Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Wednesday, June 29, 2022
ଶୁନ୍ୟରୁ ଉତ୍ପତି ଜ୍ୟୋତି
ଶୁନ୍ୟରୁ ଉତ୍ପତି ଜ୍ୟୋତି
ଜ୍ୟୋତିରୁ ଉତ୍ପତି ନାମ
ନାମରୁ ଉତ୍ପତି ପୃଥ୍ୱୀ
ପୃଥୀରୁ ଉତ୍ପତି ରାମ
ମନ ମରିବାର ଦିନ କେତୁଟାରେ
ଦିନ କେତୁଟା ହବ ମନ ମରିବା
ପଛେ ବୁଦ୍ଧି ମଲା ତାକୁ ଝୁରୁ ଝୁରି
ଦେହକୁ ଛାଡି ଗଲେ ସୁଖ ଦୁଃଖ
ଆତ୍ମାକୁ ଲାଗିଲା ଶ୍ରୀକ୍ଷେତ୍ର ଡୋରି
ଭଅଁର ଅଇଁଠା କଲା ଫୁଲ
ନିର କ୍ଷୀର ଆଗରୁ ଅଇଁଠା ସଂସାର ଅଇଁଠା କଲା ତନୁ
ମୋର ପୂଜାରେ ନ ଲାଗେ ମନ
ଭଅଁର ଅଇଁଠା କଲା ଫୁଲ ପିମ୍ପୁଡି ଅଇଁଠା କଲା ଗୁଡ
ମୋର ପୂଜାରେ ନ ଲାଗେ ମନ
Monday, June 27, 2022
ଧନ ଥରୁଟିଏ ବଇଁଶୀ ବଜେଇ ଦେବୁ
ଧନ ଥରୁଟିଏ ବଇଁଶୀ ବଜେଇ ଦେବୁ
ଗୋରୁଗୋଠ ଗାଁ ପାଖାପାଖି ହେଲେ
ଏ ଦେହରେ ମୋହର ଜୀବନ ପଶିବ
ବାପରେ ତୋ ବଂଶୀସ୍ୱର ଶୁଣି ଦେଲେ
Sunday, June 26, 2022
Saturday, June 25, 2022
ରାଧାଙ୍କ ପାଦରେ ଯୋଡି ପାଉଁଜି
ରାଧାଙ୍କ ପାଦରେ ଯୋଡି ପାଉଁଜି
ବୈଷ୍ଣବ ମନ କିଣା ତା ରୁଣୁ ଝୁଣୁ
ଅରୁଦୀପର ଯୁଗଳ ବନ୍ଦୀ ମଧୁର
ଶ୍ରୋତାର ମନ ଭରେ ଶୁଣୁ ଶୁଣୁ
ରାଧା ହଜେଇଲେ ପାଦର ପାଉଁଜି
ରାଧା ହଜେଇଲେ ପାଦର ପାଉଁଜି
ବୈଷ୍ଣବ ଶ୍ୟାମାନନ୍ଦ ଉଦ୍ଧାର ଲାଗି
ଶୁଣି ଏହି ଲୀଳା ହିଅ ମୋ ନାଚଇ
ଆହାଃ େ କେଡେ କୃଷ୍ଣ ଅନୁରାଗୀ
ରାଧା ହଜେଇଲେ ପାଦର ପାଉଁଜି
ବୈଷ୍ଣବ ଶ୍ୟାମାନନ୍ଦ ସେବା ପାଇ
ଅଭୟ ଚରଣ ଦର୍ଶନ ଆଶାରେ
ଶ୍ୟାମା ହୃଦୟେ ରଖିଲା ନେଇ
When the earth was created
When the earth was created
Believe, it was created for all
Each one was blessed to live
Whether they are big or small
Friday, June 24, 2022
Thursday, June 23, 2022
Wednesday, June 22, 2022
ଘରକୁ ଯେ ଫେରେ ବିଳମ୍ବ ରାତିରେ
ଘରକୁ ଯେ ଫେରେ ବିଳମ୍ବ ରାତିରେ
ସେ ଘରେ ଶାନ୍ତିରେ ନ ପାରେ ଶୋଇ
ତେବେ ନିଜକୁ ପଚାର କିଏ ସେ ତୁମେ
ଆଉ କି ପାଇଁ ସଂସାର ଆସିଥିଲ ଭାଇ
ମୋର ଆଦୌ ଜାଣିବାକୁ ଇଛା ନାହିଁ
ମୁଁ ଯେ କେଉଁଠି ଆଉ କେମିତି ମରିବି
ମୋର ଆଦୌ ଜାଣିବାକୁ ଇଛା ନାହିଁ
ତୁଣ୍ଡ ଗାଉଥାଉ ସାଇ ସାଇ ସାଇ
ଯମଦୂତେ ନେଲାବେଳେ ବୋହି
Total occlussion is old
Total occlussion is old
Anyone wants to open
Pay for the dissection
Take the entry coupon
Even a tree can not move It serves ground earth sky Human can go everywhere Help help help always cry
Even a tree can not move
It serves ground earth sky
Human can go everywhere
Help help help always cry
ଶିବଙ୍କ ଜଟାରୁ ଝରି ଆସି ଗଙ୍ଗା
ଶିବଙ୍କ ଜଟାରୁ ଝରି ଆସି ଗଙ୍ଗା
ସ୍ୱର୍ଗ ମର୍ତ୍ତ ପାତାଳ ପାବନ କରେ
ଆନନ୍ଦ ଉଣା ହେଲେ ଜଗତରୁ
ମର ଦେହେ ବ୍ରହ୍ମାନନ୍ଦ ଅବତରେ
ପୂର୍ବ ଆକାଶରେ ଦେଖି ଦିନକର
ପୂର୍ବ ଆକାଶରେ ଦେଖି ଦିନକର
ସରୋଜ ବ୍ରହ୍ମ ଆନନ୍ଦେ ବୁଡିଯାଏ
ପୂର୍ବଭାଗ୍ୟ ବଳେ ମିଳେ ସାଧୁସଙ୍ଗ
ଦୁଲର୍ଭ ମଣିଷ ଜନ୍ମ ସଫଳ ହୁଏ
Tuesday, June 21, 2022
ଶୁଭଲଗ୍ନ ଉଦୟ ହେଲେ ଭାଗ୍ୟେ
ଶୁଭଲଗ୍ନ ଉଦୟ ହେଲେ ଭାଗ୍ୟେ
ପାପୀ ପାପକୁ ଅତି କରେ ଘୃଣା
ସାଧୁସଙ୍ଗ ହାତଧରି ବାଟ କଢାଏ
ଆଉ ନ ହୁଅଇ ବାଟ ବଣା
Monday, June 20, 2022
ପାପୀ ତପୀ କିଛି ବିଚାର ନ କରି
ପାପୀ ତପୀ କିଛି ବିଚାର ନ କରି
ଜଳ ସର୍ବ ଜୀବର ମେଣ୍ଟାଏ ଶୋଷ
ପାପୀ ତପୀ କିଛି ବିଚାର ନ କରି
ସାଧୁସଙ୍ଗ ମନସ୍ତାପ କରେ ନାଶ [୧]
ଯିବ ଜନ୍ତୁ କିଛି ବିଚାର ନ କରି
ବୃକ୍ଷ ସର୍ବ ଜୀବକୁ ଦିଅଇ ଛାଇ
ଶିଶୁ ବୃଦ୍ଧ କିଛି ବିଚାର ନ କରି
ସଭିଙ୍କୁ କ୍ଷୀର ଦେଇଥାଏ ଗାଈ [୨]
ଶୁଭ ଲଗ୍ନ ଉଦୟ ହେଲେ
ପାପୀ ପାପକୁ କରେ ଘୃଣା
ସାଧୁସଙ୍ଗ ହାତ ଧରି ନିଏ
ଆଉ ହୁଅଇ ବାଟ ବଣା [୩]
A stream that falls from a hilltop
A stream that falls from a hilltop
Already blessed with divine grace
Being down to earth, always cool
Always busy and always fresh
Sunday, June 19, 2022
Rooms look much bigger
Rooms look much bigger
In a first time entry to flat
Rooms become smaller
With kids,toys,dog and mat
Saturday, June 18, 2022
ମାଗି ଯା ନ ଥିଲି ଯାଚି ତାହା ଦେଲ
ମାଗି ଯା ନ ଥିଲି ଯାଚି ତାହା ଦେଲ
ନିଜ ଅଙ୍ଗ ଛେଦି ମୋତେ ସୃଷ୍ଟି କଲ
ପରମ ବୋଲିଣ ନିଜେ ପାଅ ପୂଜା
ଜୀବ ଭାବେ ମୁଁ କେଡେ କଲବଲ
ନିତି ଏଇ ବାଟେ ଯାଉରେ କାଳିଆ
ନିତି ଏଇ ବାଟେ ଯାଉରେ କାଳିଆ
ଏ ହୃଦୟଠୁଁ ଆହୁରି ପାଖରେ ରହୁ
ଥରେ ଚାହିଁଦେଲେ ଭବରୁ ତରନ୍ତି
ହୃଦେ ତୁ ଜୀବ ପରମର ଭାବ ବହୁ
Thursday, June 16, 2022
ସମୟ ଥିଲା ପାଖରେ ଥିଲା ହେଲେ ଚାଲୁଥିଲା ବହୁତ ଧୀରେ ଧୀରେ
ସେ ଗୋଟେ ନଦୀ ଥିଲା ତାର କୂଳଥିଲା ଆଉ କୂଳରେ ଥିଲା ବାଲି
ଗୋଟେ ମଜା ଗପ ଥିଲା ଗୋଟେ ଗପୁଡି ଥିଲା ଯାଉଥିଲେ ଦୁହେଁ ଚାଲି
ସମୟ ଥିଲା ପାଖରେ ଥିଲା ହେଲେ ଚାଲୁଥିଲା ବହୁତ ଧୀରେ ଧୀରେ
କାମେରା ଥିଲା ରିଲ ବି ଥିଲା ସେ ନିଆରା ଛବି କେବେ ହେବନି ଭୁଲି
Wednesday, June 15, 2022
Tuesday, June 14, 2022
ଏବେ ରାତି ହେଇଛି ନା ସକାଳ
ଯିଏ ଏକାଧାରରେ ବୈଜ୍ଞ୍ୟାନିକ ଆଉ ସ୍ୟାହିତିକ
ତାହା ଠାରୁ ବଳିକି ଏ ସଂସାରରେ କିଏ ପାଗଳ
ବହୁତ ସମୟରେ ଭୁଲି ଯାନ୍ତି ଖାଇବା ଶୋଇବା
ପୁଣି ଭୁଲିଯାନ୍ତି କେଉଁଟା ରାତି କେଉଁଟା ସକାଳ
ଆଜି ଓଡ଼ିଶାରେ ରଜ
ଡାମରା କାଉରେ ରେ ଡାମରା କାଉ
ଥଣ୍ଟେ ଖାଇ ଥଣ୍ଟେ ତୁ କା ପାଇଁ ନେଉ
ଅଛି କିରେ ତୋର ବସାରେ ଚିଆଁ
ଆଜି କାହିଁ ଭାରି ମନେପଡେ ବୋଉ
ଅଭିମାନୀ ବନ୍ଧୁରେ
ସୃଷ୍ଟି ସ୍ଥିତି ଲୟ ତିନି କୁ ତିନି
ଗଢ଼ିଲ ସତ୍ୱ ରାଜ ତମ ଲେପି
ଯା ଅଛ ଖଞ୍ଜି ବଞ୍ଚେ ତା ଭୁଞ୍ଜି
କହ କେମିତି ହେଲି ମୁଁ ପାପୀ
Monday, June 13, 2022
ସମ ନୁହେଁ ଧର୍ମ ଅର୍ଥ ମୋକ୍ଷ କାମ
ସଂସାର ସାଗରୁ ତ୍ରିକୁଟେ ଚାହଁନ୍ତେ
ଦେଖିଲି ମୋ ପ୍ରାଣର ପ୍ରାଣ ଶ୍ୟାମ
ଯେଉଁ ଆନନ୍ଦରେ ଆତ୍ମାହରା ହେଲି
ସମ ନୁହେଁ ଧର୍ମ ଅର୍ଥ ମୋକ୍ଷ କାମ
Sunday, June 12, 2022
ଆଗମ ନିଗମ ନ ପାଇଲେ ଲେଶ
ମନ ବୁଦ୍ଧି ବୁଡି ମଲେ ସନ୍ଦେହରେ
ଜଟା ହେଲା ମୁଣ୍ଡ ବାଳ ଦାଢ଼ି ନିଶ
ପ୍ରେମିକ ଭକତ ହୃଦେ ଲୁଚାଇଲା
ଆଗମ ନିଗମ ନ ପାଇଲେ ଲେଶ
Saturday, June 11, 2022
ଯହିଁ ଅପହଞ୍ଚ ଯମର ସମନ
ଯହିଁ ଯୋଡହସ୍ତ ଆଗମ ନିଗମ
ଯହିଁ ଅପହଞ୍ଚ ଯମର ଚିଠାଉ
ଡୋରି ଲାଗିଲେ ହୁଏ ଯାଇ
ନ ଲାଗେ କୌପୀନ କଠଉ
ଆଗମ ନିଗମ ଯାର ଅନ୍ତ ନ ପାଇଲେ
ବାଟବଣା ହେଲେ ବୁଦ୍ଧି ଜ୍ଞାନ ଖୋଜି
ଯାହାକୁ ସେ ବାନ୍ଧେ ନିଜେ ଇଛା କରି
ସେ ଭାଗ୍ୟ ବିଷୟାରେ ନ ଯାଏ ହଜି
କାହାକୁ ଉଦ୍ଧାର କାହାକୁ ବିଦାର
କାହାକୁ ଉଦ୍ଧାର କାହାକୁ ବିଦାର
କେବଳ ତୁମ୍ଭେ ଜାଣ ଭାବଗ୍ରାହୀ
ପାଦପଙ୍କଜଙ୍କୁ ହେଲା ଶିର ଯୋଗ୍ୟ
ଯେଣୁ କୃପା ନେତ୍ରେ ଦେଲ ଚାହିଁ
Friday, June 10, 2022
ନାଭି କମଳରୁ ଫୁଟିଲା କମଳ
ଅଗନା ଅଗନିରେ ଫୁଟିଛି ଅଦ୍ଭୁତ କମଳ
କେଶରରୁ ଝରିପଡ଼େ ଅଖଣ୍ଡ ଅମୀୟ ରସ
ଥିଲେ ପୂର୍ବ ଭାଗ୍ୟ ସେ ରସ ପିଇବୁରେ
ମନ ଭ୍ରମରାରେ ମେଣ୍ଟିବ ତୋହରି ଶୋଷ
Thursday, June 9, 2022
ଧଳା କଳା ମଧ୍ୟରୁ କିଏ ସେ ସୁନ୍ଦର
ଧଳା କଳା ମଧ୍ୟରୁ କିଏ ସେ ସୁନ୍ଦର
ଯାହାର ଯାହାର ସନ୍ଦେହ ଅଛି ଭାଇ
ଚକାଡୋଳା କେବେ ଦରଶନ କଲେ
ତୁମେ ନିଶ୍ଚୟ ଉତ୍ତରଟି ଯିବ ପାଇ
Wednesday, June 8, 2022
Tuesday, June 7, 2022
It is you within yourself
All things shall pass away
Let only one thing you hold
It is you within yourself
To go no you have to be bold
ସେ ତ ନିଶ୍ଚୟ ଚୋରଙ୍କ ଗୁରୁ
ଗୋବିନ୍ଦଙ୍କୁ ଯିଏ ଚୋରି କରିପାରେ
ସେ ନିଶ୍ଚୟ ଚୋରଙ୍କ ମଧ୍ୟରେ ଗୁରୁ
ତା ଚେଲା ହେବାକୁ ଭାରି ମୋ ଇଛା
ଏ ସଂସାର ପିଟୁ ଅବା ମୋତେ ମାରୁ
Monday, June 6, 2022
ଯାହାର ଅନ୍ତର ଖୁସିରେ ଭରା
ଯାହାର ଅନ୍ତର ସଦା ଖୁସିରେ ଭରା
ଦୁଃଖୀ ଲୋକର ସେ ବଡ଼ ଆଶରା
ଧର୍ମ ଆଶ୍ରେ କରି କରି ଯିଏ ସଫଳ
ତାହା କାହାଣୀ ହୁଏ ଅପାଶୋରା
Child was chewing the straw
After finishing the fruity
Child was chewing the straw
Happiness is everywhere
I told exactly what I saw
ସଂଖ୍ୟାରେ କଳନା କରିଲା ନୋହି
ମନ୍ଦ ଛାଡି କରି ଭଲ ମୁଁ ଖୋଜନ୍ତେ
ସଂଖ୍ୟାରେ କଳନା କରିଲା ନୋହି
ସାଧୁସନ୍ଥ ଆଉ ଜ୍ଞ୍ୟାନି ଗୁଣି ଜନେ
ପୃଥିର ସବୁ ସ୍ଥାନରେ ଅଛନ୍ତି ରହି
Sunday, June 5, 2022
ତୁ ମୋ ନାୟକ ତୁ ମୋ ନାୟିକା
କେ ଶ୍ରୋତାର ଅତି ପ୍ରିୟ ଗାୟକ
କେ ଶ୍ରୋତାର ଅତିପ୍ରିୟ ଗାୟିକା
ତୁତ ମୋର ଅତିପ୍ରିୟ ଅରୁଦୀପ
ହେ ମୋ ପ୍ରିୟ ନାୟକ ନାୟିକା
Saturday, June 4, 2022
Friday, June 3, 2022
ସବୁ ସାହସକୁ ଠୁଳ କରି ଦିନେ
ସବୁ ସାହସକୁ ଠୁଳ କରି ଦିନେ
ମନରେ ଯାହାଥିଲା କହି ଦେଲି
ତୁମକୁ ଖୁସି ନ ହେବାର ଦେଖି
ପୁଣି ସ୍ମୃତି ଗଣ୍ଥିଲରେ ବାନ୍ଧିଦେଲି
Wednesday, June 1, 2022
ଚେର ଭଲପାଏ ମାଟିକୁ ବୋଲି
ଚେର ଭଲପାଏ ମାଟିକୁ ବୋଲି
ବୃକ୍ଷ ଜମାରୁ ବି ପାରେନା ଚାଲି
ପଦ୍ମ ଭଲପାଏ ସୂର୍ଯ୍ୟଙ୍କୁ ବୋଲି
ପଦ୍ମର ପାଖୁଡା ଗୁଡିକ ନାଲି
Subscribe to:
Posts (Atom)















































