Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Monday, January 1, 2024
ଝରି ଆସଇ ଶିବଙ୍କ ଜଟାରୁ
ଝରି ଆସଇ ଶିବଙ୍କ ଜଟାରୁ
ଏ ଜୀବନ ଗଙ୍ଗାର ଏକ ଧାର
ଜପୁଥିଲେ ଓମ ନମଃ ଶିବାୟ
ଏ ଜୀବନ ଲଭଇ ଗଙ୍ଗାଧର [୧]
ଝରି ଆସଇ ପଦ୍ମରୁ ସୌରଭ
ଏ ଜୀବନ ଏକ ମତ୍ତ ଭଅଁର
ଜପୁଥିଲେ ଓଁ ନମୋ ବିଷ୍ଣବେ
ଜୀବନ ଲଭେ ଆରତି ଚଅଁର [୨]
ଜବାରୁ ଝରି ଆସଇ ନାଲି
ଏ ଜୀବନ ଶକ୍ତି ରଙ୍ଗା ପାଦ
ଜପୁଥିଲେ ଓଁ ନମୋ ଦୁର୍ଗେ
ଏ ଜୀବନ ପାଏ ମୁକ୍ତି ସ୍ୱାଦ[୩]
ପନାରୁ ଝରି ଆସଇ କ୍ଷୀର
ଏ ଜୀବନ କଅଁଳ ବାଛୁରୀ
ଜପୁଥିଲେ ଓଁ ନମୋ କୃଷ୍ଣବେ
ଏ ଜୀବନ ହୁଏ ମୁକ୍ତ ପଞ୍ଜୁରୀ [୪]
ଝରି ଆସେ ଜ୍ୟୋତି ଦୀପରୁ
ଜୀବନ ଏକ ମଙ୍ଗଳ ଆରତି
ଜପୁଥିଲେ ଓଁ ନମୋ ଗାୟତ୍ରୀ
ଏ ଜୀବନ ଭେଟେ ବିଶ୍ଵପତି[୫]
Subscribe to:
Post Comments (Atom)

No comments:
Post a Comment