Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Tuesday, September 5, 2023
ମାଆ
ପ୍ରଥମ ପରଶ ପ୍ରଥମ ପ୍ରେମ
ପ୍ରଥମ ଆଶ୍ରୟ ମା ଜନ୍ମଦାତ୍ରୀ
ପ୍ରଥମ ଶିକ୍ଷକ ଅଭୁଲା ସ୍ମୃତି
ପ୍ରଥମ ପ୍ରଣାମ ମାଆ ଗାୟତ୍ରୀ [୧]
ସ୍ମୃତି ଝରକା ଶୀତଳ ପବନ
ଡାକ ଦୂର ଦେଉଳ ଘଣ୍ଟି ଶବ୍ଦ
ପଣତ ଛାଇ ପ୍ରଶାନ୍ତି ମନ୍ଦିର
ମା ଆଲିଙ୍ଗନେ କର ଆବଦ୍ଧ [୨]
ଝୁଣ୍ଟିଲେ ପଡିଲେ ମାଆଲୋ
ମୁଁହ ଶୁଖିଲେ ରକତ ଶୁଖେ
ସଜଡା ଶେଜ ସଜ ଗୋଲାପ
ନିକଟରେ ଥାଉ ଜର ଦୁଃଖେ [୩]
ହାତ ରାନ୍ଧଣା ଅବଢା ସୁଆଦ
ଦୁଷ୍ଟି ଅଗଣା ଝୁଲଣା କୋଳ
ଦୁଷ୍ଟାମୀ କଲେ ସର୍ବେ ଗାଳି
ସର୍ବସଂହା ତୁ ସ୍ନେହ ସମ୍ବଳ [୪]
ଯେଉଁଠି ଥାଆ ଭଲରେ ଥା
ବଡ ମା ଧରି ଥାଉ କୋଳେ
ମନ ଝରକା ଡାକେ ମା ମା
ସନ୍ତାନ ଭାସେ ଆଖି ଜଳେ [୫]
Subscribe to:
Post Comments (Atom)

No comments:
Post a Comment