Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Tuesday, January 2, 2024
ଝରି ଆସୁଛି ଗଜାନନଙ୍କ ହସ୍ତରୁ
ଝରି ଆସୁଛି ଗଜାନନଙ୍କ ହସ୍ତରୁ
ଏ ଜୀବନ ଏକ ଦିବ୍ୟ ସମାଚାର
ଏକ ମନ ଲୟରେ ଆତ୍ମା ଜପୁଛି
ହେ ଓଁ ତୁମକୁ ସାଷ୍ଟାଙ୍ଗ ନମସ୍କାର[୦]
ଝରି ଆସୁଛି ମହାଦେବଙ୍କ ଜଟାରୁ
ଏ ଜୀବନ ଏକ ପବିତ୍ର ଗଙ୍ଗା ଧାର
ଏକ ମନ ଲୟରେ ଆତ୍ମା ଜପୁଅଛି
ହେ ଶିବ ତୁମେ ମୋର ମୁଁ ତୁମର [୧]
ଝରି ଆସୁଛି ଶ୍ରୀଗୋବିନ୍ଦଙ୍କ ଅଧରୁ
ଏ ଜୀବନ ଏକ ମଧୁର ବଂଶୀ ସ୍ୱର
ଏକ ମନ ଲୟରେ ଆତ୍ମା ଜପୁଅଛି
ହରି ହେ ତୁମେ ମୋର ମୁଁ ତୁମର [୨]
ଝରି ଆସିଛୁ ଶ୍ରୀଲକ୍ଷ୍ମୀଙ୍କ ହସ୍ତରୁ
ଏ ଜୀବନ ଅବଢାର କୋଟି ଭାର
ଏକ ମନ ଲୟରେ ଆତ୍ମା ଜପୁଛି
ତୁହି ମାଆ ମୁଁ ଅଧମ ପୁଅ ତୋର[୩]
Subscribe to:
Post Comments (Atom)

No comments:
Post a Comment