Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Wednesday, September 6, 2023
ଜନ୍ମାଷ୍ଟମୀ
ଜନ୍ମାଷ୍ଟମୀ
ଦେବକୀ ତୋତେ ଗର୍ଭରେ ଧରିଲେ
ବସୁଦେବ ତୋତେ ଭରିଲେ ଡଲାରେ
ଏ ପତିତ ଲାଗି କିଆଁ ପହଡ଼ ଉଛୁର
ପତିତପାବନ ଉଡେ ମନ୍ଦିର ଚୁଡାରେ [୧]
ଯଶୋଦା ତୋତେ ଧରିଲେ କୋଳରେ
ରାଧିକା ତୋତେ ଭରିଲେ ଗଳାରେ
ଏ ପତିତ ଲାଗି କିଆଁ ପହଡ଼ ଉଛୁର
ପତିତପାବନ ଉଡେ ମନ୍ଦିର ଚୁଡାରେ[୨]
ଅକୃର ତୋତେ ବାହିନେଲା ରଥରେ
କପିଧ୍ୱଜରେ ବସିଲ କର୍ତବ୍ୟ ଆଳରେ
ଏ ପତିତ ଲାଗି କିଆଁ ପହଡ଼ ଉଛୁର
ପତିତପାବନ ଉଡେ ମନ୍ଦିର ଚୁଡାରେ [୩]
ଦୀନ ସୁଦାମା ଧରିଲା ଖୁଦର ଭଜାରେ
ବାସୁକୀ କାଳୀୟ ଧଇଲା ଶିରରେ
ମୋର ଲାଗି କିଆଁ ପହଡ଼ ପଡିଲା
ମୁଁ ଜନ୍ମ ହେଲି କେଉଁ ବେଳାରେ[୪]
ଦାସ ବଳରାମ ଧରିଲା ବାଲିରେ
ଦଇତା ଭରିଲେ ନନ୍ଦୀଘୋଷରେ
ଏ ପତିତ ଲାଗି କିଆଁ ପହଡ଼ ଉଛୁର
ପତିତପାବନ ଉଡେ ମନ୍ଦିର ଚୁଡାରେ [୫]
ଯମୁନା ତୋତେ ଧରିଲା କୂଳରେ
କଦମ୍ବ ତୋତେ ଧରିଲା ଡାଳରେ
ଏ ପତିତ ଲାଗି କିଆଁ ପହଡ଼ ଉଛୁର
ପତିତପାବନ ଉଡେ ମନ୍ଦିର ଚୁଡାରେ[୬]
ବଂଶୀ ତୋତେ ସ୍ୱରରେ ଭରିଲା
ଯଶୋଦା ତୋତେ ଧରିଲା ସରରେ
ଏ ପତିତ ଲାଗି କିଆଁ ପହଡ଼ ଉଛୁର
ପତିତପାବନ ଉଡେ ମନ୍ଦିର ଚୁଡାରେ[୭]
Subscribe to:
Post Comments (Atom)

No comments:
Post a Comment