Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Wednesday, October 5, 2022
ଦଶହରା ଚିନ୍ତନ
--ଦଶହରା ଚିନ୍ତନ ---
ଏତ ଅତି ସଙ୍କଟ ମୁହୂର୍ତ୍ତ
ମା ଆସ ଆସ ଅବତରି
ଏକଇ ମହିଷା ମାଇଲୁ
ପୃଥିବୀ ଯାଇଛି ପୁରି [୧]
ଶ୍ରମକୁ ପ୍ରଚଣ୍ଡ ଭୟ ମା
ଯୋଜନାକୁ ମା ଆଖି
କାମକୁ ଆସୁ ନାହାନ୍ତି
ମରିଗଲି ଡାକି ଡାକି [୨]
ଘରେ ଘରେ ଏବେ ମଦ
ମୋବାଇଲି ଦେଲେ ଚିପି
ଦେଶୀ ବିଦେଶୀ ମିଳୁଛି
ବାକି ଖୋଲିବା ଠିପି [୩]
ଗୁରୁ ହେଲେ ହାଲୁକା
କୋଚିଂ ହୋଇଲା ଗୁରୁ
ପଇସା ମା ଯୋଗ୍ୟତା
ସରକ୍ଷଣ ପ୍ରାଣ ହାରୁ[୪]
ସହର କହିଲେ ଗହଳି
ସବୁ ଲୁଟେରାଙ୍କ ମେଳ
ଦିନ ରାତି ଖାଲି ଲୁଣ୍ଠନ
କଷାକଷି ହୁଏ ବଳ[୫]
ବଳ କହିଲେ ଅର୍ଥ ମା
କ୍ଷମତା କହିଲେ ଜ୍ଞାନ
ଯିଏ କହେ ସତ କଥା
ହୁଏ ବଡ଼ ହୀନିମାନ [୬]
ନାୟାଳୟ ନୁହେଁ କାଳ
ତାରିଖ ପରେ ତାରିଖ
ଦୌଡ଼ି ଦୌଡ଼ି ଲଣ୍ଡା
ଲୋଡ଼ା ନାହିଁ ବାରିକ[୭]
ଲୋକକୁ ଗାଡି ଗୋଟେ
ହାତକୁ ଗୋଟେ ଫୋନ
କଳ୍ପବୃକ୍ଷ ମୋବାଇଲ
ମା ଭେଟିବା ମୂଲ୍ୟହିନ [୮]
ସ୍ୱାମୀ ସ୍ତ୍ରୀ ଦି ଚାକିରୀ
ଘରୁ ବାହାରୁ ଶାନ୍ତି ଅସ୍ତ
ଫେରୁ ଫେରୁ ବିଳମ୍ବ ମା
ସମସ୍ତେ ପ୍ରବଳ ବେସ୍ତ [୯]
ଯେ ପଢିଲା ଗାଁ ଛାଡିଲା
ରହିଗଲେ କେବଳ ମୂର୍ଖ
ଯୋଜନା ଚାଉଳ ଜୀବନ
ହରନ୍ତି ନେତାଙ୍କ ଦୁଃଖ [୧୦]
ଗାଈ ଶୋଇଲା ପଥରେ
ଗୁହାଳ ହେଲା ଭଡା ଘର
ଭଡାଟିଆ ସାଙ୍ଗେ ପ୍ରେମ
ମା ଆପଣା ହେଲେ ପର [୧୧]
ଚାକିରୀ ହେଲା ପରିଚୟ
ସରକାରୀ ଚାକିରୀ ଅମୁଲ୍ୟ
ଯିଏ କରିଅଛି ଖଣ୍ଡେ ମା
ମଣିଷ ଭିତରେ କୈବଲ୍ୟ [୧୨]
ମା ବାପା ଗଲେ ଚୁଳିକି
ଶାଶୁ ଶଶୁର ସବୁ କିଛି
କହିଲେ ସଂସାର ଲାଜ
ଦିନ ଯାଏ ଲୁହ ପୋଛି [୧୩]
ମା ଜଳ ସ୍ଥଳ ଆକାଶ
ମଣିଷ ମଣିଷ ମଣିଷ
ଜୀବନ କହିଲେ ବେସ୍ତତା
ଔଷଧ କହିଲେ ଆୟୁଷ [୧୪]
ସତ୍ୟ ରହିଲା ନଥିରେ
ଜ୍ଞ୍ୟାନ ରହିଲା ପୋଥିରେ
କ୍ଷମତା କହିଲେ ସବୁ
ଶୁଭାଶୁଭ ସବୁ ତିଥିରେ [୧୫ ]
ଗୃହ କହିଲେ ଫ୍ଲାଟ
ନାଁ ଅଗଣା ନାଁ ତୁଳସୀ
ଅତିଥି ପାଇଁ ଜାଗା ନାହିଁ
କେଉଁଠି ଥୋଇବ କଳସି [୧୬ ]
ପଇସା ଦେଲେ ମିଳେ
ଧର୍ମ ଅର୍ଥ କାମ ମୋକ୍ଷ
ଅର୍ଥ ନ ଥିଲେ ଅନର୍ଥ
ତୁ ଅର୍ଥହିନ ସାହାପକ୍ଷ [୧୭ ]
ବ୍ରାହ୍ମଣ ବୈଶ୍ୟ ଶୁଦ୍ର କ୍ଷେତ୍ରୀୟ
ଜାଣିବା ଦରକାର ପଡୁ ନାହିଁ
ସରକ୍ଷଣ ବର୍ଗ ହେଇ ନ ଥିଲେ
ପଢିବା ଚାକିରୀ ମିଳଇ ନାହିଁ [୧୮ ]
ନାଁ ଦେଖି ଦେଲେ ଉତ୍ତୀର୍ଣ
ଗୁରୁଠୁଁ ଛାତ୍ର ବେଶୀ ଜ୍ଞାନୀ
ଦେଇ ନେଇ ପାରିବ ଯିଏ
ସଂସାରରେ ସବୁଠୁଁ ଧନୀ [୧୯ ]
ବସିଲେ ବେଶୀ ପଇସା
ଶାରୀରିକ ଶ୍ରମରେ ଅଳ୍ପ
ପାର୍କରେ ନିତି ଚାଲୁଚି
ଅଚିହ୍ନା ସାଙ୍ଗେ ଗଳ୍ପ [୨୦]
କ୍ଷମତାକୁ ବଡ଼ ସମ୍ମାନ
ତୋଷାମଦିଆର ଜିତାପଟ
ମଲାପରେ ଶାନ୍ତି ଇଛନ୍ତି
ହ୍ୱାଟସାପରେ କରି ଚାଟ[୨୧ ]
କାହାକୁ କହିବି ଦୁଃଖ
ସଭିଏଁ ମା ଲୋ ଦୁଃଖୀ
ତୁ ଆସିଲେ ମା ଦେଖିବୁ
ସଭିଙ୍କ ମୁଁହ ଛାଇଛି ଶୁଖି [୨୨ ]
ଆଉ ବହୁ କଥା କହିବି
ଧରାରେ ଅବତର ମାଆ
ଅସଂଖ୍ୟ ଲୋ ମହିଷା
ସର୍ବଦେବ ହୁଅନ୍ତୁ ସାହା[୨୩ ]
ସୁଭଦ୍ରାରୁ ହେବୁ ତାରିଣୀ
ସଙ୍ଗେ ଥିବେ ଜାଗା ବଳିଆ
ବାଇଶିପାହାଚ ଦେଇ ଆସିବୁ
ପାଦେ ନ ଲାଗିବ ଅଳିଆ [୨୪ ]
ମା ଏ ଜୀବନ କରିବୁ ଧନ୍ୟ
ପାଦସେବା ସୁଯୋଗ ଦେଇ
ଚର୍ମନେତ୍ରେ ଦେଖି ଲୀଳା
ମା ଧନ୍ୟ କର ଦୟାମୟି [୨୫]
Subscribe to:
Post Comments (Atom)

No comments:
Post a Comment