତାର
ଅଶରଣ ଶରଣ ବିଭୁ ଅଭୟ ଚରଣ
ଆର୍ତ୍ତ ଜନ ଆକୁଳକୁ ତକ୍ଷଣ ଉତ୍ତର
କମଳା ହୃଦୟ ପଦ୍ମ କେଶର ଭ୍ରମର
କମଳା ହୃଦୟ ପଦ୍ମ କେଶର ଭ୍ରମର
ଭକତ ହୃଦୟ ମନ୍ଦାର ନିତ୍ୟ ବନ୍ଦନ
ଆରତ୍ତ ହୃଦୟ ଆଶଙ୍କା ଵିମୋଚନ
ଅଖିଳ ହୃଦୟ ମନ୍ଦିର ପତିତପାବନ
ମଲ୍ଲି ଫୁଲ ଆଞ୍ଜୁଳେ ଛନ୍ଦା ପାଦରେ ଦେବି ବୋଲି
ମଲ୍ଲି ଫୁଲ ଆଞ୍ଜୁଳେ ଛନ୍ଦା ପାଦରେ ଦେବି ବୋଲି
ସନ୍ଧ୍ୟା ସକାଳରେ ସେବା କଲି ଚୈତ୍ର ମଲ୍ଲି ମୂଳକୁ
ବୈଶାଖ ମହା ରୌଦ୍ର ତାପରେ ସନ୍ତାପିତ ପରାଣ
ବ୍ରହ୍ମଦାରୁ ମହାବାହୁ ଡାକନ୍ତ ଥରୁଟେ ଛାୟା ତଳକୁ
କାମ କ୍ରୋଧ ଲୋଭ ହିଂସା କପଟ ଅସୂୟା
କାମ କ୍ରୋଧ ଲୋଭ ହିଂସା କପଟ ଅସୂୟା
ମନର ପରମ ଶତ୍ରୁ ଏହି ଛଅ ଜଣ ପଡିଶା
ତଥାପି ଭରଷା ରଖିଛି ଭବୁ ପାରି ହୋଇବି
ଜଗନ୍ନାଥ ମୋର ଇଷ୍ଟ ଘର ମୋର ଓଡିଶା
ଗୋପାଳ କୃଷ୍ଣ ଶ୍ରୀରାଧା କୃଷ୍ଣ ଯଶୋଦା କୃଷ୍ଣ ସନ୍ଦୁର
ଗୋପାଳ କୃଷ୍ଣ ଶ୍ରୀରାଧା କୃଷ୍ଣ ଯଶୋଦା କୃଷ୍ଣ ସନ୍ଦୁର
ମଧୁର ଦେବକୀ ଜୀବନ ରୁକ୍ମଣୀ ହୃଦୟ ସୀତା ରାମ
ଶ୍ରୀଗୀତଗୋବିନ୍ଦ ଲେଖନୀ ଅର୍ଜୁନ ପ୍ରାଣ ସଖା ଶ୍ରୀକୃଷ୍ଣ
ହରେ କୃଷ୍ଣ ହରେ ରାମ ନିତାଇ ଗୌର ରାଧେ ଶ୍ୟାମ
ଅଧାଗଢା ବୋଲି ମନ କାହାକୁ କହୁଛି
ଅଧାଗଢା ବୋଲି ମନ କାହାକୁ କହୁଛି
ସେହି ପରା ମଧୁର ରାଧା ଚିତ୍ତ ଚୋର
ବାଇଶି ପାହଚରୁ ଓଲ୍ହାଇ ଆସୁ ଅଛନ୍ତି
ଭାଗ୍ୟ ଥିଲେ ପୁର୍ଣ୍ୟ ଥିଲେ ଧର ଧର
ଚକ୍ର ଆକାରରେ ଘୁରୁଛି ସକଳ ଜୀବ ଜୀବନ
ଚକ୍ର ଆକାରରେ ଘୁରୁଛି ସକଳ ଜୀବ ଜୀବନ
କୃଷ୍ଣ ଛନ୍ଦା ପାଦ ଛୁଇଁବାକୁ ଉଛୁଳେ ଯୌବନ
ବ୍ରହ୍ମଦାରୁ ମହାବାହୁ ଛାୟା ଆତ୍ମା ଅନନ୍ତ ଶୟନ
ଗଳଗଣ୍ଡିଠାରେ ଆତ୍ମହରା ସାଲବେଗ ଯବନ
ଶ୍ରୀକାନ୍ତ ଶ୍ରୀଧର ଶ୍ରୀପତି ଶ୍ରୀରାମ ଶ୍ରୀକୃଷ୍ନ
ଶ୍ରୀକାନ୍ତ ଶ୍ରୀଧର ଶ୍ରୀପତି ଶ୍ରୀରାମ ଶ୍ରୀକୃଷ୍ନ
ଗରୁଡ ବାହାନ ଶଙ୍କର ଯୋଗ ବ୍ରହ୍ମା ବନ୍ଦ୍ୟ
ଶଙ୍କର୍ଷଣ ଅନୁଜ ସୁଭଦ୍ରା ପ୍ରିୟ ସହୋଦର
ମୁକୁନ୍ଦ ମାଧବ ଗୋବିନ୍ଦ ବଂଶିଧର ଅନିନ୍ଦ୍ୟ
Thursday, February 26, 2026
ବ୍ରହ୍ମଦାରୁ ଚତୃର୍ଦ୍ଧା ବିଗ୍ରହ ଶାନ୍ତି ନିକେତନ
ବ୍ରହ୍ମଦାରୁ ଚତୃର୍ଦ୍ଧା ବିଗ୍ରହ ଶାନ୍ତି ନିକେତନ
ପରବ୍ରହ୍ମ ତ୍ରିଭୁଜ ରାମ ଲକ୍ଷ୍ମଣ ସୀତା ସୁଧା
ମୁହିଁ ମହା ପାତକୀ ଛନ୍ଦାପାଦରେ ଶରଣ
ହେ ଚକାଡୋଳା ହର ସକଳ ଭଵ ବାଧା
କୃଷ୍ଣ ଛନ୍ଦା ଚରଣ କମଳ ଭେଟିବା ଆଶା ରଖ
କୃଷ୍ଣ ଛନ୍ଦା ଚରଣ କମଳ ଭେଟିବା ଆଶା ରଖ
ମନ ଭ୍ରମରା ଯମଦ୍ୱାରରେ ନ ହୁଅ ଗୁଣୁ ଗୁଣୁ
କର୍ଣ୍ଣକୁ ଡ଼େରିଥା ମାହନ ବଂଶୀ ମଧୁର ଧ୍ୱନୀକୁ
ମେଣ୍ଟିବ ତୋ ଚିର ତୃଷା ଲଭିଲେ ବ୍ରହ୍ମ ରେଣୁ
ଶ୍ରୀଜଗନ୍ନାଥଙ୍କର ମହାଭକ୍ତ ଶ୍ରୀଜୟଦେବ ସ୍ୱାମୀ
ଶ୍ରୀଜଗନ୍ନାଥଙ୍କର ମହାଭକ୍ତ ଶ୍ରୀଜୟଦେବ ସ୍ୱାମୀ
ଶ୍ରୀଗୀତଗୋବିନ୍ଦ ନିବେଦନ ଅସୀମ ପୟୋନିଧି
ପଦ୍ମାବତୀ ରାନ୍ଧି ଭୁଞ୍ଜାଇଲେ ଶ୍ରୀରାଧା ଚିତ୍ତ ଚୋର
ଶୁଣି ଆତ୍ମା ଚକାଡୋଳାରେ ବୁଡିଗଲା ନିରବଧି
ବ୍ରାହ୍ମଣରେ ଦୀର୍ଘ ଇକାର ଦେଲେ ବ୍ରାହ୍ମଣୀ
ବ୍ରାହ୍ମଣରେ ଦୀର୍ଘ ଇକାର ଦେଲେ ବ୍ରାହ୍ମଣୀ
ହସ୍ତରେ ବଂଶୀ ଦେଲେ ମାଧବ ବେଣୁପାଣି
ଅକାର ଉକାର ମକାର ଯୋଡ଼ିଲେ ଓଁକାର
ମହାବିଷ୍ଣ ହୃଦ ଲକ୍ଷ୍ମୀ ହେଲେ ବିଲ୍ୱ ବରଣୀ
ପରବ୍ରହ୍ମ ପରମାତ୍ମା ବେଣୁ ମାଧବ
ପରବ୍ରହ୍ମ ପରମାତ୍ମା ବେଣୁ ମାଧବ
ପତିତପାବନ ନିମନ୍ତେ ଦାରୁବ୍ରହ୍ମ
ଗରୁଡ ପୃଷ୍ଠରୁ ଦର୍ଶନ ପୟୋନିଧି
ସୁଦର୍ଶନ ରାମ ସୁଭଦ୍ରା ବଳରାମ
ଶ୍ରୀକ୍ଷେତ୍ର ନୀଳକନ୍ଦର ଚନ୍ଦନ ଅର୍ଗଳୀ
ଶ୍ରୀକ୍ଷେତ୍ର ନୀଳକନ୍ଦର ଚନ୍ଦନ ଅର୍ଗଳୀ
ରତ୍ନ ବେଦିରେ ଗରୁଡ ପୃଷ୍ଠରୁ ଚତୃର୍ଦ୍ଧା
ବଡଦାଣ୍ଡ ଶରଧା ବାଲି ବାଇଶି ପାବଛ
ପ୍ରଭାତ ସ୍ମରଣ ହରେ ସବୁ ଭଵ ବାଧା
Wednesday, February 25, 2026
ନିସ୍ୱାଶଠାରୁ ଆହୁରି ହେଲୁ ନିକଟ
ନିସ୍ୱାଶଠାରୁ ଆହୁରି ହେଲୁ ନିକଟ
ଶ୍ରୀପତି ଆଉ କିବା କରୁଛ କପଟ
ଛନ୍ଦା ପାଦରେ ଦେଇ ପ୍ରାଣ ରଖ
ଉପେକ୍ଷା ନ କର ହେ ନନ୍ଦ ଚାଟ
ଗୋବିନ୍ଦ ଥୋଇଥିଲେ ତୋ ଚରଣ ପଙ୍କଜ ଶିରରେ
ଗୋବିନ୍ଦ ଥୋଇଥିଲେ ତୋ ଚରଣ ପଙ୍କଜ ଶିରରେ
ଶ୍ରୀରାମ ସେବିଥିଲେ ଲକ୍ଷେ କମଳ ଦେଇଣ ଚରଣ
ସଦାଶିବ ଥୋଇଥିଲେ ତୋ କମଳା ଚରଣ ବକ୍ଷରେ
ଭକ୍ତ ବତ୍ସଳା ଅଖିଳ ବ୍ରହ୍ମାଣ୍ଡ ଜନନୀ ପଶିଲି ଶରଣ
ନାରାୟଣ ପ୍ରାଣପ୍ରିୟା ଅଖିଳ ଜନନୀ କମଳା
ନାରାୟଣ ପ୍ରାଣପ୍ରିୟା ଅଖିଳ ଜନନୀ କମଳା
ଗଳାର ମାଳା କୋଟିଏ ସୂର୍ଯ୍ୟ କୋଟିଏ ଶଶୀ
ଗୋବିନ୍ଦ ଛନ୍ଦା ପାଦକୁ ଥରେ ଛୁଇଁଥାନ୍ତି ମାଆ
ଅଧାଗଢା ଠକିଲେ ଆଖି ଲୁହରେ ଯାଏ ଭାସି
ଅଭୟ ଛନ୍ଦା ଚରଣରେ ମନ ରଖିଛି
ଅଭୟ ଛନ୍ଦା ଚରଣରେ ମନ ରଖିଛି
ହେ ବ୍ରହ୍ମଦାରୁ ବୁଝୁଥିବୁ ମନର ବ୍ୟଥା
ଅଶରଣ ଶରଣ ହେ ଆଉ କିଏ ଅଛି
ଅକର୍ମା ଦାନୀ ବୁଝିବ ଏ ଦୁଃଖି କଥା
ଗୋଟିଏ ଡାଳ ହେଲେ ଫୁଲ ଫଳ
ଗୋଟିଏ ଡାଳ ହେଲେ ଫୁଲ ଫଳ
ତତୋଧିକ ଡାଳ ହେଲେ ଘଞ୍ଚ ଛାୟା
ଗୋଟିଏ ବ୍ରହ୍ମଦାରୁ ଅଖିଳ ପରିବ୍ୟାପ୍ତ
ଅଭୟ କମଳ ଚରଣ ସେବେ ମାୟା
କମଳା ହୃଦୟରେ ତୁମ୍ଭେ ଶୋଇଛ
କମଳା ହୃଦୟରେ ତୁମ୍ଭେ ଶୋଇଛ
ମୋ ମନ ଭ୍ରମର ଅଖିଳ ଭ୍ରମିଲାଣି
ଗରୁଡ ପୃଷ୍ଠରୁ କମଳା ନୟନ କୃଷ୍ଣ
ବୈଷ୍ଣବ ହୃଦୟରେ ମୁରଲୀ ପାଣି
ହରି ନାମ ଧରିଲେ ସର୍ବାଙ୍ଗ ଅମୃତ
ହରି ନାମ ଧରିଲେ ସର୍ବାଙ୍ଗ ଅମୃତ
କୃଷ୍ଣ ରୂପ ଚିନ୍ତାକଲେ ଆତ୍ମା ବିମୁକ୍ତ
ଅଧାଗଢା ଛନ୍ଦା କମଳ ଚରଣ ସୁଧା
ଚୁମି ମାନସ ଭଅଁର ସଦା ଉଲ୍ଲାସିତ
Tuesday, February 24, 2026
ସୂକ୍ଷ୍ମରେ ଚିନ୍ତିଲେ ତୁମ୍ଭଙ୍କୁ ଅଲେଖ ନିର୍ଗୁଣ
ସୂକ୍ଷ୍ମରେ ଚିନ୍ତିଲେ ତୁମ୍ଭଙ୍କୁ ଅଲେଖ ନିର୍ଗୁଣ
ମୋର ସ୍ଥୁଳ ଚିନ୍ତାକୁ ଅଧାଗଢା ଦାରୁବ୍ରହ୍ମ
ଲୀଳାମୃତ ସ୍ମରଣ କଲେ ଦଶ ଅବତାର
ନାମାମୃତ ସ୍ମରଣ କଲେ ଗୋବିନ୍ଦ ରାମ
କଳା ଜହ୍ନକୁ ଚାହାଁନା ଲୋ ମନ ଶାରୀ
କଳା ଜହ୍ନକୁ ଚାହାଁନା ଲୋ ମନ ଶାରୀ
ଆଲୋ ତୋ ପିଣ୍ଡୁ ପରାଣ ଘେନି ଯିବ
ଗୋପରେ ଗୋପୀମାନେ ଝୁରି ମଲେ
ମନା ମାନ ତାର ସଙ୍ଗେ ଲଗାନା ଭାବ
ଦୁର୍ଲଭ ନର ଜନ୍ମ ପାଇ ନ ଭେଟିଲି ଗୋବିନ୍ଦଙ୍କୁ
ଦୁର୍ଲଭ ନର ଜନ୍ମ ପାଇ ନ ଭେଟିଲି ଗୋବିନ୍ଦଙ୍କୁ
ହେ ଚକାଡୋଳା ମୋ ଦୁର୍ଲଭ ଜୀବନ ବେକାର
ଜୀବନ କହିଲେ ଆହାର ନିଦ୍ରା ମୈଥୁନ ପ୍ରବୃତି
ହେ ଅଧାଗଢା ଆଖି ନ ଦେଖିଲା ପାଦ ଆକାର
ଆସନ୍ତି ଯାଆନ୍ତି ଅନେକ ଲୋକ
ଆସନ୍ତି ଯାଆନ୍ତି ଅନେକ ଲୋକ
ହେ କୃଷ୍ଣ ତୁମେ ଦିନେ ଆସନା
ମୁହିଁ ତୁମକୁ କେତେ ଚିନ୍ତା କରେ
କୁଳବୁଡ଼ା ନ ବୁଝ ହୃଦ ଯାତନା
କୀର୍ତ୍ତନ ମଣ୍ଡପରେ ତୋତେ ଭେଟିବା କଷ୍ଟ
କୀର୍ତ୍ତନ ମଣ୍ଡପରେ ତୋତେ ଭେଟିବା କଷ୍ଟ
ବାଳ କୃଷ୍ଣତ ଉନ୍ମତ ପରି ନାଚିବାରେ ବ୍ୟସ୍ତ
ନିରୋଳାରେ ଥରେ ଦର୍ଶନ ଦେଇଦିଅ ହରି
ଆଉ ନିରାଶ କରନା ଛନ୍ଦା ପାଦେ ଅଛି ପଡି
ହରିନାମ ସଂକୀର୍ତ୍ତନରେ କି ଲାଭ ଅଛି
ହରିନାମ ସଂକୀର୍ତ୍ତନରେ କି ଲାଭ ଅଛି
ବିଶ୍ୱକୁ ପାଇଲେ ମୁଁ ଅବଶ୍ୟ ଜଣେଇବି
ଏବେ ତ କେବଳ ଅଧିବାସ କଳସ ବୁଡ଼ା
ହେ ହରିନାମର ମହିମା କି ଶୁଣେଇବି
କୀର୍ତ୍ତନ ମଣ୍ଡପରେ ତୋତେ ଭେଟିବା କଷ୍ଟ
କୀର୍ତ୍ତନ ମଣ୍ଡପରେ ତୋତେ ଭେଟିବା କଷ୍ଟ
ବାଳ କୃଷ୍ଣତ ଉନ୍ମତ ପରି ନାଚିବାରେ ବ୍ୟସ୍ତ
ନିରୋଳାରେ ଥରେ ଦର୍ଶନ ଦେଇଦିଅ ହରି
ନିରାଶ କରନା ଦେଖ ସୂର୍ଯ୍ୟ ହେଉଛି ଅସ୍ତ
ତୁମ୍ଭ ଛନ୍ଦା ଚରଣକୁ ଅନୁସରି ହେ ଚକାଡୋଳା
ତୁମ୍ଭ ଛନ୍ଦା ଚରଣକୁ ଅନୁସରି ହେ ଚକାଡୋଳା
ହେ ଅପଲକ ଦେଖୁନ କେମିତି ଗଲିଣି ମୁଁ ଝଡି
ତୁମ୍ଭ ହୃଦୟରେ ସଦା ମା କମଳା ହେ ବ୍ରହ୍ମଦାରୁ
ହେ କରୁଣା ସିନ୍ଧୁ ଥରେ ଦର୍ଶନ ଦିଅ ଏକ ଘଡି
ନାରାୟଣ ନାରାୟଣ ନାରାୟଣ ବାସୁଦେବ
ନାରାୟଣ ନାରାୟଣ ନାରାୟଣ ବାସୁଦେବ
ମହାବାହୁ ନିମନ୍ତ୍ରଣ ରହିଲା ଆରତି ବେଳକୁ
ହରେ କୃଷ୍ଣ ହରେ ରାମ ରୁକ୍ମଣୀ ପ୍ରାଣ ବାୟୁ
ହେ ଅଶରଣ ଶରଣ ନିଅ ଛନ୍ଦାପାଦ ତଳକୁ
ଫୁଲ ଗୋଟିଏକୁ ମଧୁମକ୍ଷି ଗୋଟିଏ
ଫୁଲ ଗୋଟିଏକୁ ମଧୁମକ୍ଷି ଗୋଟିଏ
ହେ ବ୍ରହ୍ମଦାରୁ ଆଜି ନ ଗୁନ୍ଥିଛି ମାଳା
କୃଷ୍ଣ ଗୋଟିଏକୁ ଗୋପିକା ଗୋଟିଏ
ଆତ୍ମା ହୋଇ କିମ୍ପା ଏଡ଼େ ଅବହେଳା
Subscribe to:
Posts (Atom)

















































