Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Monday, October 2, 2023
ଅଭୁଲା ଶ୍ରୀଗୁରୁ ସ୍ପର୍ଶ
ଅବୁଝା ଝରଣାର ନାଦ
ଅବୁଝା କୋଇଲି ତାନ
ଅବୁଝା ଭଅଁର ବୋଲି
ଅବୁଝା ବଂଶୀର ସ୍ବନ [୧]
ଅଶୁଝା ମାଆର ସ୍ନେହ
ଅଶୁଝା ପଡ଼ିଶାର ଭାବ
ଅଶୁଝା ପ୍ରକୁତିର ଦାନ
ଅଶୁଝା ସଂସାର ନାବ[୨]
ଅଶୁଣା ଦେବତା ଭୋଜନ
ଅଶୁଣା ବୃକ୍ଷ ଲତା କ୍ରନ୍ଦନ
ଅଶୁଣା ପାଖୁଡାର ହସ
ଅଶୁଣା ମୂର୍ତ୍ତିର ସ୍ପନ୍ଦନ [୩]
ଅଜଣା ନବଜାତ ହସ
ଅଜଣା ଆମ ଠିକଣା
ଅଜଣା ପ୍ରକୃତି ପାଉଣା
ଅଜଣା ବାୟୁ ମାଗଣା [୪]
ଅଦେଖା ପ୍ରାଣୀର ଅଦୃଷ୍ଟ
ଅଦେଖା ମନର ଭାବନା
ଅଦେଖା କାଳିଆର ପାଦ
ଅଦେଖା ପୂରଣ ବାସନା [୫]
ଅଲେଖା ସୃଷ୍ଟିର ରହସ୍ୟ
ଅଲେଖା ଭବିଷ୍ୟ ରେଖା
ଅଲେଖା ପ୍ରାଣୀର ଅଦୃଷ୍ଟ
ଅଲେଖା କିଏ ଅମୃତ ଚଖା[୬]
ଅକୁହା ସବୁ ରାତ୍ରିର ସ୍ବପ୍ନ
ଅକୁହା ଶ୍ରଦ୍ଧା ଭକ୍ତିର ମାପ
ଅକୁହା ମାୟାର ସ୍ୱରୂପ
ଅକୁହା ନିଜର ସବୁ ପାପ [୭]
ଅଛପା ସମ୍ପୂର୍ଣ ସତ କଥା
ଅଛପା ସତରେ ପ୍ରେମ
ଅଛପା ଗଳିଲା ମୁର୍ଦ୍ଦାର
ଅଛପା ଖୋଜିଲେ ଯମ [୮]
ଅଲିଭା କରିବା କର୍ମ
ଅଲିଭା ଅତୀତ ସ୍ମୃତି
ଅଲିଭା ଜହ୍ନର ଦାଗ
ଅଲିଭା ଆତ୍ମା ଜ୍ୟୋତି [୯]
ଅଭୁଲା ପ୍ରଥମ ପ୍ରେମ
ଅଭୁଲା ନିସ୍ଵାର୍ଥ ସେବା
ଅଭୁଲା ଶ୍ରୀଗୁରୁ ସ୍ପର୍ଶ
ଅଭୁଲା ଗୁରୁଙ୍କ ଦେବା [୧୦]
Subscribe to:
Post Comments (Atom)

No comments:
Post a Comment