Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Sunday, July 23, 2023
କେତେ କୋମଳ ଗୋ ମାଆ କମଳା
କେତେ କୋମଳ ଗୋ ମାଆ କମଳା
ଅଦୃଶ୍ୟ ପାଦ ଅବିରତେ ସେବୁ ତୁହି
ଶ୍ରୀକରି କୃପା କରି ଦିଅ ମା ଅନୁମତି
ଛୁଇଁବାକୁ ବଡ଼ ଅଧୀର ଏ ହାତ ଦୁଇ [୧]
କେତେ ଉଦାର ଗୋ ମାଆ କମଳା
କାଳିଆର କାଳିଦଳା ସେ ପାଦ ଦୁଇ
ଶ୍ରୀକରି କୃପା କରି ଦିଅ ମା ଅନୁମତି
ଛୁଇଁବାକୁ ବଡ଼ ଅଧୀର ଏ ହାତ ଦୁଇ [୨]
କେତେ ଓଜନିଆ ଗୋ ମାଆ କମଳା
ଭରତ ଶିରେ ବହିଲା କଠଉ ଥୋଇ
ଶ୍ରୀକରି କୃପା କରି ଦିଅ ମା ଅନୁମତି
ଛୁଇଁବାକୁ ବଡ଼ ଅଧୀର ଏ ହାତ ଦୁଇ[୩]
Subscribe to:
Post Comments (Atom)

https://youtu.be/DIuRM7zQCrQ
ReplyDelete