Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Saturday, August 30, 2025
ସର୍ବ ଭୁତ ପତି
ପାଞ୍ଚ ଭୂତ ମଧ୍ୟରେ ବାୟୁ
ହେ କୃଷ୍ଣ ତୁହି ମୋ ଆୟୁ
ଧ୍ୱନି ମଧ୍ୟରେ ବଂଶୀ ନାଦ
ଚାନ୍ଦାପାଦରେ ଚିତ୍ତ ଥାଉ [1]
ପାଞ୍ଚ ଭୂତ ମଧ୍ୟରେ ଅଗ୍ନି
ହେ କୃଷ୍ଣ ତୁହି ଦେହ ତାପ
ଋତୁ ମଧ୍ୟରେ ତୁହି ବସନ୍ତ
ତୁହି ମୋହର ମାଆ ବାପ [2]
ପାଞ୍ଚ ଭୂତ ମଧ୍ୟରେ ଜଳ
ହେ କୃଷ୍ଣ ତୁହି ମୋ ତୃଷା
ପ୍ରାପ୍ତି ମଧ୍ୟରେ ଛନ୍ଦା ପାଦ
କୃଷ୍ଣ ଏକ ଜୀବନେ ଆଶା [3]
ପାଞ୍ଚ ଭୂତ ମଧ୍ୟରେ ଗଗନ
ହେ କୃଷ୍ଣ ତୁହି ଶୁଭ ଲଗନ
ଧ୍ୱନି ମଧ୍ୟରେ ବୀଣା ଶଵଦ
କୃଷ୍ଣ ଜପରେ ଚିତ୍ତ ମଗନ [4]
ପାଞ୍ଚ ଭୂତ ମଧ୍ୟରେ ଭୂମି
ହେ କୃଷ୍ଣ ତୁହି ମୋ ଆଧାର
ପତିତପାବନ ଚକାଡୋଳା
ଶରଣ ଏ ପାପିକୁ ଉଦ୍ଧାର [5]
Subscribe to:
Post Comments (Atom)

No comments:
Post a Comment